ବାଇଡେନ୍‌ଙ୍କ କ୍ୟାବିନେଟରେ ସାମିଲ ହୋଇପାରନ୍ତି କେତେଜଣ ଭାରତୀୟ ମୂଳ ବାସିନ୍ଦା

ୱାଶିଂଟନ,୧୯ ।୧୧: ଆମେରିକାରେ ଏବେ ନୂଆ ରାଷ୍ଟ୍ରପତିଙ୍କ ଶାସନ ଆରମ୍ଭ ହେବାକୁ ଯାଉଛି । ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି ଭାବେ କମଲା ହାରିସ୍ ଦେଶର ଶାସନ ଦାୟିତ୍ୱ ବହନ କରିବେ । ଏଥର କେତେଜଣ ମୂଳ ଭାରତୀୟଙ୍କୁ ବାଇଡେନଙ୍କ କ୍ୟାବିନେଟରେ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି । ଭାରତୀୟ ମୂଳ ବାସିନ୍ଦା ତଥା ଆମେରିକାର ପୂର୍ବତନ ସର୍ଜନ ଜେନରାଲ ବିବେକ ମୂର୍ତ୍ତି ବାଇଡେନ-ହାରିସ ପ୍ରଶାସନର କ୍ୟାବିନେଟରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତାଙ୍କୁ ସ୍ୱାସ୍ଥ୍ର‌୍ୟ ବିଭାଗ ମିଳିପାରେ ବୋଲି କୁହାଯାଉଛି । ଏହାସହ ଷ୍ଟାନଫୋର୍ଡ ୟୁନିଭର୍ସିଟିର ପ୍ରଫେସର ଅରୁଣ ମଜୁମଦାରଙ୍କୁ ଶକ୍ତି ମନ୍ତ୍ରୀ କରିପାରନ୍ତି ବାଇଡେନ । ସୂଚନାଯୋଗ୍ୟ, ବିବେକ ମୂର୍ତ୍ତି କୋଭିଡ-୧୯ ପରାମର୍ଶ ବୋର୍ଡର ସହଯୋଗୀ ଅଧ୍ୟକ୍ଷ ରହିଛନ୍ତି । କରୋନା ସମ୍ପର୍କିତ ତଥ୍ୟକୁ ନେଇ ସେ ବାଇଡେନଙ୍କର ନିକଟ ସହଯୋଗୀ ରହିଛନ୍ତି । ଅନ୍ୟପଟେ ବାଇଡେନ ୨୦ରୁ ଊର୍ଦ୍ଧ୍ୱ ମୂଳ ଭାରତୀୟ ଆମେରିକୀୟଙ୍କୁ ଏଜେନ୍ସି ରିଭ୍ୟୁ ଟିମ(ଏଆର୍‌ଟି)ରେ ସାମିଲ କରିଛନ୍ତି । ଏମାନଙ୍କ ମଧ୍ୟରୁ ୩ ଜଣ ଭାରତୀୟ ଟିମ୍‌ର ନେତୃତ୍ୱ ନେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳରେ ରାଜନୈତିକ ସଙ୍କଟ: ପ୍ରଧାନମନ୍ତ୍ରୀଙ୍କ ସଂସଦ ଭଙ୍ଗ ନିଷ୍ପତ୍ତି

କାଠମାଣ୍ଡୁ,୨୦।୧୨: ନେପାଳରେ ରାଜନୈତିକ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ରବିବାର ପୂର୍ବାହ୍ନ ୧୦ଟାରେ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି କ୍ୟାବିନେଟ୍‌ର ଏକ ଜରୁରିକାଳୀନ ବୈଠକ ଡକାଇ...

ଏଲିଜାବେଥ ହେବେ ଫ୍ରାନ୍ସର ନୂଆ ପ୍ରଧାନମନ୍ତ୍ରୀ

ପ୍ୟାରିସ,୧୭ ।୫: ଫ୍ରାନ୍ସର ରାଷ୍ଟ୍ରପତି କାର୍ଯ୍ୟାଳୟ ଏଲିସି ଏକ ବୟାନରେ କହିଛନ୍ତି ପ୍ରଧାନମନ୍ତ୍ରୀ ଜିନ କାଷ୍ଟେକ୍ସ ଔପଚାରିକ ଭାବେ ତାଙ୍କ ଇସ୍ତଫା ପ୍ରଦାନ କରିଛନ୍ତି ।...

ଜେଲ୍‌ରୁ ୫୭୫ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ନେଇଗଲେ

ଲାଗୋସ୍‌,୨୩ା୧୦: ଦକ୍ଷିଣ-ପଶ୍ଚିମ ନାଇଜେରିଆର ଏକ ଜେଲରେ ବନ୍ଧୁକଧାରୀମାନେ ଆକ୍ରମଣ କରି ପ୍ରାୟ ୫୭୫ କଏଦୀଙ୍କୁ ମୁକୁଳାଇ ନେଇଛନ୍ତି। ଏ ନେଇ ଶନିବାର ସ୍ଥାନୀୟ ଅଧିକାରୀ ସୂଚନା...

ଫିଲିପାଇନ୍ସକୁ ଫେରିଲା ମାର୍କୋସ ଶାସନ

ମାନିଲା, ୧୧ା୫: ଫିଲିପାଇନ୍ସକୁ ପୁଣି ଫେରିଛି ମାର୍କୋସ୍‌ ଶାସନ। ଏକଚ୍ଛତ୍ରବାଦୀ ଶାସକ ସ୍ବର୍ଗତଃ ଫର୍ଡିନାଣ୍ଡ ଇମାନ୍ବେଲ ଇଡ୍ରାଲିନ୍‌ ମାର୍କୋସ୍‌ଙ୍କ ପୁଅ ଫଡିର୍ନାଣ୍ଡ ମାର୍କୋସ୍‌ ଜୁନିୟର ଦେଶର...

ରାସ୍ତାରେ ମୃତଦେହ ଝୁଲାଇଲା ତାଲିବାନ୍‌

ହେରତ୍‌, ୨୬ା୯: ଆଫଗାନିସ୍ତାନରେ ତାଲିବାନ୍‌ କ୍ରୁର ଶାସନର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି। ୪ ଅପହରଣ ଅଭିଯୁକ୍ତଙ୍କୁ ହତ୍ୟା କରି ସେମାନଙ୍କ ମୃତଦେହକୁ ତାଲିବାନ୍‌...

ଏନ୍‌ଏସ୍‌ଜିରେ ଭାରତର ସଦସ୍ୟତାକୁ ଚାଇନାର ବିରୋଧ

ବେଜିଂ,୨୨ା୬(ପି.ଟି.) : ଆଣବିକ ସାମଗ୍ରୀ ଯୋଗାଣକାରୀ ଗୋଷ୍ଠୀ(ଏନ୍‌ଏସ୍‌ଜି)ରେ ଭାରତକୁ ସାମିଲ କରାଯିବାର ପ୍ରଶ୍ନ ଉଠୁନାହିଁ ବୋଲି ଚାଇନା କହିବା ସହ ଭାରତର ପ୍ରବେଶକୁ ବିରୋଧ କରିଛି।...

ହସ୍ପିଟାଲର ୩୬ ଗର୍ଭବତୀ ନର୍ସଙ୍କ ମଧ୍ୟରୁ ୨୦ ଜଣ ମା’ହେଲେ

ଗୋଟିଏ ବର୍ଷରେ ଏକ ହସ୍ପିଟାଲର ୩୬ଜଣ ନର୍ସ ଗର୍ଭବତୀ ହୋଇଥିବା ଖବର ସାମ୍ନାକୁ ଆସିଥିବା ବେଳେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସୋସିଆଲ ମିଡିଆରେ ମା’...

୭୦୦ କି.ମି. ଟ୍ରାଫିକ୍‌ ଜାମ୍‌

ପ୍ୟାରିସ୍‌,୧।୧୧: କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ଏହାକୁ ପ୍ରତିହତ କରିବା ଲାଗି ଫ୍ରାନ୍ସ ସରକାର ପୁଣି ଥରେ ୪ ସପ୍ତାହ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ ଘୋଷଣା କରିଛନ୍ତି।...

Advertisement
Archives

Model This Week