ଚାକିରି ସହ ଘର ଯୋଗାଇଦେବେ ସୋନୁ
ମୁମ୍ବାଇ: ରିୟଲ ଲାଇଫର ହିରୋ ପାଲଟିଥିବା ବଲିଉଡ୍ ଖଳନାୟକ ସୋନୁ ସୁଦ ଏବେ ପୁଣି ଚର୍ଚ୍ଚାରେ। ସାରା ଦେଶରେ କରୋନା ଭାଇରସ ମହାମାରୀ ଅନେକଙ୍କ ରୋଜଗାର ଛଡାଇ ନେଇଥିବା ବେଳେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ପ୍ରବାସୀ ଶ୍ରମିକ। ଆଉ…
ଭାରତ ବିରୋଧରେ ଲଢିବାକୁ ପାକିସ୍ତାନକୁ ଶକ୍ତିଶାଳୀ କରୁଛି ଚାଇନା!
ବେଜିଂ,୨୪।୮: ଚାଇନା ଓ ପାକିସ୍ତାନର ଭାରତ ବିରୋଧୀ ଅଭିଯାନ ଚରମ ସୀମାରେ ପହଞ୍ଚିବାକୁ ଯାଉଛି। ଚାଇନା ପ୍ରଥମେ ଭାରତ ବିରୋଧରେ ନେପାଳକୁ ଉସକାଉଥିବା ବେଳେ ଏଥିରେ ଫେଲ୍ ମାରିଥିଲା। ଆଉ ଏବେ ଭାରତର ଚୀର ଶତ୍ରୁ ପାକିସ୍ତାନକୁ ଭାରତ ବିରୋଧରେ ଲଢିବାକୁ…
ଗଞ୍ଜାମରେ କରୋନାରେ ଗୁରୁତର ୬୧ ଜଣଙ୍କୁ ଦିଆଗଲାଣି ପ୍ଲାଜମା ଥେରାପି
ଛତ୍ରପୁର, ୨୪।୮(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନାରେ ଗୁରୁତର ୬୧ ରୋଗୀଙ୍କୁ ପ୍ଲାଜମା ଥେରାପି ଦିଆଗଲାଣି। ଜିଲାର ଶିତଳାପଲ୍ଲିସ୍ଥିତ କୋଭିଡ୍ ହସ୍ପିଟାଲରେ ଏହି ଗୁରୁତରମାନେ ଚିକିତ୍ସିତ ହେଉଛନ୍ତି। ଏ ନେଇ ଜିଲା କୋଭିଡ୍ ସେଲ୍ ପକ୍ଷରୁ ସୋମବାର ଟୁଇଟ୍କରି ସୂଚନା ଦିଆଯାଇଛି। ଆହୁରି…
ମସ୍ଜିଦ ଟ୍ରଷ୍ଟ ପକ୍ଷରୁ ଜାରି ହେଲା ଲୋଗୋ: କ’ଣ ରହିଛି ଏହା ପଛରେ ବାର୍ତ୍ତା
ଆଯୋଧ୍ୟା,୨୪।୮: ଅଯୋଧ୍ୟାରେ ଗୋଟିଏ ପଟେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଜୋରସୋରରେ ଆରମ୍ଭ ହୋଇଥିବା ବେଳେ ଅନ୍ୟପଟେ ମସ୍ଜିଦ ନିର୍ମାଣ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଅଯୋଧ୍ୟାର ଧନିପୁରରେ ମସ୍ଜିଦ ନିର୍ମାଣ ହେବ। ନିର୍ମାଣ କାର୍ଯ୍ୟର ତଦାରଖ କରୁଥିବା…
ସ୍ତ୍ରୀ, ପୁଅଙ୍କୁ ମିସ୍ କରୁଛନ୍ତି ଏହି କ୍ରିକେଟର୍, କହିଲେ ଏମିତି କଥା
ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ୍ ଖେଲିବା ପାଇଁ ଏବେ ୟୁଏଇ ଗସ୍ତରେ ଯାଇଛନ୍ତି। ନିକଟରେ ପିତା ହୋଇଥିବା ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଦଳ ସହ ଯୋଡି ହୋଇଛନ୍ତି। ଏହି ସମୟରେ ସ୍ତ୍ରୀ ନତାଶା ଷ୍ଟାନକୋଭିକ୍ ଏବଂ ପୁଅ…
କଂଗ୍ରେସକୁ କେହି ବଞ୍ଚାଇ ପାରିବେ ନାହିଁ: ଶିବରାଜ
ଭୋପାଳ,୨୪।୮: ଗୋଟିଏ ପଟେ ନେତୃତ୍ୱ ପରିବର୍ତ୍ତନକୁ ନେଇ କଂଗ୍ରେସ କାର୍ଯ୍ୟକାରୀ କମିଟି(ସିଡବ୍ଲୁସି )ର ବୈଠକ ଚାଲୁଥିବା ବେଳେ ଅନ୍ୟପଟେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ଆଲୋଚନା ସମାଲୋଚନା। କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧୀ ଉକ୍ତ ବୈଠକରେ କେତେଜଣ ବରିଷ୍ଠ ନେତାଙ୍କୁ…
ମୁକେଶ ଅମ୍ବାନୀଙ୍କ ଠାରୁ ଜୁକରବର୍ଗ: କରୋନା ସମୟରେ ଏହି କୋଟିପତିମାନେ କେତେ ଟଙ୍କା ଦାନ କରିଛନ୍ତି ଜାଣନ୍ତୁ…
ପରୋପକାର ପରମଧର୍ମ। ଅର୍ଥାତ୍ ଅନ୍ୟର ହିତ ପାଇଁ ଦାନ ହେଉଛି ସବୁଠାରୁ ବଡ଼ ଧର୍ମ। ଦୁନିଆରେ ଅନେକ ଲୋକ ରହିଛନ୍ତି ଯେଉଁମାନେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ମାତ୍ର ଖୁବ୍ କମ୍ ଲୋକ ଅଛନ୍ତି, ଯେଉଁମାନେ ଅଭାବୀ ଲୋକଙ୍କୁ ସେମାନଙ୍କ…
ଆଜି ଖୋର୍ଦ୍ଧାକୁ ଟପିଲା କଟକ, ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୨୪ା୮(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। କିଛିଦିନ ଧରି ଗଞ୍ଜାମରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଖୋର୍ଦ୍ଧା ଦ୍ୱିତୀୟ ସ୍ଥାନରେ ରହୁଥିଲା। ମାତ୍ର ସୋମବାର ଆକ୍ରାନ୍ତ ଚିହ୍ନଟରେ ଖୋର୍ଦ୍ଧାକୁ ଟପିଯାଇଛି କଟକ। ଆଜି ଏଠାରୁ…
କୋମାରେ କିମ୍!
ପ୍ୟୋଙ୍ଗୟାଙ୍ଗ,୨୪।୮: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ କୋମାରେ ଥିବା ଚର୍ଚ୍ଚା ହେଉଛି। ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତଃ କିମ ଦା ଜଙ୍ଗଙ୍କ ପୂର୍ବତନ ସହଯୋଗୀ ଚାଙ୍ଗ ସୋଙ୍ଗ ମିନଙ୍କ ସୂଚନା ଅନୁଯାୟୀ କିମ୍ ଏବେ କୋମାରେ…
ଗଞ୍ଜାମରେ କରୋନା କଟକଣା କୋହଳ: ଜିଲାପାଳ
ଛତ୍ରପୁର,୨୪ା୮(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା କଟକଣା ସାମାନ୍ୟ କୋହଳ ହୋଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍ କରି ସୂଚନା ଦେଇଛନ୍ତି ଯେ, ସୋମବାରଠାରୁ ଶୁକ୍ରବାର ଯାଏ ଦୋକାନ ବଜାର ସକାଳ ୫ଟାରୁ ରାତି ୮ଟା ଯାଏ ଖୋଲାରହିବ । ପୂର୍ବରୁ…
ରାହୁଲଙ୍କ ଅଭିଯୋଗକୁ ନେଇ ଖୁବ୍ ରାଗିଲେ ଶିବଲ
ନୂଆଦିଲ୍ଲୀ,୨୪।୮: କଂଗ୍ରେସ କାର୍ଯ୍ୟକାରୀ କମିଟି(ସିଏମ୍ସି)ର ବୈଠକ ସୋମବାର ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଓଲ୍ଡ ଗାର୍ଡ ଓ ୟଙ୍ଗ ଗାର୍ଡଙ୍କ ମଧ୍ୟରେ ଚାଲିଛି କଥା କଟାକଟି। ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ ଆଣିଥିଲେ କି ଦଳରେ ନେତୃତ୍ୱ ପରିବର୍ତ୍ତନ…
କରୋନା ମୁକାବିଲା ପାଇଁ ମାର୍ଚ୍ଚରୁ ଦିଆଯାଉଛି ହୋମିଓପାଥି ଔଷଧ
ଅହମଦାବାଦ,୨୪।୮: ଦେଶରେ ଦିନକୁ ଦିନ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି। ପ୍ରତିଦିନ ଏଠାରେ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଇତିମଧ୍ୟରେ ଗୁଜରାଟରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମାର୍ଚ୍ଚରେ କୋଭିଡ-୧୯ ଆରମ୍ଭ ହେବା ପରଠାରୁ…
Archives


