ପୁଅ ନୁହେଁ ପୋଷା କୁକୁର ହେଲା ଉତ୍ତରାଧିକାରୀ

ଭୋପାଳ,୩୧।୧୨: ପିତାଙ୍କ ଅନ୍ତେ ତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ଭାବେ ଝିଅ-ପୁଅଙ୍କୁ ବିବେଚିତ କରାଯାଇଥାଏ। ତେବେ ମଧ୍ୟପ୍ରଦେଶରେ ଜଣେ ଚାଷୀ ମୃତ୍ୟୁ ପରେ ତାଙ୍କର ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ ଭାବେ ପୋଷା କୁକୁର ଜ୍ୟାକି ଏବଂ ସ୍ତ୍ରୀ ଚମ୍ବାବାଈଙ୍କୁ ଘୋଷଣା କରିଛନ୍ତି। ଏସମ୍ପର୍କରେ ଚାଷୀ ଓମ୍‌ନାରାୟଣ ବର୍ମା ନିଜର ଇଛାପତ୍ରରେ ସୂଚିତ କରିଛନ୍ତି। ସେ ଛିନ୍ଦଓ୍ବାରା ଜିଲାର ଚୌରାଇ ତହସିଲ୍‌ର ବାଡ଼ିଓ୍ବାରା ଗାଁର ବାସିନ୍ଦା। ଏମ୍‌ ନାରାୟଣଙ୍କ ଝିଅ ପୁଅ ମିଶାଇ ୫ ସନ୍ତାନ। ଝିଅଙ୍କ ବିବାହ ହୋଇ ଯାଇଛି। ବୋହୂ-ପୁଅଙ୍କ ସହିତ ଓମ୍‌ନାରାୟଣଙ୍କର ଭଲ ସମ୍ପର୍କ ନାହିଁ। ତାଙ୍କ ମୃତ୍ୟୁ ପରେ ସ୍ତ୍ରୀ ଏବଂ କୁକୁର ବେସାହାରା ହୋଇପଡ଼ିବେ ବୋଲି ସେ କହିଛନ୍ତି। ସେଥିପାଇଁ ସେ ଏଭଳି କରିଥିବା ପ୍ରକାଶ କରିଛନ୍ତି। ଏବେ ସ୍ତ୍ରୀଙ୍କ ବୟସ ୪୭ ବର୍ଷ ଥିବାବେଳେ କୁକୁରକୁ ୧୧ ମାସ ହୋଇଥିବା ଇଛାପତ୍ରରେ ଦର୍ଶାଯାଇଛି। ସମ୍ପତ୍ତି ମଧ୍ୟରେ ୨୧ ଏକର ଚାଷ ଜମି, ଘରବାଡ଼ି ଆଦି ରହିଛି। ଓମ୍‌ନାରାୟଣଙ୍କ ଏଭଳି ନିଷ୍ପତ୍ତି ନେଇ ଗାଁ ସରପଞ୍ଚ ଯମୁନା ପ୍ରସାଦ ବର୍ମା ବହୁ ବୁଝାସୁଝା କରିବା ପରେ ମଧ୍ୟ କୌଣସି ଫଳ ମିଳି ନ ଥିଲା। ଏବେ ଏହି ଘଟଣା ସୋସିଆଲ୍‌ ମିିିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦେଶରେ ବାସ କରିବା ନିଶା, ୩୬୦୦ ଯୁବକଙ୍କୁ ଠକିଲେଣି କନ୍ୟା…

ଚଣ୍ଡିଗଡ଼,୧।୭: ବିଦେଶରେ ବାସ କରିବା ନିଶାରେ ପଞ୍ଜାବର ୩୬୦୦ ଯୁବକ ଠକାମୀର ଶିକାର ହୋଇଛନ୍ତି। ସେମାନଙ୍କୁ ବିବାହ କରିବାର ଆଶା ଦେଇ କନ୍ୟାମାନେ ଟଙ୍କା ନେଇ...

୧୩ ବର୍ଷର ଏହି ପିଲାକୁ ଦେଖିଲେ କାହିଁକି ମାରିବାକୁ ଗୋଡ଼ାଉଛନ୍ତି ଲୋକେ, ଜାଣନ୍ତୁ…

ଅନେକ ପ୍ରକାରର ରୋଗ ବିଷୟରେ ଆମେ ଶୁଣିଛୁ। ମାତ୍ର ମଧ୍ୟପ୍ରଦେଶରେ ରହୁଥିବା ୧୩ ବର୍ଷର ବାଳକ ଲଳିତ ପାଟିଦାରଙ୍କୁ ଏକ ଅଜବ ପ୍ରକାର ରୋଗ ହୋଇଛି।...

ସିକ୍କିମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରେମ ସିଂ ତାମଙ୍ଗ

ଗ୍ୟାଙ୍ଗଟକ୍‌,୨୭।୫: ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା(ଏସ୍‌କେଏମ୍‌)ର ଅଧ୍ୟକ୍ଷ ପ୍ରେମ ସିଂ ତାମଙ୍ଗ ବା ପିଏସ୍‌ ଗୋଲେ ଭାବେ ପରିଚିତ ତାମଙ୍ଗ ସୋମବାର ସିକ୍କିମ ମୁଖ୍ୟମନ୍ତ୍ରୀ ଭାବେ ଶପଥ...

ଚାଇନା ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ: ବନ୍ଦ ହୋଇପାରେ ପବ୍‌ଜି

ନୂଆଦିଲ୍ଲୀ,୨୭।୭: ଭାରତ-ଚାଇନା ସୀମା ବିବାଦ ପରେ ଏବେ ଚାଇନାଠାରୁ ସମ୍ପୂର୍ଣ୍ଣ ଭାବେ ସମ୍ପର୍କ ଛିନ୍ନ କରିବା ଲକ୍ଷ୍ୟରେ ରହିଛି ଭାରତ। ଏହାର ୫୯ ଆପ୍‌କୁ ଦେଶ...

ଚାଇନା କିପରି ଦଖଲ କଲା ଭାରତୀୟ ଅଞ୍ଚଳ

ନୂଆଦିଲ୍ଲୀ,୧୮ା୬(ପି.ଟି.): ଚାଇନା କିପରି ଭାରତୀୟ ଅଞ୍ଚଳକୁ ଦଖଲ କଲା ଏବଂ କ’ଣ ପାଇଁ ୨୦ ଯବାନ ଶହୀଦ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ସମ୍ପର୍କରେ...

୮୮୭ ମହାମାରୀ ଭୂତାଣୁ ତାଲିକା ପ୍ରସ୍ତୁତ, ୩୦ ମଧ୍ୟରେ ରହିଛି ତାଣ୍ଡବ ରଚିବା ଶକ୍ତି…

କାଲିଫର୍ନିଆ,୨୬।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଆମେରିକାର କାଲିର୍ଫନିଆ ବିଶ୍ୱବିଦ୍ୟାଳୟର ସଂକ୍ରାମକ ରୋଗ ବିଶେଷଜ୍ଞ ଜୋନା ମୈଜେଟ୍‌ ୮୮୭...

ଗୁଜରାଟ ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍‌

ଅହମଦାବାଦ,୧୫।୨: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣିଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ରବିବାର ଏକ କାର୍ଯ୍ୟକ୍ରମରେ ସେ ମଞ୍ଚ ଉପରେ ଚେତା ହରାଇ...

ଇଣ୍ଡଷ୍ଟ୍ରି ସମସ୍ତଙ୍କର: ମୁକେଶ ଖାନ୍ନା

ମୁମ୍ବାଇ,୧୯।୯: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ବଲିଉଡରେ ବର୍ତ୍ତମାନ ତୁ ତୁ ମେମେ ଲାଗି ରହିଛି। ସୋମବାର...

Advertisement


Archives

Model This Week