ନିର୍ଦ୍ଦେଶକ ଆନନ୍ଦ ଏଲ୍ ରୟ ହେଲେ କରୋନା ପଜିଟିଭ, ଚିନ୍ତାରେ ଅକ୍ଷୟ, ସାରା, ଧନୁଷ

ମୁମ୍ବାଇ,୩୧ ।୧୨:କରୋନା ଭାଇରସ କବଳରେ ଏବେ ବଲିଉଡ୍ ନିର୍ଦ୍ଦେଶକ ଆନନ୍ଦ ଏଲ୍ ରୟ । ବହୁ ଚେଷ୍ଟା ପରେ ବି ‘ଅତରଙ୍ଗି ରେ’ର ନିର୍ଦ୍ଦେଶକ ନିଜକୁ କରୋନା କବଳରୁ ବଞ୍ଚାଇ ପାରିଲେ ନାହିଁ । ଆନନ୍ଦ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ଗୁରୁବାର ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେ ନିଜକୁ କ୍ୱାରାଣ୍ଟାଇନ କରି ନେଇଛନ୍ତି । ଏହି ଘଟଣା ପରେ ଅକ୍ଷୟ କୁମାର , ସାରା ଅଲ୍ଲି ଖାଁ ଓ ଧନୁଷ ଚିନ୍ତାରେ ପଡି ଯାଇଛନ୍ତି । କାରଣ କିଛିଦିନ ପୂର୍ବରୁ ଏହି ୩ କଳାକାର ଆନନ୍ଦଙ୍କ ସହ ଶୁଟିଂ କରିଥିଲେ । ଆନନ୍ଦ କରୋନା ପଜିଟିଭ ହେବା ପରେ କହିଛନ୍ତି ମୋ ସହିତ ଯେଉଁମାନେ ମିଳାମିଶା କରିଛନ୍ତି ସେମାନେ ନିଜକୁ କ୍ୱାରାଣ୍ଟାଇନ କରିନେବା ସହ ପ୍ରୋଟୋକଲ ଫଲୋ କରନ୍ତୁ । ଯଦିଓ ମୋ ନିକଟରେ କରୋନାର କୌଣସି ଲକ୍ଷଣ ନ ଥିଲା ତା’ପରେ ବି ମୁଁ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛି । ଅକ୍ଷୟ ଓ ସାରା ଏବେ ମୁମ୍ବାଇରେ ଥିବା ବେଳେ ଏମାନେ ଉଭୟ କରୋନା ଟେଷ୍ଟ କରାଇବେ ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପିକା ହେଉଛନ୍ତି ସେଲିବ୍ରିଟି ନଂ ଓ୍ବାନ୍‌

ଯଦି ପଚରାଯାଏ ଭାରତର ନଂ ଓ୍ବାନ୍‌ ସେଲିବ୍ରିଟି କିଏ ତେବେ ନିଶ୍ଚିତ ଶାହାରୁଖ୍‌, ଅମୀର, ସଲମାନଙ୍କ ନାଁ ଉଠିବ। କିନ୍ତୁ ଏମାନେ କେହି ନୁହନ୍ତି, ଏବେ...

ଶୁଟିଂ ସେଟ୍‌ରେ ରାହା ଧରି କାନ୍ଦିଥିଲେ ଏହି ଅଭିନେତ୍ରୀ

ରୁପା ଗାଙ୍ଗୁଲି ଜଣେ ଅଭିନେତ୍ରୀ ବ୍ୟତୀତ ଭଲ ଗାୟିକା। ସେ ୧୯୮୮ରେ ବି.ଆର ଚୋପ୍ରାଙ୍କ ମହାଭାରତରେ ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରିଥିଲେ। ସେହି ସମୟରେ ମହାଭାରତର...

ସଲମାନଙ୍କ ସହ ‘ସ୍ଲୋ ମୋଶନ’ ଗୀତରେ ଦିଶା ପଟାନୀଙ୍କ ଲୁକ୍‌କୁ ନେଇ ବଢ଼ୁଛି ବିବାଦ

ମୁମ୍ବାଇ,୨୯।୪: ସଲମାନ ଖଁ।ଙ୍କ ଅପ୍‌ କମିଂ ଫିଲ୍ମ ଭାରତର ‘ସ୍ଲୋ ମୋଶନ’ ଗୀତକୁ ନେଇ ବିବାଦ ଦେଖାଦେଇଛି। ଏହି ଗୀତରେ ଦବଙ୍ଗ ସଲମାନଙ୍କ ସହ ଦିଶା...

କେଉଁଠି ବିବାହ କରିବେ ବରୁଣ-ନତାଶା

ମୁମ୍ବାଇ: ବଲିଉଡ୍‌ ନାୟକ ବରୁଣ ଧଓ୍ବନ ଓ ତାଙ୍କ ଗର୍ଲ ଫ୍ରେଣ୍ଡ ନତାଶା ଦଲାଲ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଶୁଣିବାକୁ ମିଳୁଛି।...

‘ମିଶନ୍‌ ମଙ୍ଗଲ୍‌’ର ବୈଜ୍ଞାନିକ ଭୂମିକାରେ ଅକ୍ଷୟ

ମୁମ୍ବାଇ: ସ୍ପେସ୍‌ ଡ୍ରାମା ‘ମିସନ୍‌ ମଙ୍ଗଲ୍‌’ରେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଜଣେ ବୈଜ୍ଞାନିକ ଭୂମିକା ନେଇଥିବା ବେଳେ ଏହା ତାଙ୍କ ଝିଅ ବୟସର ପିଲାଙ୍କ...

ଆଲିଆଙ୍କୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ରଣବୀର: କହିଲେ, ମୁଁ ମୋ ଜୀବନର ଏହି ଲକ୍ଷ୍ୟକୁ ଶୀଘ୍ର ପୂରଣ କରିବାକୁ ଚାହୁଁଛି

ବଲିଉଡ୍‌ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଯୋଡି ମଧ୍ୟରୁ ଅନ୍ୟତମ ରଣବୀର କପୁର-ଆଲିଆ ଭଟ୍ଟ। ଏହି ଯୋଡି ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏବେ ସେମାନଙ୍କ ବିବାହକୁ...

ଶୁଟିଂ ସମୟରେ ଆହତ ହୋଇଥିଲେ ବିଗ୍‌ ବି, ଆଉ ତା ପରେ

ଫିଲ୍ମ ଶୁଟିଂରେ ଷ୍ଟଣ୍ଟ ସମୟରେ ଅଭିନେତାମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବା ପାଇଁ ବ୍ୟବସ୍ଥା କରାଯାଇଥାଏ। ମାତ୍ର ଅନେକ ସମୟରେ ତାରକାମାନେ ଗୁରୁତର ହୋଇଥାନ୍ତି। ଏହାର ଅନେକ...

ସାବ୍‌ଧାନ ଇଣ୍ଡିଆର ୨ଅଭିନେତ୍ରୀ ଗିରଫ

ମୁମ୍ବାଇ,୧୮।୬: ଟେଲି ସିରିୟଲ୍‌ର ପପୁଲାର ଶୋ’କ୍ରାଇମ୍‌ ପେଟ୍ରୋଲ ଓ ସାବ୍‌ଧାନ ଇଣ୍ଡିଆରେ ଅଭିନୟ କରୁଥିବା ୨ଜଣ ଅଭିନେତ୍ରୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଚୋରି ଅଭିଯୋଗରେ...

Advertisement
Archives

Model This Week