Home Left

ମିଥ୍ୟା ନପୁଂସକତା ଅଭିଯୋଗ ନିଷ୍ଠୁରତା

ନୂଆଦିଲ୍ଲୀ, ୨୨।୧୧(ପି.ଟି.): ମିଥ୍ୟା ନପୁଂସକତା ଅଭିଯୋଗ ଆଣିବା ନିଷ୍ଠୁରତା ବୋଲି ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସ୍ବାମୀଙ୍କଠାରୁ ଅଲଗା ରହୁଥିବା ଜଣେ ମହିଳା ତାଙ୍କ ବିରୋଧରେ ଯୌନ ଅକ୍ଷମତା ଅଭିଯୋଗ ଆଣିଥିଲେ। ଉକ୍ତ ବ୍ୟକ୍ତିଙ୍କୁ ଛାଡ଼ପତ୍ର ପାଇଁ ତଳକୋର୍ଟ…

ଶରଣାର୍ଥୀ ଥଇଥାନକୁ ନେଇ ତ୍ରିପୁରା ଜଳୁଛି

ଅଗରତାଲା, ୨୨।୧୧: ବ୍ରୁ ଶରଣାର୍ଥୀମାନଙ୍କ ଥଇଥାନ ବିରୋଧରେ ବିକ୍ଷୋଭ ଶନିବାର ହିଂସାତ୍ମକ ରୂପ ନେଇଛି। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ଗୁଳି ଚଳାଇବାରୁ ଜଣଙ୍କର ମୃତ୍ୟୁ ଘଟିବା ସହ ଅନ୍ୟ କେତେଜଣ ଆହତ ହୋଇଛନ୍ତି। ଶରଣାର୍ଥୀ ଥଇଥାନ ବିରୋଧରେ ମିଳିତ ଆନ୍ଦୋଳନ…

ଶ୍ରମିକଙ୍କୁ ବାଟଖର୍ଚ୍ଚ ଦେବେ ନିଯୁକ୍ତିଦାତା

ନୂଆଦିଲ୍ଲୀ, ୨୨ା୧୧: ପ୍ରବାସୀ ଶ୍ରମିକଙ୍କ କଲ୍ୟାଣ ଓ ପରିବାର ପ୍ରତି ସେମାନଙ୍କ କର୍ତ୍ତବ୍ୟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଶ୍ରମ ନିୟମାବଳୀରେ କେତେକ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ଏହି ଚିଠା ନିୟମାବଳୀ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଛି। ଏହା ଉପରେ…

ଆଇନ ଊର୍ଦ୍ଧ୍ୱରେ ଆଜୀବନ ରାଷ୍ଟ୍ରପତି

ମସ୍କୋ,୨୨ା୧୧:୬୮ ବର୍ଷୀୟ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୨୦୦୦ ମସିହାରୁ କ୍ଷମତାର ଶୀର୍ଷରେ ରହିଛନ୍ତି। କେତେବେଳେ ପ୍ରଧାନମନ୍ତ୍ରୀ ତ ପୁଣି କେବେ ରାଷ୍ଟ୍ରପତି ପଦ ଅଳଙ୍କୃତ କରି କ୍ଷମତାର ଭରପୂର ଉପଯୋଗ କରିଛନ୍ତି। ପୁଟିନଙ୍କ ଦୁଇ ଝିଅ ଅଛନ୍ତି। ସେ ଉଭୟଙ୍କ…

ଲଡୁଗାଁରେ ଖରିଫ ମଣ୍ଡି ଉଦ୍‌ଘାଟିତ

କୋକସରା,୨୨।୧୧(ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁରେ ମଣ୍ଡି ଶୁଭାରମ୍ଭ ହୋଇଛି । ଲଡୁଗାଁ ନିୟନ୍ତ୍ରଣ ବଜାର କମିଟି ପ୍ରାଙ୍ଗଣରେ ଚାଷୀ କମିଟି ସଦସ୍ୟ, ପ୍ୟାକ୍ସ କର୍ମଚାରୀ, ଆରଏମସି କର୍ମଚାରୀ ଓ ଶ୍ରମିକ ଉପସ୍ଥିତ ଥିଲେ । ଏହି ଅବସରରେ ଧାନ…

ଆଇପିଏଲ୍‌ ପ୍ରଦର୍ଶନ ଯୋଗୁ ଚାପ ହଟିଛି: ଶାମି

ସିଡ୍‌ନୀ, ୨୨ା୧୧ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଭଲ ପ୍ରଦର୍ଶନ କରିଥିବାରୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ସେ ଚାପରେ ନ ଥିବା କହିଛନ୍ତି ଭାରତର କୌଶଳୀ ପେସ୍‌ ବୋଲର ମହମ୍ମଦ ଶାମି। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ…

ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ଆୟୋଜନ କରିବାକୁ ପାକିସ୍ତାନ ପ୍ରସ୍ତୁତ

ଇସ୍‌ଲାମାବାଦ୍‌,୨୨।୧୧(ଏପି): ପାଖାପାଖି ଏକ ଦଶନ୍ଧି ପରେ ପାକିସ୍ତାନରେ କ୍ରିକେଟ ମ୍ୟାଚ୍‌ ତଥା ସିରିଜ ଆୟୋଜନ ନେଇ ରାସ୍ତା ଖୋଲିଛି। ୨୦୦୯ରେ ଆତଙ୍କବାଦୀ ଘଟଣା ପରେ କ୍ରିକେଟ ଖେଳୁଥିବା ଦେଶଗୁଡିକ ପାକିସ୍ତାନ ଗସ୍ତ କରିବାକୁ ଅମଙ୍ଗ ହେଉଥିଲେ। ତେବେ ଆସନ୍ତା ୨୦୨୧ରେ ପାକିସ୍ତାନ…

ଦକ୍ଷିଣ ଭାରତ ବୁଲିବାକୁ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର,୨୨।୧: ପରିଭ୍ରମଣକାରୀମାନଙ୍କ ପାଇଁ ରେଳବାଇ ପକ୍ଷରୁ ଏକ ସ୍ବତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି। ଉକ୍ତ ଟ୍ରେନ୍‌ର ନାମ ରହିଛି ‘ଭାରତ ଦର୍ଶନ’, ଯେଉଁଥିରେ ପର୍ଯ୍ୟଟକମାନଙ୍କୁ ଦକ୍ଷିଣ ଭାରତର ସମସ୍ତ ପର୍ଯ୍ୟଟନସ୍ଥଳ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପରିଦର୍ଶନ କରାଇବାର ଯୋଜନା ରହିଛି। ଏହି…

ଦାନ ଜମିରେ ଧାନ ମଣ୍ଡି

କୋକସରା, ୨୨।୧୧ (ଡି.ଏନ.ଏ.) ମଣ୍ଡି ପାଇଁ ଜାଗା ମିଳୁ ନ ଥିଲା। ଗମ୍ଭାରୀଗୁଡାର ଚାଷୀ ମାଧବ ରାଉତ ନିଜ ୧ ଏକର ଚାଷ ଜମିକୁ ମଣ୍ଡି ପାଇଁ ଦାନ କରିଥିଲେ। ଶନିବାର ତାଙ୍କ ହାତରେ ସେହି ମଣ୍ଡି ଉଦ୍‌ଘାଟିତ ହୋଇଛି। କଳାହାଣ୍ଡି…

‘୫ବର୍ଷରେ ଦ୍ୱିଗୁଣିତ ହେବ ଭାରତର ପେଟ୍ରୋଲିୟମ ବିଶୋଧନ କ୍ଷମତା’

ନୂଆଦିଲ୍ଲୀ,୨୨।୧୧: ଆଗାମୀ ୫ ବର୍ଷ ମଧ୍ୟରେ ଭାରତର ପେଟ୍ରୋଲିୟମ ବିଶୋଧନ କ୍ଷମତା ଦ୍ୱିଗୁଣିତ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି। ଶନିବାର ମୋଦି ଏ ସମ୍ପର୍କରେ ଏକ ବିସ୍ତୃତ ମନ୍ତବ୍ୟ ଦେଇ କହିଥିଲେ, ପୂର୍ବରୁ ଜୁନ୍‌ ମାସରେ…

ଡାଇବେଟିସ୍‌ ରୋଗୀଙ୍କ ପାଇଁ ସୋୟାବିନ କାହିଁକି ଲାଭଦାୟକ ଜାଣନ୍ତୁ

ଆମେରିକାସ୍ଥିତ ମାସାଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଏମ୍‌ଆଇଟି)ର ଏକ ଗବେଷଣାରୁ ଜଣାପଡ଼ିଛି, ଡାଇବେଟିସ ରୋଗୀଙ୍କ ପାଇଁ ସୋୟାବିନ ସବୁଠୁ ଲାଭଦାୟକ। ଏଥିରେ ଆଇସୋଫ୍ଲୋଭୋନେସ୍‌ ରହିଛି, ଯାହା ବ୍ଲଡ୍‌ ସୁଗାର ଓ କୋଲେଷ୍ଟରଲ ସ୍ତର କମ୍‌ କରିବାରେ ସାହାଯ୍ୟ କରିଥାଏ। ଏପରିକି ହୃଦ୍‌ଘାତ ଏବଂ କିଡ୍‌ନୀଜନିତ…

ଜାତୀୟ ମହିଳା ଫୁଟ୍‌ବଲ କ୍ୟାମ୍ପ : ଓଡ଼ିଶାରୁ ଯବାମଣି, ପ୍ୟାରୀ

ନୂଆଦିଲ୍ଲୀ, ୨୨ା୧୧ (ପି.ଟି.)-ଭାରତୀୟ ସିନିୟର ମହିଳା ଦଳର କ୍ୟାମ୍ପ ଡିସେମ୍ବର ୧ରୁ ଗୋଆରେ ଆରମ୍ଭ ହେବ। କରୋନା ଭାଇରସ୍‌ ପାଇଁ ଲକ୍‌ଡାଉନ୍‌ ପରେ ଏହା ମହିଳା ଖେଳାଳିଙ୍କର ପ୍ରଥମ ଜାତୀୟ କ୍ୟାମ୍ପ। ଏଥିପାଇଁ ୩୦ଜଣ ଖେଳାଳିଙ୍କ ମଧ୍ୟରେ ଓଡ଼ିଶାର ଦୁଇଜଣ ଯବାମଣି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri