Home Left

ଏଲ୍‌ଓସିରେ ପାକିସ୍ତାନୀ ଯୁଦ୍ଧ ବିମାନ: ଆଲର୍ଟରେ ଭାରତୀୟ ସେନା

ଶ୍ରୀନଗର,୩୦।୧୧: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ ଉତ୍ତେଜନା ବଢ଼ିଚାଲିଛି। ସୋମବାର ପୁଞ୍ଚ୍‌ ଜିଲାର ଢ଼ୋକରି ଅଞ୍ଚଳର ଡାଗଓ୍ବରଠାରେ ପାକିସ୍ତାନୀ ଯୁଦ୍ଧ ବିମାନକୁ ଠାବ କରାଯାଇଛି। ସକାଳ ୭ଟା ୪୫ ସମୟରେ ଯୁଦ୍ଧ ବିମାନଟି ଉଡ଼ି ବୁଲୁଥିବା ଦେଖାଯାଇଥିଲା। ଏହାକୁ…

ପରଲୋକରେ ସେନଗାରଙ୍କ ବିରୋଧରେ କେସ୍‌ ଲଢ଼ୁଥିବା ଓକିଲ ମହେନ୍ଦ୍ର

ଉନ୍ନାଓ,୩୦।୧୧: ଉତ୍ତରପ୍ରଦେଶ ଉନ୍ନାଓ ବଳାତ୍କାର ମାମଲାରେ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେନଗାରଙ୍କ ବିରୋଧରେ କେସ୍‌ ଲଢ଼ୁଥିବା ଓକିଲ ମହେନ୍ଦ୍ର ସିଂହ ମାଖିଙ୍କ ପରଲୋକ ଘଟିଛି। ରାୟବରେଲିରେ ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ଆହତ ହେବା ପରେ ପ୍ରାୟ ୧ବର୍ଷ ଧରି…

ବଦନାମ ପାଇଁ ବଦଳାଯିବ ଏହି ଗାଁର ନାଁ

ଯଦି ଆପଣଙ୍କ ଗାଁ କିମ୍ବା ସହରର ନାଁ କୌଣସି ଆପତ୍ତିଜନକ ଶବ୍ଦରେ ହୋଇଥିବ ତେବେ ଏହାର ନାଁ କହିବାକୁ ନିଶ୍ଚିତ ଲାଜ ଲାଗିବ। ଅଷ୍ଟ୍ରିଆରେ ଏମିତି ଏକ ଗାଁ ଅଛି। ଯାହାର ନାଁ ନେବାକୁ ଲୋକେ ଉଚିତ୍‌ ମନେ କରନ୍ତି ନାହିଁ।…

କୁକୁର ସହ ଖେଳୁ ଖେଳୁ ଭାଙ୍ଗିଲା ବାଇଡେନ୍‌ଙ୍କ ଗୋଡ

ୱାଶିଂଟନ,୩୦ ।୧୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ କୁକୁର ସହ ଖେଳୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି । ସିଏନ୍‌ଏନ୍‌ର ଏକ ରିପୋର୍ଟ ଅନୁଯାୟୀ, କୁକୁର ସହ ଖେଳୁଥିବା ସମୟରେ ଦୁର୍ଘଟଣା ଯୋଗୁ ତାଙ୍କ ଗୋଡ ସାମାନ୍ୟ…

ଡିସେମ୍ବର ୧୫ ସୁଦ୍ଧା ଭାଙ୍ଗିଯିବ ଦିଦିଙ୍କ ସରକାର: ୬୨ ତୃଣମୂଳ ବିଧାୟକ ଭାଜପା ଯୋଗାଯୋଗରେ !

କୋଲକାତା,୩୦।୧୧: ପଶ୍ଚିମବଙ୍ଗରେ ଭାଜପା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରଙ୍କ ପାଇଁ କଣ୍ଟା ପାଲଟିଛି। ଏପରିସ୍ଥଳେ ଭାଜପା ଏମ୍‌ପି ସୌମିତ୍ର ଖାନ୍‌ଙ୍କ ମନ୍ତବ୍ୟ ନେଇ ରାଜ୍ୟ ରାଜନୀତିରେ ଉଷ୍ଣତା ବଢ଼ିବାରେ ଲାଗିଛି। ସେ କହିଛନ୍ତି ଯେ, ଡିସେମ୍ବର ୧୫ ସୁଦ୍ଧା ରାଜ୍ୟରେ ମମତା…

ଭାରତ ବିପକ୍ଷରେ ମାକ୍ସଓ୍ବେଲ୍‌ଙ୍କ ଅର୍ଦ୍ଧଶତକ: ପଞ୍ଜାବ କୋଚ୍‌ କହିଲେ ଏହା ଏକ ଅପରାଧ

ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ୍‌) କିଙ୍ଗସ ଏକାଦଶ ପଞ୍ଜାବର ବ୍ୟାଟିଂ କୋଚ ୱାସିମ ଜାଫର୍‌ ମଜାଳିଆ ଟୁଇଟ୍‌ କରିଛନ୍ତି। ରବିବାର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ପରେ ୱାସିମ ଜାଫର୍‌ ଏକ ମଜାଦାର ବଲିଉଡ ମେମ…

କ୍ରିକେଟ ମ୍ୟାଚ୍‌ ଦେଖିବା ଆଶା ହରାଇ ନାହାନ୍ତି ଏହି ଯୁବକ, ଦୀର୍ଘ ୮ ମାସ ହେଲା ଶ୍ରୀଲଙ୍କାରେ ଅଟକି ରହିଛନ୍ତି

କେବଳ ଭାରତ ନୁହେଁ, ଇଂଲଣ୍ଡରେ ମଧ୍ୟ କ୍ରିକେଟର କ୍ରେଜ୍‌ ଭରପୂର ହୋଇ ରହିଛି। ୩୭ ବର୍ଷୀୟ ରବ୍‌ ଲୁଇସ୍‌ ହେଉଛନ୍ତି ଏମିତି ଜଣେ ବ୍ୟକ୍ତି ଯିଏ କି ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମ୍ୟାଚ ଦେଖିବା ପାଇଁ ଦୀର୍ଘ ୮ ମାସ ଧରି…

ସଚିନଙ୍କୁ ପଛରେ ପକାଇଲେ କୋହଲି

ସିଡନୀ,୩୦।୧୧:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ତାଙ୍କ ପୁରୁଣା ଫର୍ମକୁ ଫେରୁଛନ୍ତି। ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ସେ ୮୩ ବଲରେ ୮୯ରନ ସଂଗ୍ରହ କରିଥିଲେ। ତେବେ ଏହି ମ୍ୟାଚ୍‌ ପରାଜୟ ସହ ଭାରତ ଅଷ୍ଟ୍ରେଲିଆ…

ଆରୋଗ୍ୟ ନ ହେଲେ ବି ଏଡସ୍‌ ମହାମାରୀରୁ ବଞ୍ଚିବା ସମ୍ଭବ

ନୂଆଦିଲ୍ଲୀ/ଓ୍ବାଶିଂଟନ,୩୦।୧୧: ପୃଥିବୀରେ ଏଡସ୍‌ ମହାମାରୀ ବିଭିନ୍ନ ବିକଶିତ ରାଷ୍ଟ୍ରଙ୍କୁ ଚିନ୍ତାରେ ପକାଇଛି। ଏ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଡିସେମ୍ବର ୧ରେ ଏଡସ୍‌ ଦିବସ ପାଳିତ ହୋଇଥାଏ। ୧୯୯୫ ଠାରୁ ଆମେରିକାରେ ଡିସେମ୍ବର ୧ ଦିନଟିକୁ ସରକାରୀ ତାଲିକାଭୁକ୍ତ କରାଯାଇଥିଲା।…

ଭାରତର ପରାଜୟ ପରେ ଉପଅଧିନାୟକଙ୍କ ଅଜବ ମନ୍ତବ୍ୟ

ସିଡନୀ,୩୦।୧୧: ଅଷ୍ଟ୍ରେଲିଆଠାରୁ କ୍ରମାଗତ ଦୁଇଟି ମ୍ୟାଚ ପରାସ୍ତ ହୋଇ ଭାରତୀୟ ଦଳ ସିରିଜ୍‌ ୨-୦ରେ ହାରିଛି । ଏବେ ଡିସେମ୍ବର ୨ରେ ସେ ସମ୍ମାନ ବଞ୍ଚାଇବା ପାଇଁ କାନବେରାରେ ତୃତୀୟ ଦିନିକିଆ ମ୍ୟାଚ୍‌ ଖେଳିବ। ଅଷ୍ଟ୍ରେଲିଆ ପ୍ରତ୍ୟେକ କ୍ଷେତ୍ରରେ ଭାରତୀୟ ଦଳକୁ…

ବିବାହ ପୂର୍ବରୁ ପ୍ରେମିକଙ୍କ ପଡୋଶୀ ହେବାକୁ ଏତିକି କୋଟି ଖର୍ଚ୍ଚ କଲେ ଆଲିଆ ଭଟ୍ଟ

ବଲିଉଡ୍‌ କପଲ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଅନେକ ଦିନ ହେବ ରିଲେସନଶିପ୍‌ରେ ଅଛନ୍ତି। ସେମାନଙ୍କ ବିବାହକୁ ନେଇ ଅନେକ ସମୟରେ ଖବର ସାମ୍ନାକୁ ଆସୁଛି। ଚଳିତବର୍ଷ ସେମାନେ ବିବାହ କରିବେ ବୋଲି କିଛିଦିନ ପୂର୍ବେ ଶୁଣିବାକୁ ମିଳୁଥିଲା। ତେବେ…

ଟ୍ରମ୍ପ୍‌ ପୁଣି ଫେଲ୍‌: ଓ୍ବିସକୋନସିନ୍‌ ଭୋଟ ଗଣନାରେ ବାଇଡେନ୍‌ ବିଜୟୀ,ପାଣିରେ ପଡ଼ିଲା ୩୦ ଲକ୍ଷ ଡଲାର

ଓ୍ବାଶିଂଟନ,୩୦।୧୧: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆମେରିକା ରାଷ୍ଟ୍ରପତି ନିର୍ବାଚନ ବିରୋଧରେ କରିଥିବା ଦାବିରେ ପୁଣି ଅସଫଳ ହୋଇଛନ୍ତି। ସେ ଓ୍ବିସକୋନସିନ୍‌ ରାଜ୍ୟର ୨ଟି ବଡ଼ କାଉଣ୍ଟିର ଭୋଟ ଗଣନା ପୁଣିଥରେ କରିବାକୁ କହିଥିଲେ। ତେବେ ଏଥିରେ ମଧ୍ୟ ଟ୍ରମ୍ପ୍‌ଙ୍କୁ ସଫଳତା ମିଳିନାହିଁ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri