ପୃଥିବୀର କଷ୍ଟସାଧ୍ୟ ପରୀକ୍ଷା ମାଷ୍ଟର ସମେଲିଅର ଡିପ୍ଲୋମା

ସଫଳ ବୃତ୍ତିଗତ ଜୀବନରେ ପାଦଦେବା ଆଗରୁ ମଣିଷ ସମ୍ମୁଖୀନ ହୋଇଥାଏ ଅନେକ ପରୀକ୍ଷାର। ସେଥିରୁ କେତୋଟିରେ ସହଜରେ ସଫଳତା ମିଳିଥାଏ ତ ଆଉ କେତେକରେ ବିଫଳତା। ହେଲେ ଏକଥା ହୁଏତ ଜାଣି ନ ଥିବେ ଯେ, ପୃଥିବୀର ସବୁଠାରୁ କଷ୍ଟକର ପରୀକ୍ଷା ହେଉଛି ‘ମାଷ୍ଟର ସମେଲିଅର ଡିପ୍ଲୋମା’। ଏହି ପରୀକ୍ଷାରେ ମଦର ସ୍ବାଦ ନ ବାରି କେବଳ ଶୁଙ୍ଘିକରି ଏହା ବିଷୟରେ ବିସ୍ତୃତ ତଥ୍ୟ ଦେବାକୁ ପଡ଼ିଥାଏ। ତେଣୁ ଏଭଳି କଠିନ ପରୀକ୍ଷାରେ ଅଧିକାଂଶ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇପାରନ୍ତି ନାହିଁ।

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ପରୀକ୍ଷା ଆୟୋଜନ କରିବା ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି। ଦେଶର କେତେକ ରାଜ୍ୟର ସରକାର ପ୍ରାଥମିକ ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ରଙ୍କୁ ଚଳିତବର୍ଷ ସାମୂହିକ ପାସ୍‌ କରାଇଦେଇଛନ୍ତି। ଏ ତ ଗଲା ଭାରତର କଥା। ପୃଥିବୀରେ ଏମିତି ଅନେକ ପରୀକ୍ଷା ରହିଛି, ଯାହାର ସମ୍ମୁଖୀନ ହେବା ପୂର୍ବରୁ ବ୍ୟାପକ ପ୍ରସ୍ତୁତି କରିବାକୁ ପଡ଼େ। ତେବେ ‘ମାଷ୍ଟର ସମେଲିଅର ଡିପ୍ଲୋମା’ ପରୀକ୍ଷାକୁ ସବୁଠାରୁ କଷ୍ଟକର ପରୀକ୍ଷାର ଶୀର୍ଷରେ ରଖାଯାଇଛି। ଚାରି ପର୍ଯ୍ୟାୟରେ ଏହି ପରୀକ୍ଷା ହୋଇଥାଏ। ଅନ୍ତିମ ରାଉଣ୍ଡରେ ପରୀକ୍ଷାର୍ଥୀଙ୍କୁ ମଦକୁ ଶୁଙ୍ଘିକରି କହିବାକୁ ପଡ଼ିଥାଏ, ଏହା କେଉଁ ଦେଶର ଏବଂ କେତେ ବର୍ଷ ପୁରୁଣା। ଏଭଳି ଜଟିଳ ପରୀକ୍ଷାରେ ଉତ୍ତୀନ୍ନ ହେବା ସହଜ ନୁହେଁ, ତେଣୁ ଅଧିକାଂଶ ପରୀକ୍ଷାର୍ଥୀ ଫେଲ ହୋଇଯାଇଥାନ୍ତି।
ଏମିତି ହୋଇଥିଲା ଆରମ୍ଭ
ମଦକୁ ସର୍ବାଧିକ ପସନ୍ଦ କରୁଥିବା କେତେଜଣ ବ୍ୟକ୍ତି ମିଳିତ ଭାବେ ୧୯୭୭ରେ ଏକ ସଂସ୍ଥା ସ୍ଥାପନ କରିଥିଲେ। ସେମାନେ ଏହାର ନାମ ଦେଇଥିଲେ କୋର୍ଟ ଅଫ୍‌ ମାଷ୍ଟର ସମେଲିଅର (ସିଏମ୍‌ଏସ୍‌)। ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କୁ ତାଙ୍କ ଚାହିଦା ଏବଂ ଉତ୍କୃଷ୍ଟ ଧରଣର ମଦ ପ୍ରସ୍ତୁତ କରି ପରିବେଷଣ କରିବା ଏହାର ମୂଳ ଉଦ୍ଦେଶ୍ୟ ରହିଥିଲା। ଫଳରେ ସଂସ୍ଥା ପକ୍ଷରୁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଆଲ୍‌କହଲ ସହିତ କେଉଁ ଖାଦ୍ୟ ଭଲ ସେ ସମ୍ପର୍କରେ ମଦ ପରିବେଷଣ କରୁଥିବା ବ୍ୟକ୍ତିଙ୍କୁ ଟ୍ରେନିଂ ଦିଆଯାଉଥିଲା। ୧୯୬୯ରେ ମାଷ୍ଟର ସମେଲିଅର ପରୀକ୍ଷା ହୋଇସାରିଥିଲା। ତେବେ ପରବର୍ତ୍ତୀ ସମୟରେ ସଂସ୍ଥାକୁ ନୂଆ ରୂପ ଦିଆଯାଇଥିଲା ଏବଂ ସୁବ୍ୟବସ୍ଥିତ ଢାଞ୍ଚାରେ ପରୀକ୍ଷା ଆରମ୍ଭ ହୋଇଥିଲା।
ବଡ଼ ବଡ଼ ରେଷ୍ଟୁରାଣ୍ଟ ଏବଂ ବାର୍‌ରେ ଗ୍ରାହକଙ୍କୁ ସେମାନଙ୍କ ମନପସନ୍ଦର ମଦ ପରିବେଷଣ କରିବାକୁ ପ୍ରଫେଶନାଲ ନିୟୋଜିତ ହୋଇଥାନ୍ତି। ସେମାନଙ୍କ ମୁଖ୍ୟକାମ ହୋଟଲକୁ ଆସୁଥିବା ବ୍ୟକ୍ତିଙ୍କୁ ଠିକ୍‌ ମିଶ୍ରଣଯୁକ୍ତ ମଦ ପରିବେଷଣ କରିବା। ମାଷ୍ଟର ସମେଲିଅର ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀ ଏହି କାର୍ଯ୍ୟ କରିଥାନ୍ତି। ପଞ୍ଚତାରକା ହୋଟେଲରେ ସେମାନଙ୍କ ପଦ ମର୍ଯ୍ୟାଦା ମାଷ୍ଟର ଶେଫ୍‌ଙ୍କ ସହ ସମକକ୍ଷ ବୋଲି ବିବେଚନା କରାଯାଏ।
ଏହି ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ହେଲେ ବିଭିନ୍ନ ବ୍ରାଣ୍ଡର ମଦ, ଏହାର ପ୍ରସ୍ତୁତି ପ୍ରଣାଳୀ, ମଦ୍ୟପାନ କରୁଥିବା ବ୍ୟକ୍ତି ପସନ୍ଦର ଅନୁମାନ କରିବା, ପ୍ରଚଳିତ ପାର୍ଟି ଫଙ୍କ୍‌ସନ୍‌ ଆଦି ବିଷୟରେ ଜ୍ଞାନ ରହିବା ଜରୁରୀ। ପରୀକ୍ଷାରେ ମଦକୁ ନେଇ ରହିଥିବା ଦର୍ଶନ ସମ୍ପର୍କିତ ଅନେକ ପ୍ରଶ୍ନ ପଚରାଯାଇଥାଏ। ଏହି ପରୀକ୍ଷା ଏତେ କଠିନ ଯେ, ଥରକରେ ପୂର୍ଣ୍ଣାଙ୍ଗ ହୁଏନାହିଁ। ୩ବର୍ଷ ଯାଏ କିଛି କିଛି ପରୀକ୍ଷା ଜାରି ରହିଥାଏ। ପରୀକ୍ଷାର୍ଥୀଙ୍କ ମଧ୍ୟରୁ ହାରାହାରି ୯ଜଣ ଥରକରେ ପାସ୍‌ ହେଉଥିବା ନଜିର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

କଂଗ୍ରେସ ଶାସନ ସମୟରେ କାହିଁକି ପାକିସ୍ତାନ ଆକ୍ରମଣର ଜବାବ ଦିଆଯାଇ ନ ଥିଲା, କାରଣ କହିଲେ ଶାହା

ନୂଆଦିଲ୍ଲୀ,୨୩।୪: ଲୋକ ସଭା ନିର୍ବାଚନ -୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅଭିଯାନ ଜୋରସୋରରେ ଚାଲିଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ମହାରାଷ୍ଟ୍ରର ଆକୋଲା ଠାରେ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସରିଲା ନିର୍ବାଚନ ପ୍ରଚାର, ଶୁକ୍ରବାର ପଡିବ ଭୋଟ୍‌

ନୂଆଦିଲ୍ଲୀ,୨୩।୪: ଆରମ୍ଭ ହୋଇଯାଇଛି ଦେଶର ସବୁଡାରୁ ମଡ଼ ମହାପର୍ବ ନିର୍ବାଚନ ୨୦୨୪। ତେବେ ଆଜି ୨ୟ ପର୍ଯ୍ୟାୟ ମତଦାନ ପାଇଁ ସରିଛି ପ୍ରଚାର । ଶେଷ...

ଟିକେଟ ବିକୁଛନ୍ତି ତେଜସ୍ବୀ ଯାଦବ: କଂଗ୍ରେସ ନେତା

ବାଲ୍ମିକିନଗର,୨୩।୪: ବିହାରର ବାଲ୍ମିକିନଗରରେ ଥିବା ଗ୍ରାଣ୍ଡ ଆଲାଇନ୍ସରେ ବିଦ୍ରୋହର ସ୍ବର ବୃଦ୍ଧି ପାଇବାରେ ଲାଗିଛି। ତେଜସ୍ବୀ ଯାଦବଙ୍କୁ ପୁଞ୍ଜିପତିମାନଙ୍କୁ ଟିକେଟ ବିକ୍ରି କରୁଥିବା ଅଭିଯୋଗ କରି...

ସବୁଠାରୁ ଧନୀ ପ୍ରାର୍ଥୀ

ନୂଆଦିଲ୍ଲୀ,୨୩।୪: ତେଲୁଗୁ ଦେଶମ ପାର୍ଟିର ଡାକ୍ତର ଚନ୍ଦ୍ର ଶେଖର ପେମାସାନୀ ଗୁଣ୍ଟୁର ଲୋକ ସଭା ଆସନରୁ ଆଜି ପର୍ଯ୍ୟନ୍ତ ଦାଖଲ କରାଯାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ପରିବାରକୁ ଶେଷ କରିବାକୁ ସୁପାରି ଦେଇଥିଲେ ପୁଅ, ହେଲେ ଭୁଲରେ ଅତିଥିଙ୍କୁ ମାରିଲେ କିଲର, ଜାଣନ୍ତୁ ମର୍ଡର ମିଷ୍ଟ୍ରି

ବେଙ୍ଗାଲୁରୁ,୨୩।୪: କର୍ନାଟକର ଜଣେ କାଳିଯୁଗ ପୁଅର ହୃଦୟ ବିଦାରକ କାର୍ଯ୍ୟ ସାମ୍ନାକୁ ଆସିଛି। ତାଙ୍କ ମାତାପିତା ଏବଂ ସାବତ ଭାଇଙ୍କ ହତ୍ୟା ପାଇଁ ସେ ୬୫...

ମୁର୍ଖ ନ ଥିଲେ ନେହେରୁ-ଇନ୍ଦିରା, କାହିଁକି ଏମିତି କହିଲେ ଶାନ୍ତିଶ୍ରୀ ପଣ୍ଡିତ

ନୂଆଦିଲ୍ଲୀ,୨୩।୪: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କୁଳପତି ପ୍ରଫେସର ଶାନ୍ତିଶ୍ରୀ ପଣ୍ଡିତ କହିଛନ୍ତି ଯେ ଧର୍ମ, ଭାଷା ଏବଂ ‘ଡ୍ରେସ କୋଡ’ରେ ସମାନତା ଦେଶରେ କାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri