ଘରକୁ ଆସୁଛନ୍ତି ନୂଆ ଅତିଥି ମା’ ହେବେ ସେଲିବ୍ରିଟି

କରୋନା ମହାମାରୀ ଭିତରେ ବଲିଉଡ୍‌ରୁ ଆସିଛି ଖୁସି ଖବର। ଜଣେ କି ଦୁଇଜଣ ନୁହେଁ, ଚଳିତବର୍ଷ ଏକାଧିକ ସେଲିବ୍ରିଟି ମାତୃତ୍ୱ ଲାଭ କରିବେ। ମା’ ହେବାରୁ କଳ୍ପନାତୀତ ଖୁସି ବିଷୟରେ ସେମାନେ ସୋସିଆଲ ମଡ଼ିଆରେ ନିୟମିତ ସୂଚନା ଦେଇ ଚାଲିଛନ୍ତି। ଏହାକୁ ନେଇ ବଲିଉଡ୍‌ରେ ଆରମ୍ଭ ହୋଇଛି ସେଲିବ୍ରେଶନ ମାହୋଲ।

ମୁମ୍ବାଇ: ୨୦୨୦ ବର୍ଷ ଥିଲା କରୋନାର। ଏଥିରେ ସବୁଠୁ ବେଶି କ୍ଷତି ସହିଥିଲା ସିନେଜଗତ। ହାତରେ କାମ ନ ଥିବାରୁ ମାନସିକ ସନ୍ତୁଳନ ହରାଇ ଅନେକ ସିନେ ତାରକା ବାଛି ନେଇଥିଲେ ଆତ୍ମହତ୍ୟାର ବାଟ। ସେହିପରି କରୋନା ଭୂତାଣୁ କବଳରେ ପଡ଼ି ବହୁ କଳାକାରଙ୍କ ମୃତ୍ୟ ଘଟିଥିଲା, ଯାହା ବଲିଉଡ୍‌ରେ ଖେଳାଇ ଦେଇଥିଲା ବିଷାଦର ଛାୟା। କରୋନା ଯାତନା ଭିତରେ ୨୦୨୧ ଆଣିଛି ନୂଆ ଆଶା। ଭୂତାଣୁ ଭୟ ଭିତରେ ଅନେକ ସେଲିବ୍ରିଟି ବାନ୍ଧି ହୋଇଯାଇଛନ୍ତି ବିବାହ ବନ୍ଧନରେ। ସେମାନଙ୍କ ମଧ୍ୟରୁ ଅନେକ ଦମ୍ପତି ଫ୍ୟାନ୍ସ, ଫଲୋୟର୍ସମାନଙ୍କୁ ସରପ୍ରାଇଜ୍‌ ଦେବାକୁ ଚାହିଁ ବସିଛନ୍ତି। ବର୍ଷ ଆରମ୍ଭରେ ବୀରୁଷ୍କାଙ୍କ ଘରକୁ ଆସିଛନ୍ତି ନୂଆ ଅତିଥି। ଏହି କ୍ରମରେ କରୀନା କପୁର ଏବଂ ସୈଫଅଲ୍ଲି ଖାନ୍‌ ମଧ୍ୟ ନିଜର ଦ୍ୱିତୀୟ ସନ୍ତାନକୁ ସ୍ବାଗତ କରିସାରିଛନ୍ତି। ଏବେ ଏହି ଧାରା ଆଗକୁ ମଧ୍ୟ ଜାରି ରହିବ। କାରଣ ଖୁବ୍‌ଶୀଘ୍ର ଚଳଚିତ୍ର ଜଗତର ଅନେକ ଚର୍ଚ୍ଚିତ ସେଲିବ୍ରିଟି ମା’ ହେବେ।
ଲିସା ହେଡେନ୍‌: ଚର୍ଚ୍ଚିତ ଅଭିନେତ୍ରୀ ତଥା ମଡେଲ ଲିସା ହେଡେନ ଚଳିତବର୍ଷ ତୃତୀୟ ଥର ମାତୃତ୍ୱ ଲାଭ କରିବେ। ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଯଦି ସବୁକିଛି ଠିକ୍‌ଠାକ୍‌ ରୁହେ ତେବେ ଜୁନ୍‌ରେ ଲିସାଙ୍କ ଘରକୁ ଆସିବ କୁନି ଅତିଥି। ଏବେ ଲିସାଙ୍କ ଦୁଇପୁଅ ଜ୍ୟାକ୍‌ ଏବଂ ଲିୟୋ ଅଛନ୍ତି।
ଶ୍ରେୟା ଘୋଷାଲ:
ବଲିଉଡ୍‌ର ଭର୍ସାଟାଇଲ୍‌ ସିଙ୍ଗର ଶ୍ରେୟା ଘୋଷାଲ ମା’ ହେବେ। ଏହା ତାଙ୍କର ପ୍ରଥମ ଗର୍ଭ। ନିକଟରେ ଇନ୍‌ଷ୍ଟାଗ୍ରାମରେ ସେ ନିଜ ଫ୍ୟାନ୍‌ମାନଙ୍କୁ ଏହି ସୂଚନା ଦେଇଛନ୍ତି। ଏଥିସହ ଶ୍ରେୟା ନିଜର ବେବିବମ୍ପ ଫଟୋ ମଧ୍ୟ ସେୟାର କରିଛନ୍ତି।
ନୀତି ମୋହନ:
ପ୍ଲେବ୍ୟାକ୍‌ ସିଙ୍ଗର ତଥା ମ୍ୟୁଜିକ୍‌ କମ୍ପୋଜର ନୀତି ମୋହନ ମାତୃତ୍ୱ ଲାଭ କରିବେ। ନିଜର ପ୍ରଥମ ଗର୍ଭ ବିଷୟରେ ଶୁଭେଚ୍ଛୁଙ୍କୁ ସୂଚନା ଦେଇଛନ୍ତି। ସୋସିଆଲ ମିଡିଆ ଆକାଉଣ୍ଟରେ ଗର୍ଭାବସ୍ଥାର ଫଟୋ ଅପ୍‌ଲୋଡ୍‌ କରିବା ସହ ନୀତିମୋହନ ଲେଖିଛନ୍ତି ୧ + ୧ = ୩।
କିଶ୍ୱର ମାର୍ଚ୍ଚେଣ୍ଟ: ଟେଲିଭିଜନ ଜଗତର ଜଣାଶୁଣା ଅଭିନେତ୍ରୀ କିଶ୍ୱର ମାର୍ଚ୍ଚେଣ୍ଟ ମା’ ହେବାକୁ ଯାଉଛନ୍ତି। ସେ ଏ ସଂକ୍ରାନ୍ତରେ ଏକ ପୋଷ୍ଟ ସେୟାର କରିଛନ୍ତି। ଆସନ୍ତା ଅଗଷ୍ଟରେ ତାଙ୍କ ଘରକୁ ନୂଆ ଅତିଥି ଆସୁଥିବା ସେ ଏଥିରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାନ୍ତ କିଶୋରଙ୍କ ବଡ଼ ପ୍ରସ୍ତୁତି: ନୀତୀଶ କୁମାରଙ୍କ ପୂର୍ବରୁ ନିଜେ କରିବେ ଏମିତି କାମ, ଦେଶରେ ଚହଳ

ପାଟନା,୨୧।୮: ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ତଥା ବିଧାୟକ ପ୍ରଶାନ୍ତ କିଶୋର ଏବେ ବିହାରରେ ନିଜ ରାଜନୈତିକ ପ୍ରଭାବ ଆହୁରି ମଜବୁତ କରିବାକୁ ବଡ଼ ପ୍ରସ୍ତୁତି କରୁଛନ୍ତି।…

୨୮ ଅଗଷ୍ଟରେ ଲାଗୁଛି ଗ୍ରହଣ: ୬ ରାଶି ହୋଇଯାଆନ୍ତୁ ସତର୍କ, ଖର୍ଚ୍ଚ ହୋଇଯିବ ସବୁ ଟଙ୍କା…

୨୮ ଅଗଷ୍ଟ ୨୦୨୬ରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବ। ଜ୍ୟୋତିଷ ଶାସ୍ତ୍ରର ମାନ୍ୟତା ଅନୁଯାୟୀ ଏହାର ପ୍ରଭାବ ୬ଟି ରାଶି ଉପରେ ପଡ଼ିପାରେ। ଜାଣନ୍ତୁ କେଉଁ କେଉଁ…

ବିବାଦ ପାଇଁ ଶବ ସତ୍କାର କରାଇ ଦେଉନାହାନ୍ତି ଗ୍ରାମବାସୀ, ୩ ଦିନ ହେଲା ଶାଶୁଙ୍କ ଶବକୁ ଜଗିବସିଛନ୍ତି ବୋହୂ

ରାଜନଗର,୨୧ା୮(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ବୀରଭଞ୍ଜପୁର ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନା ଆସିଛି। ଯେଉଁଠି ହଜିଯାଇଛି ମାନବିକତା।…

ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର,୨୧ା୮: ଓଡ଼ିଆ ସଙ୍ଗୀତ ଜଗତର ସୁନାମଧନ୍ୟ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ବାସଭବନରେ ଶୁକ୍ରବାର ପରଲୋକ ଘଟିଛି। ଦେହାନ୍ତ ବେଳକୁ ତାଙ୍କୁ…

ସ୍ବାମୀଙ୍କ ହାତଗୋଡ଼ ବାନ୍ଧି ସ୍ତ୍ରୀଙ୍କ କାନ ଛିଣ୍ଡାଇ ସୁନାଫୁଲ ଝାମ୍ପିନେଲେ ଦୁର୍ବୃତ୍ତ, ନଗଦ ଟଙ୍କା ସହ ଆହୁରି…

ନବରଙ୍ଗପୁର,୨୧ା୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଦହଣା ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଉମେଶ ଚନ୍ଦ୍ର ରଥଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଛି। ଲକ୍ଷାଧିକ…

ପାକିସ୍ତାନରେ କେତେ ଟଙ୍କାରେ ମିଳୁଛି ସେକେଣ୍ଡ ହ୍ୟାଣ୍ଡ୍‌ ଗାଡ଼ି, ଦାମ୍‌ ଜାଣିଲେ ଚମକି ପଡିବେ…

ଇସଲାମାବାଦ,୨୧।୮: ପାକିସ୍ତାନରେ ପ୍ରବଳ ମହଙ୍ଗା ମାଡ଼ ଯୋଗୁଁ ସାଧାରଣ ଲୋକଙ୍କ ବଜେଟ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ନିତ୍ୟବ୍ୟବହାର୍ଯ୍ୟ ଜିନିଷଠାରୁ ଆରମ୍ଭ କରି ପେଟ୍ରୋଲ-ଡିଜେଲ ପର୍ଯ୍ୟନ୍ତ ସବୁକିଛି ମହଙ୍ଗା…

ହଠାତ୍‌ ଥାନାରେ ପହଞ୍ଚିଲେ ରାହୁଲ ଗାନ୍ଧୀ , ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୧। ୮: ଦିଲ୍ଲୀରେ ଛାତ୍ରମାନଙ୍କ ପ୍ରଦର୍ଶନ ସମୟରେ ପେଲେଟ ଗନ ବ୍ୟବହାରକୁ ନେଇ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପାର୍ଲାମେଣ୍ଟ ଷ୍ଟ୍ରିଟ ଥାନାରେ ପହଞ୍ଚିଛନ୍ତି।…

ଆଉ ଶସ୍ତା ନୁହେଁ, ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଦାମ୍‌ ବଢ଼ିବାର ବଡ଼ କାରଣ

ନୂଆଦିଲ୍ଲୀ,୨୧। ୮: ପେଟ୍ରୋଲ-ଡିଜେଲ ଦାମକୁ ନେଇ ପୁଣି ବଢ଼ିପାରେ ସାଧାରଣ ଲୋକଙ୍କ ଚିନ୍ତା। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟରେ ହଠାତ୍‌ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri