ଘରକୁ ଆସୁଛନ୍ତି ନୂଆ ଅତିଥି ମା’ ହେବେ ସେଲିବ୍ରିଟି

କରୋନା ମହାମାରୀ ଭିତରେ ବଲିଉଡ୍‌ରୁ ଆସିଛି ଖୁସି ଖବର। ଜଣେ କି ଦୁଇଜଣ ନୁହେଁ, ଚଳିତବର୍ଷ ଏକାଧିକ ସେଲିବ୍ରିଟି ମାତୃତ୍ୱ ଲାଭ କରିବେ। ମା’ ହେବାରୁ କଳ୍ପନାତୀତ ଖୁସି ବିଷୟରେ ସେମାନେ ସୋସିଆଲ ମଡ଼ିଆରେ ନିୟମିତ ସୂଚନା ଦେଇ ଚାଲିଛନ୍ତି। ଏହାକୁ ନେଇ ବଲିଉଡ୍‌ରେ ଆରମ୍ଭ ହୋଇଛି ସେଲିବ୍ରେଶନ ମାହୋଲ।

ମୁମ୍ବାଇ: ୨୦୨୦ ବର୍ଷ ଥିଲା କରୋନାର। ଏଥିରେ ସବୁଠୁ ବେଶି କ୍ଷତି ସହିଥିଲା ସିନେଜଗତ। ହାତରେ କାମ ନ ଥିବାରୁ ମାନସିକ ସନ୍ତୁଳନ ହରାଇ ଅନେକ ସିନେ ତାରକା ବାଛି ନେଇଥିଲେ ଆତ୍ମହତ୍ୟାର ବାଟ। ସେହିପରି କରୋନା ଭୂତାଣୁ କବଳରେ ପଡ଼ି ବହୁ କଳାକାରଙ୍କ ମୃତ୍ୟ ଘଟିଥିଲା, ଯାହା ବଲିଉଡ୍‌ରେ ଖେଳାଇ ଦେଇଥିଲା ବିଷାଦର ଛାୟା। କରୋନା ଯାତନା ଭିତରେ ୨୦୨୧ ଆଣିଛି ନୂଆ ଆଶା। ଭୂତାଣୁ ଭୟ ଭିତରେ ଅନେକ ସେଲିବ୍ରିଟି ବାନ୍ଧି ହୋଇଯାଇଛନ୍ତି ବିବାହ ବନ୍ଧନରେ। ସେମାନଙ୍କ ମଧ୍ୟରୁ ଅନେକ ଦମ୍ପତି ଫ୍ୟାନ୍ସ, ଫଲୋୟର୍ସମାନଙ୍କୁ ସରପ୍ରାଇଜ୍‌ ଦେବାକୁ ଚାହିଁ ବସିଛନ୍ତି। ବର୍ଷ ଆରମ୍ଭରେ ବୀରୁଷ୍କାଙ୍କ ଘରକୁ ଆସିଛନ୍ତି ନୂଆ ଅତିଥି। ଏହି କ୍ରମରେ କରୀନା କପୁର ଏବଂ ସୈଫଅଲ୍ଲି ଖାନ୍‌ ମଧ୍ୟ ନିଜର ଦ୍ୱିତୀୟ ସନ୍ତାନକୁ ସ୍ବାଗତ କରିସାରିଛନ୍ତି। ଏବେ ଏହି ଧାରା ଆଗକୁ ମଧ୍ୟ ଜାରି ରହିବ। କାରଣ ଖୁବ୍‌ଶୀଘ୍ର ଚଳଚିତ୍ର ଜଗତର ଅନେକ ଚର୍ଚ୍ଚିତ ସେଲିବ୍ରିଟି ମା’ ହେବେ।
ଲିସା ହେଡେନ୍‌: ଚର୍ଚ୍ଚିତ ଅଭିନେତ୍ରୀ ତଥା ମଡେଲ ଲିସା ହେଡେନ ଚଳିତବର୍ଷ ତୃତୀୟ ଥର ମାତୃତ୍ୱ ଲାଭ କରିବେ। ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଯଦି ସବୁକିଛି ଠିକ୍‌ଠାକ୍‌ ରୁହେ ତେବେ ଜୁନ୍‌ରେ ଲିସାଙ୍କ ଘରକୁ ଆସିବ କୁନି ଅତିଥି। ଏବେ ଲିସାଙ୍କ ଦୁଇପୁଅ ଜ୍ୟାକ୍‌ ଏବଂ ଲିୟୋ ଅଛନ୍ତି।
ଶ୍ରେୟା ଘୋଷାଲ:
ବଲିଉଡ୍‌ର ଭର୍ସାଟାଇଲ୍‌ ସିଙ୍ଗର ଶ୍ରେୟା ଘୋଷାଲ ମା’ ହେବେ। ଏହା ତାଙ୍କର ପ୍ରଥମ ଗର୍ଭ। ନିକଟରେ ଇନ୍‌ଷ୍ଟାଗ୍ରାମରେ ସେ ନିଜ ଫ୍ୟାନ୍‌ମାନଙ୍କୁ ଏହି ସୂଚନା ଦେଇଛନ୍ତି। ଏଥିସହ ଶ୍ରେୟା ନିଜର ବେବିବମ୍ପ ଫଟୋ ମଧ୍ୟ ସେୟାର କରିଛନ୍ତି।
ନୀତି ମୋହନ:
ପ୍ଲେବ୍ୟାକ୍‌ ସିଙ୍ଗର ତଥା ମ୍ୟୁଜିକ୍‌ କମ୍ପୋଜର ନୀତି ମୋହନ ମାତୃତ୍ୱ ଲାଭ କରିବେ। ନିଜର ପ୍ରଥମ ଗର୍ଭ ବିଷୟରେ ଶୁଭେଚ୍ଛୁଙ୍କୁ ସୂଚନା ଦେଇଛନ୍ତି। ସୋସିଆଲ ମିଡିଆ ଆକାଉଣ୍ଟରେ ଗର୍ଭାବସ୍ଥାର ଫଟୋ ଅପ୍‌ଲୋଡ୍‌ କରିବା ସହ ନୀତିମୋହନ ଲେଖିଛନ୍ତି ୧ + ୧ = ୩।
କିଶ୍ୱର ମାର୍ଚ୍ଚେଣ୍ଟ: ଟେଲିଭିଜନ ଜଗତର ଜଣାଶୁଣା ଅଭିନେତ୍ରୀ କିଶ୍ୱର ମାର୍ଚ୍ଚେଣ୍ଟ ମା’ ହେବାକୁ ଯାଉଛନ୍ତି। ସେ ଏ ସଂକ୍ରାନ୍ତରେ ଏକ ପୋଷ୍ଟ ସେୟାର କରିଛନ୍ତି। ଆସନ୍ତା ଅଗଷ୍ଟରେ ତାଙ୍କ ଘରକୁ ନୂଆ ଅତିଥି ଆସୁଥିବା ସେ ଏଥିରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓସ୍କାର ବିଜେତା ଏଲନ ଆର୍କିନଙ୍କ ଦେହାନ୍ତ

୨୦୦୬ ଚଳଚ୍ଚିତ୍ର ‘ଲିଟିଲ ମିସ ସନସାଇନ’ ପାଇଁ ଓସ୍କାର ଜିତିଥିବା ହଲିଉଡ ବାଦଶାହ ଏଲନ ଆର୍କିନଙ୍କ ୮୯ ବର୍ଷ ବୟସରେ ପରଲୋକ। କାଲିଫର୍ନିଆର କାର୍ଲସବାଡର ନିଜସ୍ବ...

ନୟନଜ୍ୟୋତି ଜିତିଲେ ମାଷ୍ଟର ସେଫ୍‌ ଇଣ୍ଡିଆ ୭ !

ବମ୍ବେ: ଅନ୍ତିମ ସୋପାନରେ ପହଞ୍ଚିଛି ରନ୍ଧନ ରିଆଲିଟି ଶୋ’ ‘ମାଷ୍ଟର ସେଫ୍‌ ଇଣ୍ଡିଆ ୭’। ଏହାର ଫାଇନାଲ ଟେଲିକାଷ୍ଟ ପାଇଁ ଆଉ କିଛି ସପ୍ତାହ ବାକି...

ସୋନମ ମା’ ହେବାକୁ ଯାଉଥିବା ଜାଣିବା ପରେ କାନ୍ଦି ପକାଇଥିଲେ ଅନିଲ

ମୁମ୍ବାଇ: ବଲିଉଡ ନାୟିକା ସୋନମ କପୁର ଏବେ ତାଙ୍କ ପ୍ରେଗନେନସି ପିରିୟଡକୁ ଏନଜୟ କରୁଛନ୍ତି । ସୋସିଆଲ ମିଡିଆରେ ଆକ୍ଟିଭ ଥିବା ଏହି ନାୟିକା ସମୟ...

ହ୍ରିତିକ ପାଲଟିଲେ ‘ଆଇଟମ୍‌ ବୟ’

ବମ୍ବେ: ଆଇଟମ୍‌ ବୟ ଭୂମିକାରେ ସୁପରଷ୍ଟାର ହ୍ରିତିକ୍‌ ରୋଶନ। ନିଜର ଆଗାମୀ ଫିଲ୍ମ ‘ବିକ୍ରମ ବେଧା’ରେ ବଲିଉଡ୍‌ ଅଭିନେତାଙ୍କ ଏଭଳି ଲୁକ୍‌ ପ୍ରଶଂସକଙ୍କୁ ସର୍‌ପ୍ରାଇଜ୍‌ କରିଛି।...

କ୍ରିସ୍‌ମାସ୍‌ରେ ରୋମାଣ୍ଟିକ ହେଲେ ଏହି ଦୁଇ ଯୋଡ଼ି

ବମ୍ବେ: ବଡଦିନ ତଥା ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ଜନ୍ମଦିନକୁ ଧୂମ୍‌ଧାମରେ ପାଳନ କରିଛନ୍ତି ବଲିଉଡର ଅନେକ କଳାକାର। ଅନେକ ଘରକୁ ରଙ୍ଗ ବେରଙ୍ଗର ଆଲୋକମାଳାରେ ସଜାଇ କ୍ରିସମାସ୍‌...

ଏହି ଫିଲ୍ମରେ ଡେବ୍ୟୁ କରିଥିଲେ ଭାଇଜାନ

ମୁମ୍ବାଇ: ବଲିଉଡ୍‌ର ହ୍ୟାଣ୍ଡସମ ବ୍ୟାଚଲର ସଲମାନ ଖାନ ଦୀର୍ଘ ବର୍ଷ ଧରି ତାଙ୍କ ପ୍ରଶଂସକଙ୍କର ମନୋରଞ୍ଜନ କରିଆସୁଛନ୍ତି। ତିନି ଦଶନ୍ଧି ଧରି ସେ ତାଙ୍କ କ୍ୟାରିୟରରେ...

ହ୍ରିତିକଙ୍କ ପରେ ସମ୍ପର୍କ ଉପରେ ମୋହର ମାରିଲେ ସୁଜୈନ

ବମ୍ବେ: ପରସ୍ପରଠାରୁ ଅଲଗା ହେବା ପରେ ଜୀବନରେ ଆଗକୁ ବଢ଼ିଛନ୍ତି ବଲିଉଡ ଅଭିନେତା ହ୍ରିତିକ ରୋଶନ ଏବଂ ସ୍ତ୍ରୀ ସୁଜୈନ ଖାନ୍‌। ଏବେ ଉଭୟ ନିଜ...

କଙ୍ଗନା ରାନାଓ୍ବତ ଏବଂ ଭଉଣୀ ରଙ୍ଗୋଲିଙ୍କୁ ସମନ ଜାରି କଲା ମୁମ୍ବାଇ ପୋଲିସ

ମୁମ୍ବାଇ,୨୧।୧୦-ଦେଶଦ୍ରୋହ ମାମଲାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କୁ ସମନ ଜାରି କରିଛି ମୁମ୍ବାଇ ପୋଲିସ। ଉଭୟଙ୍କୁ ଆସନ୍ତା ୨୬...

Advertisement
Archives

Model This Week