Posted inଖେଳ

ଖାଲି ହାତରେ ସ୍ବଦେଶ ଫେରିଲା ଇଂଲଣ୍ଡ

ପୁଣେ,୨୮।୩ : ଏଥର ଖାଲି ହାତରେ ଫେରିଛି ଇଂଲଣ୍ଡ। କୌଣସି ଫର୍ମାଟରେ ଜିତିପାରିଲା ନାହିଁ ସିରିଜ୍‌। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ଫିଲ୍ଡିଂ ବର୍ତ୍ତମାନ କେଉଁ ସ୍ଥରର ତାହା ଦେଖିବାକୁ ମିଳିଲା। ପ୍ରଥମେ ଟେଷ୍ଟ ଓ ଟି୨୦ ଆଉ ଏବେ ଦିନିକିଆ ଫାର୍ମାଟରେ ସିରିଜ୍‌ ଜିତିଛି ଭାରତ। ଟେଷ୍ଟରେ ଏକତରଫା ହେଲେ ସୀମିତ ଓଭର କ୍ରିକେଟରେ ଜିତିବା ପାଇଁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପୁଣେରେ ରବିବାର ଖେଳାଯାଇଥିବା ଦିନିକିଆ ସିରିଜ୍‌ର ନିର୍ଣ୍ଣାୟକ ମ୍ୟାଚ୍‌ରେ ଇଂଲଣ୍ଡକୁ ୭ ରନ୍‌ରେ ହରାଇ ଭାରତ ସିରିଜ୍‌କୁ ୨-୧ରେ ହାତେଇ ନେଇଛି।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୪୮.୨ ଓଭରରେ ୩୨୯ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ରିଷଭ ପନ୍ତ (୭୮ ରନ୍‌, ୫ ଚୌକା ଓ ୪ ଛକା), ଶିଖର ଧାଓନ (୬୭ ରନ୍‌, ୧୦ ଚୌକା) ଓ ହାର୍ଦ୍ଦିକ ପାଣ୍ଡ୍ୟା (୬୪ ରନ୍‌, ୫ ଚୌକା ଓ ୪ ଛକା)ଙ୍କ ଖେଳିଥିଲେ ଅର୍ଦ୍ଧଶତକ ଇନିଂସ। ଇଂଲଣ୍ଡ ପାଇଁ ମାର୍କ ଉଡ୍‌ ୩ ସଫଳତା ପାଇଥିବାବେଳେ ଆଦିଲ ରଶିଦ ହାତେଇଥିଲେ ୨ ଉଇକେଟ।

ଜବାବରେ ଇଂଲଣ୍ଡକୁ ମିଳି ନ ଥିଲା ପୂର୍ବ କିଛି ମ୍ୟାଚ୍‌ ଭଳି ବିସ୍ଫୋରକ ଆରମ୍ଭ। କ୍ରମାଗତ ଉଇକେଟ ପତନ ଘଟାଇଥିଲେ ଭାରତୀୟ ବୋଲର। ମୁଖ୍ୟତ ଶାର୍ଦ୍ଦୁଳ ଠାକୁର (୪) ଓ ଭୁବନେଶ୍ୱର କୁମାର (୩) ଘାତକ ବୋଲିଂ କରିଥିଲେ। କିଛିଟା ଶ୍ରେୟ କୋହଲିଙ୍କ ସେହି ଚମତ୍କାର କ୍ୟାଚ୍‌କୁ ଦେବାକୁ ପଡ଼ିବ। କିନ୍ତୁ ଦାଓ୍ବିଦ ମଲାନ(୫୦), ଲିଆମ ଲିଭିଙ୍ଗଷ୍ଟୋନ (୩୬) ଓ ସାମ କୁରାନ ଆକର୍ଷଣୀୟ ୯୫*ଙ୍କ ଯୋଗୁ ଇଂଲଣ୍ଡ ଦଳର ବିଜୟ ସମ୍ଭାବନା ଶେଷ ଓଭର ପର୍ଯ୍ୟନ୍ତ ଥିଲା। କିନ୍ତୁ ହିରୋ ହେଇଗଲେ ଟି. ନଟରାଜନ। ତାଙ୍କ ବୋଲିଂ ଯୋଗୁ ଇଂଲଣ୍ଡ ବିଜୟ ଲକ୍ଷ୍ୟଠାରୁ ୮ ରନ୍‌ ଦୂରରେ ରହି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri