Posted inଖେଳ

ଖାଲି ହାତରେ ସ୍ବଦେଶ ଫେରିଲା ଇଂଲଣ୍ଡ

ପୁଣେ,୨୮।୩ : ଏଥର ଖାଲି ହାତରେ ଫେରିଛି ଇଂଲଣ୍ଡ। କୌଣସି ଫର୍ମାଟରେ ଜିତିପାରିଲା ନାହିଁ ସିରିଜ୍‌। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ଫିଲ୍ଡିଂ ବର୍ତ୍ତମାନ କେଉଁ ସ୍ଥରର ତାହା ଦେଖିବାକୁ ମିଳିଲା। ପ୍ରଥମେ ଟେଷ୍ଟ ଓ ଟି୨୦ ଆଉ ଏବେ ଦିନିକିଆ ଫାର୍ମାଟରେ ସିରିଜ୍‌ ଜିତିଛି ଭାରତ। ଟେଷ୍ଟରେ ଏକତରଫା ହେଲେ ସୀମିତ ଓଭର କ୍ରିକେଟରେ ଜିତିବା ପାଇଁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପୁଣେରେ ରବିବାର ଖେଳାଯାଇଥିବା ଦିନିକିଆ ସିରିଜ୍‌ର ନିର୍ଣ୍ଣାୟକ ମ୍ୟାଚ୍‌ରେ ଇଂଲଣ୍ଡକୁ ୭ ରନ୍‌ରେ ହରାଇ ଭାରତ ସିରିଜ୍‌କୁ ୨-୧ରେ ହାତେଇ ନେଇଛି।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୪୮.୨ ଓଭରରେ ୩୨୯ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ରିଷଭ ପନ୍ତ (୭୮ ରନ୍‌, ୫ ଚୌକା ଓ ୪ ଛକା), ଶିଖର ଧାଓନ (୬୭ ରନ୍‌, ୧୦ ଚୌକା) ଓ ହାର୍ଦ୍ଦିକ ପାଣ୍ଡ୍ୟା (୬୪ ରନ୍‌, ୫ ଚୌକା ଓ ୪ ଛକା)ଙ୍କ ଖେଳିଥିଲେ ଅର୍ଦ୍ଧଶତକ ଇନିଂସ। ଇଂଲଣ୍ଡ ପାଇଁ ମାର୍କ ଉଡ୍‌ ୩ ସଫଳତା ପାଇଥିବାବେଳେ ଆଦିଲ ରଶିଦ ହାତେଇଥିଲେ ୨ ଉଇକେଟ।

ଜବାବରେ ଇଂଲଣ୍ଡକୁ ମିଳି ନ ଥିଲା ପୂର୍ବ କିଛି ମ୍ୟାଚ୍‌ ଭଳି ବିସ୍ଫୋରକ ଆରମ୍ଭ। କ୍ରମାଗତ ଉଇକେଟ ପତନ ଘଟାଇଥିଲେ ଭାରତୀୟ ବୋଲର। ମୁଖ୍ୟତ ଶାର୍ଦ୍ଦୁଳ ଠାକୁର (୪) ଓ ଭୁବନେଶ୍ୱର କୁମାର (୩) ଘାତକ ବୋଲିଂ କରିଥିଲେ। କିଛିଟା ଶ୍ରେୟ କୋହଲିଙ୍କ ସେହି ଚମତ୍କାର କ୍ୟାଚ୍‌କୁ ଦେବାକୁ ପଡ଼ିବ। କିନ୍ତୁ ଦାଓ୍ବିଦ ମଲାନ(୫୦), ଲିଆମ ଲିଭିଙ୍ଗଷ୍ଟୋନ (୩୬) ଓ ସାମ କୁରାନ ଆକର୍ଷଣୀୟ ୯୫*ଙ୍କ ଯୋଗୁ ଇଂଲଣ୍ଡ ଦଳର ବିଜୟ ସମ୍ଭାବନା ଶେଷ ଓଭର ପର୍ଯ୍ୟନ୍ତ ଥିଲା। କିନ୍ତୁ ହିରୋ ହେଇଗଲେ ଟି. ନଟରାଜନ। ତାଙ୍କ ବୋଲିଂ ଯୋଗୁ ଇଂଲଣ୍ଡ ବିଜୟ ଲକ୍ଷ୍ୟଠାରୁ ୮ ରନ୍‌ ଦୂରରେ ରହି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ପାରାଗୁଏକୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଫ୍ରାନ୍ସ

ଫିଲାଡେଲଫିଆ, ୫ା୭: ପେନାଲ୍ଟି କିକ୍‌ରୁ କିଲିଆନ ଏମ୍‌ବାପେଙ୍କ ଗୋଲ ବଳରେ ରବିବାର ଖେଳାଯାଇଥିବା ରାଉଣ୍ଡ ଅଫ୍‌-୧୬ ମ୍ୟାଚ୍‌ରେ ଫ୍ରାନ୍ସ ୧-୦ ଗୋଲରେ ପାରାଗୁଏକୁ ପରାସ୍ତ କରି କ୍ୱାର୍ଟର…

ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri