ବିବାହ ଏଡ଼ାଇବାକୁ ଆଇଏଏସ୍
ଚଣ୍ଡିଗଡ଼: କଠିନ ପରିଶ୍ରମ ଆଉ ଦୃଢ଼ ମନୋବଳ ହିଁ ସଫଳତାର ମୂଳମନ୍ତ୍ର। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ହରିୟାଣାର ନିଧି ସିବାଚ। ବିବାହ ପ୍ରସ୍ତାବକୁ ଏଡ଼ାଇବା ଜିଦ୍ରେ ଏବେ ସେ ଆଇଏଏସ୍ ଅଫିସର ହୋଇପାରିଛନ୍ତି। ହରିୟାଣାର ଗୁରୁଗ୍ରାମରେ ରହନ୍ତି ନିଧି ସିବାଚ।…
ସମସ୍ତଙ୍କ ପାଇଁ ନ୍ୟାୟ ଅନିବାର୍ଯ୍ୟ
ବିଶାଳ ଏ ବିଶ୍ୱ। ସୀମାଠୁ ଶରଣାର୍ଥୀ। ଆତଙ୍କବାଦଠୁ ସାମ୍ପ୍ରଦାୟିକ ହିଂସା। ଏମିତି ଅନେକ ସମସ୍ୟା। ଏହାକୁ ବାଦ୍ଦେଲେ ଗରିବୀ, ବେରୋଜଗାରୀ, ଅନାହାର, ବିଶ୍ୱତାପନ, ଯୁଦ୍ଧ ଭଳି ସମସ୍ୟା ସମଗ୍ର ମାନବଜାତିକୁ ବିପଦରେ ପକାଇଛି। ଏସବୁ ଭିତରେ ପୃଥିବୀର ପ୍ରତିଟି ମଣିଷକୁ ନ୍ୟାୟ…
ଧଳା କପଡ଼ାରେ ଗୁଡ଼ାଇ ହୋଇଥିବା ଏହି ହିରୋଇନ୍ଙ୍କ ଗୋଟିଏ ପୋଷ୍ଟର ପକାଇଥିଲା ଚହଳ
ବଲିଉଡ୍ର ବୋଲ୍ଡ ଅଭିନେତ୍ରୀ ଭାବେ ଉଦିତା ଗୋସ୍ବାାମୀ ଜଣାଶୁଣା। ୨୦୦୩ ମସିହାରେ ଉଦିତା ପୂଜା ଭଟ୍ଟଙ୍କ ଫିଲ୍ମ ‘ପାପ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଉଦିତାଙ୍କ କ୍ୟାରିୟରର ଏହା ଆରମ୍ଭ ଥିଲା କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ ହୋଇଥିଲା ।…
ଆଧୁନିକୀକରଣ ହେବ ଜେଲ
ଭୁବନେଶ୍ୱର,୧୭ା୭(ବ୍ୟୁରୋ): ରାଜ୍ୟରେ ଥିବା ଜେଲଗୁଡ଼ିକର ଆଧୁନିକୀକରଣ ହେବ। ଏନେଇ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଛି। ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ଜେଲ ବିଭାଗ ପକ୍ଷରୁ ଦିଆଯାଇଥିବା ବିଭିନ୍ନ ପ୍ରସ୍ତାବକୁ ଗୃହ ବିଭାଗ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଅନେକ ସମୟରେ ଜେଲରେ…
ଅନୁମତି ସତ୍ତ୍ୱେ ଗଡ଼ିଲା ନାହିଁ ବସ୍
କଟକ ଅଫିସ, ୧୭ା୭: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଶୁକ୍ରବାର ବସ୍ଷ୍ଟାଣ୍ଡରୁ ବସ୍ ଚଳାଚଳ ସ୍ୱାଭାବିକ ହୋଇଥାନ୍ତା। ତେବେ କଟକ ବାଦାମବାଡି ଅଞ୍ଚଳରୁ ସକାଳୁ ଗୋଟିଏ ବି ବସ୍ ଗଡିନାହିଁ। ବସ୍ ଚଳାଚଳ ନେଇ ବିଭିନ୍ନ ସମସ୍ୟା ରହିଥିବାରୁ ଏ ପ୍ରକାର…
ବିଭିନ୍ନ ଯୋଜନାର କାର୍ଯ୍ୟ ଅଗ୍ରଗତିକୁ ଗୁରୁତ୍ୱ
କଟକ ଅଫିସ ୧୭ା୭: କଟକ ଜିଲାପାଳଙ୍କ ସଦ୍ଭାବନା ସଭାଗୃହରେ ପଞ୍ଚମ ଜିଲା ଉନ୍ନୟନ, ସମନ୍ବୟ ଓ ତଦାରଖ କମିଟି (ଦିଶା) ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। କମିଟି ଅଧ୍ୟକ୍ଷ ତଥା ଏମ୍ପି ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୃଷି, ଜଳଛାୟା,…
ତହସିଲଦାରଙ୍କୁ ଜିଲାପାଳଙ୍କ କାରଣ ଦର୍ଶାଅ ନୋଟିସ
ଗଞ୍ଜାମ,୧୭ା୭(ଡି.ଏନ.ଏ.): ଗଞ୍ଜାମ ଜିଲା ହୁମା ପୁରୁଷୋତ୍ତମପୁର ରାସ୍ତାରେ ଥିବା ପେଟ୍ରୋଲ ପମ୍ପରେ ଗତ ୧୪ ତାରିଖରେ ଜଣେ କର୍ମଚାରୀ ବିନା ମାସ୍କରେ ତେଲ ପକାଉଥିଲେ। ସେହି ରାସ୍ତା ଦେଇ ଯାଉଥିବା ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ତାଙ୍କୁ ସର୍ବସମ୍ମୁଖରେ ଉଠବସ୍…
ମିଶନ ଶକ୍ତିକୁ ୪୫୩.୫ କୋଟି
ଭୁବନେଶ୍ୱର,୧୭ା୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ରାଜ୍ୟ ମିଶନ ଶକ୍ତିର ମହିଳାମାନଙ୍କ ପାଇଁ ୪୫୩.୫୦ କୋଟି ଟଙ୍କାର କୋଭିଡ୍ ସହାୟତା ଘୋଷଣା କରିଛନ୍ତି। ତଦନୁଯାୟୀ ରାଜ୍ୟର ୩୩୮ ବ୍ଲକସ୍ତରୀୟ ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ଲେଖାଏ…
ନନ୍ଦିଘୋଷ ରଥ ଭାଙ୍ଗିଲେ ମହାଲକ୍ଷ୍ମୀ
ପୁରୀ ଅଫିସ, ୧୭ା୭: ମହାପ୍ରଭୁ ଶ୍ରୀଜଗନ୍ନାଥ ଭଉଣୀଭାଇଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଯାତ୍ରାରେ ଆସି ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପମଣ୍ଡପରେ ବିରାଜମାନ କରିଛନ୍ତି। ଏବେ ସେଠାରେ ଦାରୁଦିଅଁଙ୍କ ନୀତିକାନ୍ତି ଚାଲିଛି। ଶୁକ୍ରବାର ହେରାପଞ୍ଚମୀରେ ମହାପ୍ରଭୁଙ୍କୁ ଶ୍ରୀମନ୍ଦିରକୁ ଫେରାଇ ନେବାକୁ ମା’ ମହାଲକ୍ଷ୍ମୀ ଆସିଥିଲେ।…
୧୫ ବର୍ଷରେ ସୋଆ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ବିଶ୍ୱବିଦ୍ୟାଳୟ ୧୫ ବର୍ଷରେ ପଦାର୍ପଣ କରିଛି। ଭୁବନେଶ୍ୱରରେ ଜନ୍ମ ନେଇଥିବା ଏହି ପ୍ରତିଷ୍ଠାନ ପୂର୍ବ ଭାରତରେ ଏକ ଉଜ୍ଜ୍ୱଳ ଶିକ୍ଷାକେନ୍ଦ୍ର ଭାବେ ଉଭା ହୋଇଛି। ଶିକ୍ଷାର ଗୁଣବତ୍ତା ଓ ଅଭିନବ ଗବେଷଣା…
କୂଅରେ ପଡ଼ି ୪ ମୃତ, ୧୩ ନିଖୋଜ
ବିଦିଶା (ଏମ୍ପି), ୧୭।୭: ମଧ୍ୟପ୍ରଦେଶର ବିଦିଶା ଜିଲା ଗଞ୍ଜବାସୌଦାର ଏକ କୂଅରେ ପଡ଼ି ୪ ଜଣଙ୍କର ମୃତ୍ୟୁ ଘଟିଛି। କୂଅଟିରେ ଏକ ବାଳିକା ଖସିପଡ଼ିଥିବାବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇଥିଲେ। କିଛି ଲୋକ ଚାରିପଟେ ରୁଣ୍ଡ ହୋଇ…
କାଉଡ଼ିଆ ଯାତ୍ରା ନିଷ୍ପତ୍ତିର ପୁନର୍ବିଚାର କର
ନୂଆଦିଲ୍ଲୀ, ୧୭।୭: କରୋନା ସମୟରେ ଉତ୍ତରପ୍ରଦେଶ ସରକାର କାଉଡ଼ିଆ ଯାତ୍ରାକୁ ଅନୁମତି ଦେଇଥିବାରୁ ଏହାର ପୁନର୍ବିଚାର କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ରାଜ୍ୟ ସରକାରଙ୍କୁ କହିଛନ୍ତି। ସୋମବାର ସୁଦ୍ଧା ଯଦି ସରକାର କାଉଡ଼ିଆ ଯାତ୍ରା ବନ୍ଦ ପାଇଁ ନିଷ୍ପତ୍ତି ନ ନିଅନ୍ତି, ତେବେ…

