Posted inଜାତୀୟ

କୂଅରେ ପଡ଼ି ୪ ମୃତ, ୧୩ ନିଖୋଜ

ବିଦିଶା (ଏମ୍‌ପି), ୧୭।୭: ମଧ୍ୟପ୍ରଦେଶର ବିଦିଶା ଜିଲା ଗଞ୍ଜବାସୌଦାର ଏକ କୂଅରେ ପଡ଼ି ୪ ଜଣଙ୍କର ମୃତ୍ୟୁ ଘଟିଛି। କୂଅଟିରେ ଏକ ବାଳିକା ଖସିପଡ଼ିଥିବାବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇଥିଲେ। କିଛି ଲୋକ ଚାରିପଟେ ରୁଣ୍ଡ ହୋଇ ଉଦ୍ଧାର କାର୍ଯ୍ୟ ଦେଖୁଥିଲାବେଳେ ଏହା ଭୁଶୁଡ଼ି ପଡ଼ିବାରୁ ୩୬ ଜଣ କୂଅ ଭିତରେ ଖସିପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୧୯ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ୪ ଜଣଙ୍କ ମୃତଦେହ ମିଳିଛି। ଅନ୍ୟ ୧୩ ଜଣ ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍‌ ଏବଂ ଏସ୍‌ଡିଆର୍‌ଏଫ୍‌ ଯବାନମାନେ ମୁତୟନ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନିର୍ଦ୍ଦେଶକ୍ରମେ ମନ୍ତ୍ରୀ ବିଶ୍ୱାସ ସାରଙ୍ଗ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କୂଅଟି ୫୦ ଫୁଟ ଗଭୀର ହୋଇଥିବାବେଳେ ସେଥିରେ ୨୦ ଫୁଟ ଉଚ୍ଚାରେ ପାଣି ଥିଲା। ଗୁରୁବାର ସନ୍ଧ୍ୟା ୬ଟାରେ ଏକ ବାଳିକା ଉକ୍ତ କୂଅରେ ପଡ଼ିଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ କେତେଜଣ ଲୋକ କୂଅରେ ପଶିଥିବାବେଳେ ଅନ୍ୟମାନେ ଏହା ଉପରେ ଛିଡ଼ାହୋଇ ଦେଖୁଥିଲେ। ଏହି ସମୟରେ କୂଅର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଅନ୍ୟମାନେ ପଡ଼ିଯାଇଥିଲେ। ମଧ୍ୟପ୍ରଦେଶ ସରକାର ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି। ଏଥିସହିତ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏ ଆର୍ଥତ୍କ ସହାୟତା ସହ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱାସ ମତ ପାଇଁ ପ୍ରସ୍ତୁତ କୁମାରସ୍ବାମୀ

ବଙ୍ଗାଲୁରୁ,୧୨।୭: କର୍ନାଟକ ମେଣ୍ଟ ସରକାରକୁ ବଞ୍ଚାଇବାକୁ ଯାଇ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ଏବେ ବିଶ୍ୱାସ ମତ ପାଇଁ ପ୍ରସ୍ତୁତ ଓ ତାଙ୍କୁ ଏଥିପାଇଁ ସମୟ ଦିଆଯାଉ...

ଓଓ୍ବାଇସିଙ୍କ ଘରେ ଭଙ୍ଗାରୁଜା

ନୂଆଦିଲ୍ଲୀ,୨୨।୯: ଏଆଇଏମ୍‌ଆଇଏମ୍‌ ମୁଖ୍ୟ ତଥା ହାଇଦ୍ରାବାଦ୍‌ ଏମ୍‌ପି ଅସାଦୁଦ୍ଦିନ ଓଓ୍ବାଇସିଙ୍କ ଦିଲ୍ଲୀର ଅଶୋକା ରୋଡ୍‌ସ୍ଥିତ ବାସଭବନରେ ଭଙ୍ଗାରୁଜା କରିଛନ୍ତି ହିନ୍ଦୁ ସେନାର ୫ ସଦସ୍ୟ। ପଚରାଉଚୁରା...

ବିଦେଶୀ ଅନୁଦାନ ଲାଇସେନ୍ସ ହରାଇଲେ ୬ ହଜାର ଏନ୍‌ଜିଓ

ନୂଆଦିଲ୍ଲୀ, ୨।୧: ବିଦେଶୀ ଅନୁଦାନ ପାଇବାକୁ ହେଲେ ଯେକୌଣସି ସଂଗଠନ ଏବଂ ଏନ୍‌ଜିଓ ପାଇଁ ଏଫ୍‌ସିଆର୍‌ଏ ପଞ୍ଜୀକରଣ ବାଧ୍ୟତାମୂଳକ। ତେବେ ନୂଆବର୍ଷରେ ଅକ୍ସଫାମ୍‌ ଇଣ୍ଡିଆ, କମନ...

୨ ଯୁବକଙ୍କ ମଧ୍ୟରେ ବାହାଘର

ହାଇଦ୍ରାବାଦ,୨୦।୧୨: ହାଇଦ୍ରାବାଦର ଦୁଇ ସମଲିଙ୍ଗୀ ଯୁବକ ଶନିବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ତେଲଙ୍ଗାନାରେ ଏହା ପ୍ରଥମ ସମଲିଙ୍ଗୀ ବିବାହ। ଅଭୟ ଡାଙ୍ଗେ(୩୪) ଏବଂ ସୁପ୍ରିୟୋ...

ଦାଦନଙ୍କ ପାଇଁ କେନ୍ଦ୍ରର ଯୋଜନା: ଏକ ଦେଶ ଏକ ରାଶନ କାର୍ଡ

ନୂଆଦିଲ୍ଲୀ,୧୫।୫: କରୋନା ଭାଇରସ୍‌ ମୁକାବିଲା ପାଇଁ ଜାରି ଲକ୍‌ଡାଉନ୍‌ ଦେଶର ଅର୍ଥନୀତିକୁ ଉଜାଡ଼ିଦେଇଛି। ଏଥିଯୋଗୁ ସହରଗୁଡ଼ିକରେ ଜୀବିକା ହରାଇ ଗାଁମୁହାଁ ହୋଇଥିବା ଦାଦନ ଶ୍ରମିକମାନଙ୍କ ଦୁର୍ଦ୍ଦଶା...

ଭାରତ ଆସିବେ ଚୀନ ରାଷ୍ଟ୍ରପତି ଶି. ଜିନପିଙ୍ଗ୍‌

ଚେନ୍ନାଇ,୨।୧୦: ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଚୀନ ରାଷ୍ଟ୍ରପତି ଶି. ଜିନପିଙ୍ଗ୍‌ ଭାରତ ଗ୍ରସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଚେନ୍ନାଇର...

ତେଲ ଦର ବୃଦ୍ଧି ଟିକସ ଡକାୟତି

ନୂଆଦିଲ୍ଲୀ,୨୫।୧୦: ତେଲ ଦର ପ୍ରତିଦିନ ନୂଆ ରେକର୍ଡ ଭାଙ୍ଗୁଛି। ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ଯୋଗୁ ପରିବହନଜନିତ ଖର୍ଚ୍ଚ ବଢ଼ୁଥିବାରୁ ଜରୁରୀ ସାମଗ୍ରୀଗୁଡ଼ିକର ଦରଦାମ...

ବାୟୁସେନାର ସି-୧୩୦ଜେ ବିମାନ ୮୫ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ଭାରତ ଅଭିମୁଖେ, ୨୫୦ ନାଗରିକଙ୍କୁ ନେଇ ଉଡିବାକୁ ପ୍ରସ୍ତୁତ ସି-୧୭

ନୂଆଦିଲ୍ଲୀ,୨୧ ।୮: ଆଫଗାନିସ୍ତାନରେ ଏବେ ତାଲିବାନ ରାଜ୍ । ଏବେ ସେଠାକାର ପରିସ୍ଥିତି ଏମିତି ବିଗିଡି ଯାଇଛି ଯେ ତାଲିବାନ ଭୟରେ ପାୟ ସମସ୍ତେ ଦେଶ...

Advertisement
Archives

Model This Week