Posted inଫୁରସତ

ସମସ୍ତଙ୍କ ପାଇଁ ନ୍ୟାୟ ଅନିବାର୍ଯ୍ୟ

ବିଶାଳ ଏ ବିଶ୍ୱ। ସୀମାଠୁ ଶରଣାର୍ଥୀ। ଆତଙ୍କବାଦଠୁ ସାମ୍ପ୍ରଦାୟିକ ହିଂସା। ଏମିତି ଅନେକ ସମସ୍ୟା। ଏହାକୁ ବାଦ୍‌ଦେଲେ ଗରିବୀ, ବେରୋଜଗାରୀ, ଅନାହାର, ବିଶ୍ୱତାପନ, ଯୁଦ୍ଧ ଭଳି ସମସ୍ୟା ସମଗ୍ର ମାନବଜାତିକୁ ବିପଦରେ ପକାଇଛି। ଏସବୁ ଭିତରେ ପୃଥିବୀର ପ୍ରତିଟି ମଣିଷକୁ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ସେତିକି ପ୍ରାସଙ୍ଗିକ ମଧ୍ୟ। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଜୁଲାଇ ୧୭ରେ ପାଳନ ହୁଏ ଅନ୍ତର୍ଜାତୀୟ ନ୍ୟାୟ ଦିବସ।

ଅନ୍ତଃରାଷ୍ଟ୍ରୀୟ ନ୍ୟାୟ ଦିବସ ଅନ୍ତଃରାଷ୍ଟ୍ରୀୟ ଆପରାଧିକ ନ୍ୟାୟ ଦିବସ ଭାବେ ଜଣାଶୁଣା। ଅନ୍ତର୍ଜାତୀୟସ୍ତରରେ ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଏହାକୁ ବାଦ୍‌ଦେଲେ ଗୁରୁତ୍ୱପୂର୍ଣ୍ଣ ଅନ୍ତଃରାଷ୍ଟ୍ରୀୟ ପ୍ରସଙ୍ଗର ଆପୋସ ସମାଧାନ କରିବା, ସୁରକ୍ଷା, ସଦ୍‌ଭାବନା, ସଂହତିକୁ ଗୁରୁତ୍ୱ ଦେଇ ବିଶ୍ୱଶାନ୍ତି ପ୍ରତିଷ୍ଠା କରିବା ଏହାର ଆଉ ଏକ ଲକ୍ଷ୍ୟ। ଏହି ଦିବସ ସେହିମାନଙ୍କ ପାଇଁ ସମର୍ପିତ, ଯେଉଁମାନେ ନ୍ୟାୟକୁ ସମର୍ଥନ କରିଥାଆନ୍ତି ଏବଂ ପୀଡ଼ିତଙ୍କ ଅଧିକାର ଦାବି କରି ସ୍ବର ଉଠାଇଥାଆନ୍ତି।
ଇଣ୍ଟରନ୍ୟାଶନାଲ କ୍ରିମିନାଲ କୋର୍ଟ (ଆଇସିସି)ର ମୂଳଦୁଆ ପଛରେ ରହିଛି ରୋମ ସମ୍ମେଳନର ପ୍ରମୁଖ ଭୂମିକା। ପୃଥିବୀର ପ୍ରତି ନିଷ୍ପେସିତ, ପୀଡ଼ିତଙ୍କୁ ନ୍ୟାୟ ପ୍ରଦାନ କରିବାକୁ ରୋମ ସମ୍ମେଳନର ବର୍ଷପୂର୍ତ୍ତି ଅବସରରେ ସମ୍ମିଳିତ ହୋଇଥିବା ରାଷ୍ଟ୍ରସମୂହ ସ୍ବତନ୍ତ୍ର ଭାବେ ଏକ ଅନ୍ତଃରାଷ୍ଟ୍ରୀୟ କ୍ରିମିନାଲ କୋର୍ଟ ସ୍ଥାପନ କରିବା ଲାଗି ସହମତି ଜଣାଇଥିଲେ। ପରବର୍ତ୍ତୀ ସମୟରେ ଏଥିଲାଗି ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୨୦୦୨ ଜୁଲାଇ ୧ଠାରୁ ନେଦରଲାଣ୍ଡର ହେଗ୍‌ ସହରରେ ବିଧିବଦ୍ଧ ଭାବେ ଆରମ୍ଭ ହୋଇଥିଲା ଆଇସିସି। ଅଦ୍ୟାବଧି ଏଥିରେ ୧୨୩ ଦେଶ ସଦସ୍ୟ ଅଛନ୍ତି।
ଆଇସିସି ହେଉଛି ସ୍ବତନ୍ତ୍ର ଅନ୍ତଃରାଷ୍ଟ୍ରୀୟ ନ୍ୟାୟିକ ସଂସ୍ଥାନ। ବିଶ୍ୱସ୍ତରରେ ହେଉଥିବା ଜଘନ୍ୟ ମାନବାଧିକାର ଉଲ୍ଲଂଘନ ମାମଲାଗୁଡ଼ିକର ଶୁଣାଣି ଏଠାରେ ହୋଇଥାଏ। ଗଣସଂହାର, ଯୁଦ୍ଧ ଅପରାଧ, ମାନବତା ପ୍ରତି ବିପଦ ଥିବା ପ୍ରତ୍ୟେକ ମାମଲାର ଶୁଣାଣି ଏହି କୋର୍ଟରେ କରାଯାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଆଇସିସି କୌଣସି ରାଷ୍ଟ୍ରର କୋର୍ଟକଚେରି ମାମଲାରେ ହସ୍ତକ୍ଷେପ କରେନାହିଁ। ଯଦି କୌଣସି ଦେଶ ଅପରାଧୀଙ୍କ ବିରୋଧରେ ମକଦ୍ଦମା କରିବାକୁ ପଛଘୁଞ୍ଚା ଦିଏ କିମ୍ବା ମାନବତା ବିପଦରେ ପଡ଼ିଥିବା ଭଳି ଅଭିଯୋଗ ଆସିଲେ, ଆଇସିସିରେ ମାମଲାର ବିଚାର ହୋଇଥାଏ। ଅନ୍ତର୍ଜାତୀୟ ନ୍ୟାୟ ଦିବସର ମୌଳିକ ଉଦ୍ଦେଶ୍ୟର ପ୍ରଚାର ପ୍ରସାର କରିବା ଲାଗି ପ୍ରତିବର୍ଷ ଜୁଲାଇ ୧୭ରେ ସଚେତନତାମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଏ। ଅନ୍ତଃରାଷ୍ଟ୍ରୀୟ ମଞ୍ଚ, ଗଣମାଧ୍ୟମରେ ସ୍ବତନ୍ତ୍ର ଶୋ’ ପ୍ରଦର୍ଶିତ ହୋଇଥାଏ। ମହିଳା ହିଂସା, ନରସଂହାର ଭଳି ଜଘନ୍ୟ ଅପରାଧ ବିରୋଧରେ ଲଢ଼େଇ କରୁଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନମ୍ବରରୁ ହ୍ବାଟ୍ସଆପ୍‌କୁ ଆସିବ କଲ୍‌, ମିଳିବ ଧମକ, ଭୟଭୀତ ହେଲେ ଆକାଉଣ୍ଟ ହୋଇଯିବ ଖାଲି…

ଦୁଇମାସ ତଳେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଥାଇ ଏକ ନମ୍ବରରୁ ହ୍ବାଟ୍ସଆପ୍‌କୁ କଲ୍‌ ଆସିଥିଲା। ସେ ଏହାକୁ ଉଠାଇବା ମାତ୍ରେ ଏକ...

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri