ଆଧୁନିକୀକରଣ ହେବ ଜେଲ

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ରାଜ୍ୟରେ ଥିବା ଜେଲଗୁଡ଼ିକର ଆଧୁନିକୀକରଣ ହେବ। ଏନେଇ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଛି। ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ଜେଲ ବିଭାଗ ପକ୍ଷରୁ ଦିଆଯାଇଥିବା ବିଭିନ୍ନ ପ୍ରସ୍ତାବକୁ ଗୃହ ବିଭାଗ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଅନେକ ସମୟରେ ଜେଲରେ ରହୁଥିବା କଏଦୀଙ୍କ ନିକଟରୁ ମୋବାଇଲ ଫୋନ୍‌ ଓ ଅନ୍ୟାନ୍ୟ ବେଆଇନ ଜିନିଷ ଜବତ କରାଯାଉଛି। ତେଣୁ ଜେଲ ମଧ୍ୟକୁ ଏହାର ପ୍ରବେଶ ବନ୍ଦ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ସର୍କଲ ଜେଲ, ଜିଲା ଜେଲ ଓ କେତେକ ସମ୍ବେଦନଶୀଳ ଜେଲରେ ଉଚ୍ଚ କ୍ଷମତା ସମ୍ପନ୍ନ ମେଟାଲ ଡିଟେକ୍ଟର ଲଗାଯିବ। ପ୍ରଥମଥର ପାଇଁ କଏଦୀଙ୍କ ଗତିବିଧି ଉପରେ ନଜର ରଖିବାକୁ ରାଜ୍ୟର ଜେଲ୍‌ କର୍ମଚାରୀଙ୍କୁ ବଡ଼ି କ୍ୟାମେରା ପ୍ରଦାନ କରାଯିବ। ଏଥିରେ ଝାରପଡା ଓ ଚୌଦ୍ୱାର ଜେଲକୁ ୨୦ଟି ବଡି କ୍ୟାମେରା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ଆଗାମୀ ଦିନରେ ଅନ୍ୟ ଜେଲଗୁଡ଼ିକୁ ଦିଆଯିବ। ଅନ୍ୟପକ୍ଷରେ ରାଜ୍ୟରେ ଅପରାଧ ବଢୁଥିବାରୁ ଜେଲରେ କଏଦୀ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି। ଏଥିପାଇଁ ବିଭିନ୍ନ ଜେଲରେ ଆଉ ୨୨୦୯ କ୍ଷମତା ବଢାଯିବ। ସେହିପରି ଅସୁସ୍ଥ କଏଦୀ ଓ ଖାଦ୍ୟ ନେବା ଆଣିବା ପାଇଁ ୪୦ ଜେଲକୁ ଇ-ରିକ୍ସା ଦିଆଯିବ। ସଜ୍ଜା କାଟୁଥିବା କଏଦୀଙ୍କ ରୋଜଗାର ବଢାଇବା ସହ ଜନସାଧାରଣଙ୍କୁ ବିଶୁଦ୍ଧ ଖାଇବା ତେଲ ଓ ଖାଦ୍ୟ ସାମଗ୍ରୀ ଯୋଗାଣ ନିମନ୍ତେ ୨୨ ଜେଲରେ ମେଶିନ ସ୍ଥାପନ କରାଯିବ। ଜିଲା ଜେଲଗୁଡ଼ିକରେ ଚାଷ କାର୍ଯ୍ୟ ହେବ। ଏଥିପାଇଁ ୧୫ ଜେଲକୁ ପାୱାର ଟିଲର କିଣିବା ପାଇଁ ନିଷ୍ପତ୍ତି ନିଆଯାଇଛି। କଏଦୀଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ସେଥିପାଇଁ ଜେଲ ମଧ୍ୟରେ ଥିବା ମେଡିକାଲ ଏବଂ ୱାର୍ଡରେ ସନ୍‌ଷ୍ଟ୍ରୋକ୍‌ ୱାର୍ଡ ଖୋଲିବା ସହ ଏସି ଲଗାଯିବ। କେତେକ ଜେଲରେ ଇସିଜି ମେଶିନ ଲଗାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଏଥିସହିତ କଏଦୀଙ୍କ ପାଇଁ ନୂତନ ଭାବେ ଝାରପଡ଼ା ସ୍ପେଶାଲ ଜେଲରେ ୨୦ ବେଡ୍‌ ବିଶିଷ୍ଟ ହସ୍ପିଟାଲ ଓ ପଦ୍ମପୁର, ଜଗତ୍‌ସିଂହପୁର, ସୋରଡା ଏବଂ ଜି. ଉଦୟଗିରିରେ ୧୦ଟି ବେଡ୍‌ ଲେଖାଏ ହସ୍ପିଟାଲକୁ ମଞ୍ଜୁରୀ ମିଳିଛି। ଜେଲ୍‌ରେ ଅଚଳ ହୋଇ ପଡିଥିବା ସିସିଟିଭିର ମରାମତି କରାଯିବା ସହ ନୂଆ ସିସିଟିଭି କ୍ୟାମେରା ଲଗାଯିବ। ସେହିପରି ଯୋଗାଯୋଗ ପାଇଁ ୨୪ଟି ଜେଲରେ ଇଣ୍ଟରକମ୍‌ ବ୍ୟବସ୍ଥା କରାଯିବ। ଏଥିସିହିତ ୧୩ଟି ଜେଲରେ ଥିବା ଭିଡିଓ କନ୍‌ଫରେନ୍ସ ଟେକ୍ନୋଲୋଜିର ବିକାଶ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର

ମୁମ୍ବାଇ,୬।୧୦: ଭାରତର ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଏବେ ମୁମ୍ବାଇର ରଣଜୀ…

୫୦୦୦ ବର୍ଷ ପରେ ଖୋଲିଲା ଭୟଙ୍କର ରହସ୍ୟ, ରାଜାଙ୍କ ମୃତ୍ୟୁ ପରେ ସେବକ….

କାଏରୋ,୬।୧୦: ପ୍ରାଚୀନ ଇଜିପ୍ଟରେ ମୃତ ରାଜାଙ୍କ ସହିତ ସେବକମାନଙ୍କୁ ମଧ୍ୟ ଜିଅନ୍ତା ପୋତି ଦିଆଯାଉଥିବା କଥାକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା ହୋଇଥାଏ। ଶତାବ୍ଦୀ ଧରି ପ୍ରତ୍ନତତ୍ତ୍ୱବିତମାନଙ୍କୁ…

ୱାଇଡ ବଲ୍‌ରେ ସିଧା ଛକା! କ୍ରିକେଟ୍‌ରେ ଘଟିଲା ଅଜବ ଘଟଣା, ଦେଖନ୍ତୁ Video

ନୂଆଦିଲ୍ଲୀ,୫।୧୦: କ୍ରିକେଟ୍‌ରେ ୱାଇଡ ବଲ ବାଉଣ୍ଡାରୀ ପାର କରିବା ଦୃଶ୍ୟ ଦର୍ଶକମାନେ ଅନେକ ଥର ଦେଖିଛନ୍ତି। ବିଶେଷକରି ଉଇକେଟକିପରଙ୍କ ପହଞ୍ଚରୁ ଦୂରକୁ ଯାଇଥିବା ୱାଇଡ ବଲ ବାଉଣ୍ଡାରୀ…

ଶୋଇଥିବା ବେଳେ ହଠାତ୍ ହେଲା ଭୂକମ୍ପ, ଲୋକେ ଛାନିଆ ହୋଇ…

ଗୁଆହାଟୀ,୬।୧୦: ଆସାମର ନଗାଓଁ ଜିଲାରେ ମଙ୍ଗଳବାର ସକାଳୁ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁସାରେ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ…

ପାଣ୍ଡିଆନ୍‌ଙ୍କ ବୟାନ୍‌ ରେକର୍ଡ: ଫାଇଲ୍‌ ରିସିଭ୍‌ ହୋଇଛି, କୁଆଡ଼େ ଗଲା ଜାଣିନାହାନ୍ତି

ଭୁବନେଶ୍ୱର,୬।୧୦(ତ୍ରିନାଥ ମହାନ୍ତି):ସିଏମ୍‌ଓରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଏବଂ କନ୍ଧମାଳ ଦଙ୍ଗା ସମ୍ପର୍କିତ ନାଇଡୁ କମିଶନ ଫାଇଲ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ଭି.କେ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?