ଆଧୁନିକୀକରଣ ହେବ ଜେଲ

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ରାଜ୍ୟରେ ଥିବା ଜେଲଗୁଡ଼ିକର ଆଧୁନିକୀକରଣ ହେବ। ଏନେଇ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଛି। ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ଜେଲ ବିଭାଗ ପକ୍ଷରୁ ଦିଆଯାଇଥିବା ବିଭିନ୍ନ ପ୍ରସ୍ତାବକୁ ଗୃହ ବିଭାଗ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଅନେକ ସମୟରେ ଜେଲରେ ରହୁଥିବା କଏଦୀଙ୍କ ନିକଟରୁ ମୋବାଇଲ ଫୋନ୍‌ ଓ ଅନ୍ୟାନ୍ୟ ବେଆଇନ ଜିନିଷ ଜବତ କରାଯାଉଛି। ତେଣୁ ଜେଲ ମଧ୍ୟକୁ ଏହାର ପ୍ରବେଶ ବନ୍ଦ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ସର୍କଲ ଜେଲ, ଜିଲା ଜେଲ ଓ କେତେକ ସମ୍ବେଦନଶୀଳ ଜେଲରେ ଉଚ୍ଚ କ୍ଷମତା ସମ୍ପନ୍ନ ମେଟାଲ ଡିଟେକ୍ଟର ଲଗାଯିବ। ପ୍ରଥମଥର ପାଇଁ କଏଦୀଙ୍କ ଗତିବିଧି ଉପରେ ନଜର ରଖିବାକୁ ରାଜ୍ୟର ଜେଲ୍‌ କର୍ମଚାରୀଙ୍କୁ ବଡ଼ି କ୍ୟାମେରା ପ୍ରଦାନ କରାଯିବ। ଏଥିରେ ଝାରପଡା ଓ ଚୌଦ୍ୱାର ଜେଲକୁ ୨୦ଟି ବଡି କ୍ୟାମେରା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ଆଗାମୀ ଦିନରେ ଅନ୍ୟ ଜେଲଗୁଡ଼ିକୁ ଦିଆଯିବ। ଅନ୍ୟପକ୍ଷରେ ରାଜ୍ୟରେ ଅପରାଧ ବଢୁଥିବାରୁ ଜେଲରେ କଏଦୀ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି। ଏଥିପାଇଁ ବିଭିନ୍ନ ଜେଲରେ ଆଉ ୨୨୦୯ କ୍ଷମତା ବଢାଯିବ। ସେହିପରି ଅସୁସ୍ଥ କଏଦୀ ଓ ଖାଦ୍ୟ ନେବା ଆଣିବା ପାଇଁ ୪୦ ଜେଲକୁ ଇ-ରିକ୍ସା ଦିଆଯିବ। ସଜ୍ଜା କାଟୁଥିବା କଏଦୀଙ୍କ ରୋଜଗାର ବଢାଇବା ସହ ଜନସାଧାରଣଙ୍କୁ ବିଶୁଦ୍ଧ ଖାଇବା ତେଲ ଓ ଖାଦ୍ୟ ସାମଗ୍ରୀ ଯୋଗାଣ ନିମନ୍ତେ ୨୨ ଜେଲରେ ମେଶିନ ସ୍ଥାପନ କରାଯିବ। ଜିଲା ଜେଲଗୁଡ଼ିକରେ ଚାଷ କାର୍ଯ୍ୟ ହେବ। ଏଥିପାଇଁ ୧୫ ଜେଲକୁ ପାୱାର ଟିଲର କିଣିବା ପାଇଁ ନିଷ୍ପତ୍ତି ନିଆଯାଇଛି। କଏଦୀଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ସେଥିପାଇଁ ଜେଲ ମଧ୍ୟରେ ଥିବା ମେଡିକାଲ ଏବଂ ୱାର୍ଡରେ ସନ୍‌ଷ୍ଟ୍ରୋକ୍‌ ୱାର୍ଡ ଖୋଲିବା ସହ ଏସି ଲଗାଯିବ। କେତେକ ଜେଲରେ ଇସିଜି ମେଶିନ ଲଗାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଏଥିସହିତ କଏଦୀଙ୍କ ପାଇଁ ନୂତନ ଭାବେ ଝାରପଡ଼ା ସ୍ପେଶାଲ ଜେଲରେ ୨୦ ବେଡ୍‌ ବିଶିଷ୍ଟ ହସ୍ପିଟାଲ ଓ ପଦ୍ମପୁର, ଜଗତ୍‌ସିଂହପୁର, ସୋରଡା ଏବଂ ଜି. ଉଦୟଗିରିରେ ୧୦ଟି ବେଡ୍‌ ଲେଖାଏ ହସ୍ପିଟାଲକୁ ମଞ୍ଜୁରୀ ମିଳିଛି। ଜେଲ୍‌ରେ ଅଚଳ ହୋଇ ପଡିଥିବା ସିସିଟିଭିର ମରାମତି କରାଯିବା ସହ ନୂଆ ସିସିଟିଭି କ୍ୟାମେରା ଲଗାଯିବ। ସେହିପରି ଯୋଗାଯୋଗ ପାଇଁ ୨୪ଟି ଜେଲରେ ଇଣ୍ଟରକମ୍‌ ବ୍ୟବସ୍ଥା କରାଯିବ। ଏଥିସିହିତ ୧୩ଟି ଜେଲରେ ଥିବା ଭିଡିଓ କନ୍‌ଫରେନ୍ସ ଟେକ୍ନୋଲୋଜିର ବିକାଶ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବ ବିଏମ୍‌ସି

ଭୁବନେଶ୍ୱର, ୧୧ା୫(ବ୍ୟୁରୋ): ଭୁବନେଶ୍ୱରରେ କରୋନା ସଂକ୍ରମଣକୁ ରୋକିବା ଦିଗରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଆଉ ପାଦେ ଆଗେଇଛି। ଚଳିତ ମାସ ଏବଂ ଜୁନ୍‌ ପ୍ରଥମ...

ଓଡ଼ିଶା ଅଭିମୁଖେ ଜଗା-କାଳିଆ: ପହଞ୍ଚିବା ପରେ ଏସ୍‌ସିବି ଯିବେ

ଭୁବନେଶ୍ୱର, ୬।୯(ବ୍ୟୁରୋ): ଶୁକ୍ରବାର ଦିଲ୍ଲୀ ଏମ୍‌ସ ଛାଡ଼ିଛନ୍ତି ଜଗା -କାଳିଆ। ଡାକ୍ତରଙ୍କ ପ୍ରେସ୍‌ମିଟ୍‌ ପରେ ସେମାନେ ଏମ୍‌ସରୁ ବାହାରିଛନ୍ତି। ସ୍ବତନ୍ତ୍ର ଆମ୍ବୁଲାନ୍ସରେ ସେମାନଙ୍କୁ ଏମ୍‌ସରୁ ରେଳ...

ଜଳିଗଲା ବିଉଟିପାର୍ଲର

ଭୁବନେଶ୍ୱର,୧୫।୭(ବ୍ୟୁରୋ): ଭୁବନେଶର ଶହୀଦନଗରସ୍ଥିତ ଫ୍ରେଣ୍ଡସ ବିଉଟିପାର୍ଲରରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ସର୍ଟଶର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଏଥିରେ ପାର୍ଲରରେ ସମସ୍ତ ଆସବାବପତ୍ର ପୋଡ଼ି...

ବିଧାନସଭାରେ ପାରିତ ହେଲା ବ୍ୟୟ ମଞ୍ଜୁରୀ ବିଲ୍‌; ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧.୫ ଲକ୍ଷ କୋଟି ଅନୁମୋଦିତ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ ଘୋଷଣା

ଭୁବନେଶ୍ୱର, ୩୦।୩(ବ୍ୟୁରୋ): ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧.୫ ଲକ୍ଷ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ୍‌ ସୋମବାର ବିଧାନସଭାରେ ଅନୁମୋଦନ ହୋଇଛି। ସର୍ବ ସମ୍ମତି...

ଟ୍ରାଫିକ୍‌ ପରେ ବିଦ୍ୟୁତ୍‌ ଚୋରି ଧରପଗଡ଼

ଭୁବନେଶ୍ୱର,୧୪।୯(ବ୍ୟୁରୋ) – ନୂଆ ଟ୍ରାଫିକ ନିୟମ ଅନୁଯାୟୀ ଆରମ୍ଭ ହୋଇଥିବା ଟ୍ରାଫିକ୍‌ ଧରପଗଡ଼ ଦେଖି ଲୋକେ ଏକ ପ୍ରକାର ଭୟଭୀତ ହୋଇ ନିଜର ସମସ୍ତ କାଗଜପତ୍ର...

ଆଜି ହେବନି ଓଜେଇଇ କାଉନସେଲିଂ

ଭୁବନେଶ୍ୱର,୧୦।୮(ବ୍ୟୁରୋ): ରାଜ୍ୟର ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଓଜେଇଇ(ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା) ପକ୍ଷରୁ କାଉନସେଲିଂ ପ୍ରକ୍ରିୟା ବିଳମ୍ବ ହେବ। ଜାତୀୟ...

ଇନ୍‌ଫର୍ମର ସନ୍ଦେହରେ ମାଓବାଦୀ ତିନି ଗ୍ରାମବାସୀଙ୍କୁ ଉଠାଇନେବା ଘଟଣା: ଜଣଙ୍କୁ ହତ୍ୟା, ଦୁଇ ଜଣଙ୍କୁ ଛାଡିଦେଲେ

ମାଲକାନଗିରି,୩୦।୬(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ଥାନା କୁକୁରକୁଣ୍ଡର ୩ ଗ୍ରାମବାସୀଙ୍କୁ ମାଓବାଦୀ ଉଠାଇ ନେଇଥିଲେ। ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ସେମାନଙ୍କୁ ଉଠାଇନେଇଥିବା ବେଳେ ସେମାନଙ୍କ...

ଡଲ୍‌ଫିନ୍‌, ଅଲିଭ୍‌ ରିଡ୍‌ଲେ ସୁରକ୍ଷା ଚିନ୍ତା

କେନ୍ଦ୍ରାପଡ଼ା ଅଫିସ, ୨।୪: ରାଜ୍ୟ ପର୍ଯ୍ୟାବରଣ ବିଭାଗ ଡଲ୍‌ଫିନ୍‌ ଗଣନା ଫଳ ନିକଟରେ ପ୍ରକାଶ କରିଛନ୍ତି। ୨୦୨୧ ବର୍ଷ ଅପେକ୍ଷା ଭିତରକନିକା ସାମୁଦ୍ରିକ ଅଞ୍ଚଳରେ ୨୦୨୨ରେ...

Advertisement
Archives

Model This Week