କରୋନା କାଳରେ କଳାବଜାର: ବଢ଼ିଲା ଆଳୁଦର, ପ୍ରଶାସନର ଚଢ଼ାଉ
ବୁଗୁଡ଼ା,୪।୫(ଡି.ଏନ୍.ଏ.): ମହାମାରୀ କରୋନାର ପ୍ରଭାବକୁ ପ୍ରତିହତ କରିବା ଲକ୍ଷ୍ୟରେ ସରକାର ମେ’ ୫ରୁ ୧୫ ଦିନିଆ ଲକ୍ଡାଉନ୍ ଘୋଷଣା କରିବା ପରେ ବୁଗୁଡ଼ାର କେତେକ ମୁନାଫାଖୋର ଅସାଧୁ ବ୍ୟବସାୟୀଙ୍କ କଳା କାରନାମା ଯୋଗୁ ଆଳୁ ଦର ହୁ ହୁ ହୋଇ ବୃଦ୍ଧି…
ଆଜି ରାଜ୍ୟରୁ ସୁସ୍ଥ ହେଲେ ୬୧୬୪ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୪।୫(ବ୍ୟୁରୋ): ମଙ୍ଗଳବାର ରାଜ୍ୟରୁ ୬୧୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୮୯୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୭୮୧ ଏବଂ ଝାରସୁଗୁଡ଼ାରୁ…
ମାନବିକତା ହଜାଇ ଦେଲାଣି କରୋନା
ଜମ୍ମୁ,୪।୫ : କୋଭିଡ୍-୧୯ ଯୋଗୁ ଦେଶରେ ସୃଷ୍ଟି ହୋଇଛି ସାଙ୍ଘାତିକ ପରିସ୍ଥିତି। ମହାମାରୀ ଭୟରେ ଲୋକେ ଭୁଲିଗଲେଣି ମାନବିକତା। ଏହାର ଉଦାହରଣ ଦେଖିବାକୁ ମିଳିଛି ଜମ୍ମୁ-କଶ୍ମୀରର ଏକ ହସ୍ପିଟାଲରେ। ଦୁଇ ମାସର ଏକ ଶିଶୁପୁତ୍ରକୁ ସ୍ବାସ୍ଥ୍ୟଜନିତ ସମସ୍ୟା କାରଣରୁ ହସ୍ପିଟାଲରେ ଭର୍ତ୍ତି…
ଆଜି ରାଜଧାନୀରୁ ୧୧୧୬ ପଜିଟିଭ୍ ଚିହ୍ନଟ, ବଢୁଛି ସ୍ଥାନୀୟ ସଂକ୍ରମଣ
ଭୁବନେଶ୍ୱର,୪।୫(ବ୍ୟୁରୋ): ମଙ୍ଗଳବାର ରାଜଧାନୀ ଭୁବନେଶ୍ୱରରୁ ୧୧୧୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୭୭ ଜଣ ଚିହ୍ନଟ ହୋଇଥିବା ବେଳେ ୯୩୯ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ବିଏମ୍ସି ଟୁଇଟ୍ କରି ସୂଚନା ଦେଇଛି। ସେହିପରି ଆଜି ରାଜଧାନୀରୁ ୬୫୫ ଜଣ…
ଲକ୍ଡାଉନ ଗାଇଡ୍ଲାଇନ୍ କହିଲେ ଜିଲାପାଳ
କେନ୍ଦୁଝର,୪।୫(ସ୍ବ.ପ୍ର.): କେନ୍ଦୁଝର ଜିଲାପାଳ ଆଶିଷ ଥାକରେ ମଙ୍ଗଳବାର ଖବରଦାତା ସମ୍ମିଳନୀରେ ଆସନ୍ତାକାଲି ଅର୍ଥାତ୍ ୫ ତାରିଖରୁ ରାଜ୍ୟ ସରକାର ଘୋଷଣା କରିଥିବା ଲକ୍ଡାଉନ୍ ପାଇଁ ଜିଲା ଗାଇଡଲାଇନ ଉପସ୍ଥାପନ କରିଛନ୍ତି। ଏହା ୧୯ ମେ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହା ସହିତ…
ଭଙ୍ଗା ପାଇପ ସଜାଡ଼ିବାକୁ ମିସ୍ତ୍ରୀ ମାଗିଲେ ୪ ଲକ୍ଷ, ବିଲ୍ ଭାଇରାଲ
ବ୍ରିଟେନର ଜଣେ ପ୍ଲମ୍ବର ବା ପାଇପ୍ ମିସ୍ତ୍ରୀଙ୍କ ବିଲ୍ ଏବେ ଚର୍ଚ୍ଚାରେ ରହିଛି। ଏହି ପ୍ଲମ୍ବର ଜଣକ ତାଙ୍କର ଜଣେ ଛାତ୍ରଙ୍କ ଘରେ ଭଙ୍ଗା ପାଇପ ସଜାଡ଼ିବାକୁ ପହଞ୍ଚିଥିଲେ। ରୋଷେଇ ଘରେ ସାମାନ୍ୟ ପାଇପ୍ ଟିକିଏ ସଜାଡ଼ି ଦେବାକୁ ମିସ୍ତ୍ରୀ ଜଣକ…
‘ଯେମିତି ହେଲେ ବିଦେଶୀ ଖେଳାଳିଙ୍କୁ ଘରକୁ ପଠାଇବୁ’
ନୂଆଦିଲ୍ଲୀ, ୪।୫: ଆଇପିଏଲରେ ଅଂଶଗ୍ରହଣ କରିଥିବା ବିଦେଶୀ ଖେଳାଳିଙ୍କୁ ଯେମିତି ହେଲେ ଘରକୁ ପଠାଯିବ। କୋଭିଡ୍-୧୯ ମହାମାରୀ କାରଣରୁ ଚଳିତ ସିଜନକୁ ବାତିଲ ହେବା ପରେ ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ ଏଭଳି କହିଛନ୍ତି। ସନରାଇଜର୍ସ ହାଇଦ୍ରାବାଦ୍ ଉଇକେଟକିପର ରିଦ୍ଧିମାନ ଶାହ…
ଜେଇଇ ମେନ୍ ପରୀକ୍ଷା ସ୍ଥଗିତ
ନୂଆଦିଲ୍ଲୀ,୪।୫: ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଜେଇଇ ମେନ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ମେ’ ସେସନକୁ ସ୍ଥଗିତ ରଖାଯାଇଥିବା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଏପ୍ରିଲ ସେସନ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡକ୍ଟର…
ଓଡ଼ିଶାରେ ପହଞ୍ଚିଲା ଆଉ ୧ ଲକ୍ଷ ଟିକା
ଭୁବନେଶ୍ୱର,୪।୫(ବ୍ୟୁରୋ): ଆମ ରାଜ୍ୟରେ ମଙ୍ଗଳବାର ଆଉ ୧ ଲକ୍ଷ କୋଭିସିଲ୍ଡ ଟିକା ପହଞ୍ଚିଛି। ଟିକା ଆସି ପହଞ୍ଚିବା ପରେ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିଛି। କାରଣ ଟିକା ଅଭାବରୁ ଅନେକ ଜିଲାରେ ଟିକାକରଣ ବନ୍ଦ ରହିଛି। ଫଳରେ ଜନଅସନ୍ତୋଷ ପ୍ରକାଶ ପାଇଛି। ବାଲେଶ୍ୱର,…
ହାଇଦ୍ରାବାଦ ପ୍ରାଣୀ ଉଦ୍ୟାନର ୮ ସିଂହ କରୋନା ପଜିଟିଭ୍
ହାଇଦ୍ରାବାଦ,୪।୫: ସେଲ୍ୟୁଲାର୍ ଏବଂ ମୋଲିକୁଲାର ବାୟୋଲୋଜି (ସିସିଏମ୍ବି) ସେଣ୍ଟରରୁ ଜଣାପଡ଼ିଛି ଯେ, ସହରର ନେହେରୁ ପ୍ରାଣୀ ଉଦ୍ୟାନ (ହାଇଦ୍ରାବାଦ ପ୍ରାଣୀ ଉଦ୍ୟାନ)ର ୮ ଏସିଆନ ସିଂହ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକି ଭାରତରେ ପ୍ରଥମ। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ମଧ୍ୟରୁ…
ଛତ୍ରପୁରରେ ନିୟମ ଫୁ: ୭ ଦୋକାନ ୧୫ ଦିନ ପାଇଁ ସିଲ
ଛତ୍ରପୁର,୪।୫(ଡିଏନଏ): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ସହରରେ କରୋନା କଟକଣାକୁ ଅମାନିଆ ମାନୁନାହାନ୍ତି । ଅପରପକ୍ଷରେ ଏଠାରେ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦୋକାନୀ ଏବଂ ଗ୍ରାହକ ନିୟମକୁ ଫୁ କରି ଉଡ଼ାଇ ଦେଉଛନ୍ତି ।…
ଗାଁ ଭିତରକୁ ପଶିଲା ଭାଲୁ: କବାଟ ଦେଇ ରଖିଲେ ଲୋକେ
ପାଟଣା,୪।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ଉଦୟପୁର ବିଟ୍ରେ ମଙ୍ଗଳବାର ସକାଳୁ ଏକ ଭାଲୁ ଜଙ୍ଗଲରୁ ଗାଁ ଭିତରକୁ ପଶି ଆସି ଆତଙ୍କ ଖେଳାଇଛି। ଜୁମେଇ ଚତୁରୀ ସାହିର ସୁଦର୍ଶନ ମୁଣ୍ଡାଙ୍କୁ ଭାଲୁ କ୍ଷତାକ୍ତ କରିବା ପରେ ମଉଦିପା…
Archives


