Posted inଜାତୀୟ

‘ସିଦ୍ଧୁଙ୍କ ନାଁରେ ଆସିଥିବା ଅଭିଯୋଗ ଉପରେ ଗାନ୍ଧୀ ପରିବାର ଚୁପ୍‌ କାହିଁକି’

ନୂଆଦିଲ୍ଲୀ,୧୯।୯: ପଞ୍ଜାବରେ ଚାଲିଥିବା ରାଜନୈତିକ ଲଢେଇ ଶେଷରେ ସମାଧାନ ହୋଇଛି। ସୁଖଜିନ୍ଦର ସିଂ ରାନ୍ଧଓ୍ବାଙ୍କୁ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପଦବୀକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଭାଜପା ପଞ୍ଜାବ କଂଗ୍ରେସକୁ ଟାର୍ଗେଟ କରିଛି। ଭାଜପା ଏମ୍‌ପି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ପୂର୍ବତନ ଗୁରୁତର ଅଭିଯୋଗ ଆଣିଛନ୍ତି। ପ୍ରକାଶ ଜାଭଡେକର କହିଛନ୍ତି ଯେ, ନବଜୋତ ସିଂ ସିଦ୍ଧୁଙ୍କ ଉପରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଦ୍ୱାରା କରାଯାଇଥିବା ଅଭିଯୋଗ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ। ସିଦ୍ଧୁଙ୍କ ନାଁରେ ଆସିଥିବା ଅଭିଯୋଗ ଉପରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ କାହିଁକି ଚୁପ ଅଛନ୍ତି? ଗାନ୍ଧୀ ପରିବାର ଆଗକୁ ଆସି ଉତ୍ତର ଦେବା ଉଚିତ୍‌ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର କିଛି ସମୟ ପରେ ସେ ନବଜୋତ ସିଂ ସିଦ୍ଧୁଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଅମରିନ୍ଦର ସିଂ କହିଛନ୍ତି, ମୁଁ ପ୍ରଥମ ଦିନରୁ ଏହା କହୁଛି ଯେ, ସେ ପାକିସ୍ତାନରୁ ସାହାଯ୍ୟ ନେଉଛନ୍ତି। ସେ ଜାତୀୟ ବିରୋଧୀ। ସର୍ବପ୍ରଥମେ, ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କର ଜଣେ ବନ୍ଧୁ, ଏବଂ ସେ ତାଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ଯାଇଥିଲେ, ସେତେବେଳେ ମୁଖ୍ୟମନ୍ତ୍ରୀ ଭାବେ ମୁଁ ତାଙ୍କୁ ନ ଯିବାକୁ ଅନୁରୋଧ କଲି, କିନ୍ତୁ ସେ ତଥାପି ଚାଲିଗଲେ। ସେ ନିଜ ସ୍ବାର୍ଥ ପାଇଁ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ବାଜୱାଙ୍କୁ ମଧ୍ୟ ଆଲିଙ୍ଗନ କରିଛନ୍ତି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ଗଣତି କେନ୍ଦ୍ର ଭିତରେ ପଶିଲେ ମମତା: ଭବାନୀପୁରରେ ହାଇଭୋଲଟେଜ୍‌ ଡ୍ରାମା

କୋଲକାତା,୪।୫: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏକ ବଡ଼ ବିବାଦ ଦେଖାଦେଇଛି। ଭାରତୀୟ ନିର୍ବାଚନ କମିଶନ (ECI) ଏହି ନିର୍ବାଚନମଣ୍ଡଳୀର ଗଣନା ଫଳାଫଳକୁ ବହୁତ ସମୟ ପାଇଁ…

ସ୍ବାସ୍ଥ୍ୟ ବିଭାଗ ଅମଲା କ୍ୟାଡରଙ୍କ ପ୍ରତି ପ୍ରଶାସନିକ ଅବହେଳା: ନୂଆ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ପାଇଁ ଦାବି କଲେ…

ଦିଗପହଣ୍ଡି,୪।୫(ଅଶେଷ ନାଥ ମିଶ୍ର): ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ଏହାର ପରିଚାଳନା ଭାର ସମ୍ଭାଳୁଥିବା ସ୍ବାସ୍ଥ୍ୟ ବିଭାଗ ଅମଲା…

ଭାଜପା ଜିତିବା ପଛରେ ବିହାରର ଏହି ସାଇଲେଣ୍ଚ ନେତା, ପ୍ରଥମ ହିମାଚଳ ଏବଂ ବଙ୍ଗଳାରେ ବିଜୟ….

କୋଲକାତା,୪।୫:  ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଭାଜପାର ଏହି ବିସ୍ମୟକର ବିଜୟ ପଛରେ ଅନେକ ନାୟକ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଅନେକ ରାଲିକୁ ସମ୍ବୋଧିତ…

ଜୋରହାଟ ଆସନରୁ ହାରିଲେ ଗୌରବ ଗୋଗୋଇ, ଭାଜପା ମାରିଲା ବାଜି

ଜୋରହାଟ(ଆସାମ): ଆସାମର ଜୋରହାଟ ଆସନରେ କଂଗ୍ରେସ ନେତା ଗୌରବ ଗୋଗୋଇ ପରାଜିତ ହୋଇଛନ୍ତି। ଭାଜପା ପ୍ରାର୍ଥୀ ହିତେନ୍ଦ୍ର ନାଥ ଗୋସ୍ୱାମୀ ୨୧,୦୦୦ ଭୋଟ ବ୍ୟବଧରାନରେ କଂଗ୍ରେସ ନେତା…

ପରାଜୟ ସ୍ବୀକାର କଲା TMC, ଦୁଃଖକୁ ଛାତିରେ ଲୁଚାଇ ଏମିତି କହିଦେଲେ…

କୋଲକାତା,୪।୫: ପଶ୍ଚିମବଙ୍ଗରେ ଭାଜପା ଏକ ବିଶାଳ ବିଜୟ ଆଡ଼କୁ ଯାଉଛି। ବର୍ତ୍ତମାନର ଧାରା ଅନୁସାରେ, ଭାଜପା ୧୯୮ଟି ଆସନରେ ଏବଂ ଟିଏମସି ପ୍ରାୟ ୯୦ଟି ଆସନରେ ଆଗୁଆ…

ନନ୍ଦିତା-ଶୁଭଶ୍ରୀଙ୍କୁ ସଫଳତା:ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସତ୍ୟ ସାଇ ବିଦ୍ୟା ବିହାରର ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପାସ ହାର ଶତ ପ୍ରତିଶତ ହୋଇଛି। ବିଦ୍ୟାଳୟର…

ପ୍ରଚଣ୍ଡ ବିଜୟ ପରେ ହଠାତ୍‌ ଥଲାପତିଙ୍କ ଘରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ: ବାପା-ମା’ଙ୍କ ସହ କଲେ ଏମିତି କାମ

ଅଭିନେତା ଥଲାପତି ବିଜୟ ତାମିଲ ରାଜନୀତିରେ ହିରୋ ଭଳି ପ୍ରବେଶ କରିଛନ୍ତି। ତାମିଲନାଡୁ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଟିଭିକେ ୧୦୦ରୁ ଅଧିକ ଆସନରେ ଆଗୁଆ ରହିଛି।…

ନବୀନ ଯାଇଥିଲେ ଆଉ ଏବେ ଦିଦି! କ’ଣ ରହିଛି ୪ ତାରିଖ ସହ ଲିଙ୍କ୍‌, କାହିଁକି ଭାଜପା ପାଇଁ ଶୁଭ ହେଉଛି ଏହି ଦିନ, ଜାଣନ୍ତୁ…

କୋଲକାତା,୪।୫: ପଶ୍ଚିମବଙ୍ଗରେ ଚାଲିଛି ଭୋଟ ଗଣତି । ତୃଣମୂଳ କଂଗ୍ରେସ ଓ ଭାଜପା ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । ଭାଜପା ରାଜ୍ୟରେ ଏବେସୁଦ୍ଧା ଆଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri