ଯୁବତୀଙ୍କ ସହ ଘରେ ପଶିଥିଲେ ବିବାହିତ ପୁରୁଷ: ରାତି ସାରା ଜଗିଲା ପୋଲିସ

ଛତ୍ରପୁର,୧୯ା୯(ଡି.ଏନ୍‌.ଏ.): ଦ୍ୱିତୀୟ ବିବାହ କରି ଗଞ୍ଜାମ ଜିଲା ଛତ୍ରପୁର ବ୍ୟାଙ୍କ କଲୋନୀରେ ଭଡ଼ାଘରେ ରହୁଥିବା ଜଣେ ଯୁବକଙ୍କୁ ଗୁରୁବାର ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ପୋଲିସ ଗିରଫ କରିଛି। ସେ ହେଲେ ପିନା ସାମଲ । ପ୍ରଥମ ସ୍ତ୍ରୀଙ୍କ ଅଭିଯୋଗ ମୁତାବକ ପିନାଙ୍କୁ ଠାବ କରିବା ପାଇଁ ଶନିବାର ଛତ୍ରପୁର ଆସିଥିବା ଭଦ୍ରକ ପୋଲିସକୁ ନାକେଦମ ହେବାକୁ ପଡ଼ିଛି। ରାତିସାରା ଘର ବାହାରେ ଜଗି ରହିବା ପରେ ରବିବାର ବୁଝାଶୁଝା କରି ସ୍ଥାନୀୟ ପୋଲିସ ସହାୟତାରେ ତାଙ୍କୁ କାବୁ କରିଛି।

୨୦୧୫ରେ ଭଣ୍ଡାରିପୋଖରି ଥାନା ଅଧୀନ ସାରସଦ ଗ୍ରାମର ପିନା ଭଦ୍ରକରେ ଜ୍ୟୋତ୍ସ୍ନାରାଣୀ ସାମଲଙ୍କୁ ବିବାହ କରିଥିଲେ । ସେମାନଙ୍କର ଏକ ସନ୍ତାନ ଅଛି। ପିନା ୪ ବର୍ଷ ହେଲା ଛତ୍ରପୁର ଅଞ୍ଚଳରେ ରହି ଗାଡ଼ି ଚଲାଉଥିଲେ। ଗତ ପ୍ରାୟ ୬ ମାସ ତଳେ ସେ ଛତ୍ରପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ପ୍ରଥମ ସ୍ତ୍ରୀ ଜ୍ୟୋତ୍ସ୍ନା ଏହା ଜାଣିବା ପରେ ଭଣ୍ଡାରୀପୋଖରୀ ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା (ନଂ.୨୩୯/୨୧) ରୁଜୁ କରିଥିଲା। ଭଣ୍ଡାରିପୋଖରୀ ଥାନା ପୋଲିସ୍‌ ଶନିବାର ରାତି ପ୍ରାୟ ୧୨ଟାରେ ଜ୍ୟୋତ୍ସ୍ନା ଓ ତାଙ୍କ ପରିବାର ଲୋକଙ୍କ ସହ ମିଶି ଛତ୍ରପୁରରେ ପହଞ୍ଚିଥିଲା। ଦ୍ୱିତୀୟ ସ୍ତ୍ରୀଙ୍କ ସହ ପିନା ରହୁଥିବା ବ୍ୟାଙ୍କ କଲୋନୀସ୍ଥିତ ଭଡ଼ାଘର କବାଟ ପୋଲିସ ବାଡ଼େଇଥିଲେ ମଧ୍ୟ କେହି ଖୋଲି ନ ଥିଲେ ା ତେଣୁ ରାତିସାରା ସେଠାରେ ଜଗି ରହିବାକୁ ପଡ଼ିଥିଲା। ରବିବାର ସକାଳେ ବୁଝାଶୁଝା କରିବା ପରେ ପିନା କବାଟ ଖୋଲିଥିଲେ। ତାଙ୍କୁ କାକୁ କରି ଛତ୍ରପୁର ଥାନାକୁ ନିଆଯାଇଥିଲା। ସେଠାରେ କିଛି ସମୟ ଅଟକ ରଖି ଭଣ୍ଡାରିପୋଖରୀ ପୋଲିସ୍‌ ବିଭିନ୍ନ କାଗଜପତ୍ର ଦେଖାଇ ପିନାଙ୍କୁ ନେଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ସତ ହୋଇଗଲା ଭବିଷ୍ୟବାଣୀ! ବହୁ ବର୍ଷ ପୂର୍ବରୁ ନେପାଳକୁ ନେଇ ଏମିତି କହିଥିଲେ…

ନୂଆଦିଲ୍ଲୀ,୨୭।୮: ନେପାଳରେ ସୃଷ୍ଟି ହୋଇଥିବା ଭୟଙ୍କର ପରିସ୍ଥିତି ମଧ୍ୟରେ ଏବେ ଚର୍ଚ୍ଚାକୁ ଆସିଛି ପ୍ରସିଦ୍ଧ ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ପୁରୁଣା ଭବିଷ୍ୟବାଣୀ। ସୋସିଆଲ ମିଡିଆରେ ଦାବି କରାଯାଉଛି…

କ୍ୟାନସର୍‌ ମେଡିସିନକୁ ମିଳିଲା ମଞ୍ଜୁରୀ: ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି

ଓ୍ବାଶିଂଟନ୍‌,୨୭।୮: ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ମେଟାଷ୍ଟାଟିକ ପାନକ୍ରିଏଟିକ କ୍ୟାନସର୍‌ ରୋଗର ଚିକିତ୍ସା ପାଇଁ ରେଭଲ୍ୟୁସନ ମେଡିସିନ୍ସର ନୂତନ ଔଷଧ ‘ରାସୋକ’କୁ ଅନୁମୋଦନ କରିଛି।…

୩୦୦ରୁ ଅଧିକ ଭାରତୀୟଙ୍କ ପତ୍ତା ମିଳୁନି, ଚିନ୍ତାରେ ପରିବାର: କେଉଁ ରାଜ୍ୟରୁ କେତେ ନିଖୋଜ ଜାଣନ୍ତୁ…

କାଠମାଣ୍ଡୁ,୨୭।୮: ନେପାଳରେ ପ୍ରବଳ ବନ୍ୟା ଓ ଭୂସ୍ଖଳନ ଭୟଙ୍କର ଧ୍ୱଂସଲୀଳା ରଚିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୧୬୨ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ମୃତକଙ୍କ ସଂଖ୍ୟା…

ଗଞ୍ଜାମ ସହର ପାଇଁ ଗର୍ବ ଆଣିଲେ ଆନନ୍ଦିନୀ, ଅଞ୍ଚଳରେ ଖୁସିର ଲହରୀ

ଗଞ୍ଜାମ,୨୭ା୮(ବିଦ୍ୟାଧର ସାହୁ): ପଠାଣି ସାମନ୍ତ ମେଧା ବୃତ୍ତି ପରୀକ୍ଷାରେ ଆନନ୍ଦିନୀ ପଣ୍ଡା ସଫଳତା ପାଇଛନ୍ତି । ଆନନ୍ଦିନୀ ହେଉଛନ୍ତି ଗଞ୍ଜାମ ସହର ଦୁର୍ଗା ଦେବୀ ସାହି ମହେନ୍ଦ୍ର…

କିଏ ଏହି ଅନୟା ବାଙ୍ଗର, ଆପଣ ତାଙ୍କ ବିଷୟରେ କେତେ ଜାଣନ୍ତି? ଜାଣନ୍ତୁ ଜୀବନ କାହାଣୀ

ନୂଆଦିଲ୍ଲୀ,୨୭।୮: କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଦ୍ୱାରା ସମ୍ପ୍ରଦାୟ କ୍ରିକେଟ ଖେଳିବାକୁ ଅନୁମତି ଦିଆଯିବା ପରେ ଅନାୟା ବାଙ୍ଗର ବହୁତ ଚର୍ଚ୍ଚାର ବିଷୟ ହୋଇଛନ୍ତି। ସେ ସମ୍ପ୍ରତି ଖେଳକୁ…

ଟିମ ଇଣ୍ଡିଆରେ ସ୍ଥାନ ପାଇଲେ ଦ୍ରାବିଡ-ସେହ୍ବାଗଙ୍କ ପୁଅ: ଏହି ଦେଶ ବିପକ୍ଷରେ ଖେଳିବେ ଦିନିକିଆ ସିରିଜ୍‌

ନୂଆଦିଲ୍ଲୀ,୨୭।୮: ପୂର୍ବତନ ଟିମ ଇଣ୍ଡିଆ ଅଧିନାୟକ ରାହୁଲ ଦ୍ରାବିଡ ଏବଂ କିମ୍ବଦନ୍ତୀ ଓପନର ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଏବେ ଟିମ ଇଣ୍ଡିଆ ଜର୍ସି ପିନ୍ଧି ନଜର ଆସିବେ।…

ଆମ୍ବଗଛରେ ଝୁଲୁଛି ପୁଷ୍ପାଞ୍ଜଳୀଙ୍କ ମୃତଦେହ, ଦେହରେ….

ପାଟଣା,୨୭ା୮(ବୀର କିଶୋର ଦାଶ): ପାଟଣା ଥାନା ଡାଳପକା ପଞ୍ଚାୟତର ବନବୀର ଗ୍ରାମର ଆମ୍ବଗଛରୁ ଜଣେ ଯୁବତୀଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି । ମୃତ ଯୁବତୀ ଜଣକ…

ଯୁବକ ସଂଘ ପକ୍ଷରୁ ରାସ୍ତା ସଫେଇ ଅଭିଯାନ: ଗ୍ରାମବାସୀଙ୍କ ପ୍ରଶଂସା

କର୍ଲାମୁଣ୍ଡା,୨୭।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ରାଧା ମାଧବ ଯୁବକ ସଂଘ ପକ୍ଷରୁ ଗାଁର ପରିବେଶକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ଲକ୍ଷ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri