Home Left

ପ୍ରଥମ ଦିନରେ ସୂର୍ଯ୍ୟମନ୍ଦିର ବୁଲିଲେ ୫୦୨

କୋଣାର୍କ,୩।୮(ଡି.ଏନ୍‌.ଏ.): ଦୀର୍ଘଦିନ ପରେ କଟକଣା ମଧ୍ୟରେ ସୋମବାର କୋଣାର୍କ ସୂର୍ଯ୍ୟମନ୍ଦିର ଖୋଲିଛି। ସକାଳ ୬ଟାରୁ ମନ୍ଦିର ମୁଖ୍ୟଦ୍ୱାର ତାଲା ଫିଟାଯାଇଥିଲା। ପ୍ରଥମ ଦିନରେ ୫୦୨ଜଣ ପର୍ଯ୍ୟଟକ ଅନ୍‌ଲାଇନରେ ଟିକେଟ ବୁକିଂ କରି ସୂର୍ଯ୍ୟମନ୍ଦିର ବୁଲିଥିଲେ। କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ ମନ୍ଦିର ଖୋଲାଯାଇଛି। ସୋମବାର…

ସାଇକେଲରେ ପାର୍ଲାମେଣ୍ଟ ପହଞ୍ଚିଲେ ରାହୁଲ

ନୂଆଦିଲ୍ଲୀ,୩।୮: ପାର୍ଲାମେଣ୍ଟରେ ମୌସୁମୀ ଅଧିବେଶନ ଆରମ୍ଭ ହେବା ଦିନରୁ ପେଗାସସ୍‌ ଗୁପ୍ତଚର ବିବାଦ, କୃଷି ଆଇନ ଓ ମହଙ୍ଗା ଦର ପ୍ରସଙ୍ଗକୁ ନେଇ ଉତ୍ତେଜନା ଜାରି ରହିଛି। ପ୍ରତିଦିନ ବିରୋଧୀଙ୍କ ହୋହାଲ୍ଲା ଯୋଗୁ ସଦନ ଠିକ୍‌ ସେ ଚାଲିପାରୁନି। ଏହି ପ୍ରସଙ୍ଗକୁ…

ସମୁଦ୍ର ସ୍ନାନର ମଜା ନେଲେ ପର୍ଯ୍ୟଟକ

ପୁରୀ ଅଫିସ,୩।୮: କୋଭିଡ୍‌ କଟକଣା କୋହଳ ହେବା ପରେ ସୋମବାର ପୁରୀ ସହରରେ ଦୋକାନ ବଜାର ଖୋଲିଛି। ପ୍ରଥମ ଦିନରୁ ହିଁ ପୁରୀ ବେଳାଭୂମିରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଛୋଟବଡ଼ ବ୍ୟବସାୟୀ ଦୋକାନ ଖୋଲିଥିବା ବେଳେ ଶପିଂ ମଲ୍‌ ଓ…

ବାହାଘରରେ ୨୫, ଅନ୍ତ୍ୟେଷ୍ଟିକ୍ରିୟାରେ ୨୦

ପୁରୀ ଅଫିସ,୨।୮: ଶ୍ରୀମନ୍ଦିର ବ୍ୟତୀତ ଜିଲାର ଅନ୍ୟ ସମସ୍ତ ଧାର୍ମିକ ଅନୁଷ୍ଠାନ ଓ ପର୍ଯ୍ୟଟନସ୍ଥଳୀକୁ ଖୋଲି ଦିଆଯାଇଛି। କୋଭିଡ୍‌ କଟକଣା ପାଳନ ପୂର୍ବକ ଲୋକେ ସର୍ବସାଧାରଣ ସ୍ଥାନକୁ ଯାଇପାରିବେ। ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ ଶନିବାର ଓ ରବିବାର ପୁରୀ ସହରରେ…

କଟକଣାରେ ଖୋଲିଲା

ଭୁବନେଶ୍ୱର, ୩।୮ (ବ୍ୟୁରୋ): ଦୀର୍ଘ ୩ ମାସର କରୋନା କଟକଣା ପରେ ସୋମବାର ରାଜଧାନୀରେ ଶପିଂ ମଲ, ପାର୍କ ଓ ରେଷ୍ଟୁରାଣ୍ଟ ଖୋଲିଛି। ପ୍ରଥମ ଦିନରେ ସହରରେ ନୂଆ ଚିତ୍ର ଦେଖିବାକୁ ମିଳିଥିଲା। ସକାଳୁ ସକାଳୁ ସହରବାସୀ ପାର୍କ ମୁହାଁ ହୋଇଥିଲେ।…

ନିଜ ସ୍ବାମୀଙ୍କୁ ‘ଅହଂକାରୀ’ କହିଲେ ଏହି ଅଭିନେତ୍ରୀ

ବିଗ ବସ ୧୪ରେ ନିଜର ଚମତ୍କାର ପ୍ରଦର୍ଶନ କରିଥିବା ରାକ୍ଷୀ ସାୱନ୍ତ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ରାଖୀ କହିଛନ୍ତି ଯେ ତାଙ୍କ ସ୍ବାମୀ ରିତେଶ ଜଣେ ଅହଂକାରୀ ବ୍ୟକ୍ତି ଏବଂ ସଲମାନ ଖାନ ତାଙ୍କ ମନକୁ ଠିକ କରିପାରିବେ। ମୁଁ…

ଉପେନ୍ଦ୍ର ତ୍ରିପାଠୀ ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଉପଦେଷ୍ଟା

ଭୁବନେଶ୍ୱର,୩।୮(ବ୍ୟୁରୋ): ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଉପେନ୍ଦ୍ର ତ୍ରିପାଠୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଉପଦେଷ୍ଟା ତଥା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ଏଥିପାଇଁ ତାଙ୍କୁ ରାଜ୍ୟ ମନ୍ତ୍ରୀ ଭଳି…

ଭାବପ୍ରବଣ ହୋଇଗଲେ ବିରାଟ କୋହଲି

ଲଣ୍ଡନ,୩।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ନଟିଂହାମରେ ଅଗଷ୍ଟ ୪ରୁ ଆରମ୍ଭ ହେବ। ଏହାପୂର୍ବରୁ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦୀନେଶ କାର୍ତ୍ତିକଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ଖୋଲାଖୋଲି ନିଜର ଭାବନା ବ୍ୟକ୍ତ…

ଅଭିନୟରେ ଅଧିକ ଆତ୍ମସନ୍ତୋଷ ମିଳେ

ଚିନ୍ତାମଣି ବିଶ୍ୱାଳ ଏକାଧାରରେ ଜଣେ ଅଭିନେତା, ଚିତ୍ରଶିଳ୍ପୀ, କବିତା, ଗଳ୍ପ ଲେଖକ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ପଞ୍ଚଟିକିରି ଗ୍ରାମରେ ଏକ ନିମ୍ନମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ଚିନ୍ତାମଣି ବହୁ ଅଭାବ…

‘୧୭ରେ ବ୍ୟକ୍ତିଗତ ଭାବେ ହାଜର ହୁଅ’

କଟକ ଅଫିସ,୩।୮: ଜଣେ ଅଧ୍ୟାପକଙ୍କୁ ବକେୟା ପ୍ରାପ୍ୟ ମାମଲାରେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କୁ ସୋମବାର ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ବ୍ୟକ୍ତିଗତ ଭାବେ ହାଜର ନ ହୋଇ କାହିଁକି କ୍ରମାଗତ ଓ ଇଚ୍ଛାକୃତ ଭାବେ କୋର୍ଟଙ୍କ ନିର୍ଦ୍ଦେଶକୁ…

ହକି ଗୌରବ ପ୍ରଚ୍ଛଦରେ ଓଡ଼ିଶା

ଜାପାନର ଟୋକିଓରେ ଚାଲିଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ଭାରତୀୟ ମହିଳା ଓ ପୁରୁଷ ହକି ଦଳ ସେମିଫାଇନାଲରେ ପ୍ରବେଶ କରି ଦେଶର ହକି ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ଭାରତୀୟ ପୁରୁଷ ଦଳ ଦୀର୍ଘ ୪୯ ବର୍ଷ ବ୍ୟବଧାନରେ ସେମିରେ…

ଫୁଟ୍‌ବଲ୍‌ ଖେଳିଲେ ଦିଦି

କୋଲକତା,୩।୮: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାର ଇନଡୋର ଷ୍ଟାଡିୟମରେ ‘ଖେଲାଶ୍ରୀ ଯୋଜନା’ ଆରମ୍ଭ କରିଛନ୍ତି। ଏହି ଅବସରରେ ତାଙ୍କ ମଞ୍ଚ ଉପରେ ଫୁଟବଲ ଖେଳୁଥିବାର ନଜର ଆସିଥିଲେ। ଏହି ସମୟରେ ସେ କହିଛନ୍ତି ଯେ, ଖେଲା ହୋବେ ଦିବସ ପ୍ରତିବର୍ଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri