ମାଲ୍ଟାରେ ଗଞ୍ଜେଇ ବୈଧ

ଭାଲେଟ୍ଟା, ୧୬ା୧୨: ପ୍ରଥମ ୟୁରୋପୀୟ ଦେଶ ଭାବେ ମାଲ୍ଟା ଗଞ୍ଜେଇକୁ ବ୍ୟକ୍ତିଗତ ଭାବେ ବ୍ୟବହାର ନିମନ୍ତେ ଅନୁମତି ଦେଇଛି। ଏଥିସହ ଲୋକେ ସୀମିତ ଭାବେ ଗଞ୍ଜେଇ ଗଛ ଲଗାଇ ପାରିବେ ବୋଲି ମଙ୍ଗଳବାର ପାର୍ଲାମେଣ୍ଟରେ ବିଲ୍‌ ପାରିତ ହୋଇଛି। ନୂଆ ଆଇନ ଅନୁସାରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତି ନିଜ ପାଖରେ ୭ ଗ୍ରାମ ପର୍ଯ୍ୟନ୍ତ ଗଞ୍ଜେଇ ରଖିପାରିବେ ଏବଂ ଘରେ ସର୍ବାଧିକ ୪ଟି ଗଛ ଲଗାଇପାରିବେ। ଏଥିସହ ଏହାକୁ ଔଷଧ ତିଆରିରେ ବ୍ୟବହାର ନିମନ୍ତେ କେତେକ ଅଣ-ଲାଭକାରୀ ସଂଗଠନକୁ ମଧ୍ୟ ଅନୁମତି ଦିଆଯାଇଛି। ଗତ ଅକ୍ଟୋବରରେ ଲକ୍‌ସେମ୍ବ ବର୍ଗ ସମାନ ଆଇନ ଆଣିବା ନିମନ୍ତେ ଯୋଜନା କରିଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ଏହା ପାର୍ଲାମେଣ୍ଟରୁ ସବୁଜ ସଙ୍କେତ ଲାଭ କରିପାରିନାହିଁ।
ଗଞ୍ଜେଇ ବ୍ୟବହାର ଉପରେ ମାଲ୍ଟା ସରକାର ରୋକ ଲଗାଇଛନ୍ତି। କେହି ପବ୍ଲିକ ସ୍ଥାନରେ କିମ୍ବା ଛୋଟ ପିଲାଙ୍କ ସମ୍ମୁଖରେ ଗଞ୍ଜେଇ ଟାଣୁଥିବା ଧରାପଡ଼ିଲେ ୨୬ ହଜାରରୁ ୪୩ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଔଷଧୀୟ ଗଞ୍ଜେଇ ଉତ୍ପାଦନରେ ୟୁରୋପୀୟ ଦେଶ ଭାବେ ମାଲ୍ଟା ଆଗରେ ରହିବାକୁ ଚେଷ୍ଟା କରିଆସିଛି। ୨୦୧୮ରେ ଏହା ଔଷଧ ପ୍ରସ୍ତୁତି ଏବଂ ଗବେଷଣା ନିମନ୍ତେ ଗଞ୍ଜେଇ ଚାଷକୁ ଅନୁମୋଦନ କରିଥିଲା। ଏହାବାଦ ନେଦରଲାଣ୍ଡ୍‌ସ ମଧ୍ୟ ଗଞ୍ଜେଇ ଚାଷ ପ୍ରତି ସକାରାତ୍ମକ ଦୃଷ୍ଟିକୋଣ ରଖିଛି। ତେବେ ସରକାରୀ ଭାବେ ଏହାକୁ ବୈଧ ଘୋଷଣା କରାଯାଇନାହିଁ। ମଦ ଭଳି ଗଞ୍ଜେଇକୁ ମନୋରଞ୍ଜନ ନିମନ୍ତେ ବ୍ୟବହାର ପାଇଁ ଦକ୍ଷିଣ ଆମେରିକୀୟ ଦେଶ ଉରୁଗୁଏ ୨୦୧୩ରେ ବିଶ୍ୱର ପ୍ରଥମ ଦେଶ ଭାବେ ଅନୁମତି ଦେଇଥିଲା। ପରେ କାନାଡା, ଜର୍ଜିଆ, ମେକ୍ସିକୋ, ସ୍ପେନ୍‌, ଦକ୍ଷିଣ ଆଫ୍ରିକା ଆଦି ଦେଶ ମଧ୍ୟ ଗଞ୍ଜେଇର ମନୋରଞ୍ଜନ ଭିତ୍ତିକ ବ୍ୟବହାରକୁ ଅନୁମତି ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଏଆଇର କମାଲ, ତିଆରି ହେଲା ଏଲନ ମସ୍କଙ୍କର ପିଲା ଦିନର ଫଟୋ, ସୋସିଆଲ ମିଡ଼ିଆରେ ଭାଇରାଲ…

ଓ୍ବାଶିଂଟନ,୫।୬ : ଏଲନ ମସ୍କ ବର୍ତ୍ତମାନ କିଛି ସମୟ ପାଇଁ ହେଡଲାଇନରେ ରହିଆସିଛନ୍ତି। ଜଣେ ଭାରତୀୟ ବର ଭାବରେ ପୋଜ କରୁଥିବା ଏକ କୃତ୍ରିମ ବୁଦ୍ଧିମତ୍ତା(ଏଆଇ)...

କେଣ୍ଟୁକି ବ୍ୟାଙ୍କ ଫାୟରିଂ ସମୟରେ ୯୧୧କୁ କଲ କରି ଲୋକେ ବଖାଣିଥିଲେ ଭୟ, ଗୁଳିକାଣ୍ଡରେ ୫ ମୃତ

ଲୁଇସଭିଲେ,୧୩।୪: ଆମେରିକାର ଟେକ୍ସାସ ଅଞ୍ଚଳରେ ଲୁଇସଭିଲେ ସହରରେ ଥିବା ଏକ ବ୍ୟାଙ୍କ ବିଲଡିଂରେ ମଙ୍ଗଳବାର ହୋଇଥିବା ଗୁଳିକାଣ୍ଡରେ କେତେଜଣ ହତାହତ ହୋଇଛନ୍ତି। ହଠାତ୍‌ କେତେଜଣ ଆକ୍ରମଣକାରୀ...

ଇରାନରେ ବନ୍ୟା ନେଲାଣି ୨୨ ଜୀବନ

ତେହରାନ,୨୬।୭: ଲଗାଣ ବର୍ଷା ଯୋଗୁ ସାଉଥର୍ନ ଇରାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୨୨ ଜଣଙ୍କ ମୃତ୍ୟୁ...

ବିଭିନ୍ନ ଦେଶରେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି ଜାତିସଂଘ ଶାନ୍ତି ସେନା, ସନ୍ତାନ ପାଳନ ପାଇଁ ସଂଘର୍ଷ କରୁଛନ୍ତି ପୀଡ଼ିତା ମା’, ୪୬୩ ପୈତୃକ ଦାବି ମାମଲା ପଞ୍ଜୀକୃତ…

ଜେନେଭା,୧୭।୯ : ଜାତିସଂଘ ଦ୍ୱାରା ପଠାଯାଇଥିବା ଶାନ୍ତି ସେନାଙ୍କ ଯୋଗୁଁ ସାରା ବିଶ୍ୱରେ ଶହ ଶହ ମହିଳା ଓ ବାଳିକା ଗର୍ଭବତୀ ହୋଇ ନିଜ ପିଲାମାନଙ୍କୁ...

ରୁଷିଆ-ୟୁକ୍ରେନ ଯୁଦ୍ଧ ବିଷୟରେ ଟିକେ ବି ଜାଣିନାହାନ୍ତି ଏହି ୬ ବ୍ୟକ୍ତି

ମସ୍କୋ,୩ା୩: ୨୦୨୨ ଫେବୃୟାରୀରେ ତୃତୀୟ ବିଶ୍ୱଯୁଦ୍ଧର ଝଲକ ଦେଖାଇଛି ରୁଷିଆ। ୟୁକ୍ରେନ ଉପରେ ଘନଘନ ଆକ୍ରମଣ କରିଚାଲିଛି। ଏଥିରେ ୟୁକ୍ରେନର ଅନେକ ଲୋକ ପ୍ରାଣ ହରାଇ...

ନଷ୍ଟ ହୋଇନି ୩୫ଶହ ବର୍ଷ ପୁରୁଣା ମମିର ଦାନ୍ତ

କାଏରୋ, ୩୦ା୧୨: ଇଜିପ୍ଟର ଅନେକ ରାଜା, ରାଜ ପରିବାର ସଦସ୍ୟ, ପୂଜାରୀ ଆଦିଙ୍କୁ ମୃତ୍ୟୁ ପରେ ମମିରେ ପରିଣତ କରାଯିବା ବିଷୟ ସର୍ବଦା ଲୋକଙ୍କ ପାଇଁ...

ୟୁକ୍ରେନକୁ ଆଉ ୨ ବିଲିୟନ ଡଲାର ସହାୟତା ଦେଲା ଆମେରିକା

କିଭ୍‌,୨୪।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବାର ଗୋଟିଏ ବର୍ଷ ବିତିଗଲାଣି। ଗୋଟିଏ ପଟେ ଆମେରିକାର ନେତୃତ୍ୱରେ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ ସାହାଯ୍ୟ କରୁଛନ୍ତି।...

ବ୍ରିଟେନରେ ପହଞ୍ଚିଲା ଫାଇଜର ଟିକା

ଲଣ୍ଡନ, ୫ା୧୨: ବ୍ରିଟେନକୁ କୋଭିଡ୍‌-୧୯ ପାଇଁ ପ୍ରସ୍ତୁତ ଫାଇଜର ଟିକାର ପ୍ରଥମ ପର୍ଯ୍ୟାୟ ଯୋଗାଣ ହୋଇଛି। ଶୁକ୍ରବାର ଏହି ଟିକା ବ୍ରିଟେନରେ ପହଞ୍ଚିଛି। ଏକ ଅଜ୍ଞାତ...

Advertisement
Archives

Model This Week