ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଜେଏସ୍‌ଡବ୍ଲ୍ୟୁର ଘୋଷଣା

ଜଗତ୍‌ସିଂହପୁର ଅଫିସ, ୧୬ା୧୨: ପାରାଦୀପରେ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ନେଇ କମ୍ପାନୀ ପକ୍ଷରୁ ବିଭିନ୍ନ ଘୋଷଣା କରାଯାଇଛି। ଏହି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ୮ଟି ରାଜସ୍ବ ଗ୍ରାମ ଯଥା ପୋଲାଙ୍ଗ, ବାୟାନାଳକନ୍ଧ, ଜଟାଧାର, ନୂଆଗାଁ, ଗୋବିନ୍ଦପୁର, ପାଟଣା, ଢିଙ୍କିଆ ଓ ମାହାଳରେ ଜମି ଅଧିଗ୍ରହଣ ଉପରେ ଗୁରୁତ୍ୱାରୋପ କରାଯାଇଛି। ଅଞ୍ଚଳର ରାଶନକାର୍ଡଧାରୀ ପରିବାରଗୁଡିକୁ ରୋଜଗାର ଯୋଗାଇ ଦେବାକୁ କମ୍ପାନୀ ପ୍ରତିଶ୍ରୁତିବଦ୍ଧ ବୋଲି ଏକ ପ୍ରେସ୍‌ ଇସ୍ତାହାରରେ ଦର୍ଶାଯାଇଛି। ରାଶନକାର୍ଡଧାରୀ ପରିବାର ସେମାନଙ୍କ ମଧ୍ୟରୁ ୨୦ରୁ ୩୨ ବର୍ଷ ବୟସର ଜଣଙ୍କୁ ରୋଜଗାର ପାଇଁ ମନୋନୀତ କରିବେ। ସେମାନଙ୍କୁ ଗ୍ରୁଫ୍‌ କମ୍ପାନୀ/ଆଶୋସିଏଟ୍‌ କମ୍ପାନୀ/କଣ୍ଟ୍ରାକ୍ଟର/ପ୍ରୋଜେକ୍ଟ/ପ୍ରକଳ୍ପ ମାଧ୍ୟମରେ ଭାରତର ଯେ କୌଣସି ସ୍ଥାନରେ ନିଯୁକ୍ତି ପ୍ରଦାନର ସୁଯୋଗ ଦିଆଯିବ। ସମ୍ପ୍ରତି ପ୍ରକଳ୍ପ ଅଞ୍ଚଳରେ ଜଙ୍ଗଲ ରକ୍ଷଣାବେକ୍ଷଣ କରୁଥିବା ଜଙ୍ଗଲ କମିଟିର ସଦସ୍ୟ (ରାଶନକାର୍ଡଧାରୀ ପରିବାର) ଏକକାଳୀନ ୫୦,୦୦୦ ଟଙ୍କା ପାଇପାରିବେ। ଗୋଟିଏ ରାଶନକାର୍ଡଧାରୀ ପରିବାରରୁ ଜଣଙ୍କୁ ଏହି ରାଶି ପ୍ରଦାନ କରାଯିବ। ସ୍ବୀକୃତିପ୍ରାପ୍ତ ଚିଙ୍ଗୁଡି ଘେରିକୁ ଏକର ପିଛା ୨.୫ ଲକ୍ଷ ଟଙ୍କା ସହାୟତା ଦିଆଯିବ। ସରକାରଙ୍କ ଦ୍ୱାରା ଧାର୍ଯ୍ୟ ନିୟମ ଓ ବିଜ୍ଞପ୍ତି ଅନୁସାରେ ଫଳଗଛ କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କୁ ସହାୟତା ମିଳିବ। ଜମି ଅଧିଗ୍ରହଣ ଗ୍ରାମର ଯେଉଁ ପରିବାରଗୁଡିକ ପାନବରଜ ବାବଦରେ କ୍ଷତିପୂରଣ ପାଇନାହାନ୍ତି ଓ ପୂର୍ବ ପ୍ରକଳ୍ପଠାରୁ ବରଜ ଶ୍ରମିକ ଭାବେ କ୍ଷତିପୂରଣ ପାଇନାହାନ୍ତି କେବଳ ସେହି ପରିବାରକୁ ୮୮,୦୦୦ ଟଙ୍କା ୨ଟି ପର୍ଯ୍ୟାୟରେ ଦିଆଯିବ। ପାନ ବରଜ ଡେସିମିଲ ପ୍ରତି ୧୭,୫୦୦ ଟଙ୍କା ଦିଆଯିବା ପାଇଁ ବ୍ୟବସ୍ଥା ହେବ। ଗାଁରେ ଉଚ୍ଛେଦ ଘୋଷଣା ହେବାର ୧୫ ଦିନ ଭିତରେ ଯେଉଁମାନେ ପାନବରଜ ଭାଙ୍ଗିବେ, ସେମାନଙ୍କୁ ନୂଆ ବରଜ କରିବା ପାଇଁ ୫୦ ହଜାର ଟଙ୍କା ହିସାବରେ ବୋନସ୍‌ ଦିଆଯିବ। ପୂର୍ବରୁ ଡେସିମିଲ ପିଛା ୧୧,୫୦୦ ଟଙ୍କା ପାଇଥିବା ପାନ ବରଜ ମାଲିକମାନଙ୍କୁ ଅତିରିକ୍ତ ୬,୦୦୦ ଟଙ୍କା ହିସାବରେ ବୋନସ୍‌ ଦିଆଯିବ। କିନ୍ତୁ ପ୍ରକଳ୍ପ ଜମିରୁ ସମସ୍ତ ପାନବରଜ ଭଙ୍ଗାଯିବା ପରେ ଅଥବା ପାଚେରି କାମ ସରିବା ପରେ (ଯାହା ବିଳମ୍ବରେ ହେବ) ଏହି ରାଶି ପ୍ରଦାନ କରାଯିବ। ସମସ୍ତ ପ୍ରକାର ଆର୍ଥିକ ସହାୟତା ହିତାଧିକାରୀଙ୍କ ନାମରେ ଚେକ୍‌ ମାଧ୍ୟମରେ କିମ୍ବା ବ୍ୟାଙ୍କ ଜରିଆରେ ଦିଆଯିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri