ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଜେଏସ୍‌ଡବ୍ଲ୍ୟୁର ଘୋଷଣା

ଜଗତ୍‌ସିଂହପୁର ଅଫିସ, ୧୬ା୧୨: ପାରାଦୀପରେ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ନେଇ କମ୍ପାନୀ ପକ୍ଷରୁ ବିଭିନ୍ନ ଘୋଷଣା କରାଯାଇଛି। ଏହି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ୮ଟି ରାଜସ୍ବ ଗ୍ରାମ ଯଥା ପୋଲାଙ୍ଗ, ବାୟାନାଳକନ୍ଧ, ଜଟାଧାର, ନୂଆଗାଁ, ଗୋବିନ୍ଦପୁର, ପାଟଣା, ଢିଙ୍କିଆ ଓ ମାହାଳରେ ଜମି ଅଧିଗ୍ରହଣ ଉପରେ ଗୁରୁତ୍ୱାରୋପ କରାଯାଇଛି। ଅଞ୍ଚଳର ରାଶନକାର୍ଡଧାରୀ ପରିବାରଗୁଡିକୁ ରୋଜଗାର ଯୋଗାଇ ଦେବାକୁ କମ୍ପାନୀ ପ୍ରତିଶ୍ରୁତିବଦ୍ଧ ବୋଲି ଏକ ପ୍ରେସ୍‌ ଇସ୍ତାହାରରେ ଦର୍ଶାଯାଇଛି। ରାଶନକାର୍ଡଧାରୀ ପରିବାର ସେମାନଙ୍କ ମଧ୍ୟରୁ ୨୦ରୁ ୩୨ ବର୍ଷ ବୟସର ଜଣଙ୍କୁ ରୋଜଗାର ପାଇଁ ମନୋନୀତ କରିବେ। ସେମାନଙ୍କୁ ଗ୍ରୁଫ୍‌ କମ୍ପାନୀ/ଆଶୋସିଏଟ୍‌ କମ୍ପାନୀ/କଣ୍ଟ୍ରାକ୍ଟର/ପ୍ରୋଜେକ୍ଟ/ପ୍ରକଳ୍ପ ମାଧ୍ୟମରେ ଭାରତର ଯେ କୌଣସି ସ୍ଥାନରେ ନିଯୁକ୍ତି ପ୍ରଦାନର ସୁଯୋଗ ଦିଆଯିବ। ସମ୍ପ୍ରତି ପ୍ରକଳ୍ପ ଅଞ୍ଚଳରେ ଜଙ୍ଗଲ ରକ୍ଷଣାବେକ୍ଷଣ କରୁଥିବା ଜଙ୍ଗଲ କମିଟିର ସଦସ୍ୟ (ରାଶନକାର୍ଡଧାରୀ ପରିବାର) ଏକକାଳୀନ ୫୦,୦୦୦ ଟଙ୍କା ପାଇପାରିବେ। ଗୋଟିଏ ରାଶନକାର୍ଡଧାରୀ ପରିବାରରୁ ଜଣଙ୍କୁ ଏହି ରାଶି ପ୍ରଦାନ କରାଯିବ। ସ୍ବୀକୃତିପ୍ରାପ୍ତ ଚିଙ୍ଗୁଡି ଘେରିକୁ ଏକର ପିଛା ୨.୫ ଲକ୍ଷ ଟଙ୍କା ସହାୟତା ଦିଆଯିବ। ସରକାରଙ୍କ ଦ୍ୱାରା ଧାର୍ଯ୍ୟ ନିୟମ ଓ ବିଜ୍ଞପ୍ତି ଅନୁସାରେ ଫଳଗଛ କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କୁ ସହାୟତା ମିଳିବ। ଜମି ଅଧିଗ୍ରହଣ ଗ୍ରାମର ଯେଉଁ ପରିବାରଗୁଡିକ ପାନବରଜ ବାବଦରେ କ୍ଷତିପୂରଣ ପାଇନାହାନ୍ତି ଓ ପୂର୍ବ ପ୍ରକଳ୍ପଠାରୁ ବରଜ ଶ୍ରମିକ ଭାବେ କ୍ଷତିପୂରଣ ପାଇନାହାନ୍ତି କେବଳ ସେହି ପରିବାରକୁ ୮୮,୦୦୦ ଟଙ୍କା ୨ଟି ପର୍ଯ୍ୟାୟରେ ଦିଆଯିବ। ପାନ ବରଜ ଡେସିମିଲ ପ୍ରତି ୧୭,୫୦୦ ଟଙ୍କା ଦିଆଯିବା ପାଇଁ ବ୍ୟବସ୍ଥା ହେବ। ଗାଁରେ ଉଚ୍ଛେଦ ଘୋଷଣା ହେବାର ୧୫ ଦିନ ଭିତରେ ଯେଉଁମାନେ ପାନବରଜ ଭାଙ୍ଗିବେ, ସେମାନଙ୍କୁ ନୂଆ ବରଜ କରିବା ପାଇଁ ୫୦ ହଜାର ଟଙ୍କା ହିସାବରେ ବୋନସ୍‌ ଦିଆଯିବ। ପୂର୍ବରୁ ଡେସିମିଲ ପିଛା ୧୧,୫୦୦ ଟଙ୍କା ପାଇଥିବା ପାନ ବରଜ ମାଲିକମାନଙ୍କୁ ଅତିରିକ୍ତ ୬,୦୦୦ ଟଙ୍କା ହିସାବରେ ବୋନସ୍‌ ଦିଆଯିବ। କିନ୍ତୁ ପ୍ରକଳ୍ପ ଜମିରୁ ସମସ୍ତ ପାନବରଜ ଭଙ୍ଗାଯିବା ପରେ ଅଥବା ପାଚେରି କାମ ସରିବା ପରେ (ଯାହା ବିଳମ୍ବରେ ହେବ) ଏହି ରାଶି ପ୍ରଦାନ କରାଯିବ। ସମସ୍ତ ପ୍ରକାର ଆର୍ଥିକ ସହାୟତା ହିତାଧିକାରୀଙ୍କ ନାମରେ ଚେକ୍‌ ମାଧ୍ୟମରେ କିମ୍ବା ବ୍ୟାଙ୍କ ଜରିଆରେ ଦିଆଯିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri