୪ ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ
ଭଦ୍ରକ ଅଫିସ, ୧୧।୧୨: ବୟସ ମାତ୍ର ୪ ବର୍ଷ ୬ ମାସ। ତୁଳସୀ ଦୁଇପତ୍ରରୁ ବାସିଲା ଭଳି ତାଙ୍କ ପ୍ରତିଭା ଏବେଠାରୁ ବାସିଲାଣି। ହିନ୍ଦୀ ଓ ଇଂଲିଶରେ ୮୦ଟି ରାଇମ୍ସ ଗାଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ଭଦ୍ରକ…
ଚାଇଲ୍ଡ ଲାଇନର ଚଢାଉ: ୨ ସ୍ଥାନରୁ ୨୧ ଉଦ୍ଧାର
ମାଲକାନଗିରି,୧୧।୧୨ (ଡି.ଏନ୍.ଏ.): ମାଲକାନଗିରି ଜିଲା ଚାଇଲ୍ଡ ଲାଇନ ପକ୍ଷରୁ ଶୁକ୍ରବାର ୨ଟି ସ୍ଥାନରୁ କାର୍ଯ୍ୟରେ ନିୟୋଜିତ ଥିବା ୧୦ ଶିଶୁଶ୍ରମିକ ଏବଂ ତେଲଙ୍ଗାନାକୁ ଶ୍ରମିକ ଭାବେ କାମ କରିବାକୁ ଯାଉଥିବା ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି। ମାଲକାନଗିରିସ୍ଥିତ ସଂସ୍କୃତି ଭବନ କାର୍ଯ୍ୟାଳୟ…
ଘର ବାହୁଡିଲେ କୃଷକ, ବିଜୟ ରାଲି ପରେ ଆନ୍ଦୋଳନ ସ୍ଥଳ ହେବ ଖାଲି
ନୂଆଦିଲ୍ଲୀ,୧୧ ।୧୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦୀର୍ଘ ପ୍ରାୟ ବର୍ଷକରୁ ଊର୍ଦ୍ଧ୍ୱ ସମୟ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନ କୃଷକଙ୍କ ଦାବି ପୂରଣ ହେବା ପରେ ଏବେ ସେମାନେ ଘର ବାହୁଡିଛନ୍ତି । କେବଳ କୃଷି…
ଭିତରକନିକାରେ ଡଲଫିନ୍ ଗଣନା ୧୬ରେ
ରାଜନଗର,୧୧।୧୨(ଡି.ଏନ.ଏ.): ଭିତରକନିକା ଅଞ୍ଚଳରେ ଚଳିତମାସ ୧୬ରୁ ୧୮ ତାରିଖ ଯାଏ ଡଲଫିନ୍ ଗଣନା କରାଯିବ। ଧାମରା ମୁହାଣଠାରୁ ଦେବୀ ମୁହାଣ ଯାଏ ସମୁଦ୍ର ଓ ଭିତରକନିକା ମଧ୍ୟରେ ଥିବା କ୍ରିକ୍ ଓ ନଦୀରେ ଡଲଫିନ ଗଣନା କରାଯିବ ବୋଲି ରାଜନଗର ଡିଏଫ୍ଓ…
ପ୍ରତିପକ୍ଷଙ୍କୁ ଜବାବ ତଲବ
କଟକ ଅଫିସ,୧୧।୧୨: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ ସମ୍ପର୍କିତ ମାମଲାର ଶୁଣାଣି ଶୁକ୍ରବାର ହାଇକୋର୍ଟରେ ହୋଇଥିଲା। ଆସନ୍ତା ୧୩ ସୁଦ୍ଧା ଜବାବ ତଲବ ପାଇଁ ଅରିନ୍ଦମ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ସମସ୍ତ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୩ ତାରିଖରେ…
ବିଧାନସଭା ଅଧାରୁ ବନ୍ଦ
ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ବିଧାନସଭାର ଶୀତ ଅଧିବେଶନ ଅଧାରୁ ବନ୍ଦ ହୋଇଛି। ଲଗାତର ଗୃହ ଅଚଳ ହେବା ପରେ ଶୁକ୍ରବାର ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ଲାଗି ମୁଲତବୀ କରାଯାଇଛି। ଶୁକ୍ରବାର ଅପରାହ୍ନରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବିଧାନସଭା ଅଧିବେଶନକୁ ବନ୍ଦ…
ବୋହିନେଲେ ଲୁହାପଥର
ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ଖଣି ରାଜସ୍ବରେ ବ୍ୟାପକ ହେରଫେର ଓ ଅନିୟମିତତା ହୋଇଛି। ଲିଜ୍ଧାରୀ ଅନୁମୋଦିତ ପରିମାଣଠାରୁ ଅଧିକ ପରିମାଣର ଲୁହାପଥର ଉତ୍ତୋଳନ କରିଥିଲେ ମଧ୍ୟ ଖଣି ଯୁଗ୍ମ ନିର୍ଦ୍ଦେଶକ ସେମାନଙ୍କଠାରୁ ବଳକା ମୂଲ୍ୟ ଆଦାୟ କରିନାହାନ୍ତି। ଫଳରେ ସରକାରଙ୍କୁ ଖଣି ଟିକସ ବାବଦରେ…
‘ଦଳ ଯେଉଁଠି କହିବ ସେଇଠି ଲଢିବି’
ଲକ୍ଷ୍ନୌ,୧୧।୧୨: ସମଗ୍ର ଉତ୍ତରପ୍ରଦେଶ ତାଙ୍କ ନିର୍ବାଚନ ମଣ୍ଡଳୀ ଓ ସେ ଯେକୌଣସି ସ୍ଥାନରୁ ଲଢ଼ିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ତେବେ ଆଗାମୀ ନିର୍ବାଚନରେ ଲଢ଼ିବେ କି ନାହିଁ ତାହା ଦଳ ନିଷ୍ପତ୍ତି ନେବ ବୋଲି ସେ ସୂଚନା ଦେଇଛନ୍ତି।…
ପର୍ବତ କୁହେ ସଭ୍ୟତାର କାହାଣୀ
ଯାଯାବର ଭାବେ ଜୀବନ ବିତାଉଥିବା ମଣିଷ ସ୍ଥାୟୀ ଭାବେ ବସବାସ କରିଥିଲା। ନିଜ ମନର କଥାକୁ ବିଭିନ୍ନ ସମୟରେ ମଣିଷ ପର୍ବତ ଗୁମ୍ଫାରେ ନାନା ଉପାୟରେ ଲିପିବଦ୍ଧ କରିବାର ପ୍ରୟାସ କରିଥିଲା। ଏହାଦ୍ୱାରା ଭବିଷ୍ୟତ ପିଢ଼ିଙ୍କୁ ମଧ୍ୟ ସହାୟତା ମିଳୁଥିଲା। ବହୁ…
ଡ୍ୟାନ୍ସ ଭିଡିଓ ଶେୟାର କରି ପ୍ରିୟଙ୍କାଙ୍କୁ ଟାର୍ଗେଟ କଲେ ଅମିତ ମାଳବିୟ, ଜନତା ଶେୟାର କଲେ ସିନ୍ଧିଆଙ୍କ ଫଟୋ
ନୂଆଦିଲ୍ଲୀ,୧୧ ।୧୨: ଦେଶର ପ୍ରଥମ ସିଡିଏସ୍ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ୧୩ ଜଣଙ୍କର ହେଲିକପ୍ଟର ଦୁର୍ଘଟଣା ଜନିତ ମୃତ୍ୟୁ ପରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଥିଲା । ଶୁକ୍ରବାର ରାୱତ ଦମ୍ପତିଙ୍କ…
ଶେଷ ହେଲା ଶ୍ରୀ କାଶୀ ବିଶ୍ୱନାଥ ଧାମର କାମ: ଲୋକାର୍ପଣ କରିବେ ମୋଦି
ବାରାଣସୀ,୧୧ ।୧୨: ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିରର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ପୂର୍ବରୁ ମନ୍ଦିରର ପ୍ରଥମ ପର୍ଯ୍ୟାୟ କାମ ଶେଷ ହୋଇଥିବା ସୂଚନା ମିଳିଛି । ଦୀର୍ଘ ୩୩ ମାସ ପରେ ସେଠାରୁ ମେଶିନକୁ ବାହାରକୁ…
ହରିଦ୍ୱାରରେ ବିସର୍ଜନ ହେବ ସିଡିଏସ୍ ବିପିନ ରାୱତ, ପତ୍ନୀ ମଧୁଲିକାଙ୍କ ଅସ୍ଥି
ନୂଆଦିଲ୍ଲୀ,୧୧ ।୧୨: ଦେଶର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ଅସ୍ଥି ଶନିବାର ହରିଦ୍ୱାର ଗଙ୍ଗାରେ ବିସର୍ଜନ କରାଯିବ । ସକାଳ ୧୦ଟାରେ ଏହି ଅସ୍ଥି ବିସର୍ଜନ କରାଯିବ ବୋଲି ଜଣାପଡିଛି । ଜିଲାଧିକାରୀ…
Archives


