ଆଲିଆଙ୍କୁ ବୋହୂ ବେଶରେ ଦେଖି କାନ୍ଦି ପକାଇଲେ କରନ!

ମୁମ୍ବାଇ: ବଲିଉଡ ଷ୍ଟାର କପୁଲ ଆଲିଆ-ଭଟ୍ଟ ଓ ରଣବୀର କପୁରଙ୍କ ବହୁ ପ୍ରତିକ୍ଷିତ ବିବାହ ଏପ୍ରିଲ ୧୪ରେ ହେବାକୁ ଯାଉଛି । ଅର୍ଥାତ୍ ଗୁରୁବାର ଏମାନେ ସାତଜନ୍ମର ସାଥି ପାଲଟି ଯିବେ । ଆଉ ମାତ୍ର କିଛି ସମୟ ପରେ ଆଲିଆ ଭଟ୍ଟ ହେବେ ଆଲିଆ କପୁର । ଅର୍ଥାତ୍ କପୁର ଖାନଦାନର ବୋହୂ ହେବେ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ଅଲିଅଳି କନ୍ୟା ଆଲିଆ ଭଟ୍ଟ । ଏହି ବିବାହ ଖୁବ୍ ଧୁମଧାମରେ ପାଳନ କରାଯାଉଥିବା ବେଳେ ଏଥିରେ କିଛିଟା ସିକ୍ରେଟ ବି ରଖାଯାଇଛି । ତେବେ ଶୁକ୍ରବାର ସକାଳୁ ସେଲିବ୍ରିଟିମାନଙ୍କର ଗହଳି ଲାଗିଛି ଆଲିଆଙ୍କ ଘରେ । ଝିଅକୁ ବିବାହ ଶୁଭେଚ୍ଛା ବାର୍ତ୍ତା ଦେଉଛନ୍ତି ବଲିଉଡ ସେଲିବ୍ରିଟି । ଶୁଣିବାକୁ ମିଳିଛି ଏହି କ୍ରମରେ କରନ ଜୋହର ବି ପହଞ୍ଚିଥିଲେ ଆଲିଆଙ୍କ ନିକଟରେ । ଆଉ ତାଙ୍କ ସହ ଥିଲେ ନିର୍ଦ୍ଦେଶକ ତଥା ଆଲିଆଙ୍କ ବନ୍ଧୁ ଆୟନ ମୁଖାର୍ଜୀ । ତେବେ ଏମାନେ କୁଆଡେ ଏକାକି ଆଲିଆଙ୍କ ସହ କିଛି ସମୟ ବିତାଇଛନ୍ତି । ଅଭିନେତ୍ରୀଙ୍କୁ ବୋହୂ ବେଶରେ ଦେଖି ବନ୍ଧୁ ଆୟନ ମୁଖାର୍ଜୀଙ୍କ ଆଖିରେ ଆନନ୍ଦାଶ୍ରୁ ଦେଖାଯାଇଥିବା ବେଳେ କରନ ବି ନିଜକୁ ସମ୍ଭାଳି ପାରି ନ ଥିଲେ । କାହିଁକିନା କରନ ଆଲିଆଙ୍କୁ ତାଙ୍କ ଝିଅ ବୋଲି କୁହନ୍ତି । ତେଣୁ ଝିଅକୁ ବୋହୂ ବେଶରେ ଦେଖିବା ପରେ ଭିଜି ଯାଇଥିଲା କରନ ଜୋହରଙ୍କ ଆଖି । ଶେଷରେ ସେ ସମସ୍ତଙ୍କୁ କୋଳାଗ୍ରତ କରିଥିବା କୁହାଯାଉଛି ।
ଆଲିଆ-ରଣବୀରଙ୍କ ବିବାହକୁ ନେଇ ତାଙ୍କ ପ୍ରଶଂସକମାନେ ଖୁସି ଥିବା ବେଳେ ଏମାନଙ୍କ ବିବାହ ଫଟୋକୁ କୁଆଡେ ସିକ୍ରେଟ ରଖାଯାଇଛି । ତେବେ ସମୟ ଆସିଲେ ଫ୍ୟାନ୍ସ ଏହା ଦେଖିପାରିବାର ସୁଯୋଗ ପାଇବେ ନିଶ୍ଚୟ ।


Enter your email to get our daily news in your inbox.

All Right Reserved By Dharitri.Com

ଏନକ୍ଲୋଜର୍ ଭିତରକୁ ପଶିଗଲେ ବ୍ୟକ୍ତି, ଝୁଣି ଖାଇଲା ରକ୍ତମୁଖା ବାଘ, ପୂରା ଘଟଣା ଜାଣିଲେ…

ଲଣ୍ଡନ,୧୧ା୧୦: ଇଂଲଣ୍ଡର ୟର୍କସାୟର୍ ଓ୍ବାଇଲ୍ଡଲାଇଫ୍‌ ପାର୍କରେ ଜଣେ ବ୍ୟକ୍ତି ବାଘ ରହୁଥିବା ଏନକ୍ଲୋଜର୍ (ଖୁଆଡ଼) ଭିତରକୁ ପଶିଯିବା ପରେ ବାଘ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି।…

ଶୁକ୍ର-ମଙ୍ଗଳଙ୍କ ଯୋଗରେ ବଡ଼ ପରିବର୍ତ୍ତନ! ମେଷ, ମକର ସମେତ ୪ ରାଶିଙ୍କର ହେବ ଧନହାନି, ପାଖରୁ ପଳାଇବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ର ଗ୍ରହ ତୁଳା ରାଶିରେ ଏବଂ ମଙ୍ଗଳ ଗ୍ରହ କର୍କଟ ରାଶିରେ ଅବସ୍ଥାନ କରୁଛନ୍ତି। ଶୁକ୍ରଙ୍କୁ ଧନ, ସୁଖ-ସୁବିଧା ଓ ସମ୍ପର୍କର…

ସ୍କୁଟି ଧକ୍କାରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

ବଲାଙ୍ଗୀର, ୧୧।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସଇଁତଳା ୨୬ ନମ୍ବର ଜାତୀୟ ରାଜପଥର ବିଜାଖମନ ନର୍ସରୀ ନିକଟରେ ରବିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କଲେ ବାମପନ୍ଥୀ

ବିଦ୍ୟାଧର ସାହୁ, ୧୧।୧୦: ଗଞ୍ଜାମ, ୧୦/୧୦: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ଓଡ଼ିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଗଞ୍ଜାମ ତହସିଲ ଅନ୍ତର୍ଗତ ରାମଗଡ଼…

ସମଲେଶ୍ବରୀଙ୍କ ଶୈଳପୁତ୍ରୀ ବେଶ

ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ): ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ର ପୂଜା। ଏହି ଅବସରରେ ନବରାତ୍ର ପୂଜାର ପ୍ରଥମ ଦିବସରେ ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା ସମଲେଶ୍ବରୀ ଶୈଳପୁତ୍ରୀ…

ସରକାରଙ୍କ ବଡ଼ ଘୋଷଣା: ବଢିବ ମାସିକ ପେନସନ! ଜାଣନ୍ତୁ କେତେ …

ଲକ୍ଷ୍ନୌ,୧୧।୧୦: ଉତ୍ତରପ୍ରଦେଶର ବୟସ୍କ ନାଗରିକ, ନିରାଶ୍ରିତ ମହିଳା ଓ ଦିବ୍ୟାଙ୍ଗଜନଙ୍କ ପାଇଁ ବଡ଼ ଖବର। ଯୋଗୀ ଆଦିତ୍ୟନାଥ ସରକାର ଏହି ବର୍ଗର ହିତାଧିକାରୀଙ୍କୁ ମିଳୁଥିବା ପେନସନ ରାଶି…

ମଦନପୁର କଲେଜ ଛାତ୍ର ସଂସଦ ନିର୍ବାଚନ ବାତିଲ

ରାଜନଗର, ୧୧।୧୦ (ଭାସ୍କର ରାଉତରାୟ): ସ୍ଥାନୀୟ ୟୁ. କେ. ମହାବୀର ମହାବିଦ୍ୟାଳୟରେ ଶନିବାର ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ମାରପିଟ ଘଟିଥିବା ଅଭିଯୋଗ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?