ଆଲିଆଙ୍କୁ ବୋହୂ ବେଶରେ ଦେଖି କାନ୍ଦି ପକାଇଲେ କରନ!

ମୁମ୍ବାଇ: ବଲିଉଡ ଷ୍ଟାର କପୁଲ ଆଲିଆ-ଭଟ୍ଟ ଓ ରଣବୀର କପୁରଙ୍କ ବହୁ ପ୍ରତିକ୍ଷିତ ବିବାହ ଏପ୍ରିଲ ୧୪ରେ ହେବାକୁ ଯାଉଛି । ଅର୍ଥାତ୍ ଗୁରୁବାର ଏମାନେ ସାତଜନ୍ମର ସାଥି ପାଲଟି ଯିବେ । ଆଉ ମାତ୍ର କିଛି ସମୟ ପରେ ଆଲିଆ ଭଟ୍ଟ ହେବେ ଆଲିଆ କପୁର । ଅର୍ଥାତ୍ କପୁର ଖାନଦାନର ବୋହୂ ହେବେ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ଅଲିଅଳି କନ୍ୟା ଆଲିଆ ଭଟ୍ଟ । ଏହି ବିବାହ ଖୁବ୍ ଧୁମଧାମରେ ପାଳନ କରାଯାଉଥିବା ବେଳେ ଏଥିରେ କିଛିଟା ସିକ୍ରେଟ ବି ରଖାଯାଇଛି । ତେବେ ଶୁକ୍ରବାର ସକାଳୁ ସେଲିବ୍ରିଟିମାନଙ୍କର ଗହଳି ଲାଗିଛି ଆଲିଆଙ୍କ ଘରେ । ଝିଅକୁ ବିବାହ ଶୁଭେଚ୍ଛା ବାର୍ତ୍ତା ଦେଉଛନ୍ତି ବଲିଉଡ ସେଲିବ୍ରିଟି । ଶୁଣିବାକୁ ମିଳିଛି ଏହି କ୍ରମରେ କରନ ଜୋହର ବି ପହଞ୍ଚିଥିଲେ ଆଲିଆଙ୍କ ନିକଟରେ । ଆଉ ତାଙ୍କ ସହ ଥିଲେ ନିର୍ଦ୍ଦେଶକ ତଥା ଆଲିଆଙ୍କ ବନ୍ଧୁ ଆୟନ ମୁଖାର୍ଜୀ । ତେବେ ଏମାନେ କୁଆଡେ ଏକାକି ଆଲିଆଙ୍କ ସହ କିଛି ସମୟ ବିତାଇଛନ୍ତି । ଅଭିନେତ୍ରୀଙ୍କୁ ବୋହୂ ବେଶରେ ଦେଖି ବନ୍ଧୁ ଆୟନ ମୁଖାର୍ଜୀଙ୍କ ଆଖିରେ ଆନନ୍ଦାଶ୍ରୁ ଦେଖାଯାଇଥିବା ବେଳେ କରନ ବି ନିଜକୁ ସମ୍ଭାଳି ପାରି ନ ଥିଲେ । କାହିଁକିନା କରନ ଆଲିଆଙ୍କୁ ତାଙ୍କ ଝିଅ ବୋଲି କୁହନ୍ତି । ତେଣୁ ଝିଅକୁ ବୋହୂ ବେଶରେ ଦେଖିବା ପରେ ଭିଜି ଯାଇଥିଲା କରନ ଜୋହରଙ୍କ ଆଖି । ଶେଷରେ ସେ ସମସ୍ତଙ୍କୁ କୋଳାଗ୍ରତ କରିଥିବା କୁହାଯାଉଛି ।
ଆଲିଆ-ରଣବୀରଙ୍କ ବିବାହକୁ ନେଇ ତାଙ୍କ ପ୍ରଶଂସକମାନେ ଖୁସି ଥିବା ବେଳେ ଏମାନଙ୍କ ବିବାହ ଫଟୋକୁ କୁଆଡେ ସିକ୍ରେଟ ରଖାଯାଇଛି । ତେବେ ସମୟ ଆସିଲେ ଫ୍ୟାନ୍ସ ଏହା ଦେଖିପାରିବାର ସୁଯୋଗ ପାଇବେ ନିଶ୍ଚୟ ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ଭେଟିବାକୁ ଗାଲାକ୍ସି ଆପାର୍ଟମେଣ୍ଟରେ ପହଞ୍ଚିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ

ବମ୍ବେ: ନିକଟରେ ବଲିଉଡ୍‌ର ଦବଙ୍ଗ ଖାନ୍‌ଙ୍କ ଘର ଉପରେ ୨ ଜଣ ଅଜ୍ଞାତ ବ୍ୟକ୍ତି ଗୁଳିମାଡ଼ କରିଥିଲେ। ଏହି ଘଟଣା ଅନେକଙ୍କୁ ଚକିତ କରିଥିଲା। ପୋଲିସ...

ସ୍ବାସ୍ଥ୍ୟଗତ କାରଣରୁ ନିର୍ବାଚନ ଲଢ଼ୁନାହାନ୍ତି କିରନ

ନୂଆଦିଲ୍ଲୀ: ଚଣ୍ଡିଗଡ଼ରୁ ଲଗାତର ୨ ଥର ଏମ୍‌ପି ଥିବା ବଲିଉଡ୍‌ ଅଭିନେତ୍ରୀ କିରନ ଖେର୍‌ ଚଳିତ ଲୋକ ସଭା ନିର୍ବାଚନ ଲଢ଼ୁନାହାନ୍ତି। ଚଣ୍ଡିଗଡ଼ରୁ ଭାଜପା ତାଙ୍କ...

ସଲମାନଙ୍କ ଘର ବାହାରେ ଫାୟାରିଂ କରିଥିବା ୨ ଅଭିଯୁକ୍ତ ଗିରଫ

ମୁମ୍ବାଇ,୧୬।୪:ମୁମ୍ବାଇର ଅଭିନେତା ସଲମାନ ଖାନଙ୍କ ବାସଭବନ ବାହାରେ ଗୁଳି ଚଳାଇଥିବା ଉଭୟ ଅଭିଯୁକ୍ତଙ୍କୁ ଗୁଜରାଟର ଭୁଜରୁ ଗିରଫ କରାଯାଇଛି। ମାମଲାର ଅନୁସନ୍ଧାନ କରୁଥିବା ମୁମ୍ବାଇ କ୍ରାଇମ...

ହୃଦୟ ଜିତିଲେ କିଙ୍ଗ ଖାନ

ମୁମ୍ବାଇ,୧୫।୪: ବଲିଉଡର ସୁପରଷ୍ଟାର ଶାହରୁଖ ଖାନ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ତାଙ୍କର ଉଦାରତା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। କିଙ୍ଗ ଖାନ...

ଆତ୍ମହତ୍ୟା କଲେ କନ୍ନଡ ଫିଲ୍ମ ପ୍ରଡ୍ୟୁସର ସୌନ୍ଦର୍ଯ୍ୟା ଜଗଦୀଶ!

ଚେନ୍ନାଇ,୧୫।୪: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ କନ୍ନଡ ଚଳଚ୍ଚିତ୍ର ନିର୍ମାତା ତଥା ବ୍ୟବସାୟୀ ସୌନ୍ଦର୍ଯ୍ୟା ଜଗଦୀଶ ଆତ୍ମହତ୍ୟା...

କାନାଡାର ଆଇପି ଆଡ୍ରେସ, ଆମେରିକାରୁ ହୋଇଥିଲା ସଲମାନଙ୍କ ଘରେ ଫାୟରିଂ କରିବାର ପ୍ଲାନ

ମୁମ୍ବାଇ,୧୫।୪: ବଲିଉଡ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଫାୟରିଂ କରିବା ମାମଲାରେ ମୁମ୍ବାଇ ପୋଲିସ ହାତରେ ନୂଆ ତଥ୍ୟ ଲାଗିଛି। ପୋଲିସ କହିଛି ଯେ...

ପ୍ରଥମ ପ୍ରେମରେ ଧୋକା ଖାଇଥିଲେ ବିଦ୍ୟା

ମୁମ୍ବାଇ:ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବଲାନ୍‌ ନିଜର ଚମତ୍କାର ଅଭିନୟ ବଳରେ ଦୀର୍ଘ ବର୍ଷ ଧରି ପ୍ରଶଂସକଙ୍କ ହୃଦୟରେ ରାଜୁତି କରିଆସୁଛନ୍ତି। ନିଜର ବିନ୍ଦାଶ ଶୈଳୀ ପାଇଁ...

କାହା ଟାର୍ଗେଟରେ ସଲମାନ୍‌? କେବେ ଧମକ ତ କେବେ ଗୁଳିମାଡ଼…

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ସଲମାନଙ୍କ ଘର ଉପରକୁ ଗୁଳି ମାଡ଼। କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଭୋର ସମୟରେ ଦୁଇ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri