ସମ୍ପାଦକୀୟ

ଏଇ ଭାରତରେ

ସମାଜରେ ଖୁବ୍‌ କମ୍‌ ଲୋକ ଅଛନ୍ତି ଯେଉଁମାନେ ଚାକିରି କରିବା ସହ ନିଜକୁ ସମାଜ ସେବାରେ ନିୟୋଜିତ କରିଥାନ୍ତି। ଏମାନଙ୍କ ମଧ୍ୟରୁ ରାଜସ୍ଥାନର କନଷ୍ଟେବଳ ଧର୍ମବୀର ଜାଖଡ ଜଣେ। ସେ ଚୁରୁଠାରୁ ୪ କିମି ଦୂର ଗଜସାର ହନୁମାନଗଡି ବସ୍ତିରେ ୨୦୧୬ରେ…

ସମ୍ଭାବ୍ୟ ଅଦଳବଦଳ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ବାବୁଙ୍କ ଉପରେ ନଜର ରଖିଥିବା ବ୍ୟକ୍ତିମାନେ ଅର୍ଥ ମନ୍ତ୍ରଣାଳୟର ଶୀର୍ଷ ସ୍ତରରେ ଅଦଳବଦଳ ହେବ ବୋଲି ଆଶା ରଖିଛନ୍ତି। ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ ସେଠାରେ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗର ମୁଖ୍ୟ ଜି.ସି.…

ପରିବର୍ତ୍ତନ ସହ ତାଳ ଦେଇ ଚାଲିବା

ଡ. ପ୍ରମୋଦ କୁମାର ମିଶ୍ର ଆଜି ଆପଣମାନେ (ଛାତ୍ରୀଛାତ୍ରମାନେ) ଯେତେବେଳେ ଜୀବନର ନୂତନ ପର୍ଯ୍ୟାୟରେ ପାଦ ଥାପୁଛନ୍ତି, ଆପଣମାନଙ୍କ ଆଗରେ ବ୍ୟାପକ ସମ୍ଭାବନା ଓ ସୁଯୋଗ ରହିଛି। ଦେଶରେ ଉତ୍ସାହ ଓ ଗତିଶୀଳତାର ଏକ ନୂତନ ଭାବନା ଦେଖିବାକୁ ମିଳୁଛି। ଆମ…

ଶିକ୍ଷା ହେଉ ଜୀବନର ମୂଳଦୁଆ

ଆଶିଷ ଧାଓ୍ବନ ଉଚ୍ଚମାନର ଶିକ୍ଷା ଜଣେ ବ୍ୟକ୍ତିଙ୍କ ଜୀବନରେ ବୈପ୍ଳବିକ ପରିବର୍ତ୍ତନ ଆଣିଥାଏ। ଏହା କେବଳ ଶିକ୍ଷାର୍ଥୀ ମନରେ ମହତ୍ତ୍ୱାକାଂକ୍ଷା ସୃଷ୍ଟି କରେ ନାହିଁ, ବରଂ ତାକୁ ଚରିତାର୍ଥ କରିବା ପାଇଁ ସୁଯୋଗ ମଧ୍ୟ ପ୍ରଦାନ କରିଥାଏ। ତେଣୁ ଭାରତ ଭଳି…

ଏଇ ଭାରତରେ

ପରିବେଶ ସୁରକ୍ଷା ପ୍ରତି ଗୁରୁତ୍ୱ ଦେଇ ଆଯୋଜିତ ଏକ ନିଆରା ବାହାଘର ନଜରକୁ ଆସିଛି ଉତ୍ତରପ୍ରଦେଶରେ। ବିନା ଯୌତୁକରେ ଓକିଲ ବର ସହ ପୋଲିସ କନ୍ୟାଙ୍କ ମଧ୍ୟରେ ବାହାଘର ହେବା ସହ ବରଯାତ୍ରୀଙ୍କୁ ଚାରା ବଣ୍ଟାଯାଇଛିି। ରେବାଡି ଜିଲା ଶହବାଜପୁର ଖାଲ୍‌ସା…

ଆଜିର ଅର୍ଥନୀତି/ ପୁଣି ଚେତାବନୀ

ଉଦ୍ୟୋଗ ଚଳାଇବା ପାଇଁ ପାଣ୍ଠି ଅଭାବର ସମ୍ମୁଖୀନ ହେଉଥିବା ଓ ଋଣ ପାଇପାରୁ ନ ଥିବା କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ପାଣ୍ଠି ଯୋଗାଣ ପାଇଁ ମୋଦି ସରକାର ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମ୍‌ଏମ୍‌ଓ୍ବାଇ) ଆରମ୍ଭ କଲେ। ଉତ୍ତମ ଓ ବଳିଷ୍ଠ ଚିନ୍ତାଧାରା ଥିବା…

ଏ ଅନ୍ଧକାରରୁ ମୁକ୍ତି କେବେ

ମନ-ମାନଚିତ୍ର / ଡ. ନରହରି ବେହେରା ରୂପେନ୍‌ ବାନାର୍ଜୀ ତାଙ୍କର ‘ଦି ଓଡ଼ିଶା ଟ୍ରାଜେଡ଼ି: ଏ ସାଇକ୍ଲୋନ୍‌’ସ୍‌ ଇୟର ଅଫ୍‌ କାଲାମିଟି’ ବହିରେ ଗୋଟିଏ ରୋଚକ କଥା ବର୍ଣ୍ଣନା କରିଛନ୍ତି। ସେ ବର୍ଣ୍ଣନା ପ୍ରସଙ୍ଗରେ ଲେଖିଛନ୍ତି- ୧୯୯୯ ମହାବାତ୍ୟା ପୂର୍ବରୁ ତତ୍କାଳୀନ…

ଦାମ୍ପତ୍ୟ ପ୍ରତାରଣା

ଅଲେଖ ଚନ୍ଦ୍ର ମିଶ୍ର ୨୦୧୬ର ଏକ କୌତୂହଳପୂର୍ଣ୍ଣ ଘଟଣା। ଆମେରିକାର ଏକ ଲୋକପ୍ରିୟ ବ୍ୟବସାୟିକ ଓ୍ବେବ୍‌ସାଇଟରେ ଦିନେ ପ୍ରକାଶ ପାଇଲା ଏକ ସମ୍ବେଦନଶୀଳ ବିଜ୍ଞାପନ। ଜଣେ ବ୍ୟବହୃତ ପତ୍ନୀଙ୍କୁ ବିକ୍ରି ପାଇଁ ନିଲାମ ଆହ୍ବାନ କରାଯାଉଛି। ଯିଏ ସର୍ବାଧିକ ମୂଲ୍ୟ ଦେବ…

ଏଇ ଭାରତରେ

ଭାଷାକୁ କୌଣସି ସମ୍ପ୍ରଦାୟର ପରିସୀମାରେ ରଖାଯାଇ ପାରେନା ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନର ଅଧ୍ୟାପିକା ଛୋଟୁ ମୀନା। ତାଙ୍କୁ ବର୍ତ୍ତମାନ ବୟସ ୩୯ ବର୍ଷ। ସେ ଟୋଙ୍କ ଜିଲାର ପିପ୍‌ଲୁସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟର ସହ-ପ୍ରାଧ୍ୟାପିକା ଅଛନ୍ତି। ଏହି କଲେଜରେ ଛାତ୍ରୀମାନଙ୍କୁ…

ଟୁନାମାଛର ବିପଦ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଆମେରିକାରେ ବିକ୍ରି ହେଉଥିବା ୟେଲୋଫିନ୍‌ ଟୁନା (ହଳଦିଆ ଡେଣାଯୁକ୍ତ ଟୁନା ମାଛ)ର ଉତ୍ପାଦଗୁଡ଼ିକ ଖାଦ୍ୟ ବିଷାୟନର କାରଣ ହୋଇପାରେ ବୋଲି ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ପ୍ରଶାସନ ପକ୍ଷରୁ କୁହାଯାଇଛି। ଆଲର୍ଜିକାରକ ହିଷ୍ଟାମାଇନ ଦ୍ୱାରା ସଂକ୍ରମିତ ଟୁନାମାଛ…

ଜେଏନ୍‌ୟୁ ଛାତ୍ର ଆନ୍ଦୋଳନକୁ ଦମନ

ବିଚିତ୍ର ବିଶ୍ୱାଳ ଗଣତନ୍ତ୍ରରେ ବିରୋଧୀ ମତକୁ ଚାପି ଦିଆଯିବା ଗଣତନ୍ତ୍ର ପ୍ରତି ଆଦୌ ଶୁଭଙ୍କର ନୁହେଁ। ଏହା ଧୀରେ ଧୀରେ ଆମ ଦେଶକୁ ସ୍ବେଚ୍ଛାଚାରିତା ଦିଗରେ ଆଗେଇ ନେବ। ସମ୍ପ୍ରତି ଆମ ଦେଶରେ ଠିକ୍‌ ଏଇଆ ହଁି ହେଉଛି। ବିରୋଧୀ ମତବାଦକୁ…

ମାସଶ୍ରେଷ୍ଠର ମହକ

ଉପେନ୍ଦ୍ର ବିଶ୍ୱାଳ ବର୍ଷକ ବାରମାସ ମଧ୍ୟରୁ ଶ୍ରେଷ୍ଠମାସ ମାର୍ଗଶିର। ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଗୀତାରେ କହିଛନ୍ତି- ମାସାନାଂ ମାର୍ଗଶୀର୍ଷୋଽହଂ ଅର୍ଥାତ୍‌ ମାସଗୁଡ଼ିକ ମଧ୍ୟରେ ମୁଁ ହେଉଛି ମାର୍ଗଶିର। ସାରା ଶ୍ରାବଣ ଶିବଙ୍କ ପାଇଁ ସମର୍ପିତ ଥିଲା ପରି ମାର୍ଗଶିର ମାସଟି ମା’…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri