ସମ୍ଭାବ୍ୟ ଅଦଳବଦଳ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ବାବୁଙ୍କ ଉପରେ ନଜର ରଖିଥିବା ବ୍ୟକ୍ତିମାନେ ଅର୍ଥ ମନ୍ତ୍ରଣାଳୟର ଶୀର୍ଷ ସ୍ତରରେ ଅଦଳବଦଳ ହେବ ବୋଲି ଆଶା ରଖିଛନ୍ତି। ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ ସେଠାରେ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗର ମୁଖ୍ୟ ଜି.ସି. ମୁର୍ମୁଙ୍କୁ ପ୍ରଥମ ଉପରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯିବା ପରେ ଏଭଳି ଅଦଳବଦଳର ଆବଶ୍ୟକତା ରହିଥିବା କୁହାଯାଉଛିି। ପୁଣି ଅର୍ଥ ସଚିବ ରାଜୀବ କୁମାର ଆସନ୍ତା ବର୍ଷ ଫେବୃୟାରୀରେ ଅବସର ନେବାର ଅଛି। ଏହାପରେ ଆର୍ଥିକ ମାମଲର ସଚିବ ଅତନୁ ଚକ୍ରବର୍ତ୍ତୀ ଏପ୍ରିଲ୍‌ରେ ବି ଅବସର ନେବେ। ଯଦିଓ ରାଜସ୍ବ ସଚିବ ଏ.ବି.ପି. ପାଣ୍ଡେ ଏହି ପଦରେ ଫେବୃୟାରୀ ୨୦୨୧ ପର୍ଯ୍ୟନ୍ତ ରହିବେ ବୋଲି ଯୋଜନା କରାଯାଇଥିବାର ବିଶେଷ ସୂତ୍ରରୁ ପ୍ରକାଶ ପାଇଛି, ତଥାପି ଗୋପନୀୟ ସୂତ୍ରରୁ ଜଣାପଡେ ଯେ, ମୋଦି ସରକାର ତାଙ୍କୁ ସେଠାରୁ ଅନ୍ୟ ବିଭାଗକୁ ନେଇପାରନ୍ତି। ଯାହା ବିଚାର କରାଯାଉଛି ଏବଂ ଏଥିରୁ ସଙ୍କେତ ବି ମିଳୁଛି ଯେ, ଅର୍ଥନୀତିର ଅତ୍ୟାବଶ୍ୟକ ସଂଖ୍ୟା କ୍ରମାଗତ ତଳକୁ ଖସିଚାଲିଥିବାରୁ ଏ ସମ୍ପର୍କରେ ସରକାର ଅସନ୍ତୁଷ୍ଟ ରହିଛନ୍ତି। ଯଦି ଏହି ଗୁଞ୍ଜରଣ ବାସ୍ତବରେ ସତ ହୁଏ, ତେବେ ଅର୍ଥ ମନ୍ତ୍ରଣାଳୟରେ ଗୋଟିଏ ସେଟ୍‌ର ନୂଆ ମୁହଁ ଅର୍ଥନୀତିକୁ ଚଳାଇବେ ବୋଲି ଆମେ ଆଶା କରିପାରିବା।
ବାବୁମାନେ ଚିନ୍ତିତ
ପୁନଶ୍ଚ ଇଣ୍ଡିଆନ୍‌ ଆଡ୍‌ମିନିଷ୍ଟ୍ରେଟିଭ ସର୍ଭିସ (ଆଇଏଏସ୍‌)ର ଆଧିପତ୍ୟ ବା ପ୍ରଭାବକୁ ଭାଙ୍ଗିଦେବାକୁ କରାଯାଇଥିବା ମୋଦି ସରକାରଙ୍କ ଉଦ୍ୟମରୁ ଯେଉଁ ସେବା ଲାଭ ପାଉଛି ତାହା ହେଉଛି ଭାରତୀୟ ରେଳ ସେବା (ଆଇଆର୍‌ଏସ୍‌)। ଚଳିତ ବର୍ଷ ଯୁଗ୍ମସଚିବ ସ୍ତରରେ କରାଯାଇଥିବା ୨୨୮ ଜଣ ଅଧିକାରୀଙ୍କ ପ୍ୟାନେଲ ମଧ୍ୟରୁ ୭୮ ଜଣ ଅଧିକାରୀ ହେଉଛନ୍ତି ଆଇଆର୍‌ଏସ୍‌। ଏହି ପ୍ୟାନେଲରେ ମାତ୍ର ୪୯ ଜଣ ଆଇଏଏସ୍‌ ଓ ୪୬ ଜଣ ଭାରତୀୟ ରାଜସ୍ବ ସେବା ଅଧିକାରୀ ରହିଛନ୍ତି। ଆଉ ୫୫ ଜଣ ଅଧିକାରୀଙ୍କ ମଧ୍ୟରେ ଆଇପିଏସ୍‌, ଆଇଏଫ୍‌ଓଏସ୍‌ ଏବଂ ଅନ୍ୟ ସେବାରୁ ରହିଛନ୍ତି। ଏହି ଧାରା କେବଳ ୨୦୧୯ ପାଇଁ ସୀମିତ ନୁହେଁ। ଆରମ୍ଭରୁ ମଧ୍ୟ ଯୁଗ୍ମସଚିବ ସ୍ତରରେ କରାଯାଇଥିବା ପ୍ୟାନେଲରେ ଆଇଆର୍‌ଏସ୍‌ ବାବୁମାନଙ୍କ ସଂଖ୍ୟା ଆଇଏଏସ୍‌ ସମେତ ଅନ୍ୟ ସେବାର ବାବୁମାନଙ୍କଠାରୁ ବେଶି ରହିଛି। ସମ୍ପ୍ରତି କୌଣସି ଏକ ନିର୍ଦ୍ଦିଷ୍ଟ ପଦବୀ ପାଇଁ ପ୍ୟାନେଲରେ ସ୍ଥାନ ପାଇବାକୁ ହେଲେ ଜଣେ ଆଇଏଏସ୍‌ ଅଧିକାରୀଙ୍କ ପାଇଁ ଦକ୍ଷତା ମାପଦଣ୍ଡ ସେଣ୍ଟ୍ରାଲ୍‌ ଷ୍ଟାଫ୍‌ ସ୍କିମ୍‌ (କେନ୍ଦ୍ରୀୟ କର୍ମଚାରୀ ଯୋଜନା) ଅଧୀନରେ ଥିବା ଅନ୍ୟ ସେବାଗୁଡିକରୁ ଆସିଥିବା ପ୍ରତିପକ୍ଷଙ୍କଠାରୁ ଦୁଇ ବର୍ଷ କମ୍‌ ରଖାଯାଇଛି। ଏଭଳି ଫାଇଦାକୁ ଅନ୍ୟମାନେ ଭେଦଭାବପୂର୍ଣ୍ଣ ବ୍ୟବସ୍ଥା ବୋଲି ବିଚାର କରୁଛନ୍ତି। ସିଭିଲ ସର୍ଭିସର ଉପର ସ୍ତରରେ ଥିବା ସବୁ କ୍ଷେତ୍ରରେ ସମନ୍ବୟ ଆଣିବାକୁ ମୋଦି ସରକାର ସ୍ଥିର କରିବା ପରେ ଅନ୍ୟ ସର୍ଭିସକୁ ସେମାନଙ୍କ ସଂଖ୍ୟା ଅନୁପାତରେ ପ୍ୟାନେଲଭୁକ୍ତ କରାଯାଉଛି। ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, ‘ସ୍ବର୍ଗରେ ଜାତ’ କୁହାଯାଉଥିବା ଏହି ଅଫିସରମାନେ ଏହି ଧାରାରେ କେବେ ବି ସନ୍ତୁଷ୍ଟ ନୁହନ୍ତି ଏବଂ ଆଇଏଏସ୍‌ଙ୍କ ବିରୋଧରେ ସରକାରଙ୍କ ପକ୍ଷପାତ ନୀତି ସମ୍ପର୍କରେ ସେମାନେ ଅଧିକ ଆଲୋଚନା କରୁଛନ୍ତି। ତେବେ କ୍ଷମତାସମ୍ପନ୍ନ ଆଇଏଏସ୍‌ ଅଧିକାରୀମାନେ ଯୁଗ୍ମସଚିବ ସ୍ତରରେ ସେମାନଙ୍କ ସଂଖ୍ୟା ହରାଉଥିବାବେଳେ ଏହି ସେବା ଏଯାବତ୍‌ ଅତିରିକ୍ତ ସଚିବ ଓ ସଚିବ ସ୍ତରରେ ଆଧିପତ୍ୟ ବିସ୍ତାର କରି ରହିଛି।
ଆଇପିଏସ୍‌ ସଂଘ ଆଇନସଙ୍ଗତ ନୁହେଁ
ଏକ ଆର୍‌ଟିଆଇ ଆବେଦନର ଜବାବରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି)କୁ କହିଛନ୍ତି ଯେ, ଆଇପିଏସ୍‌ ସଂଘ ପାଖରେ ସରକାରଙ୍କର ‘ଏକ୍ସପ୍ରେସ୍‌ ସାଙ୍କ୍‌ଶନ’ (ସ୍ବାଧୀନଭାବରେ ମତ ଦେବାର ଅନୁମତି) ନାହିଁ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପୁନଶ୍ଚ ସ୍ପଷ୍ଟ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ପୋଲିସ ବାହିନୀ କୌଣସି ସଂଘ ଗଢ଼ିବାର ଅଧିକାର ନାହିଁ। ଆଇପିଏସ୍‌ ସଂଘକୁ ଏକ ବେଆଇନ ସଂଗଠନ ବୋଲି କହିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଏହି ପଦକ୍ଷେପରେ ଆଇପିଏସ୍‌ ସଂଘ ପୂରା ବିଚଳିତ ହୋଇଯାଇଛି। ପୂର୍ବତନ ଆଇପିଏସ୍‌ ଅଧିକାରୀ ତଥା ଆଇପିଏସ୍‌ ସଂଘର ସମ୍ପାଦକ ପି.ଭି.ଆର୍‌. ଶାସ୍ତ୍ରୀଙ୍କ ଅନୁସାରେ ଅଲ୍‌ ଇଣ୍ଡିଆ ସର୍ଭିସ ରୁଲସ ବା ଅଖିଳ ଭାରତୀୟ ସେବା ନିୟମ ଅଧୀନରେ ଆଇପିଏସ୍‌ ଅଧିକାରୀମାନେ ନିଯୁକ୍ତ ହେଉଛନ୍ତି ଓ ଶାସିତ ବି ହେଉଛନ୍ତି। ଏଥିରେ ଏହି ଅଧିକାରୀମାନଙ୍କୁ ସଂଘ ଗଠନ କରିବାକୁ ନିଷିଦ୍ଧ କରାଯାଇ ନାହିଁ। ସୂତ୍ରରୁ ପ୍ରକାଶ ଯେ, ଅସନ୍ତୁଷ୍ଟ ଆଇପିଏସ୍‌ ଅଧିକାରୀମାନେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଏହି ପଦକ୍ଷେପକୁ ଚ୍ୟାଲେଞ୍ଜ କରୁଥିବାବେଳେ ସେମାନଙ୍କ ପ୍ରତିପକ୍ଷ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ ଅନୁଭବ କରୁଛି ଯେ, ଆଇପିଏସ୍‌ ସଂଘ ସମ୍ବନ୍ଧରେ ମନ୍ତ୍ରଣାଳୟ ସେମାନଙ୍କ ଦୃଷ୍ଟିକୋଣକୁ ଠିକ୍‌ ଭାବେ ଉପସ୍ଥାପନ କରିଛି। ତେବେ ଆଇପିଏସ୍‌ ଅଧିକାରୀମାନେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ଥିବା ସେମାନଙ୍କର ଆଇଏଏସ୍‌ ସାଥୀମାନେ ପକ୍ଷପାତ ନୀତି ପ୍ରଦର୍ଶନ ସହ ଅଯଥା ବିବାଦ ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri