ସମ୍ଭାବ୍ୟ ଅଦଳବଦଳ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ବାବୁଙ୍କ ଉପରେ ନଜର ରଖିଥିବା ବ୍ୟକ୍ତିମାନେ ଅର୍ଥ ମନ୍ତ୍ରଣାଳୟର ଶୀର୍ଷ ସ୍ତରରେ ଅଦଳବଦଳ ହେବ ବୋଲି ଆଶା ରଖିଛନ୍ତି। ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ ସେଠାରେ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗର ମୁଖ୍ୟ ଜି.ସି. ମୁର୍ମୁଙ୍କୁ ପ୍ରଥମ ଉପରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯିବା ପରେ ଏଭଳି ଅଦଳବଦଳର ଆବଶ୍ୟକତା ରହିଥିବା କୁହାଯାଉଛିି। ପୁଣି ଅର୍ଥ ସଚିବ ରାଜୀବ କୁମାର ଆସନ୍ତା ବର୍ଷ ଫେବୃୟାରୀରେ ଅବସର ନେବାର ଅଛି। ଏହାପରେ ଆର୍ଥିକ ମାମଲର ସଚିବ ଅତନୁ ଚକ୍ରବର୍ତ୍ତୀ ଏପ୍ରିଲ୍‌ରେ ବି ଅବସର ନେବେ। ଯଦିଓ ରାଜସ୍ବ ସଚିବ ଏ.ବି.ପି. ପାଣ୍ଡେ ଏହି ପଦରେ ଫେବୃୟାରୀ ୨୦୨୧ ପର୍ଯ୍ୟନ୍ତ ରହିବେ ବୋଲି ଯୋଜନା କରାଯାଇଥିବାର ବିଶେଷ ସୂତ୍ରରୁ ପ୍ରକାଶ ପାଇଛି, ତଥାପି ଗୋପନୀୟ ସୂତ୍ରରୁ ଜଣାପଡେ ଯେ, ମୋଦି ସରକାର ତାଙ୍କୁ ସେଠାରୁ ଅନ୍ୟ ବିଭାଗକୁ ନେଇପାରନ୍ତି। ଯାହା ବିଚାର କରାଯାଉଛି ଏବଂ ଏଥିରୁ ସଙ୍କେତ ବି ମିଳୁଛି ଯେ, ଅର୍ଥନୀତିର ଅତ୍ୟାବଶ୍ୟକ ସଂଖ୍ୟା କ୍ରମାଗତ ତଳକୁ ଖସିଚାଲିଥିବାରୁ ଏ ସମ୍ପର୍କରେ ସରକାର ଅସନ୍ତୁଷ୍ଟ ରହିଛନ୍ତି। ଯଦି ଏହି ଗୁଞ୍ଜରଣ ବାସ୍ତବରେ ସତ ହୁଏ, ତେବେ ଅର୍ଥ ମନ୍ତ୍ରଣାଳୟରେ ଗୋଟିଏ ସେଟ୍‌ର ନୂଆ ମୁହଁ ଅର୍ଥନୀତିକୁ ଚଳାଇବେ ବୋଲି ଆମେ ଆଶା କରିପାରିବା।
ବାବୁମାନେ ଚିନ୍ତିତ
ପୁନଶ୍ଚ ଇଣ୍ଡିଆନ୍‌ ଆଡ୍‌ମିନିଷ୍ଟ୍ରେଟିଭ ସର୍ଭିସ (ଆଇଏଏସ୍‌)ର ଆଧିପତ୍ୟ ବା ପ୍ରଭାବକୁ ଭାଙ୍ଗିଦେବାକୁ କରାଯାଇଥିବା ମୋଦି ସରକାରଙ୍କ ଉଦ୍ୟମରୁ ଯେଉଁ ସେବା ଲାଭ ପାଉଛି ତାହା ହେଉଛି ଭାରତୀୟ ରେଳ ସେବା (ଆଇଆର୍‌ଏସ୍‌)। ଚଳିତ ବର୍ଷ ଯୁଗ୍ମସଚିବ ସ୍ତରରେ କରାଯାଇଥିବା ୨୨୮ ଜଣ ଅଧିକାରୀଙ୍କ ପ୍ୟାନେଲ ମଧ୍ୟରୁ ୭୮ ଜଣ ଅଧିକାରୀ ହେଉଛନ୍ତି ଆଇଆର୍‌ଏସ୍‌। ଏହି ପ୍ୟାନେଲରେ ମାତ୍ର ୪୯ ଜଣ ଆଇଏଏସ୍‌ ଓ ୪୬ ଜଣ ଭାରତୀୟ ରାଜସ୍ବ ସେବା ଅଧିକାରୀ ରହିଛନ୍ତି। ଆଉ ୫୫ ଜଣ ଅଧିକାରୀଙ୍କ ମଧ୍ୟରେ ଆଇପିଏସ୍‌, ଆଇଏଫ୍‌ଓଏସ୍‌ ଏବଂ ଅନ୍ୟ ସେବାରୁ ରହିଛନ୍ତି। ଏହି ଧାରା କେବଳ ୨୦୧୯ ପାଇଁ ସୀମିତ ନୁହେଁ। ଆରମ୍ଭରୁ ମଧ୍ୟ ଯୁଗ୍ମସଚିବ ସ୍ତରରେ କରାଯାଇଥିବା ପ୍ୟାନେଲରେ ଆଇଆର୍‌ଏସ୍‌ ବାବୁମାନଙ୍କ ସଂଖ୍ୟା ଆଇଏଏସ୍‌ ସମେତ ଅନ୍ୟ ସେବାର ବାବୁମାନଙ୍କଠାରୁ ବେଶି ରହିଛି। ସମ୍ପ୍ରତି କୌଣସି ଏକ ନିର୍ଦ୍ଦିଷ୍ଟ ପଦବୀ ପାଇଁ ପ୍ୟାନେଲରେ ସ୍ଥାନ ପାଇବାକୁ ହେଲେ ଜଣେ ଆଇଏଏସ୍‌ ଅଧିକାରୀଙ୍କ ପାଇଁ ଦକ୍ଷତା ମାପଦଣ୍ଡ ସେଣ୍ଟ୍ରାଲ୍‌ ଷ୍ଟାଫ୍‌ ସ୍କିମ୍‌ (କେନ୍ଦ୍ରୀୟ କର୍ମଚାରୀ ଯୋଜନା) ଅଧୀନରେ ଥିବା ଅନ୍ୟ ସେବାଗୁଡିକରୁ ଆସିଥିବା ପ୍ରତିପକ୍ଷଙ୍କଠାରୁ ଦୁଇ ବର୍ଷ କମ୍‌ ରଖାଯାଇଛି। ଏଭଳି ଫାଇଦାକୁ ଅନ୍ୟମାନେ ଭେଦଭାବପୂର୍ଣ୍ଣ ବ୍ୟବସ୍ଥା ବୋଲି ବିଚାର କରୁଛନ୍ତି। ସିଭିଲ ସର୍ଭିସର ଉପର ସ୍ତରରେ ଥିବା ସବୁ କ୍ଷେତ୍ରରେ ସମନ୍ବୟ ଆଣିବାକୁ ମୋଦି ସରକାର ସ୍ଥିର କରିବା ପରେ ଅନ୍ୟ ସର୍ଭିସକୁ ସେମାନଙ୍କ ସଂଖ୍ୟା ଅନୁପାତରେ ପ୍ୟାନେଲଭୁକ୍ତ କରାଯାଉଛି। ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, ‘ସ୍ବର୍ଗରେ ଜାତ’ କୁହାଯାଉଥିବା ଏହି ଅଫିସରମାନେ ଏହି ଧାରାରେ କେବେ ବି ସନ୍ତୁଷ୍ଟ ନୁହନ୍ତି ଏବଂ ଆଇଏଏସ୍‌ଙ୍କ ବିରୋଧରେ ସରକାରଙ୍କ ପକ୍ଷପାତ ନୀତି ସମ୍ପର୍କରେ ସେମାନେ ଅଧିକ ଆଲୋଚନା କରୁଛନ୍ତି। ତେବେ କ୍ଷମତାସମ୍ପନ୍ନ ଆଇଏଏସ୍‌ ଅଧିକାରୀମାନେ ଯୁଗ୍ମସଚିବ ସ୍ତରରେ ସେମାନଙ୍କ ସଂଖ୍ୟା ହରାଉଥିବାବେଳେ ଏହି ସେବା ଏଯାବତ୍‌ ଅତିରିକ୍ତ ସଚିବ ଓ ସଚିବ ସ୍ତରରେ ଆଧିପତ୍ୟ ବିସ୍ତାର କରି ରହିଛି।
ଆଇପିଏସ୍‌ ସଂଘ ଆଇନସଙ୍ଗତ ନୁହେଁ
ଏକ ଆର୍‌ଟିଆଇ ଆବେଦନର ଜବାବରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି)କୁ କହିଛନ୍ତି ଯେ, ଆଇପିଏସ୍‌ ସଂଘ ପାଖରେ ସରକାରଙ୍କର ‘ଏକ୍ସପ୍ରେସ୍‌ ସାଙ୍କ୍‌ଶନ’ (ସ୍ବାଧୀନଭାବରେ ମତ ଦେବାର ଅନୁମତି) ନାହିଁ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପୁନଶ୍ଚ ସ୍ପଷ୍ଟ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ପୋଲିସ ବାହିନୀ କୌଣସି ସଂଘ ଗଢ଼ିବାର ଅଧିକାର ନାହିଁ। ଆଇପିଏସ୍‌ ସଂଘକୁ ଏକ ବେଆଇନ ସଂଗଠନ ବୋଲି କହିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଏହି ପଦକ୍ଷେପରେ ଆଇପିଏସ୍‌ ସଂଘ ପୂରା ବିଚଳିତ ହୋଇଯାଇଛି। ପୂର୍ବତନ ଆଇପିଏସ୍‌ ଅଧିକାରୀ ତଥା ଆଇପିଏସ୍‌ ସଂଘର ସମ୍ପାଦକ ପି.ଭି.ଆର୍‌. ଶାସ୍ତ୍ରୀଙ୍କ ଅନୁସାରେ ଅଲ୍‌ ଇଣ୍ଡିଆ ସର୍ଭିସ ରୁଲସ ବା ଅଖିଳ ଭାରତୀୟ ସେବା ନିୟମ ଅଧୀନରେ ଆଇପିଏସ୍‌ ଅଧିକାରୀମାନେ ନିଯୁକ୍ତ ହେଉଛନ୍ତି ଓ ଶାସିତ ବି ହେଉଛନ୍ତି। ଏଥିରେ ଏହି ଅଧିକାରୀମାନଙ୍କୁ ସଂଘ ଗଠନ କରିବାକୁ ନିଷିଦ୍ଧ କରାଯାଇ ନାହିଁ। ସୂତ୍ରରୁ ପ୍ରକାଶ ଯେ, ଅସନ୍ତୁଷ୍ଟ ଆଇପିଏସ୍‌ ଅଧିକାରୀମାନେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଏହି ପଦକ୍ଷେପକୁ ଚ୍ୟାଲେଞ୍ଜ କରୁଥିବାବେଳେ ସେମାନଙ୍କ ପ୍ରତିପକ୍ଷ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ ଅନୁଭବ କରୁଛି ଯେ, ଆଇପିଏସ୍‌ ସଂଘ ସମ୍ବନ୍ଧରେ ମନ୍ତ୍ରଣାଳୟ ସେମାନଙ୍କ ଦୃଷ୍ଟିକୋଣକୁ ଠିକ୍‌ ଭାବେ ଉପସ୍ଥାପନ କରିଛି। ତେବେ ଆଇପିଏସ୍‌ ଅଧିକାରୀମାନେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ଥିବା ସେମାନଙ୍କର ଆଇଏଏସ୍‌ ସାଥୀମାନେ ପକ୍ଷପାତ ନୀତି ପ୍ରଦର୍ଶନ ସହ ଅଯଥା ବିବାଦ ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri