ଆଜିର ଅର୍ଥନୀତି/ ପୁଣି ଚେତାବନୀ

ଉଦ୍ୟୋଗ ଚଳାଇବା ପାଇଁ ପାଣ୍ଠି ଅଭାବର ସମ୍ମୁଖୀନ ହେଉଥିବା ଓ ଋଣ ପାଇପାରୁ ନ ଥିବା କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ପାଣ୍ଠି ଯୋଗାଣ ପାଇଁ ମୋଦି ସରକାର ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମ୍‌ଏମ୍‌ଓ୍ବାଇ) ଆରମ୍ଭ କଲେ। ଉତ୍ତମ ଓ ବଳିଷ୍ଠ ଚିନ୍ତାଧାରା ଥିବା କ୍ଷୁଦ୍ର ଉଦ୍ୟୋଗପତିମାନଙ୍କ ସ୍ବଚ୍ଛନ୍ଦ ଉଦ୍ୟୋଗ ପରିଚାଳନାରେ ପାଣ୍ଠି ଯେପରି ବାଧକ ନ ହୁଏ, ସେଥିପାଇଁ ଏହି ଯୋଜନାର ପରିକଳ୍ପନା କରାଯାଇଥିଲା। ଏହି ସଂପାର୍ଶ୍ୱିକ ମୁକ୍ତ ଋଣ (ମୁଦ୍ରା ଋଣ) ବ୍ୟବସ୍ଥା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏସ୍‌ଏମ୍‌ଇ)ଗୁଡ଼ିକ ପାଇଁ ଉଦ୍ଦିଷ୍ଟ ଥିଲା। ପ୍ରଥମେ ଋଣର ପରିମାଣ ୫୦ ହଜାରରୁ ୧୦ ଲକ୍ଷ ଭିତରେ ସୀମିତ ଥିଲା। ୨୦୧୯ ନିର୍ବାଚନ ପୂର୍ବରୁ ସଂପାର୍ଶ୍ୱିକ ମୁକ୍ତ ଋଣ ଥିଲା ଭାଜପାର ଅନ୍ୟତମ ନିର୍ବାଚନୀ ପ୍ରତିଶ୍ରୁତି। ଏ ବର୍ଷ ସରକାର ମୁଦ୍ରା ହିତାଧିକାରୀଙ୍କ ସଂଖ୍ୟା ୧୯ କୋଟିରୁ ୩୦ କୋଟିକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯଥାସମୟରେ ଆବଶ୍ୟକ ପାଣ୍ଠି ଯୋଗାଇ ସହାୟତା କରିବା ଉଦ୍ୟୋଗଗୁଡ଼ିକର ସଫଳତା ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ, ତେଣୁ ତାକୁ ସ୍ବାଗତ କରାଯିବା ଉଚିତ। କିନ୍ତୁ ତାହାଦ୍ୱାରା ଆଉ ଏକ ଖରାପ ଋଣର ବୋଝ ବଢ଼ାଇ ଦେଶର ଅର୍ଥନୀତିକୁ ଆଘାତ ପହଞ୍ଚାଇବା ଠିକ୍‌ ନୁହେଁ, ଯାହା ଏବେ ଘଟିବାକୁ ଯାଉଛି।
ମୁଦ୍ରା ଋଣରେ ଖରାପ ଋଣ ପରିମାଣ ବୃଦ୍ଧି ପାଉଥିବା ନେଇ ମଙ୍ଗଳବାର ଭାରତୀୟ ରିଜର୍ଭ ବ୍ୟାଙ୍କ ସରକାରଙ୍କୁ ଚେତାଇଦେଇଛନ୍ତି। ଏ ସମ୍ପର୍କରେ ଆର୍‌ବିଆଇର ଡେପୁଟି ଗଭର୍ନର ଏମ୍‌.କେ. ଜୈନ ଉଦ୍‌ବେଗ ପ୍ରକାଶ କରିଛନ୍ତି। ମୁଦ୍ରା ଋଣରେ ଖରାପ ଋଣ ବଢ଼ିବା ନେଇ କୌଣସି ଆର୍‌ବିଆଇ ଅଧିକାରୀ ଚେତାବନୀ ଦେବାରେ ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ମଧ୍ୟ ସରକାରଙ୍କୁ ଏ ନେଇ ସତର୍କ କରାଇ ଦେଇଥିଲେ। ମୁଦ୍ରା ଋଣର ତିନି ପ୍ରକାର କିସମ ରହିଛି- ଶିଶୁ: ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଦିଆଯାଉଥିବା ଋଣ, କିଶୋର: ୫୦ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦିଆଯାଉଥିବା ଋଣ ଏବଂ ତରୁଣ: ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦିଆଯାଉଥିବା ଋଣ। ଚଳିତ ୨୦୧୯ ଆର୍ଥିକ ବର୍ଷରେ ଶିଶୁ ବର୍ଗରେ ଯେତିକି ଋଣ ଦିଆଯାଇଛି, ତା’ର ୧୨.୩୯ ପ୍ରତିଶତ ଅପରିଶୋଧ୍ୟ (ଏନ୍‌ପିଏ) ରହିଥିବା ବେଳେ କିଶୋର ବର୍ଗରେ ପ୍ରାୟ ୧୦.୧୯ ପ୍ରତିଶତ ଅପରିଶୋଧ୍ୟ ରହିଥିବା ଆର୍‌ବିଆଇ ତଥ୍ୟରୁ ଜଣାପଡ଼ିଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗତ ତିନିବର୍ଷ ଭିତରେ ମୁଦ୍ରା ଅଧୀନରେ ୩.୨୭ କୋଟି ନାମକୁମାତ୍ର ଓ କ୍ଷୁଦ୍ର ଉଦ୍ୟୋଗକୁ ୭.୨୮ ଲକ୍ଷ କୋଟି ଟଙ୍କା ଋଣ ଦିଆଯାଇଛି। ଏପ୍ରିଲ ୨୦୧୯ରୁ ଅକ୍ଟୋବର ୨୫, ୨୦୧୯ ଭିତରେ ୨୪୦.୦୩ ଲକ୍ଷ ଋଣଗ୍ରହୀତାଙ୍କୁ ୧,୨୫,୦୮୯ କୋଟି ଟଙ୍କାର ଋଣ ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୬୮ ପ୍ରତିଶତ (୧୬୩.୦୨ ଲକ୍ଷ) ହେଉଛନ୍ତି ମହିଳା ଋଣୀ ଏବଂ ୧୯ ପ୍ରତିଶତ ହେଉଛନ୍ତି ନୂତନ ଉଦ୍ୟୋଗୀ। ମୋଟ ଋଣୀଙ୍କ ମଧ୍ୟରୁ ୫୪ ପ୍ରତିଶତ ବା ୧୨୯.୭୦ ଲକ୍ଷ ହେଉଛନ୍ତି ଅନୁସୂଚିତ ଉପଜାତି/ଓବିସି ବର୍ଗର ଋଣୀ। ଏହି ମୁଦ୍ରା ଯୋଜନା ମାଧ୍ୟମରେ ଅନେକ ହିତାଧିକାରୀଙ୍କ ଦାରିଦ୍ର୍ୟ ଦୂର ହୋଇଯାଇଛି ସତ କିନ୍ତୁ ଏହା ଯୋଗୁ ଅଚଳ ପରିସମ୍ପତ୍ତି (ଏନ୍‌ପିଏ) ପରିମାଣ ବୃଦ୍ଧି ପାଇବା ଘଟଣାକୁ କେବେହେଲେ ଅଣଦେଖା କରାଯାଇ ନ ପାରେ। ବ୍ୟାଙ୍କଗୁଡ଼ିକ ଋଣ ଦେବା ସମୟରେ ହିତାଧିକାରୀଙ୍କ ଋଣ ଶୁଝିବା କ୍ଷମତାକୁ ଆକଳନ କରିବା ସହ ସେମାନେ ଋଣ ନେଇ କ’ଣ କରୁଛନ୍ତି, ତାକୁ ନିୟମିତ ଶୁଝୁଛନ୍ତି କି ନାହିଁ ଏବଂ କାହିଁକି ଶୁଝୁନାହାନ୍ତି, ନିୟମିତ ବ୍ୟବଧାନରେ ତାହାର ତନଖି କରିବା ଉଚିତ। ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି ଯେ, ୨୦୧୮-୧୯ରେ ମୁଦ୍ରା ଋଣର ଏନ୍‌ପିଏ ହାର ୨.୬୮ ପ୍ରତିଶତ ଥିଲା, ଯାହା ପୂର୍ବ ବର୍ଷର ୨.୫୨ ପ୍ରତିଶତ ତୁଳନାରେ ୧୬ ବେସିସ୍‌ ପଏଣ୍ଟ ଅଧିକ। ୨୦୧୬-୧୭ରେ ମୁଦ୍ରା ଋଣର ଏନ୍‌ପିଏ ହାର ୨.୮୯ ପ୍ରତିଶତ ଥିଲା। ମୋଟ ଅନୁମୋଦିତ ୧୮୨.୬୦ ନିୟୁତ ମୁଦ୍ରା ଋଣ ମଧ୍ୟରୁ ୩୧ ମାର୍ଚ୍ଚ ସୁଦ୍ଧା ୩.୬୩ ନିୟୁତ ହିତାଧିକାରୀ ଋଣ ଶୁଝିବାରେ ଖିଲାପ କରିଥିଲେ। ମୁଦ୍ରା ଯୋଜନା ଯୋଗୁ ଫେବୃୟାରୀ ୨୦୧୮ ସୁଦ୍ଧା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଏନ୍‌ପିଏ ପରିମାଣ ୭,୨୭୭.୩୧ କୋଟି ଟଙ୍କା ଥିବା ବେଳେ ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ତାହା ପ୍ରାୟ ୧୦୦ ପ୍ରତିଶତରୁ ଅଧିକ ବୃଦ୍ଧିପାଇ ୧୬,୪୮୧.୪୫ କୋଟି ଟଙ୍କାରେ ପହଞ୍ଚିଛି। ଏବେ ପ୍ରାୟ ୩୦.୫୭ ଲକ୍ଷ ମୁଦ୍ରା ଆକାଉଣ୍ଟକୁ ଏନ୍‌ପିଏ ଘୋଷଣା କରାଯାଇଥିବା ବେଳେ ମାର୍ଚ୍ଚ ୩୧, ୨୦୧୮ରେ ତାହା ଥିଲା ୧୭.୯୯ ଲକ୍ଷ। ସମସ୍ତ ଋଣର ମୋଟ ମୂଲ୍ୟ ତୁଳନାରେ ଉକ୍ତ ଏନ୍‌ପିଏର ମୂଲ୍ୟ ଅତି ଅଧିକ ହୋଇ ନ ଥିଲେ ମଧ୍ୟ ଏହା କ୍ରମଶଃ ବୃଦ୍ଧି ପାଉଥିବା ଚିନ୍ତାର ବିଷୟ। ବର୍ତ୍ତମାନ ଭାରତୀୟ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ୧୦ ଲକ୍ଷ କୋଟି ଟଙ୍କାର ଏନ୍‌ପିଏକୁ ନେଇ ଯୁଝୁଥିବା ବେଳେ ମୁଦ୍ରା ଋଣ ମାଧ୍ୟମରେ ତାହା ଆହୁରି ବୃଦ୍ଧି ପାଇଲେ ଦେଶର ଆର୍ଥିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି ହେବ। ତେଣୁ ବର୍ତ୍ତମାନ ସରକାର ଆର୍‌ବିଆଇର ଚେତାବନୀକୁ ଗ୍ରହଣ କରି ବ୍ୟାଙ୍କଗୁଡ଼ିକୁ ଶୁଝିବା କ୍ଷମତା ଥିବା ଯୋଗ୍ୟ ପ୍ରାର୍ଥୀଙ୍କୁ ଯାଞ୍ଚ କରି ଋଣ ଦେବାକୁ ପରାମର୍ଶ ଦେବା ଉଚିତ। ହିତାଧିକାରୀମାନେ ଋଣ ନେଇ ଠିକ୍‌ ବାଟରେ ଖର୍ଚ୍ଚ କରୁଛନ୍ତି କି ନାହିଁ ଓ ନିୟମିତ ଶୁଝୁଛନ୍ତି କି ନାହିଁ ତାହା ମଧ୍ୟ ବ୍ୟାଙ୍କଗୁଡ଼ିକ ଦେଖିବା ଆବଶ୍ୟକ। ସଂପାର୍ଶ୍ୱିକ ମୁକ୍ତ ଋଣ (ମୁଦ୍ରା ଋଣ) ଯେତେ ଭଲ ହେଉ ନା କାହିଁକି ଓ ତା’ ପଛରେ ଯେତେ ମହତ୍‌ ଉଦ୍ଦେଶ୍ୟ ଥାଉ ନା କାହିଁକି ଏଥିରେ ଖୁବ୍‌ ବିପଦ ରହିଛି। ଋଣଗ୍ରହୀତାମାନଙ୍କୁ ଏ ଋଣ ନେଇ ନିଜ ଖୁସିରେ ଖର୍ଚ୍ଚ କରିବା ପାଇଁ ବା ଅନ୍ୟ ବାଟରେ ଖର୍ଚ୍ଚ କରିବାକୁ କେବେହେଲେ ଅନୁମତି ଦିଆଯିବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ଦ୍ୱାରା ପ୍ରସାଦରୁ ପାଓ୍ବାର ଉତ୍ପାଦନ କରାଯାଇଛି । ଲାଲବାଗ୍‌ଚା ବାଗ୍‌ରେ ବିଭିନ୍ନ ଗଣେଶ ପୂଜା ମଣ୍ଡପରେ ବର୍ଜ୍ୟ ଭାବେ ୩୦ ଟନ…

ଓଡ଼ିଶା ନିନ୍ଦିତ ନ ହେଉ

ଅତୀତରେ କଳିଙ୍ଗ ନିଜର ସାହସ ଓ ସମୃଦ୍ଧି ପାଇଁ ସମଗ୍ର ବିଶ୍ୱରେ ପରିଚିତ ଥିଲା। ସେଥିପାଇଁ ମୌର୍ଯ୍ୟ ସମ୍ରାଟ୍‌ ସମେତ ଅନେକ ରାଜ୍ୟ କଳିଙ୍ଗ ଜୟ କରିବାର…

ରାଜନୈତିକ ଦୁର୍ବଳତାର ସଂଜ୍ଞା

୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌- ୨୦୨୬ ଗତ ଏପ୍ରିଲ ମାସରେ ଲୋକ ସଭାରେ କାଟ ଖାଇଛି। କାରଣ ଏହି ବିଲ୍‌ ପାଇଁ ଆବଶ୍ୟକ ଦୁଇ ତୃତୀୟାଂଶ ସମର୍ଥନ…

୨୦୨୪ର ବ୍ୟସ୍ତତା

ରାମ ମନ୍ଦିର ଯେଉଁଠି ତିଆରି ହେଲା-ଅଯୋଧ୍ୟା-ସେଠାରେ ଭାଜପାର ପରାଜୟ ୨୦୨୪ରେ ଦଳର ନେତାମାନଙ୍କୁ ଭୟଭୀତ କରାଇ ଦେଇଥିଲା ବୋଲି ଏବେ ବୁଝାପଡୁଛି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା…

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?