ଜେଏନ୍‌ୟୁ ଛାତ୍ର ଆନ୍ଦୋଳନକୁ ଦମନ

ବିଚିତ୍ର ବିଶ୍ୱାଳ
ଗଣତନ୍ତ୍ରରେ ବିରୋଧୀ ମତକୁ ଚାପି ଦିଆଯିବା ଗଣତନ୍ତ୍ର ପ୍ରତି ଆଦୌ ଶୁଭଙ୍କର ନୁହେଁ। ଏହା ଧୀରେ ଧୀରେ ଆମ ଦେଶକୁ ସ୍ବେଚ୍ଛାଚାରିତା ଦିଗରେ ଆଗେଇ ନେବ। ସମ୍ପ୍ରତି ଆମ ଦେଶରେ ଠିକ୍‌ ଏଇଆ ହଁି ହେଉଛି। ବିରୋଧୀ ମତବାଦକୁ ବୌଦ୍ଧିକତା ଦୃଷ୍ଟିରୁ ପରିପକ୍ୱ କରିବାରେ ଆମ ଦେଶର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଜେଏନ୍‌ୟୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି। ଜେଏନ୍‌ୟୁର ଛାତ୍ର ଓ ଅଧ୍ୟାପକମାନେ ବିଭିନ୍ନ ବାଟରେ ବିରୋଧୀ ପକ୍ଷଙ୍କୁ ବୌଦ୍ଧିକ ମାଲ୍‌ମସଲା ପ୍ରଦାନ କରିଆସୁଛନ୍ତି, ଯାହା ପ୍ରକାରାନ୍ତରେ ଆମ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ସହାୟକ ହୋଇଛି। ମନମୋହନ ସିଂହଙ୍କ ସରକାର ହେଉ କି ବର୍ତ୍ତମାନର ମୋଦିଙ୍କ ସମୟ, ଜେଏନ୍‌ୟୁ ହଁି ସବୁବେଳେ ମୁଖ୍ୟ ବିରୋଧୀର ଭୂମିକା ପାଳନ କରିଆସିଛି। କିନ୍ତୁ ଜେଏନ୍‌ୟୁର ସାମ୍ପ୍ରତିକ ଛାତ୍ର ଆନ୍ଦୋଳନକୁ ଯେପରି ଭାବେ ଦମନ କରାଯାଉଛି ତାହା ଗଣତନ୍ତ୍ର ପ୍ରତି କୁଠାରାଘାତ।
ଜେଏନ୍‌ୟୁର ଛାତ୍ର ଆନ୍ଦୋଳନ ସମୟରେ ଦେଖିବାକୁ ମିଳୁଛି ଯେ, ଗୋଟିଏ ଗୋଷ୍ଠୀ ଲାଗିପଡ଼ି ଜେଏନ୍‌ୟୁକୁ ବଦନାମ କରିବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି। ଜେଏନ୍‌ୟୁର ଛାତ୍ରମାନେ ଉଚ୍ଛୃଙ୍ଖଳିତ, ସେଠାରେ କଣ୍ଡୋମ୍‌ ମିଳୁଛି, ଛାତ୍ରମାନେ ମଦ୍ୟପାନ କରି ଅଶ୍ଳୀଳ ଆଚରଣ କରୁଛନ୍ତି ଆଦି ପ୍ରଚାର କରାଯାଉଛି ଓ ସମ୍ପୂର୍ଣ୍ଣ ଜେଏନ୍‌ୟୁକୁ ଦେଶବିରୋଧୀ ବୋଲି ମଧ୍ୟ ପ୍ରଚାର କରାଯାଉଛି। ଦେଶର ଗୋଟିଏ ଅଗ୍ରଣୀ ଶିକ୍ଷାନୁଷ୍ଠାନକୁ ଏପରି ବଦନାମ କରିବା ପ୍ରାୟତଃ ପ୍ରଥମ ଥର ଦେଖାଯାଉଛି। ଦୁଇଚାରି ଜଣ ଛାତ୍ରଙ୍କର କିଛି ଖରାପ କାମ ଯୋଗୁ ସମ୍ପୂର୍ଣ୍ଣ ଶିକ୍ଷାନୁଷ୍ଠାନକୁ ବଦନାମ କରିବା କେତେଦୂର ପ୍ରାସଙ୍ଗିକ! ଏହା ପଛରେ ଥିବା କାରଣ ପ୍ରାୟତଃ ସମସ୍ତେ ଜାଣନ୍ତି। ଗତ କିଛିବର୍ଷ ଧରି ଜେଏନ୍‌ୟୁର ଛାତ୍ରସଂଘ ନିର୍ବାଚନରେ ନିୟମିତ ଭାବେ ବାମପନ୍ଥୀ ବିଚାରଧାରାର ଛାତ୍ରମାନେ ଜିତୁଛନ୍ତି ଓ ଭାଜପା ସମର୍ଥିତ ଛାତ୍ରଗୋଷ୍ଠୀ ଆପ୍ରାଣ ଉଦ୍ୟମ କଲେ ମଧ୍ୟ ବିଜୟୀ ହୋଇ ପାରୁନାହାନ୍ତି। ସେହି ବାମପନ୍ଥୀ ଛାତ୍ର ଗୋଷ୍ଠୀ ମଧ୍ୟ ନିୟମିତ ଭାବେ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିକୁ ସମାଲୋଚନା କରିଆସୁଛନ୍ତି। ଏହା ହଁି ଜେଏନ୍‌ୟୁ ଦମନ ପଛରେ ଥିବା କାରଣଗୁଡ଼ିକ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।
ଜେଏନ୍‌ୟୁରେ ହଷ୍ଟେଲ୍‌ ଫି ମାତ୍ରାଧିକ ବୃଦ୍ଧି, ଲାଇବ୍ରେରିରେ ପଢ଼ିବା ସମୟ ସଂକୁଚିତ ଓ ଅନ୍ୟାନ୍ୟ କଟକଣା ଆଦି ବିରୋଧରେ ଛାତ୍ରମାନେ ଦୀର୍ଘ ପନ୍ଦର ଦିନ ଧରି ଆନ୍ଦୋଳନ କରିଆସୁଛନ୍ତି। ସରକାର ପୋଲିସ ଲଗେଇ ଛାତ୍ରମାନଙ୍କୁ ଲହୁଲୁହାଣ କରି ଆନ୍ଦୋଳନକୁ ଦମନ କରିବାକୁ ବୃଥା ପ୍ରୟାସ କରୁଛନ୍ତି। ବର୍ତ୍ତମାନ ସରକାର ଶିକ୍ଷାକୁ ଏକ ବ୍ୟବସାୟ ରାସ୍ତାରେ ନେବାକୁ ଚେଷ୍ଟା କରି ଶିକ୍ଷାନୁଷ୍ଠାନଗୁଡ଼ିକୁ ଦିଆଯାଉଥିବା ସବ୍‌ସିଡିକୁ କମ୍‌ କରିବାକୁ ଚାହଁୁଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଜେଏନ୍‌ୟୁରେ ପଢ଼ୁଥିବା ସମୁଦାୟ ଛାତ୍ରଙ୍କ ମଧ୍ୟରୁ ୪୦ ପ୍ରତିଶତ ନିମ୍ନ ଆର୍ଥିକ ବର୍ଗରୁ ଆସିଥାନ୍ତି। ଅର୍ଥାତ୍‌ ସେହି ପରିବାରର ମାସିକ ରୋଜଗାର ୧୨ହଜାର ଟଙ୍କାରୁ କମ୍‌। ଯଦି ଜେଏନ୍‌ୟୁରେ ମାତ୍ରାଧିକ ଫି ବୃଦ୍ଧି କରିଦିଆଯାଏ, ତେବେ ନିମ୍ନବର୍ଗର ପିଲାମାନେ ଜେଏନ୍‌ୟୁ ପରି ବିଶ୍ୱବିଦ୍ୟାୟରେ ଉଚ୍ଚମାନର ଶିକ୍ଷା ଲାଭରୁ ବଞ୍ଚତ୍ତ ହେବେ। ଏପରି କରି ସରକାର କ’ଣ ଶିକ୍ଷାକୁ କେବଳ ଧନୀ ଲୋକଙ୍କର ବିଷୟ କରି ରଖିବାକୁ ଚାହଁୁଛନ୍ତି କି? ଜେଏନ୍‌ୟୁ ଛାତ୍ରମାନଙ୍କର ଏହି ଆନ୍ଦୋଳନ ସମୟରେ କିଛି ଲୋକ ଏ କଥା ବି କହୁଛନ୍ତି ଯେ, ଦିଲ୍ଲୀ ପରି ଏକ ଜାଗାରେ ଜେଏନ୍‌ୟୁର ହଷ୍ଟେଲ ଫି ଏବେ ଯେତିକି ବି ରହିଛି, ତାହା ବଜାର ତୁଳନାରେ ଅତ୍ୟନ୍ତ କମ୍‌। ତେଣୁ ବିଶ୍ୱବିଦ୍ୟାଳୟ ପ୍ରଶାସନ ଫି ବୃଦ୍ଧି କରିବାଟା ସ୍ବାଗତଯୋଗ୍ୟ ପଦକ୍ଷେପ। ଏଠାରେ ମନେରଖିବା କଥା ଯେ, କେବଳ ଜେଏନ୍‌ୟୁକୁ ସରକାର ସବ୍‌ସିଡି ଦେଉନାହାନ୍ତି, ଆମ ଦେଶର ଆହୁରି ବଡ଼ବଡ଼ ଶିକ୍ଷାନୁଷ୍ଠାନକୁ ବି ସବ୍‌ସିଡି ପ୍ରଦାନ କରୁଛନ୍ତି। ଆଇଆଇଟି ଓ ଆଇଆଇଏମ୍‌ ଆଦିକୁ ବି ଜେଏନ୍‌ୟୁଠାରୁ ଅଧିକ ସବ୍‌ସିଡି ଦିଆଯାଉଛି। ଶିକ୍ଷାନୁଷ୍ଠାନକୁ ସବ୍‌ସିଡି ପ୍ରଦାନ କରିବା ସରକାରଙ୍କ ଦାୟିତ୍ୱ। କାରଣ ଦେଶର ଛାତ୍ରମାନଙ୍କ ପାଇଁ କମ୍‌ ଦାମ୍‌ରେ ଉଚ୍ଚମାନର ଶିକ୍ଷା ଉପଲବ୍‌ଧ କରେଇବା ହଁି ସରକାରଙ୍କ ସର୍ବପ୍ରଥମ କାମ ହେବା ଉଚିତ। ଗୋଟିଏ ପଟେ ଦେଶକୁ ୫ ଟ୍ରିଲିଅନ୍‌ ଅର୍ଥନୀତି କରିବେ ବୋଲି ଦାବି କରୁଥିବା ସରକାର ଶିକ୍ଷାନୁଷ୍ଠାନଗୁଡିକ ପାଇଁ କଞ୍ଜୁସ୍‌ ହେଉଛନ୍ତି କାହଁିକି? ଶିକ୍ଷାନୁଷ୍ଠାନଗୁଡ଼ିକର ସବ୍‌ସିଡି କାଟି ସରକାର ରୋଜଗାର କରିବାକୁ କାହଁିକି ଚାହଁୁଛନ୍ତି? ସରକାର ଯଦି ନିଜର ଖର୍ଚ୍ଚ କମ୍‌ କରିବାକୁ ଚାହଁୁଛନ୍ତି, ତେବେ ବିଧାୟକ ଓ ସାଂସଦଙ୍କୁ ଦିଆଯାଉଥିବା ସବ୍‌ସିଡି, ସଂସଦ ଭବନରେ ଯେପରି ସବ୍‌ସିଡି ମୂଲ୍ୟରେ ଖାଦ୍ୟ ଦିଆଯାଉଛି, ସେସବୁ କମ୍‌ କରନ୍ତୁ। ସେମାନଙ୍କୁ ଯେପରି ମାଗଣାରେ ରେଳ ଓ ଉଡାଜାହାଜ ଯାତ୍ରାର ସୁବିଧା ଦିଆଯାଉଛି, ସେସବୁ କମ୍‌ କରାଯାଉନି କାହଁିକି? ସରକାର କାହଁିକି ଶିକ୍ଷାନୁଷ୍ଠାନଗୁଡ଼ିକୁ ଦିଆଯାଉଥିବା ସବ୍‌ସିଡି ପଛରେ ପଡ଼ିଛନ୍ତି? ସରକାର କ’ଣ ଭାବୁଛନ୍ତି, ଦେଶର ପିଲାମାନେ ପାଠ ପଢ଼ିଲେ, ସେମାନଙ୍କୁ ପୁଣି ପ୍ରଶ୍ନ ପଚାରିବେ ଓ ଅଡ଼ୁଆ ହେବ! ସରକାର କ’ଣ କେବଳ ଭବିଷ୍ୟତରେ ମୂର୍ଖଙ୍କ ସେନା ତିଆରି କରିବାକୁ ଚାହଁୁଛନ୍ତି, ଯେଉଁମାନେ କେବଳ ଜିନ୍ଦାବାଦ୍‌ ପକେଇବେ।
ସବୁ ଶିକ୍ଷାନୁଷ୍ଠାନର ସବ୍‌ସିଡି କାଟିବା ଯୋଜନାରେ ସରକାର ଅଛନ୍ତି। ଏହା ଜେଏନ୍‌ୟୁରୁ ଆରମ୍ଭ ହୋଇଛି। ତେଣୁ ଜେଏନ୍‌ୟୁ ଛାତ୍ରମାନଙ୍କର ଲଢ଼େଇ କେବଳ ନିଜ ସୁବିଧା ପାଇଁ ନୁହେଁ, ଦେଶର ଶିକ୍ଷା ବ୍ୟବସ୍ଥାକୁ ବ୍ୟବସାୟିକ ଚିନ୍ତାଧାରାରୁ ମୁକ୍ତ ରଖିବାର ଲଢ଼େଇ। ଛାତ୍ରମାନଙ୍କର ଏହି ଆନ୍ଦୋଳନକୁ ତଳୁଆ ଦେଖେଇବା ପାଇଁ ଚତୁରତାର ସହିତ ଏହାକୁ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ସହିତ ଯୋଡ଼ାଯାଉଛି। ପ୍ରଥମ କଥା ହେଉଛି, ପ୍ରତିମୂର୍ତ୍ତି ଆଦୌ ଭଙ୍ଗାଯାଇନି। ପ୍ରତିମୂର୍ତ୍ତିରେ କେହି ଜଣେ ଦୁର୍ବୃତ୍ତ ଖରାପ କଥା ଲେଖିଛି। ସେଥିପାଇଁ ଦୁର୍ବୃତ୍ତକୁ ଦଣ୍ଡ ଦିଆଯିବା କଥା ନା ଜେଏନ୍‌ୟୁର ଛାତ୍ର ଆନ୍ଦୋଳନକୁ ନିନ୍ଦା କରିବା କଥା! ଏତଦ୍‌ବ୍ୟତୀତ ଜେଏନ୍‌ୟୁ ବିଷୟରେ ଅନେକ ଉଦ୍ଦେଶ୍ୟମୂଳକ ମିଥ୍ୟା ଖବର ପ୍ରଚାର କରାଯାଉଛି, ଯାହା ଆଦୌ ସତ୍ୟ ନୁହେଁ। ଯେମିତିକି ଜେଏନ୍‌ୟୁରେ ଦଶ ଟଙ୍କାରେ ହଷ୍ଟେଲ୍‌ ବେଡ୍‌ ମିଳୁଛି। ଜେଏନ୍‌ୟୁ ହଷ୍ଟେଲ୍‌ରେ ରହୁଥିବା ଜଣେ ଛାତ୍ରର ବାର୍ଷିକ ଫି ୨୭ ହଜାରରୁ ୩୨ ହଜାର ଟଙ୍କା ମଧ୍ୟରେ। ବର୍ଦ୍ଧିତ ଦେୟ ଲାଗୁହେଲେ ଏହା ପ୍ରାୟ ୫୫ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ହେବ। ସତଠାରୁ ଦୂରକୁ ଯାଇ କିଛି ଲୋକ ଜେଏନ୍‌ୟୁକୁ ଲାଗିପଡ଼ି ବଦ୍‌ନାମ କରିବାକୁ ଚାହଁୁଛନ୍ତି। କାରଣ ଜେଏନ୍‌ୟୁ ଯୁଗେ ଯୁଗେ ବିରୋଧୀ ମତକୁ ବୌଦ୍ଧିକତା ପ୍ରଦାନ କରିଆସୁଛି, ଯାହା ସରକାର ଚାହାନ୍ତି ନାହଁି।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌...

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ...

ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି...

ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri