ଭେଣ୍ଡିଂ ଜୋନ୍ ଅଛି, ଫୁଟ୍ପାଥ୍ରେ ବେପାରୀ
ରାଉରକେଲା,୩୦ା୬(ଦିନେଶ ମିଶ୍ର): ହକି ବିଶ୍ୱକପ୍ ପୂର୍ବରୁ ରାଉରକେଲା ସହର ରାସ୍ତାକଡ଼ ଓ ଫୁଟପାଥ୍ ବ୍ୟବସାୟୀଙ୍କୁ କିଭଳି ଥଇଥାନ କରିହେବ ସେ ନେଇ ବିଭିନ୍ନ ସ୍ଥାନରେ ଆର୍ଏମ୍ସି ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଭେଣ୍ଡିଂ ଜୋନ କରାଯାଇଥିଲା। ତେବେ ଭେଣ୍ଡିଂ ଜୋନ୍ ନିର୍ମାଣ…
ଭାସିଗଲା ଅସ୍ଥାୟୀ ବାଉଁଶ ପୋଲ
ରାଉରକେଲା,୩୦।୬(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ନିକଟ କୋଏଲ ନଦୀରେ ନିର୍ମିତ ଏକ ଅସ୍ଥାୟୀ ବାଉଁଶ ପୋଲ ବୁଧବାର ବିଳମ୍ବିତ ରାତିରେ ଭାସିଯାଇଛି। ଫଳରେ ଗୁରୁବାରଠାରୁ ଉକ୍ତ ବାଉଁଶ ପୋଲ ଦେଇ ରାଉରକେଲାକୁ ୧୬ଟି ଗ୍ରାମର ଲୋକଙ୍କ ଯାତାୟାତ ବନ୍ଦ ହୋଇଯାଇଛି। ପ୍ରବଳ…
ଉପଜିଲାପାଳଙ୍କ ନିର୍ଦ୍ଦେଶକୁ ବେଖାତିର
ରାଉରକେଲା,୨୬।୬(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ଟିସିଆଇ-ଆଇଡିସି ବାଇପାସ ରାସ୍ତାରେ ଗ୍ୟାସ ପାଇପ୍ ବିଛା କାମ ଚାଲିଛି। ସମ୍ପୃକ୍ତ ଠିକାସଂସ୍ଥା ପାଇପ୍ ବିଛାଇବା ନାଁରେ ରାସ୍ତାରେ ବଡ ବଡ ଗାତ ଖୋଳି ଦେଉଛି। ଫଳରେ ଲୋକେ ଯାତାୟାତରେ ଅସୁବିଧା ଭୋଗୁଛନ୍ତି। ଏ ନେଇ…
ବଜାରରେ ପାଣି, ମୁଖ୍ୟରାସ୍ତାରେ ଦୋକାନୀ
ରାଉରକେଲା,୨୬।୬(ବିପ୍ଲବ ରଞ୍ଜନ ଦାଶ): ରାଉରକେଲା ମାତାପୂଜା ଦୈନିକ ବଜାରରେ ବର୍ଷା ପାଣି ଯୋଗୁ ବ୍ୟବସାୟୀମାନେ ମୁଖ୍ୟରାସ୍ତାରେ ବିକ୍ରିବଟା କରୁଥିବା ଦେଖିବାକୁ ମିଳିଛି। ଫଳରେ ଯାନବାହନ ଚଳାଚଳରେ ଅସୁବିଧା ସହ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ରେଲଓ୍ବେ କଲୋନୀ ମାତାପୂଜା ଦୈନିକ ବଜାରର…
କର୍ମଚାରୀ ଅଭାବ ଯୋଗୁ ଉପୁଜୁଛି ସମସ୍ୟା
ରାଉରକେଲା,୨୫।୬(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ସହକାରୀ ଉଦ୍ୟାନ ବିଭାଗରେ ବହୁ ପଦବୀ ଖାଲି ପଡିଛି। ଫଳରେ ସୀମିତ କର୍ମଚାରୀଙ୍କୁ ନେଇ ବିଭାଗୀୟ କାର୍ଯ୍ୟ କରିବାରେ ନାନା ସମସ୍ୟା ଉପୁଜୁଛି। ଅନ୍ୟପକ୍ଷେ କର୍ମଚାରୀ ଅଭାବ ଯୋଗୁ ସ୍ଥାନୀୟ ଉଦ୍ୟାନ ଚାଷୀମାନଙ୍କୁ ଆଧୁନିକ ଜ୍ଞାନକୌଶଳ ମିଳିପାରୁନାହିଁ।…
ନିୟନ୍ତ୍ରଣ ହରାଇଛି ଅଦା ଦର
ରାଉରକେଲା,୨୫।୬(ସଙ୍ଗୀତା ଜେନା)ଖାଦ୍ୟ ପ୍ରସ୍ତୁତିରେ ପ୍ରମୁଖ ମସଲା ଭାବେ ବ୍ୟବହାର କରାଯାଉଥିବା ଅଦାର ବଜାର ଦର ହୁ ହୁ ହୋଇ ବଢିଚାଲିଛି। ଏହି କ୍ରମରେ ରାଉରକେଲାରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେଉଛି। ବର୍ତ୍ତମାନ ରାଉରକେଲା ବଜାରରେ ଅଦା ଦର କିଲୋ ପ୍ରତି…
ଝାଉଁଳି ଗଲାଣି ଦାମିକିଆ ଗଛ
ରାଉରକେଲା,୨୪।୬(ବିପ୍ଲବ ରଞ୍ଜନ ଦାଶ): ପୁରୁଷ ହକି ବିଶ୍ୱକପ୍ ସମୟରେ ରାଉରକେଲା ସହରର ସୌନ୍ଦଯ୍ୟ ବୃଦ୍ଧି ପାଇଁ ବ୍ୟାପକ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ଏଥିରେ ବିଭିନ୍ନ ଛକରେ ଦାମିକିଆ ଗଛ ଲଗାଯାଇଥିଲା। ତେବେ ରକ୍ଷଣାବେକ୍ଷର ଅଭାବରୁ ସେହି ଗଛସବୁ ଝାଉଁଳି ଯାଇଥିବା ଦେଖିବାକୁ…
ପାଣି ପାଇଁ ଡହଳବିକଳ
ରାଉରକେଲା,୨୪।୬(ସଙ୍ଗୀତା ଜେନା): ରାଉରକେଲା ଇସ୍ପାତ କାରଖାନା ଶିଳ୍ପାଞ୍ଚଳ ତଥା ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ଅଧୀନ ସେକ୍ଟର-୧ ଖରିଆବାହାଲ ବସ୍ତିରେ ପାଣି ସମସ୍ୟା ଉତ୍କଟ ହୋଇଛି। ଖରାଦିନ ଆରମ୍ଭ ହେଲେ ପାଣି ପାଇଁ ବସ୍ତିବାସିନ୍ଦା ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ…
ଅସୁବିଧା ଭୋଗୁଛନ୍ତି ବସ୍ତିବାସୀ
ରାଉରକେଲା,୨୩ା୬(ଦିନେଶ ମିଶ୍ର): ରାଉରକେଲା ମନାନଗର ନିଗମ ଅଧୀନ ଶୀତଳପଡା ବସ୍ତି ଅଞ୍ଚଳର ଲୋକମାନଙ୍କୁ ସରକାରଙ୍କ ସର୍ବନିମ୍ନ ସୁବିଧା ମିଳୁ ନ ଥିବା ଅଭିଯୋଗ ହୋଇଛି। ଉକ୍ତ ବସ୍ତି ଅଞ୍ଚଳ କୌଣସି ପଞ୍ଚାୟତ କି ଆର୍ଏମ୍ସି ଅଧୀନରେ ଯାଉ ନ ଥିବାରୁ ଫଳରେ…
ମୁଖ୍ୟ ରାସ୍ତା ଚକାଚକ୍, ବସ୍ତିରେ ଆବଡ଼ାଖାବଡା
ରାଉରକେଲା,୨୩।୬(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ମହାନଗର ନିଗମ ଅଧୀନ ବିଭିନ୍ନ ବସ୍ତି ଅଞ୍ଚଳ ରାସ୍ତା ଶୋଚନୀୟ ହୋଇପଡିଛି। ସହରର ମୁଖ୍ୟ ରାସ୍ତାଗୁଡିକ ଚକାଚକ୍ ହୋଇଥିବା ବେଳେ ଗଳିକନ୍ଦି ରାସ୍ତାକୁ ମରାମତି କରାଯାଉନାହିଁ। ଫଳରେ ବିଭିନ୍ନ ସମୟରେ ଛୋଟବଡ ଦୁର୍ଘଟଣା ଘଟୁଥିବା ଅଭିଯୋଗ…
ଏକ୍ସପ୍ରେସ ଟ୍ରେନ୍ ବିଳମ୍ବ, ଯାତ୍ରୀ ହଇରାଣ
ରାଉରକେଲା,୨୩।୬(ସଙ୍ଗୀତା ଜେନା): ରାଉରକେଲା ଦେଇ ଚଳାଚଳ କରୁଥିବା ଅଧିକାଂଶ ଏକ୍ସପ୍ରେସ ଟ୍ରେନ୍ ଘଣ୍ଟା ଘଣ୍ଟା ଧରି ବିଳମ୍ବରେ ଚାଲୁଥିବାରୁ ଯାତ୍ରୀ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରାୟ ୬ ମାସରୁ ଅଧିକ ହେଲାଣି ଯାତ୍ରୀବାହୀ ଟ୍ରେନଗୁଡ଼ିକରେ ଏଭଳି ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ଦୂରଗାମୀ…
ଅଢେଇ ବର୍ଷ ପରେ ବି ପୋଲିସ ହାତ ଖାଲି
ରାଉରକେଲା,୨୨ା୬(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ଏସ୍ଟିଆଇ ଓଭରବ୍ରିଜ ଉପରେ ୨୦୨୦ ମସିହା ଡିସେମ୍ବର ୧୮ ତାରିଖ ରାତି ୯ଟା ୪୫ରେ ଘଟିଥିଲା ଗୁଳିକାଣ୍ଡ। ସରୋଜ ସାହୁ ନାମକ ଜନୈକ ଯୁବକଙ୍କ ଉପରକୁ ଗୁଳିକରି ଦୁର୍ବୃତ୍ତ ବାଇକ୍ରେ ଫେରାର ହୋଇଯାଇଥିଲେ। ସରୋଜଙ୍କ ଘର ଓ୍ବାଡ…
Archives


