ଏକ୍ସପ୍ରେସ ଟ୍ରେନ୍‌ ବିଳମ୍ବ, ଯାତ୍ରୀ ହଇରାଣ

ରାଉରକେଲା,୨୩।୬(ସଙ୍ଗୀତା ଜେନା): ରାଉରକେଲା ଦେଇ ଚଳାଚଳ କରୁଥିବା ଅଧିକାଂଶ ଏକ୍ସପ୍ରେସ ଟ୍ରେନ୍‌ ଘଣ୍ଟା ଘଣ୍ଟା ଧରି ବିଳମ୍ବରେ ଚାଲୁଥିବାରୁ ଯାତ୍ରୀ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରାୟ ୬ ମାସରୁ ଅଧିକ ହେଲାଣି ଯାତ୍ରୀବାହୀ ଟ୍ରେନଗୁଡ଼ିକରେ ଏଭଳି ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ଦୂରଗାମୀ ଏକ୍ସପ୍ରେସ ଟ୍ରେନ ଗୁଡ଼ିକ ୧୦ରୁ ୧୨ ଘଣ୍ଟା ବିଳମ୍ବରେ ଚାଲୁଥିବା ବେଳେ ଲୋକାଲ ଟ୍ରେନଗୁଡ଼ିକର ଅବସ୍ଥା ସାଂଘାତିକ ରହିଛି। ଭୁବନେଶ୍ୱର ଇଣ୍ଟରସିଟି ଯାତ୍ରୀବାହୀ ଟ୍ରେନ ବିଳମ୍ବରେ ଚାଲୁଥିବା ଯୋଗୁ ସ୍ଥାନୀୟ ଲୋକେ ରୋଷ ପ୍ରକାଶ କରିଛନ୍ତି। ଏପରିକି ଏକ୍ସପ୍ରେସକୁ ଅଟକାଇ ମାଲବାହୀ ଟ୍ରେନକୁ ଛାଡ଼ି ଦିଆଯାଉଛି। ଅହମ୍ମଦାବାଦ-ହାୱଡ଼ା ଏକ୍ସପ୍ରେସର ଜଣେ ଯାତ୍ରୀ ରୀନା ଗୁପ୍ତା ଟ୍ରେନ ଗନ୍ତବ୍ୟ ସ୍ଥଳରେ ୧୦ ଘଣ୍ଟା ବିଳମ୍ବରେ ପହଞ୍ଚତ୍ଥିବା ପ୍ରକାଶ କରିଛନ୍ତି। ଅନୁରୂପ ଭାବେ ମୋହନ ସିଂ ନାମକ ଯାତ୍ରୀ ମଧ୍ୟ ସମାନ ଅଭିଯୋଗ କରିଛନ୍ତି। ଅପରପକ୍ଷେ ନାମ ଗୋପନ ରଖି ଜନୈକ ଷ୍ଟେଶନ ମ୍ୟାନେଜର ସୂଚନା ଦେଇ କହିଛନ୍ତି, ଯାତ୍ରୀବାହୀ ଟ୍ରେନକୁ ଲାଇନ କ୍ଲିଅରାନ୍ସ ନ ଦେଇ ମାଲବାହୀ ଟ୍ରେନକୁ ଯିବା ଲାଗି ଉଚ୍ଚକର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଦକ୍ଷିଣ ପୂର୍ବ ରେଲଓ୍ବେ ଅଲ୍‌ ଇଣ୍ଡିଆ ଗାର୍ଡ କାଉନସିଲ୍‌ର ମଣ୍ଡଳ ସମ୍ପାଦକ ଦେବାଶିଷ ମିତ୍ର କହିଛନ୍ତି, ଅନେକ ସ୍ଥାନରେ ରେଳ ଧାରଣା ଓ ଟେକ୍‌ନିକାଲ କାମ ଚାଲିଛି। ୩ୟ ରେଳପଥ ତିଆରି ଯୋଗୁ ଏପରି ପରିସ୍ଥିତି ଉଜୁଜିଛି। ଏ ସମ୍ପର୍କରେ ରାଉରକେଲା ରେଳ ଷ୍ଟେଶନର ପ୍ରବନ୍ଧକ ପ୍ରଭାସ ଦାସ କହିଛନ୍ତି, ଦୀର୍ଘ ୬ ମାସ ହେଲାଣି ଏଭଳି ବ୍ୟତିକ୍ରମ ହେଉଛି। ନିର୍ମାଣ କାର୍ଯ୍ୟ, ରୁଟ୍‌ ସମ୍ପ୍ରସାରଣ, ଆଧୁନିକୀକରଣ ଓ ଅତ୍ୟଧିକ ମାଲବାହୀ ଗାଡ଼ି ଚାଳନା ଯୋଗୁ ଏହି ସମସ୍ୟା ଉପୁଜିଛି। ସୂଚନାଯୋଗ୍ୟ, ଦୂରଗାମୀ ଯାତ୍ରୀବାହୀ ଟ୍ରେନ ଜମ୍ମୁ, କାମାକ୍ଷାନଗର ଏକ୍ସପ୍ରେସ, ରକସୌଲ, ମୁମ୍ବାଇ- ହାୱଡ଼ା ଆଜାଦହିନ୍ଦ ଏକ୍ସପ୍ରେସ, ମୁମ୍ବାଇ ମେଲ୍‌, ଇସ୍ପାତ ଏକ୍ସପ୍ରେସ, ଇଣ୍ଟରସିଟି ସମେତ ୪୦ରୁ ଊର୍ଦ୍ଧ୍ୱ ଟ୍ରେନ ବିଳମ୍ବରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?