ନିୟନ୍ତ୍ରଣ ହରାଇଛି ଅଦା ଦର

ରାଉରକେଲା,୨୫।୬(ସଙ୍ଗୀତା ଜେନା)ଖାଦ୍ୟ ପ୍ରସ୍ତୁତିରେ ପ୍ରମୁଖ ମସଲା ଭାବେ ବ୍ୟବହାର କରାଯାଉଥିବା ଅଦାର ବଜାର ଦର ହୁ ହୁ ହୋଇ ବଢିଚାଲିଛି। ଏହି କ୍ରମରେ ରାଉରକେଲାରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେଉଛି। ବର୍ତ୍ତମାନ ରାଉରକେଲା ବଜାରରେ ଅଦା ଦର କିଲୋ ପ୍ରତି ୩ଶହରୁ ୩୫୦ ଟଙ୍କାରେ ବିକ୍ରି ହେଉଛି। ଦର ବୃଦ୍ଧି ଯୋଗୁ ଲୋକମାନେ ଅଦା ବ୍ୟବହାର କମେଇ ଦେଇଥିବା ଦେଖିବାକୁ ମିଳୁଛି। ବାହାର ରାଜ୍ୟରେ ଉତ୍ପାଦନ ହ୍ରାସ ଯୋଗୁ ଏଭଳି ପରିସ୍ଥିତି ଉପୁଜିଥିବା ବ୍ୟବସାୟୀ କହୁଛନ୍ତି।
ସୂଚନା ଅନୁସାରେ, ରାଉରକେଲାକୁ ନାଗପୁର, ଝାନସୀ, ରାଞ୍ଚି ଆଦି ସ୍ଥାନରୁ ଅଦା ଆସୁଛି। ରାଉରକେଲାରୁ ଓଡ଼ିଶାର କେନ୍ଦୁଝର, ଦେବଗଡ଼ ସମେତ ପଡୋଶୀ ଝାଡ଼ଖଣ୍ଡର ସିମଡେଗା, ଜାମଦା ଆଦି ଅଞ୍ଚଳକୁ ଦୈନିକ ୩/୪ ଟନ ଅଦା ଯୋଗାଣ କରାଯାଉଛି। ରାଉରକେଲାରୁ ଅନ୍ୟ ଅଞ୍ଚଳକୁ ଅଦା ଯୋଗାଣ ହେଉଥିବା ବେଳେ ଏଠାରେ ଖାଉଟିମାନେ ଅଦା କିଲୋ ପ୍ରତି ୩ଶହରୁ ୩୫୦ ଟଙ୍କା ଦରରେ କିଣୁଛନ୍ତି। ପ୍ରକୃତପକ୍ଷେ ହୋଲସେଲ୍‌ରେ ଅଦା ଦର କିଲୋ ପ୍ରତି ୧୭୦ରୁ ୧୮୦ ଟଙ୍କା ରହୁଛି। ଖୁଚୁରା ବ୍ୟବସାୟୀମାନେ ଏହାକୁ ପ୍ରାୟ ୨ଗୁଣା ଅଧିକ ଦରରେ ବିକ୍ରି କରୁଥିବାରୁ ଅଦା ଦର ଆକାଶଛୁଆଁ ହୋଇଛି। ଏହାଦ୍ୱାରା ଖାଉଟିମାନଙ୍କ ଉପରେ ସିଧାସଳଖ ପ୍ରଭାବ ପଡୁଛି।
ଏ ସମ୍ପର୍କରେ ଡେଲି ମାର୍କେଟର ଅଦା ହୋଲ୍‌ସେଲ୍‌ର ମହେଶ୍ୱର ସାହୁ କୁହନ୍ତି, ୪୬ ବର୍ଷ ମଧ୍ୟରେ ଅଦା ଦର ଏତେ ପରିମାଣରେ ବୃଦ୍ଧି ପାଇବା କେବେ ଦେଖି ନ ଥିଲି। ଆମେ ସାଧାରଣତଃ ଖୁଚୁରା ବ୍ୟବସାୟୀ ଅର୍ଥାତ ୨ୟ ପକ୍ଷଙ୍କୁ ଅଦା କେଜି ପିଛା ୧୭୦ରୁ ୧୮୦ ଟଙ୍କାରେ ଦୈନିକ ପ୍ରାୟ ୧୦୦ ବସ୍ତା ବିକ୍ରି କରୁଛୁ। ହେଲେ ସେମାନେ ୩ୟ ପକ୍ଷ ଅର୍ଥାତ ଛୋଟ ବ୍ୟବସାୟୀମାନଙ୍କୁ ଅତି ଚଢ଼ାଦରରେ ବିକ୍ରି କରୁଛନ୍ତି। ସମ୍ପ୍ରତି ପରିବହନରେ ଖର୍ଚ୍ଚ କାଟ କରିବାକୁ ଟ୍ରକ୍‌ ପରିବର୍ତ୍ତେ ଟ୍ରେନରେ ମାଲ୍‌ ଆସୁଛି। କିଛି ଦିନ ମଧ୍ୟରେ କୋରାପୁଟରୁ ନୂତନ ଅଦା ଆସିବା ପରେ ଦର ହ୍ରାସ ପାଇବ। ପ୍ରତ୍ୟେକ ବର୍ଷ ଆସାମରୁ ସିଲିଗୁଡ଼ି ଦେଇ ଅଦା ଆସିଥାଏ। ଅମଳ ସମୟରେ ଦର କମ୍‌ ଥିବାବେଳେ ଚଳିତ ଥର ବନ୍ୟା ଓ ବର୍ଷା ଫସଲ ନଷ୍ଟ କରିଦେଲା। ଯେଉଁଠାରେ ଚାଷ ହୋଇଛି ସେଠାରେ ଉତ୍ପାଦନ କମ୍‌ ରହିଛି ବୋଲି ସାହୁ କହିଛନ୍ତି। ସେହିପରି ପାନପୋଷ ନିୟନ୍ତ୍ରିତ ବଜାର କମିଟିର ସୁପରଭାଇଜର ଶ୍ରୀକାନ୍ତ ଗୁମାନସିଂହ କୁହନ୍ତି, ଅଦା ଚାଷ ହେଉଥିବା ଗୁଜୁରାଟ, ରାଞ୍ଚତ୍, ଆସାମରେ ଫସଲ ନଷ୍ଟ ଯୋଗୁ ସାରା ଦେଶରେ ଅଦା ଦର ବୃଦ୍ଧି ପାଇଛି। ଏହା ଆମ ହାତରେ ନାହିଁ। ତେବେ ନୂତନ ଫସଲକୁ ଅପେକ୍ଷା କରିବାକୁ ପଡିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?