ଝାଉଁଳି ଗଲାଣି ଦାମିକିଆ ଗଛ

ରାଉରକେଲା,୨୪।୬(ବିପ୍ଲବ ରଞ୍ଜନ ଦାଶ): ପୁରୁଷ ହକି ବିଶ୍ୱକପ୍‌ ସମୟରେ ରାଉରକେଲା ସହରର ସୌନ୍ଦଯ୍ୟ ବୃଦ୍ଧି ପାଇଁ ବ୍ୟାପକ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ଏଥିରେ ବିଭିନ୍ନ ଛକରେ ଦାମିକିଆ ଗଛ ଲଗାଯାଇଥିଲା। ତେବେ ରକ୍ଷଣାବେକ୍ଷର ଅଭାବରୁ ସେହି ଗଛସବୁ ଝାଉଁଳି ଯାଇଥିବା ଦେଖିବାକୁ ମିଳୁଛି।
ସୂଚନା ଅନୁସାରେ, ହକି ବିଶ୍ୱ କପ୍‌ ପୂର୍ବରୁ ରାଉରକେଲା ସହରର ମୁଖ୍ୟରାସ୍ତା ମାନଙ୍କରେ କୋଟି କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଚିତ୍ରବିଚିତ୍ର ସହ ଅନେକ ଆକର୍ଷଣୀୟ ସାଜସଜ୍ଜା କରାଯାଇଥିଲା। ଏଥିସହ ସହରର ମୁଖ୍ୟରାସ୍ତା ଡିଭାଇଡରକୁଡିକୁ ସବୁଜ ସୁନ୍ଦର କରିବା ପାଇଁ କଟକର ଏକ ସଂସ୍ଥା ଦ୍ୱାରା ଶହ ଶହ ଦାମିକିଆ ଫକ୍ସ ଟେଲ ପାମ୍‌ ବୃକ୍ଷ ରୋପଣ କରାଗଲା। ସହରର ଛେଣ୍ଡ ଛକରୁ ବିଏସଏନ୍‌ଏଲ ଛକ, ବିଜୁ ପଟ୍ଟନାୟକ ଛକ ରାସ୍ତା, ଉଦିତନଗର ଛକରୁ ପାନପୋଷ ଛକ, ବିଶ୍ରା ଛକ୍‌ରୁ ହକି ଛକ ଏବଂ ସିଭିଲ ଟାଉନଶିପ୍‌ ରାସ୍ତାରୁ ବ୍ରାଞ୍ଚ ରୋଡରେ ଏହି ବୃକ୍ଷ ଲଗାଯାଇଥିଲା। କିଛି ମାସ ଧରି ବୃକ୍ଷ ଗୁଡିକର ଖୁବ୍‌ ଯତ୍ନ ନିଆଗଲା। ମାତ୍ର ହକି ବିଶ୍ୱକପ୍‌ ପରେ ଯତ୍ନ ଅଭାବରୁ ଦାମକିଆ ବୃକ୍ଷଗୁଡିକ ଝାଉଁଳି ଗଲାଣି। କିଛି ସ୍ଥାନରେ ପାଣି ଅଭାବରୁ ବୃକ୍ଷଗୁଡିକ ମରିବାକୁ ବସିଲାଣି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆରଏମସି ପକ୍ଷରୁ ଏ ଦିଗରେ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି। ଏ ନେଇ ଆର୍‌ଏମ୍‌ସି କମିଶନର ଡ. ଶୁଭଙ୍କର ମହାପାତ୍ରଙ୍କୁ ପଚାରିବାରୁ ସେ କହିଲେ, ସହରର ମୁଖ୍ୟ ରାସ୍ତାରେ ଲଗାଯାଇଥିବା ଫକ୍ସ ଟେଲ ପାମ୍‌ ବୃକ୍ଷଗୁଡିକର ଠିକ୍‌ଭାବେ ରକ୍ଷଣାବେକ୍ଷଣ ସହ ଯତ୍ନ ନିଆଯାଉଛି। ଏଥିସହ ଆବଶ୍ୟକ ମୁତାବକ ପାଣି ସିଞ୍ଚନ ମଧ୍ୟ କରାଯାଉଛି। ମାତ୍ର ପରିବେଶଗତ ସମସ୍ୟା ଯୋଗୁ ସହରର କେତେକ ମୁଖ୍ୟ ରାସ୍ତା ଡିଭାଇଡରରେ ଗଛଗୁଡିକ ଝାଉଁଳି ପଡୁଥିବା ସେ କହିଥିଲେ। ଏ ସମ୍ପର୍କରେ ଛେଣ୍ଡ ଅଞ୍ଚଳର ପରିବେଶପ୍ରେମୀ ଜ୍ୟୋତିରଞ୍ଜନ ପଧାନ କହିଛନ୍ତି, ପୁରୁଷ ହକି ବିଶ୍ୱକପ ସମୟରେ ଆରଏମସି ପକ୍ଷରୁ ଛେଣ୍ଡ ଛକରୁ ବିଜୁ ପଟ୍ଟନାୟକ ଛକ ରାସ୍ତାରେ ବହୁ ଦାମିକିଆ ବୃକ୍ଷ ରୋପଣ ହୋଇଥିଲା। ମାତ୍ର ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଏହି ବୃକ୍ଷମାନ ମରିବାକୁ ବସିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ୫ ରାଶିଙ୍କୁ କ୍ୟାରିୟର-ବ୍ୟବସାୟରୁ ପ୍ରଚୁର ଧନଲାଭ; ପ୍ରବଳ ଇନକମ୍‌କୁ ଚାକିରିରେ ବଡ଼ ପଦବୀର ଅଫର୍‌

୧୨ ସେପ୍ଟେମ୍ୱର, ୨୦୨୬ରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ଏବଂ ଶନିବାର ଦିନ ପଡୁଛି। ପଞ୍ଚାଙ୍ଗ ଅନୁଯାୟୀ, ଏହି ତିଥିରେ ତ୍ରିପୁଷ୍କର ଯୋଗର ଶୁଭ…

କିଡନୀ ରୋଗୀଙ୍କୁ ମାନବିକତାର ହାତ ବଢ଼ାଇଲେ ବାବୁ ଭାଇ ଫ୍ୟାନ କ୍ଲବ

ଭଞ୍ଜନଗର, ୧୧।୯ (ବାବୁଲା ପ୍ରଧାନ): ମାନବିକତାର ହାତ ବଢ଼ାଇ ଜଣେ ଅସହାୟ କିଡନୀ ରୋଗୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଗଞ୍ଜାମ ଜିଲା ଭଞ୍ଜନଗର…

ଯୁବକଙ୍କୁ ୧୭ଥର ଛୁରି ଭୁସିଲେ ସହଯୋଗୀ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୨ା୯ :ପୂର୍ବ ଦିଲ୍ଲୀର ମାଣ୍ଡଓ୍ବାଲି ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ୧୭ ଥର ଛୁରାମାଡ଼ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଶୁକ୍ରବାର ପୋଲିସ କହିଛି। ପୋଲିସ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ଭାରତରେ ନିଜ ଟଏଲଟ୍‌ ଧରି ବୁଲୁଛନ୍ତି ସି ଜିନପିଙ୍ଗ୍‌, କାରଣ ଜାଣିଲେ ହୋସ୍‌ ଉଡିବ

ନୂଆଦିଲ୍‌ଲୀ,୧୨।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯେତେବେଳେ କୌଣସି ବିଦେଶ ଗସ୍ତରେ ଯାଆନ୍ତି, ସେତେବେଳେ ତାଙ୍କର ସୁରକ୍ଷା ବ୍ୟବସ୍ଥା ତାଙ୍କ ଦୈନନ୍ଦିନ ଜୀବନର ସବୁଠାରୁ ବ୍ୟକ୍ତିଗତ ଦିଗ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?