ବଜାରରେ ପାଣି, ମୁଖ୍ୟରାସ୍ତାରେ ଦୋକାନୀ

ରାଉରକେଲା,୨୬।୬(ବିପ୍ଲବ ରଞ୍ଜନ ଦାଶ): ରାଉରକେଲା ମାତାପୂଜା ଦୈନିକ ବଜାରରେ ବର୍ଷା ପାଣି ଯୋଗୁ ବ୍ୟବସାୟୀମାନେ ମୁଖ୍ୟରାସ୍ତାରେ ବିକ୍ରିବଟା କରୁଥିବା ଦେଖିବାକୁ ମିଳିଛି। ଫଳରେ ଯାନବାହନ ଚଳାଚଳରେ ଅସୁବିଧା ସହ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି।
ରେଲଓ୍ବେ କଲୋନୀ ମାତାପୂଜା ଦୈନିକ ବଜାରର ଶତାଧିକ ଦୋକାନୀ ଦୀର୍ଘ ୨୦ ବର୍ଷ ହେଲା ରାଉରକେଲା ରେଲଓ୍ବେ ଆଇଓଡବ୍ଲ୍ୟୁ ବିଭାଗକୁ ଦୈନିକ ୧୦ଟଙ୍କା ଲେଖାଏଁ ଟିକସ ପ୍ରଦାନ କରି ଆସୁଛନ୍ତି। ଏହାସତ୍ତ୍ୱେ ମାତାପୂଜା ବଜାରରେ ବିଭାଗ ପକ୍ଷରୁ ନା ଦୋକାନୀଙ୍କ ପାଇଁ ପିଣ୍ଡି ତିଆରି ହୋଇଛି ନା ବଜାରରେ କଂକ୍ରିଟକରଣ କରାଯାଇଛି। ଦୋକାନୀମାନଙ୍କ ପାଖରୁ ଲକ୍ଷ ଲକ୍ଷ ଟଙ୍କା ଟିକସ ଆଦାୟ କରାଯାଇଥିଲେ ମଧ୍ୟ ବଜାର ଭିତ୍ତିଭୂମି ଉନ୍ନତୀକରଣ ପାଇଁ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହେଉଛି। ଫଳରେ ବର୍ଷା ସମୟରେ ଦୋକାନ ବଜାର ଖୋଲିବା ବେପାରୀଙ୍କ ପାଇଁ କଷ୍ଟକର ହେଉଛି। ରାଉରକେଲା ସହରରେ ଦୁଇଦିନ ହେଲା ଲଗାଣ ବର୍ଷା ଜାରି ରହିଥିବା ବେଳେ ବଜାର ପ୍ରାଙ୍ଗଣରେ ବର୍ଷାପାଣି ଜମି ରହିଥିବାରୁ ଦୋକାନୀମାନେ ବାଧ୍ୟହୋଇ ରବିବାର ମୁଖ୍ୟରାସ୍ତାରେ ସେମାନଙ୍କ ପସରା ଖୋଲିଥିବା କହିଛନ୍ତି। ଏ ନେଇ ଦୋକାନୀ କାରୋ ସାହୁ, ସନ୍ତୋଷ ସାହୁ, ଧର୍ମା ରାଓ ଓ ବିକାଶ ଯାଦବ କୁହନ୍ତି, ଆମେ ଦୈନିକ ଟିକସ ଆକାରରେ ୧୦ଟଙ୍କା ଲେଖାଏଁ ଦେଉଛୁ। ମାତ୍ର ବିଭାଗ ପକ୍ଷରୁ ଦୋକାନ ଖୋଲିବା ପାଇଁ ବଜାର ପ୍ରାଙ୍ଗଣର ଉନ୍ନତୀକରଣ ହେଉନାହିଁ। ଉଲ୍ଲେଖନୀୟ, ମାତାପୂଜା ଦୈନିକ ବଜାର ସହରର ଏକ ପୁରାତନ ବଜାର। ଏହି ବଜାର ଉପରେ ରେଲଓ୍ବେ କଲୋନୀ, ବାସନ୍ତୀ କଲୋନୀ ସହ ଆଖପାଖ ଅଞ୍ଚଳର ହଜାର ହଜାର ଖାଉଟି ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ନିର୍ଭର କରନ୍ତି। ଏ ନେଇ ରେଲଓ୍ବେ ଆଇଓଡବ୍ଲ୍ୟୁ ଜୁନିୟର ଇଞ୍ଜିନିୟର ତୁହିନ ଶତପଥିଙ୍କୁ ପଚାରିବାରୁ ସେ କହିଲେ, ସମସ୍ତ ଦୋକାନୀଙ୍କ ପାଖରୁ ଦୈନିକ ୧୦ଟଙ୍କା ଲେଖାଏଁ ଟିକସ ନିଆଯାଉଛି। ମାତ୍ର ମୁଖ୍ୟରାସ୍ତାରେ ବଜାର ଖୋଲିବା ତାଙ୍କ ନିଜସ୍ବ କଥା। ଏଥିରେ ଆମ ବିଭାଗର କୌଣସି ଭୂମିକା ନାହିଁ। ଦୁଇମାସ ହେଲା ମୁ ବିଭାଗରେ ଯୋଗ ଦେଇଛି। ବଜାର ସମସ୍ୟା ବିଷୟରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ବିଚାର ବିମର୍ଶ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?