ଭାସିଗଲା ଅସ୍ଥାୟୀ ବାଉଁଶ ପୋଲ

ରାଉରକେଲା,୩୦।୬(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ନିକଟ କୋଏଲ ନଦୀରେ ନିର୍ମିତ ଏକ ଅସ୍ଥାୟୀ ବାଉଁଶ ପୋଲ ବୁଧବାର ବିଳମ୍ବିତ ରାତିରେ ଭାସିଯାଇଛି। ଫଳରେ ଗୁରୁବାରଠାରୁ ଉକ୍ତ ବାଉଁଶ ପୋଲ ଦେଇ ରାଉରକେଲାକୁ ୧୬ଟି ଗ୍ରାମର ଲୋକଙ୍କ ଯାତାୟାତ ବନ୍ଦ ହୋଇଯାଇଛି। ପ୍ରବଳ ବର୍ଷା ଯୋଗୁ ଝାଡ଼ଖଣ୍ଡ ଅଞ୍ଚଳରୁ ବନ୍ୟାପାଣି ଆସି କୋଏଲ ନଦୀରେ ମିଶିବାରୁ ଏଭଳି ହୋଇଥିବା ଜଣାପଡିଛି।
କୁଆଁରମୁଣ୍ଡା ବ୍ଲକ ଝାରବେଡା ଓ କଚାରୋ ଗ୍ରାମପଞ୍ଚାୟତ ଅଧୀନ ୧୬ ଗ୍ରାମବାସୀ ରାଉରକେଲା ସହରକୁ ହମିରପୁର ନଦୀଘାଟ ଦେଇ ଯାତାୟାତ କରିଥାନ୍ତି। ଏଥିପାଇଁ ରାଜସ୍ବ ବିଭାଗ ପକ୍ଷରୁ କୋଏଲ ନଦୀରେ ହମିରପୁରଠାରୁ-ପସରା ଯାଏ ୧କିମି ବିଶିଷ୍ଟ ଅସ୍ଥାୟୀ ବାଉଁଶ ପୋଲ ତିଆରି କରାଯାଇଛି। ଏହାକୁ ଜଣେ ଠିକାଦାର ନିଲାମ ସୂତ୍ରରେ ନେଇ ରାଉରକେଲା ସହରକୁ ଆସୁଥିବା ଲୋକଙ୍କ ମୁଣ୍ଡ ପିଛା ୧୦ଟଙ୍କା ଲେଖାଏଁ ଟିକସ ଆଦାୟ କରୁଥିଲେ। ଫଳରେ ଏହି ବାଉଁଶ ପୋଲ ଦେଇ ହଜାର ହଜାର ଲୋକ ଯାତାୟାତ କରିପାରୁଥିଲେ। ମାତ୍ର ଗତ କିଛିଦିନ ଧରି ଲଗାଣ ବର୍ଷା ଯୋଗୁ ଝାଡ଼ଖଣ୍ଡ ଅଞ୍ଚଳରୁ ନିଷ୍କାସିତ ବନ୍ୟାପାଣି ସିଧାସଳଖ କୋଏଲ ନଦୀରେ ମିଶିବାରୁ ବୁଧବାର ବିଳମ୍ବିତ ରାତିରେ ଅସ୍ଥାୟୀ ବାଉଁଶ ପୋଲ ଭାସିଯାଇଛି। ତେବେ ବିଳମ୍ବିତ ରାତିରେ ପୋଲ ଭୁଶୁଡି ପଡିଥିବାରୁ କୌଣସି ଧନଜୀବନ ନଷ୍ଟ ହୋଇ ନ ଥିବା କୁହାଯାଇଛି। ଅନ୍ୟପକ୍ଷେ ଲୋକମାନଙ୍କ ଯାତାୟାତ ଲାଗି ନଦୀରେ ଡଙ୍ଗା ବ୍ୟବସ୍ଥା କରାଯିବ ବୋଲି ଠିକା ସଂସ୍ଥା ପକ୍ଷରୁ କୁହାଯାଇଛି । ଏ ନେଇ ସ୍ଥାନୀୟ ଅଞ୍ଚଳର ଅନୀଲ ଏକ୍କା କୁହନ୍ତି, ମିଟକୁନ୍ଦ୍ରୀ ବିଜୁ ସେତୁ ନିର୍ମାଣ କାର୍ଯ୍ୟ ଦୀର୍ଘ ୪ବର୍ଷ ତଳୁ ଚାଲିଥିବା ବେଳେ ବର୍ତ୍ତମାନ ଅଧାପନ୍ତରିଆ ଅବସ୍ଥାରେ ରହିଛି। ସେତୁ ନିର୍ମାଣ ହୋଇଗଲେ କୁଆଁରମୁଣ୍ଡା ବ୍ଲକ ଅଞ୍ଚଳର ଲୋକମାନେ ଉପକୃତ ହେବେ। ଏଥିସହ ଉକ୍ତ ୧୬ଟି ଗାଁକୁ ମୋ ବସ ଚଳାଚଳ କରାଗଲେ କୋଏଲ ନଦୀରେ ବିପଦପୂର୍ଣ୍ଣ ଯାତ୍ରା ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ରାଉରକେଲା ଭାରପ୍ରାପ୍ତ ତହସିଲଦାର ଶ୍ରୀମତୀ ଚାନ୍ଦନୀଙ୍କୁ ପଚାରିବାରୁ ଏହି ସମସ୍ୟା ନେଇ ହମିରପୁର ରାଜସ୍ବ ସର୍କଲ ଦାୟିତ୍ୱରେ ଥିବା ରାଜସ୍ବ ନିରୀକ୍ଷକଙ୍କ ସହ ଆଲୋଚନା କରି ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିଡନୀ ରୋଗୀଙ୍କୁ ମାନବିକତାର ହାତ ବଢ଼ାଇଲେ ବାବୁ ଭାଇ ଫ୍ୟାନ କ୍ଲବ

ଭଞ୍ଜନଗର, ୧୧।୯ (ବାବୁଲା ପ୍ରଧାନ): ମାନବିକତାର ହାତ ବଢ଼ାଇ ଜଣେ ଅସହାୟ କିଡନୀ ରୋଗୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଗଞ୍ଜାମ ଜିଲା ଭଞ୍ଜନଗର…

ଯୁବକଙ୍କୁ ୧୭ଥର ଛୁରି ଭୁସିଲେ ସହଯୋଗୀ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୨ା୯ :ପୂର୍ବ ଦିଲ୍ଲୀର ମାଣ୍ଡଓ୍ବାଲି ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ୧୭ ଥର ଛୁରାମାଡ଼ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଶୁକ୍ରବାର ପୋଲିସ କହିଛି। ପୋଲିସ…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ଭାରତରେ ନିଜ ଟଏଲଟ୍‌ ଧରି ବୁଲୁଛନ୍ତି ସି ଜିନପିଙ୍ଗ୍‌, କାରଣ ଜାଣିଲେ ହୋସ୍‌ ଉଡିବ

ନୂଆଦିଲ୍‌ଲୀ,୧୨।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯେତେବେଳେ କୌଣସି ବିଦେଶ ଗସ୍ତରେ ଯାଆନ୍ତି, ସେତେବେଳେ ତାଙ୍କର ସୁରକ୍ଷା ବ୍ୟବସ୍ଥା ତାଙ୍କ ଦୈନନ୍ଦିନ ଜୀବନର ସବୁଠାରୁ ବ୍ୟକ୍ତିଗତ ଦିଗ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?