କର୍ମଚାରୀ ଅଭାବ ଯୋଗୁ ଉପୁଜୁଛି ସମସ୍ୟା

ରାଉରକେଲା,୨୫।୬(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ସହକାରୀ ଉଦ୍ୟାନ ବିଭାଗରେ ବହୁ ପଦବୀ ଖାଲି ପଡିଛି। ଫଳରେ ସୀମିତ କର୍ମଚାରୀଙ୍କୁ ନେଇ ବିଭାଗୀୟ କାର୍ଯ୍ୟ କରିବାରେ ନାନା ସମସ୍ୟା ଉପୁଜୁଛି। ଅନ୍ୟପକ୍ଷେ କର୍ମଚାରୀ ଅଭାବ ଯୋଗୁ ସ୍ଥାନୀୟ ଉଦ୍ୟାନ ଚାଷୀମାନଙ୍କୁ ଆଧୁନିକ ଜ୍ଞାନକୌଶଳ ମିଳିପାରୁନାହିଁ। ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳର ଉଦ୍ୟାନ ଚାଷୀମାନେ ଦାବି କରିଛନ୍ତି।
ସୂଚନା ଅନୁସାରେ, ରାଉରକେଲା ସହକାରୀ ଉଦ୍ୟାନ ବିଭାଗ ଅଧୀନରେ ରାଉରକେଲା ସମେତ ନୂଆଗଁା, କୁଆଁରମୁଣ୍ଡା, ବିଶ୍ରା ଓ ଲାଠିକଟା ଆଦି ଉଦ୍ୟାନ କାର୍ଯ୍ୟାଳୟ ରହିଛି। ପ୍ରତ୍ୟେକ କାର୍ଯ୍ୟାଳୟରେ ଜଣେ ଲେଖାଏ ଉଦ୍ୟାନ ଅଧିକାରୀ ରହିବା କଥା। ମାତ୍ର ଏଠାରେ ଜଣେ ଜଣେ ଉଦ୍ୟାନ ଅଧିକାରୀ ତିନୋଟି କାର୍ଯ୍ୟାଳୟ ଦାୟିତ୍ୱ ତୁଲାଉଛନ୍ତି। ବର୍ଷ ବର୍ଷ ଧରି ଅଧିକାରୀ ପଦବୀ ପୂରଣ ହେଉନାହିଁ। ଜଣେ ଉଦ୍ୟାନ ଅଧିକାରୀ ରାଉରକେଲା, ଲାଠିକଟା ଓ ବିଶ୍ରା ଅଫିସ ଦାୟିତ୍ୱରେ ରହିଥିବା ବେଳେ ଅନ୍ୟ ଦୁଇଟି ସ୍ଥାନରେ ୨ଜଣ ମହିଳା ଉଦ୍ୟାନ ଅଧିକାରୀ କାର୍ଯ୍ୟ କରୁଛନ୍ତି। ସେହିପରି ଦୀର୍ଘବର୍ଷ ହେଲା ଅନ୍ୟ ପଦପଦବୀ ଖାଲି ପଡିଛି। ଫଳରେ ରାଉରକେଲା ସହକାରୀ ଉଦ୍ୟାନ ବିଭାଗ ଅଧୀନ ୩୦ଏକର ଜମି ପରିମିତ ଫାର୍ମର ଠିକ୍‌ ଭାବେ ରକ୍ଷଣାବେକ୍ଷଣ ହୋଇପାରୁନାହିଁ। କେବଳ ଜଣେ ଉଦ୍ୟାନ ନିର୍ଦ୍ଦେଶକ, ୩ ଏଚ୍‌ଓ, ୩ ଓଭରସିୟର, ଜଣେ ଏଚ୍‌ଇଡବ୍ଲ୍ୟୁ ଓ ଜଣେ ଜୁନିୟର ଆସିଷ୍ଟାଣ୍ଟଙ୍କ ଭରସାରେ ରାଉରକେଲା ସହକାରୀ ଉଦ୍ୟାନ ବିଭାଗ ଅଧୀନ ୫ଟି ଉଦ୍ୟାନ ବିଭାଗ ଚାଲିଛି। ସ୍ଥାନୀୟ ଉଦ୍ୟାନ ଚାଷୀମାନଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ବିଭିନ୍ନ ସରକାରୀ ଯୋଜନା କରାଯାଉଥିବା ବେଳେ ଅଧିକାରୀ ଓ କର୍ମଚାରୀଙ୍କ ଅଭାବ ଯୋଗୁ ଯୋଜନାର ସୁଫଳ ଉଦ୍ୟାନ ଚାଷୀଙ୍କୁ ମିଳୁନାହିଁ। ସେହିପରି ଉଦ୍ୟାନ ଚାଷୀଙ୍କୁ ଉଦ୍ୟାନ ଚାଷ ଜନିତ ଆଧୁନିକ ଜ୍ଞାନକୌଶଳ ପ୍ରଦାନ ପାଇଁ ଡେମନଷ୍ଟ୍ରେଶନ ଆସିଷ୍ଟାଣ୍ଟ ଏବଂ ଟେକ୍ନିକାଲ ଆସିଷ୍ଟାଣ୍ଟ ନାହାନ୍ତି। ଏ ସମ୍ପର୍କରେ ପାନପୋଷ ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ଦୁଷନ୍ତ ବେହେରାଙ୍କୁ ପଚାରିବାରୁ ସେ କହିଲେ, ବିଭାଗରେ ବହୁ ପଦ ପଦବୀ ଦୀର୍ଘ ବର୍ଷରୁ ଖାଲି ପଡିଛି। ଏ ବାବଦରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଆଗକୁ ଖାଲି ପଦବୀ ପୂରଣ ହେବା ଆଶା ରହିଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

ସ୍ୱାଧୀନତା ଦିବସରେ ପାକିସ୍ତାନରେ ବଡ଼ ହଙ୍ଗାମା, ସରିଗଲା ସବୁ ପେଟ୍ରୋଲ…

ଇସଲାମାବାଦ୍‌,୧୪।୮: ପାକିସ୍ତାନୀ ସମ୍ବାଦପତ୍ର ‘ଡନ୍’ (DAWN) ର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସରକାର ପେଟ୍ରୋଲ ଏବଂ ହାଇ-ସ୍ପିଡ୍ ଡିଜେଲ (HSD) ର ଦର ବୃଦ୍ଧି କରିଛନ୍ତି। ଏହି…

Video: କିଏ କହିଲା ‘କମେଡିଆନ’ କିଏ କହିଲା ‘ମହିଳା ବିରୋଧୀ’ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ଭାଜପା ନେତା

ନୂଆଦିଲ୍ଲୀ,୧୪।୮: କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ବୟାନ ପୁଣି ଥରେ ବିବାଦ ସୃଷ୍ଟି କରିଛି। ଗୁରୁବାର ନୂଆଦିଲ୍ଲୀରେ…

ଶୁକ୍ର ପୁଷ୍କରାଂଶ ଯୋଗରେ ମିଥୁନରୁ ତୁଳା ସମେତ ଏହି ୪ ରାଶିଙ୍କ ଲାଭ; ଇନକମ୍‌ ହେଇଯିବ ଡବଲ୍‌, ସୁଧୁରିବ ଭାଙ୍ଗିଯାଇଥିବା ସମ୍ପର୍କ…

ଜନ୍ମକୁଣ୍ଡଳୀରେ ଯେକୌଣସି ଗ୍ରହର ‘ପୁଷ୍କରାଂଶ’ ସ୍ଥିତିକୁ ଅତ୍ୟନ୍ତ ଶୁଭ ବୋଲି ମନେକରାଯାଏ, କାରଣ ଏହାର ପ୍ରଭାବ ସଦାସର୍ବଦା ସକାରାତ୍ମକ ଏବଂ ଫଳଦାୟୀ ହୋଇଥାଏ। ବିଶେଷକରି ଶୁକ୍ରଙ୍କର ପୁଷ୍କରାଂଶ…

ଭାରତ ଗସ୍ତରେ ଆସିବେ ଇରାନୀ ରାଷ୍ଟ୍ରପତି; ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ ଉପରେ ସମସ୍ତଙ୍କ ନଜର? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ/ତେହରାନ,୧୪।୮: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଆସନ୍ତା ମାସରେ ଭାରତ ଗସ୍ତରେ ଆସୁଛନ୍ତି। ସେ ସେପ୍ଟେମ୍ବର 12-13 ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା BRICS ସମ୍ମିଳନୀରେ…

ପାନୀୟ ଜଳ ପାଇଁ ଯିବାକୁ ପଡୁଛି ୨ କିମି, ଏସ୍‌ଡିପିଓ କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଆଜି…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମଖାପଳା ଗ୍ରାମରେ ଦୀର୍ଘଦିନରୁ ପାନୀୟଜଳ ସମସ୍ୟା ରହିଛି। ଏହି ଅଞ୍ଚଳରେ ନଳକୂପ ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ଗ୍ରାମରୁ…

‘ତୁମର ଜାତି କ’ଣ, ତୁମେ କୋଭିଡ ଟିକା କେଉଁଠାରୁ ନେଇଛ…’; ଜନଗଣନାରେ ପଚରାଯିବ ଏମିତି ୪୦ ପ୍ରଶ୍ନ, ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସରକାର ୨୦୨୭ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୪୦ଟି ପ୍ରଶ୍ନ ଚୂଡ଼ାନ୍ତ କରିଛନ୍ତି। ଏହି ପ୍ରକ୍ରିୟା ସମୟରେ, ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି…

ତାଳଚେର-ପୁରୀ ମେମୁ ପାସେଞ୍ଜର ଲାଇନ୍‌ଚ୍ୟୁତ

ପୁରୀ,୧୪ା୮(ଅଜିତ କୁମାର ମହାନ୍ତି): ପୁରୀ ଷ୍ଟେଶନ ନିକଟରେ ତାଳଚେରରୁ ପୁରୀ ଆସୁଥିବା ମେମୁ ପାସେଞ୍ଜର ଟ୍ରେନ ପୁରୀ ଷ୍ଟେଶନରୁ ମାତ୍ର ୫୦୦ ମିଟର ଦୂରରେ ଲାଇନଚ୍ୟୁତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri