ଅସୁବିଧା ଭୋଗୁଛନ୍ତି ବସ୍ତିବାସୀ

ରାଉରକେଲା,୨୩ା୬(ଦିନେଶ ମିଶ୍ର): ରାଉରକେଲା ମନାନଗର ନିଗମ ଅଧୀନ ଶୀତଳପଡା ବସ୍ତି ଅଞ୍ଚଳର ଲୋକମାନଙ୍କୁ ସରକାରଙ୍କ ସର୍ବନିମ୍ନ ସୁବିଧା ମିଳୁ ନ ଥିବା ଅଭିଯୋଗ ହୋଇଛି। ଉକ୍ତ ବସ୍ତି ଅଞ୍ଚଳ କୌଣସି ପଞ୍ଚାୟତ କି ଆର୍‌ଏମ୍‌ସି ଅଧୀନରେ ଯାଉ ନ ଥିବାରୁ ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଉଦିତନଗର ଶୀତଳପଡାରେ ମୁଣ୍ଡାପଡା, ଗଞ୍ଜାମ, ବଡ ଝୁମ୍ପୁଡି, ବିଳାସପୁରିଆ, ବଲାଙ୍ଗୀର ଭଳି ଅନେକ ବସ୍ତି ରହିଛି। ଏସବୁ ବସ୍ତିଗୁଡିକରେ ପ୍ରାୟ ଏକ ହଜାରେରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ବସ୍ତିବାସୀଙ୍କୁ ଆଜିଯାଏ ସାମାନ୍ୟ ମୌଳିକ ସୁବିଧା ମିଳୁ ନ ଥିବା ଅଭିଯୋଗ ହୋଇଛି। ବିଶେଷ କରି ବସ୍ତିକୁ କୌଣସି ପକ୍କା ରାସ୍ତା ନ ଥିବାବେଳେ ପାନୀୟ ଜଳ ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ଏତେ ଲୋକଙ୍କ ପାଇଁ ମାତ୍ର ଦୁଇଟି ନଳକୂପ ରହିଛି। ସେଥିରୁ ଗୋଟିଏ ଅଚଳ ଅବସ୍ଥାରେ ପଡିଥିବାବେଳେ ଅନ୍ୟ ନଳକୂପରୁ ନାଲି ଲୁହାଗୁଣ୍ଡ ପାଣି ବାହାରୁଛି। ଫଳରେ ବସ୍ତିବାସୀ ଘର ପାଖ ଡମ୍ପିଂ ଖାଦାନ ଉପରେ ନିର୍ଭର କରିଛନ୍ତି। ସେହିପରି ବସ୍ତି ଭିତରେ କୌଣସି ଡ୍ରେନେଜ ବ୍ୟବସ୍ଥା ନାହିଁ। ବସ୍ତିବାସୀ ନିଜ ଉଦ୍ୟମରେ ଖୋଳିଥିବା ନାଳ ଖୋଲା ରହିଥିବାରୁ ନାଳ ପାଣି ଅଧିକାଂଶ ସମୟ ରାସ୍ତାରେ ଭାସୁଛି। ଫଳରେ ଯାତାୟାତରେ ସମସ୍ୟା ହେଉଛି। ଏଥିସହ ବୁଲା ପଶୁ ନାଳ ଭିତରେ ପଶି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛନ୍ତି। ଡାକ୍ତରଖାନା ଅଭାବରୁ ଲୋକେ ଆର୍‌ଜିଏଚ୍‌ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛନ୍ତି। ଗୋଷ୍ଠୀ ଶୌଚାଳୟ ନ ଥିବାରୁ ମହିଳା ଓ ପୁରୁଷମାନେ ଘର ପାଖ ଖୋଲା ଡମ୍ପିଂ ୟାର୍ଡକୁ ଶୌଚ ପାଇଁ ଯାଉଛନ୍ତି। ଫଳରେ ଲୋକେ ବିଭିନ୍ନ ସମୟରେ ସାପ କାମୁଡାର ଶିକାର ହେଉଛନ୍ତି। ଏ ନେଇ ସ୍ଥାନୀୟ ପ୍ରଶାସନ ପାଖରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏ ନେଇ ବସ୍ତିବାସୀ ରିଙ୍କି ସେନାପତି କୁହନ୍ତି, ଖରାଦିନେ ପାନୀୟ ଜଳ ଆମ ବସ୍ତିର ମୁଖ୍ୟ ସମସ୍ୟା ସାଜିଛି। ସେହିପରି ରାସ୍ତା ଓ ଷ୍ଟ୍ରିଟ ଲାଇଟ ନାହିଁ। ବସ୍ତି ଅନ୍ଧାରୁଆ ରହୁଥିବାରୁ ଅସାମାଜିକ ତତ୍ତ୍ୱ ବଢ଼ିବାରେ ଲାଗିଛି। ଅନ୍ୟ ଜଣେ ବସ୍ତିବାସୀ ଭୋଲ ଦୀପ କହିଛନ୍ତି, ଆମ ବସ୍ତିରେ ପକ୍କା ରାସ୍ତା କି ପାନୀୟ ଜଳ ବ୍ୟବସ୍ଥା ନାହିଁ। ସବୁ ଦିଗରୁ ଆମ ବସ୍ତିକୁ ଅଣଦେଖା କରାଯାଇଛି। ଏ ସମ୍ପର୍କରେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇଙ୍କୁ ପଚାରିବାରୁ ଏହି ବସ୍ତିଟି ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ। ବସ୍ତି ଭିତରେ ବିଭିନ୍ନ ସମସ୍ୟା ରହିଛି। ବିଶେଷ କରି ବସ୍ତିଟି ଆର୍‌ଏମ୍‌ସି କି ପଞ୍ଚାୟତ ଅଧୀନରେ ନ ଥିବାରୁ ପାଣ୍ଠି ଆସୁନାହିଁ। ଅନ୍ୟପକ୍ଷେ ବସ୍ତିଟି ଆରଏସ୍‌ପି ଜମିରେ ଗଢି ଉଠିଥିବାରୁ ଏଠାରେ ଆରଏସପି ମଧ୍ୟ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ବାଧକ ସାଜୁଛି। ତେଣୁ ଆଗାମୀ ଦିନରେ ମୋ ଦ୍ୱାରା କଣ ସହଯୋଗ ହୋଇପାରିବ ମୁ ନିଶ୍ଚୟ ଚେଷ୍ଟା କରିବି ବୋଲି ବିଧାୟକ ତରାଇ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଙ୍ଗିଗଲା ବିବାହ ସ୍ବପ୍ନ: ପ୍ରେମିକଙ୍କ ଆଗରେ ଏମିତି କାମ କଲେ ପ୍ରେମିକା

ରାଉରକେଲା,୨୦।୮(ସଙ୍ଗୀତା ଜେନା):ବିବାହ କରିବାକୁ ମନା କରିବାରୁ ଝିରପାଣି ଥାନା ଅନ୍ତର୍ଗତ ଝିରପାଣି ଭଟା ବସ୍ତିରେ ଗତ ୧୪ ତାରିଖ ସକାଳେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ସମ୍ମୁଖରେ…

ଭାଜପା ବିଧାୟକଙ୍କୁ ମନ୍ଦିରରେ ପୂରାଇ ଦେଲେନି…ଆସିଲା ସାଂଘାତିକ ଅଭିଯୋଗ

ଲକ୍ଷ୍ନୌ,୨୦।୮: ଲକ୍ଷ୍ନୌରେ ଜଣେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ଜାତିଭିତ୍ତିକ ଭେଦଭାବ ସହିତ ଜଡିତ ଏକ ଘଟଣା ସାମ୍ନାକୁ ଆସିଛି। ମାଲିହାବାଦର ଭାଜପା ବିଧାୟକ ଜୟ…

ଲୋକ ସଭା ଆସନକୁ ନେଇ ବଡ଼ ଗେମ୍‌ ଖେଳିବ କଂଗ୍ରେସ! ମୁଖ୍ୟମନ୍ତ୍ରୀ ବିଜୟଙ୍କ ପରି ଏକ ପ୍ରସ୍ତାବ ପାସ କରୁଛି

ନୂଆଦିଲ୍ଲୀ,୨୦।୮: କଂଗ୍ରେସ ବୁଧବାର ଦାବି କରିଥିଲା ଯେ ଆଗାମୀ ୨୫ ବର୍ଷ ପାଇଁ ୫୪୩ ଲୋକ ସଭା ଆସନର ବର୍ତ୍ତମାନର ସଂଖ୍ୟା ବଜାୟ ରଖାଯାଉ। ଦଳ ଏହା…

କୁଚିଣ୍ଡା-ଭୋଜପୁରରେ ମରଣଯନ୍ତା ସାଜିଛି ହମ୍ପସ: ପ୍ରତିଦିନ ଘଟୁଛି ଦୁର୍ଘଟଣା

ଜମନକିରା,୧୯ା୮(ରବୀନ୍ଦ୍ର ପ୍ରସାଦ ଦାନୀ):ଜାତୀୟ ରାଜପଥ ଉପରେ ହମ୍ପସ ବା ସ୍ପିଡ୍‌ ବ୍ରେକର ନିର୍ମାଣ ଉପରେ ସୁପ୍ରିମକୋର୍ଟ, ବିଭିନ୍ନ ହାଇକୋର୍ଟ ତଥା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ (ମୋଓରଟିଏଚ)ର…

ହେଲିକପ୍ଟର ଦୁର୍ଘଟଣା: ଗୁଇନ୍ଦା ସଂସ୍ଥା ମୁଖ୍ୟଙ୍କ ସମେତ ୭ ମୃତ, ମୃତକଙ୍କ ମଧ୍ୟରେ ୫ ଆମେରିକୀୟ ନାଗରିକ

ନାଇରୋବି,୨୦।୮: କେନ୍ଦ୍ରୀୟ କେନିଆରେ ବୁଧବାର ଏକ ସଫାରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହା ଫଳରେ ଏଥିରେ ଥିବା ସମସ୍ତ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ…

ସରିସରି ଯାଉଛି ପଞ୍ଜୀକରଣ ଅବଧି, ତୁଟୁନି ଚାଷୀଙ୍କ ସମସ୍ୟା: ଉପୁଜୁଛି ନୂଆ ନୂଆ ସମସ୍ୟା

ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ):ସମୟ ଗଡ଼ି ଚାଲିଛି। ପଞ୍ଜୀକରଣ ଅବଧି ମଧ୍ୟ ସରିସରି ଯାଉଛି। ଏଭଳି ସ୍ଥିତିରେ ଧାନବିକ୍ରି ପଞ୍ଜୀକରଣ ପାଇଁ ଚାଷୀମାନଙ୍କୁ ନୂଆଁ ନୂଆଁ ସମସ୍ୟାର ସମ୍ମୁଖୀନ ହେବାକୁ…

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri