ପଟ୍ଟା ଜମିରେ ବନ ବିଭାଗର ବୃକ୍ଷରୋପଣ
ଅମରପାଲି,୨୮ା୬: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ରେଞ୍ଜ ଅନ୍ତର୍ଗତ ବହଳପଦର ପଞ୍ଚାୟତ ସୁରଧାପାଲି(ହୋତାପାଲି)ରେ ପଟ୍ଟା ପାଇଥିବା ଆଦିବାସୀଙ୍କ ଜମିରେ ବନବିଭାଗର ବୃକ୍ଷ ରୋପଣକୁ ବିରୋଧ କରିଛନ୍ତି ଗ୍ରାମବାସୀ। ହାତିଲିମୁଣ୍ଡା ଫରେଷ୍ଟ ବିଟ ଅଧୀନ ସୁରଧାପାଲିରେ ବନ ବିଭାଗ ପକ୍ଷରୁ ବୃକ୍ଷ ରୋପଣ କରାଯିବ।…
ସୁବର୍ଣ୍ଣପୁର ରିଂ ରୋଡ୍ ନିର୍ମାଣ କାର୍ଯ୍ୟ ବିଳମ୍ବିତ
ସୋନପୁର,୨୬।୬(ନି.ପ୍ର.) – ସୁବର୍ଣ୍ଣପୁର ରିଂ ରୋଡ ନିର୍ମାଣ କାର୍ଯ୍ୟ ବିଳମ୍ବିତ ହେଉଛି। ପାଣ୍ଠି ଥାଇ ମଧ୍ୟ କାମର ଅଗ୍ରଗତି ହେଉନି। ଏହି ପ୍ରକଳ୍ପ କାର୍ଯ୍ୟ କେବେ ସରିବ, ସେ ଉତ୍ତର କାହାରି ପାଖରେ ନାହିଁ। ରିଂ ରୋଡ୍ର ସବୁଠୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ…
ଆଇସିୟୁ, ଭେଣ୍ଟିଲେଟର ନାହିଁ
ସୋନପୁର,୧୯।୫(ନି.ପ୍ର.) – କରୋନାର ଦ୍ୱିତୀୟ ଲହର ସୁବର୍ଣ୍ଣପୁର ଜିଲାର ଜନସାଧାରଣଙ୍କୁ ହନ୍ତସନ୍ତ କରୁଛି। ପ୍ରତିଦିନ ଶତାଧିକ ଲୋକ ସଂକ୍ରମିତ ହେଉଛନ୍ତି। ଅସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେଥିପାଇଁ ଅଧିକାଂଶ ରୋଗୀ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଛନ୍ତି। ହେଲେ…
ପୂର୍ବତନ ମନ୍ତ୍ରୀ କାର୍ତ୍ତିକ ପ୍ରସାଦ ତରିଆଙ୍କ ପରଲୋକ
ସୋନପୁର/ଅମରପାଲି,୧୮।୫(ନି.ପ୍ର./ଡି.ଏନ.ଏ.): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କାର୍ତ୍ତିକ ପ୍ରସାଦ ତରିଆଙ୍କ ସୋମବାର ରାତିରେ ୭୦ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଦୀର୍ଘଦିନ ଧରି ଯକୃତ ରୋଗରେ ପୀଡିତ ଥିଲେ। ହାଇଦ୍ରାବାଦ୍ରେ ରହି ସେ ଚିକିତ୍ସିତ ହେଉଥିଲେ। ୭ଦିନ ପୂର୍ବରୁ…
ସୁବର୍ଣ୍ଣପୁର ଏନ୍ଏଚ୍ଏମ୍ ଆକାଉଣ୍ଟରୁ ୫ କୋଟି ଗାଏବ: ରାଉରକେଲାର ଏକ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଛି
ସୋନପୁର,୧।୫(ନି.ପ୍ର.): ସୁବର୍ଣ୍ଣପୁର ଜିଲା ସ୍ବାସ୍ଥ୍ୟ ବିଭାଗର ଏନ୍ଏଚଏମ୍(ଜାତୀୟ ସ୍ବାସ୍ଥ୍ୟ ମିଶନ) ଆକାଉଣ୍ଟରୁ ୫କୋଟି ୧ଲକ୍ଷ ୫୦ହଜାର ଟଙ୍କା ଗାଏବ ହୋଇଛି। ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ (ସିଡିଏମ୍ପିଏଚଓ)ଙ୍କ ଅଜାଣତରେ ଏହି ଟଙ୍କା ରାଉରକେଲା ସେଣ୍ଟ୍ରାଲ ବ୍ୟାଙ୍କର ଏକ ଆକାଉଣ୍ଟକୁ…
ବଳାତ୍କାର ଉଦ୍ୟମ ବିଫଳ ପରେ ଛାତ୍ରୀଙ୍କ ବେକ କାଟିଥିବା ଯୁବକ ଗିରଫ
ବିନିକା,୧୮ା୪: ସୁବର୍ଣ୍ଣପୁର ଜିଲା ବିନିକା ଥାନା ଅଧୀନ ସାନଭାଲୁପାଲି ଅଞ୍ଚଳର ଜଣେ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିଲା। ଏଥିରେ ଯୁବକ ଜଣକ ବିଫଳ ହୋଇ ଛାତ୍ରୀଙ୍କୁ ଏକ ଧାରୁଆ ଦାରେ ବେକ, ହାତ ଆଙ୍ଗୁଳି କାଟି ଫେରାର ହୋଇଯାଇଥିଲେ। ଫଳରେ ଯୁବତୀ…
ସ୍କୁଲ ଛାତ ଉପରେ ପଡ଼ିଲା ଗଛ
ଅମରପାଲି, ୫।୪: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅମରପାଲି ସରକାରୀ ୟୁପି ସ୍କୁଲ ପରିସରରେ ଥିବା ଏକ ବହଳ ଗଛ ସୋମବାର ପବନରେ ଉପୁଡି ଶ୍ରେଣୀ କୋଠରି ଉପରେ ପଡିଥିଲା। ଫଳରେ ସ୍କୁଲ ଛାତ ଭାଙ୍ଗିଯାଇଛି। ୫ ଦିନ ତଳେ ଉକ୍ତ…
୨୧ଲକ୍ଷ ଲୁଟ୍ ଘଟଣାର ପର୍ଦ୍ଦାଫାଶ
ସୋନପୁର,୨୪।୩(ନି.ପ୍ର.): ସୁବର୍ଣ୍ଣପୁର ପୋଲିସ ଗତ ୧୭ ତାରିଖରେ ବନ୍ଧୁକ ମୁନରେ ହୋଇଥିବା ୨୧ଲକ୍ଷ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ମାଷ୍ଟରମାଇଣ୍ଡଙ୍କ ସମେତ ୫ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବୌଦ୍ଧ ଜିଲା ମନମୁଣ୍ଡା ଥାନା ଆମ୍ବପଖାଳ ଗ୍ରାମର…
୬ କଲେଜ ଛାତ୍ରୀଛାତ୍ର ପଜିଟିଭ୍
ବିନିକା,୨୦ା୩: ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳର ଏକ ଜୁନିୟର କଲେଜର ୬ଜଣ ବିଦ୍ୟାର୍ଥୀଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି। ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମେଡିକାଲ ଟିମ୍ର ସୂଚନା ମୁତାବକ କଲେଜ ଖୋଲିବା ପରେ ଉକ୍ତ ଶିକ୍ଷାନୁଷ୍ଠାନର ୫୦ ବିଦ୍ୟାର୍ଥୀଙ୍କ ଆର୍ଟିପିସିଆର୍ ଓ…
ଚାଷୀଙ୍କୁ ଧାନକ୍ଷେତରେ ଦଳି ମାରିଦେଲା ହାତୀ
ସୋନପୁର,୨୦।୩(ନିପ): ସୁବର୍ଣ୍ଣପୁର ଜିଲା ସୋନପୁର ବନାଞ୍ଚଳ ଅନ୍ତର୍ଗତ ବାଙ୍କତେନ୍ତୁଳି ଗାଁର ଚାଷୀ ଉପେନ୍ଦ୍ର ଦୀପ(୫୫)ଙ୍କୁ ଏକ ଦନ୍ତାହାତୀ ପାଦରେ ଦଳି ମାରିଦେଇଛି। ଶନିବାର ଭୋର୍ ସମୟରେ ଏହି ଘଟଣା ଘଟିଛି। ଉପେନ୍ଦ୍ର ଧାନ କ୍ଷେତକୁ ଆସିଥିବା ବେଳେ ହାତୀ ହାବୁଡ଼ରେ ପଡ଼ି…
ବନ୍ଧୁକ,ଭୁଜାଲି ଦେଖାଇ ୨୧ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ
ସୋନପୁର,୧୭।୩(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବାଘଲପୁର-ବିଶିପଡ଼ା ରାସ୍ତାରେ ବୁଧବାର ପୂର୍ବାହ୍ନରେ ବନ୍ଧୁକ ଓ ଭୁଜାଲି ଦେଖାଇ ୬ ଦୁର୍ବୃତ୍ତ ୨୧ ଲକ୍ଷ ଲୁଟି ନେଇଛନ୍ତି। ରାଇଟର ସେଫ ଗାଡର ଏକ୍ଜିକ୍ୟୁଟିଭ୍ ଏଟିଏମଓ ସୁଧାଂଶୁ ପଧାନ ଓ ସୁନୀଲ ମହାରଣା ବ୍ୟାଙ୍କ ଅଫ ବରୋଦା…
ଶ୍ୱାସରୁଦ୍ଧ ପରିସ୍ଥିତି
ଅମରପାଲି, ୧୦।୩(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଓ ଉଲୁଣ୍ଡା ରେଞ୍ଜ ଅଧୀନରେ ଥିବା ପ୍ରାୟ ସବୁ ଜଙ୍ଗଲରେ ଏବେ ନିଆଁ ଲାଗିଛି। ନିଆଁ ଲାଗି ବ୍ୟାପକ ଜଙ୍ଗଲ କ୍ଷୟକ୍ଷତି ହେଉଥିବା ବେଳେ ଧୂଆଁ ଯୋଗୁ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ। ମାତ୍ରାଧିକ ଧୂଆଁ…

