ବୌଦ୍ଧରେ ହେବ ୨୦ହଜାର ଲିଟର ଦୁଗ୍ଧପ୍ଲାଣ୍ଟ

ବୌଦ୍ଧ/ସୋନପୁର,୨୬ା୧୧(ସ୍ବପ୍ର/ନି.ପ୍ର.): ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ବଣ୍ଟନରେ ସାମିଲ ହୋଇଛି ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲା। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡଓ କନଫରେନ୍ସିଂରେ ଏହି ଯୋଜନାର ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନ କରିଥିଲେ। ବୌଦ୍ଧ ଜିଲା ଷ୍ଟାଡିୟମଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନ ସହିତ ୨୦କୋଟି ଟଙ୍କାର ୨୨ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ସହିତ ୪୬୩ କୋଟି ଟଙ୍କାର ୫୭ ଗୋଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଥିଲେ ଯେ, ବୌଦ୍ଧ ଜିଲା ଦୁଗ୍ଧ ଉପତ୍ାନଦ କ୍ଷେତ୍ରରେ ଭଲ କାର୍ଯ୍ୟ କରିଛି। ଏହାକୁ ଆଖି ଆଗରେ ରଖି ଆଗାମୀ ଦିନରେ ଏଠାରେ ଚାଷୀଙ୍କ ପାଇଁ ୨୦ହଜାର ଲିଟରର ପ୍ଲାଣ୍ଟ କରାଯିବ। ସେ ଆହୁରି କହିଥିଲେ ଯେ, ବୌଦ୍ଧ ଜିଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ସାମିଲ ହୋଇଛି। ଏଥିରେ ଜିଲାର ୩ ଲକ୍ଷ ୭୨ ହଜାରରୁ ଉର୍ଦ୍ଧ୍ୱ ହିତାଧିକାରୀ ଉପକୃତ ହେବେ। ବୌଦ୍ଧ କାର୍ଯ୍ୟକ୍ରମରେ ଅତିଥି ଭାବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, କନ୍ଧମାଳ ଏମ୍‌ପି ଅଚ୍ୟୁତ ସାମନ୍ତ, କଣ୍ଟାମାଳ ବିଧାୟକ ମହିଧର ରଣା, ବୌଦ୍ଧ ବିଧାୟକ ପ୍ରଦୀପ ଅମାତ ଯୋଗ ଦେଇଥିଲେ।

ସେହିପରି ସୁବର୍ଣ୍ଣପୁର ଜିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ଭିଡିଓ କନଫେରେନ୍ସିଂ ଯୋଗେ ହିତାଧିକାରୀଙ୍କୁ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏଥିସହ ୭୯.୨୨କୋଟି ଟଙ୍କାରେ ୬୭ ପ୍ରକଳ୍ପ ଉଦ୍‌ଘାଟନ ଓ ୧୪୮.୦୪ କୋଟି ଟଙ୍କାରେ ୩୫ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର କରିଛନ୍ତି। ମୁଖ୍ୟମନ୍ତ୍ରୀ ଜିଲାର ଇଷ୍ଟଦେବୀ ଜୟ ମା ସୁରେଶ୍ୱରୀ କହି ନିଜର ଭାଷଣ ଆରମ୍ଭ କରିଥିଲେ। ଜିଲାର ସ୍ବାସ୍ଥ୍ୟ, ଶିକ୍ଷା ଓ ଜଳସେଚନ ପାଇଁ ବହୁତ କିଛି କାମ ହୋଇଛି। ୭ ମହଲା ବିଶିଷ୍ଟ ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟର କୋଠା ନିର୍ମାଣ ଚାଲିଛି।

ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ରାଜ୍ୟବାସୀଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଉଛି। ଏବେ ସ୍ମାର୍ଟ କାର୍ଡ ହିଁ ଟେନସନ ଦୂର କରିବ ବୋଲି କହିଥିଲେ। ସୋନପୁର ନୂତନ ଟାଉନ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ଅର୍ଥ ଓ ଅବକାରୀ ବିଭାଗ ମନ୍ତ୍ରୀ ପୂଜାରୀ, ବାଣିଜ୍ୟ, ପରିବହନ ଓ ଯୋଜନା ରୂପାୟନ ବିଭାଗ ମନ୍ତ୍ରୀ ବେହେରା, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଉପସ୍ଥିତ ଥିଲେ। ସୁଲତା ଦେଓ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଉଭୟ କାର୍ଯ୍ୟକ୍ରମରେ ୫-ଟି ସଚିବ ଭି.କେ.ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ସହିତ ଭୁବନେଶ୍ୱରରୁ ଭିଡିଓ କନଫେରେନ୍ସିଂରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, ୭/୫ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି।...

ରୋଚକ ମୋଡ଼ରେ ପିପିଲି ରାଜନୀତି: ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ବିରୋଧରେ ସ୍ବାଧୀନ ଭାବେ ଲଢ଼ିବେ ସ୍ତ୍ରୀ ଜାଗୃତି

ଭୁବନେଶ୍ୱର,୭।୫: ନିର୍ବାଚନ ମଇଦାନରେ ସ୍ବାମୀଙ୍କ ବିରୋଧରେ ଲଢ଼ିବେ ସ୍ତ୍ରୀ। ପିପିଲି ବିଧାନସଭା ଆସନରେ କିଛି ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏ ପଟେ...

କଂଗ୍ରେସ ଛାଡିଲେ ଚିତ୍ତରଞ୍ଜନ, ନେଲେ ବଡ଼ ନିଷ୍ପତ୍ତି

ନୀଳଗିରି,୭।୫: କଂଗ୍ରେସ ଛାଡିଲେ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ନିର୍ବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ...

ନିଟ୍‌ ପରୀକ୍ଷାରେ ଜାଲିଆତି ଘଟଣା: ୩ ଅଭିଯୁକ୍ତ ଗିରଫ

ଭଦ୍ରକ,୭।୫: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ରେ ଜାଲିଆତି ଘଟଣାରେ ମଙ୍ଗଳବାର ୩ ଜଣ ଗିରଫ ହୋଇଛନ୍ତି। ଜଣେ ପରୀକ୍ଷାର୍ଥୀ ପାଇଁ ଅନ୍ୟ ଜଣେ ପରୀକ୍ଷା ଦେଉଥିଲେ...

ପାଗରେ ବଡ଼ ପରିବର୍ତ୍ତନ: କୋରାପୁଟରେ ୨୧୬.୫ମିମି ବର୍ଷା ରେକର୍ଡ

କୋରାପୁଟ,୭।୫(ଅମିତାଭ ବେହେରା): କାଳବୈଶାଖୀ ପ୍ରଭାବରେ ପାଗରେ ବଡ଼ ପରିବର୍ତ୍ତନ ଘଟିଛି। ମଙ୍ଗଳବାର କୋରାପୁଟ ଜିଲାରେ ୨୧୬.୫ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଜିଲାର ସେମିଳିଗୁଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri