ଚିକିତ୍ସା ପାଇଁ ଜମିବାଡ଼ି ବିକୁଛନ୍ତି କିଡ୍‌ନୀ ରୋଗୀ

ସୋନପୁର,୧ା୧୨(ନି.ପ୍ର.):ସୁବର୍ଣ୍ଣପୁର ଜିଲାର କିଡ୍‌ନୀ ରୋଗୀଙ୍କ ପାଇଁ ସରକାର ଆଖି ବୁଜି ଦେଇଛନ୍ତି। ଜିଲାରେ ଏ ପର୍ଯ୍ୟନ୍ତ ଡାଏଲିସିସ୍‌ ସେଣ୍ଟର ସ୍ଥାପନ ହୋଇପାରିନି। ଗତ ୫ମାସ ହେଲା ରୋଗୀଙ୍କୁ ମିଳୁଥିବା ସରକାରଙ୍କ ମାଗଣା ଔଷଧ ବନ୍ଦ। ରୋଗୀ ହସ୍ପିଟାଲର ନିରାମୟ କେନ୍ଦ୍ରକୁ ଆସି ଔଷଧ ନ ପାଇ ଫେରୁଛନ୍ତି। ଗରିବ ଶ୍ରେଣୀର ରୋଗୀ ଚିକିତ୍ସା ଓ ଔଷଧ ସୁବିଧା ନ ପାଇ ମୃତ୍ୟୁମୁଖରେ ପଡୁଛନ୍ତି। ସରକାର ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି। ସରକାରୀ ଡାକ୍ତରଖାନାରେ ନିରାମୟ ଯୋଜନାରେ ମାଗଣରେ ଔଷଧ ମିଳୁଥିବା ଓ କିଡ୍‌ନୀ ରୋଗୀଙ୍କୁ ମାଗଣାରେ ଡାଏଲିସିିସ୍‌ କରାଯାଉଥିବା କୁହାଯାଉଛି। ମାତ୍ର ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। କିଡ୍‌ନୀ ରୋଗୀଙ୍କୁ ମାସିକ ୫ ହଜାର ଟଙ୍କା ଖର୍ଚ୍ଚ କରି ଔଷଧ ଖାଇବାକୁ ପଡୁଛି। ବାହାରେ ଡାଏଲିସିସ କରିବା ପାଇଁ ବହୁଳ ଖର୍ଚ୍ଚ ହେଉଥିବାରୁ ରୋଗୀଙ୍କୁ ଜମିବାଡି ବିକ୍ରି କରିବାକୁ ପଡୁଛି। ଏହିଭଳି ଦେଖିବାକୁ ମିଳିଛି ଉଲୁଣ୍ଡା ବ୍ଲକ ମୁଣ୍ଡଘାଟ ପଞ୍ଚାୟତ ଅନ୍ତର୍ଗତ ପତ୍ରାପାଲି ଗଁାରେ। ଗଁାର ବସନ୍ତ ପାଣିଗ୍ରାହୀଙ୍କ ପୁଅ ଗୋପାଳ ଚନ୍ଦ୍ର ପାଣିଗ୍ରାହୀ(୨୮)କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଥିଲେ। ଏଠାରେ ଚିକିତ୍ସା ସୁବିଧା ନଥିବାରୁ ଜମି ବିକ୍ରି କରି ସେହି ଅର୍ଥରେ ବାହାରେ ପୁଅର ଚିକିତ୍ସା କରୁଥିଲେ। ହେଲେ ୨୦୨୧ ମାର୍ଚ୍ଚରେ ପୁଅର ମୃତ୍ୟୁ ହୋଇଯାଇଥିବା ବସନ୍ତ କହିଛନ୍ତି। ସେହିପରି ବୀରମହାରାଜପୁର ବ୍ଲକ ସଂଗ୍ରାମପୁର ପଞ୍ଚାୟତ ଅନ୍ତର୍ଗତ ବୁଟୁଖମନ ଗଁାର ଅଭିରାମ ପ୍ରଧାନ(୪୫) କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେ ଚିକିତ୍ସା ଖର୍ଚ୍ଚ ପାଇଁ ତାଙ୍କର ୨ଏକର ଜମି ବକ୍ରି କରିଥିବା କହିଛନ୍ତି।
ରାଜ୍ୟର ବିଭିନ୍ନ ଜିଲା ମୁଖ୍ୟ ଚିକିତ୍ସାଳୟରେ କିଡ୍‌ନୀ ରୋଗୀଙ୍କ ପାଇଁ ଡାଏଲିସିସ୍‌ ସେଣ୍ଟର ଖୋଲିଛି। ମାତ୍ର ସୁବର୍ଣ୍ଣପୁରରେ ତାହା ନ ଥିବାରୁ ଅଧିକାଂଶ ରୋଗୀ ନିୟମିତ ଡାଏଲିସିସ୍‌ କରି ପାରୁନାହାନ୍ତି। ଆର୍ଥିକ ସ୍ବଚ୍ଛଳ ବର୍ଗର ରୋଗୀ କଟକ, ବୁର୍ଲା ଓ ଭୁବନେଶ୍ୱର ଯାଇ ଚିକିତ୍ସିତ ହେଉଛନ୍ତି। ହେଲେ ଗରିବ ରୋଗୀମାନେ ଚିକିତ୍ସା ତଥା ଡାଏଲିସିସ୍‌ ପାଇଁ ଖର୍ଚ୍ଚାନ୍ତ ହେଉଛନ୍ତି। ଏପରି କି ବାଧ୍ୟ ହୋଇ ସେମାନେ ସୁନାରୁପା ଗହଣା, ଜମିବାଡ଼ି ବିକ୍ରି କରୁଥିବା ଖବର ମିଳିଛି। ସୂଚନା ଅନୁଯାୟୀ, ଜିଲାର ସୋନପୁର ବ୍ଲକ ମୟୂରଉଡାନ, ଅର୍ଜୁନପୁର, ପ୍ରତାପପୁର, ରୁଗୁଡିପାଲି, କୀର୍ତ୍ତିପୁର, ବୀରମହାରାଜପୁର ବ୍ଲକର ଘଣ୍ଡପାଲି, କଦଳିପାଲି, କେନ୍‌ଝିରିଆପାଲି, ଅମରପାଲି, ଗୌଡଗାଡ, ବହଲପଦର, ଦାଦରପାଲି ଓ ଉଲୁଣ୍ଡା ବ୍ଲକର ଡାଲଡବା, ଝାରବାହାଲି ଓ ସୁନାପାଲି ଆଦି ଅନେକ ଗ୍ରାମରେ ୪ଶହରୁ ଊର୍ଦ୍ଧ୍ୱ କିଡ୍‌ନୀ ରୋଗୀ ଅଛନ୍ତି। ଅମ୍ଳଯୁକ୍ତ ପାଣି ପିଇବା ଓ ମଧୁମେହ ପାଇଁ କିଡ୍‌ନୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗ୍ରାମାଞ୍ଚଳରେ ପାନୀୟ ଜଳର ନମୂନା ପରୀକ୍ଷା ନିୟମିତ ହେଉ ନ ଥିବାରୁ ଏହି ରୋଗ ବଢ଼ିବାରେ ଲାଗିଛି।
ଏ ସଂକ୍ରାନ୍ତରେ ଉଲୁଣ୍ଡା ବ୍ଲକ ଡାଲଡବା ଗ୍ରାମର ଗରିବ ନାଗ୍‌ କୁହନ୍ତି, ମୁଁ ଜଣେ କିଡ୍‌ନୀ ରୋଗୀ। ଜିଲା ମୁଖ୍ୟ ଚିକିତ୍ସାଳୟର ନିରାମୟ କେନ୍ଦ୍ରରୁ ଔଷଧ ନେଇ ଖାଉଥିଲି। ଗତ ୫ ମାସ ହେଲା ଔଷଧ ଦିଆଯାଉ ନାହିଁ। କେନ୍ଦ୍ରକୁ ଗଲେ କେବଳ ଏସିଡ୍‌ ଔଷଧ ଦିଆଯାଉଛି। ଏଣୁ କିଡ୍‌ନୀ ଔଷଧ ପାଇଁ ଧାରକରଜ କରି ଏବେ ମାସିକ ୫ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ନିରାମୟ ଯୋଜନାରେ ମାଗଣାରେ ଔଷଧ ଯୋଗାଇବାକୁ ମୁଁ ସରକାରଙ୍କୁ ଲେଖି କରି ଜଣାଇଛି। କିନ୍ତୁ ଆମ ଦୁଃଖ କେହି ଶୁଣୁନାହାନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟର ଏପିଡୋମିଓଲୋଜିଷ୍ଟ ଡାକ୍ତର ବିଷ୍ଣୁଚରଣ ମାଝି କୁହନ୍ତି, କିଡ୍‌ନୀ ରୋଗୀଙ୍କୁ ଡାଏଲିସିସ୍‌ ସୁବିଧା ଯୋଗାଇ ଦେବା ପାଇଁ ସୁବର୍ଣ୍ଣପୁର ଜିଲାକୁ ବୌଦ୍ଧ ଜିଲା ସହିତ ସଂଯୋଗ କରାଯାଇଥିବାରୁ ସମସ୍ୟା ହେଉଛି। ସେହିପରି ରୋଗୀଙ୍କୁ ପ୍ରଦାନ କରାଯାଉଥିବା ଟଉରିନ୍‌ ଔଷଧ ଜିଲାରେ ମହଜୁଦ୍‌ ନାହିଁ। ରାଜ୍ୟ ଔଷଧ ନିଗମ ଏହି ଔଷଧ ପ୍ରଦାନ କଲେ ହିଁ ନିରାମୟ ଯୋଜନାରେ ରୋଗୀଙ୍କୁ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?