ସୁବର୍ଣ୍ଣପୁର

ଜୋନାଲସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା: ରେମଣ୍ଡା ଗାଲର୍‌ସ ହାଇସ୍କୁଲ ପ୍ରଥମ

ସୋନପୁର,୮।୮(ନି.ପ୍ର): ସୁବର୍ଣ୍ଣପୁରରେ ପଶ୍ଚିମ ଓଡିଶା ଜୋନାଲସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ମହାରାଜା ହାଇସ୍କୁଲ ଶତବାର୍ଷିକୀ ସମ୍ମିଳନୀ କକ୍ଷରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଜିଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାରେ ସୁବର୍ଣ୍ଣପୁର, ବରଗଡ, ସମ୍ବଲପୁର, ଦେବଗଡ, ଝାରସୁଗୁଡା ଓ...

ଦେଶର ୧୦ ଶ୍ରେଷ୍ଠ ଥାନା ତାଲିକାରେ ଓଡ଼ିଶାର ତରଭା: ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ମିଳିଲା ପ୍ରମାଣପତ୍ର

ସୋନପୁର/ତରଭା,୮ା୮(ନି.ପ୍ର./ଡି.ଏନ୍‌.ଏ.): ୨୦୧୮ ସର୍ଭେ ଅନୁଯାୟୀ ଭାରତର ୧୦ ଶ୍ରେଷ୍ଠ ଥାନା ତାଲିକାରେ ସୁବର୍ଣ୍ଣପୁର ଜିଲାର ତରଭା ଥାନା ସ୍ଥାନ ପାଇଛି। ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ ଓ କେନ୍ଦ୍ର ଗୃହ ସଚିବଙ୍କ ଦସ୍ତଖତ ସମ୍ବଳିତ ଏକ ପ୍ରମାଣପତ୍ର ସୁବର୍ଣ୍ଣପୁର...

ଜମିବାଡ଼ି ବିବାଦ: ମହିଳାଙ୍କ ତଣ୍ଟିକାଟି ହତ୍ୟା; ସ୍ବାମୀ, ପୁଅ ଗୁରୁତର

ସୋନପୁର,୫ା୮(ନି.ପ୍ର.): ଜମିବାଡି ବିବାଦକୁ କେନ୍ଦ୍ର କରି ସୁବର୍ଣ୍ଣପୁର ଜିଲା ବିନିକା ଥାନା ଘୋଡାଧାର ଗ୍ରାମରେ ରବିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ହରିଜନବସ୍ତିର ପାଞ୍ଚେଶ୍ୱରୀ ଲୁହା(୫୦)ଙ୍କୁ ତଣ୍ଟିକାଟି ହତ୍ୟା କରାଯାଇଛି। ଆକ୍ରମଣରେ ପାଞ୍ଚେଶ୍ୱରୀଙ୍କ ସ୍ବାମୀ କଣ୍ଟିଆ ଲୁହା(୫୫) ଓ ପୁଅ...

ପଟ୍ଟା ମିଳିଛି, ଜମି ଚିହ୍ନଟ ହେଉନି

ଅମରପାଲି, ୫।୮(ଡି.ଏନ.ଏ) ସରକାର ଭୁମିହୀନମାନଙ୍କୁ ଘରଡିହ ଯୋଗାଇ ଦେଇଛନ୍ତି। ଏପରିକି ଉକ୍ତ ପରିବାରମାନଙ୍କୁ ପଟ୍ଟା ବି ମିଳି ସାରିଛି। ମାତ୍ର ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ଦିଆଯାଇଥିବା ପଟ୍ଟା ଜମି ଚିହ୍ନଟକରଣ କରାଯାଉ ନାହିଁ। ଫଳରେ ଉକ୍ତ ଭୂମିହୀନ ପରିବାର...

ଯୋର ପାର ହୋଇ ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର

ଅମରପାଲି, ୪।୮ (ଡି.ଏନ.ଏ.)-ବିପଦପୂର୍ଣ୍ଣ ଭାବେ ଯୋର ପାର ହୋଇ ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର। ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଦୁର୍ଜନତୈଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହରିହର ଯୋରରେ। ପ୍ରାୟ ୩୦ରୁ ୪୦ଜଣ ଛାତ୍ରୀଛାତ୍ର ପ୍ରତ୍ୟହ...

ଅନାବୃଷ୍ଟି ଯୋଗୁ ଚାଷ କାର୍ଯ୍ୟରେ ବ୍ୟାଘାତ, କାଦୋଦର ଗ୍ରାମରେ ବର୍ଷା ପାଇଁ ଇନ୍ଦ୍ରପୂଜା, ହୋମଯଜ୍ଞ

ଅମରପାଲି,୩୦ା୭(ଡ଼ି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ଗ୍ରାମରେ ବର୍ଷା ପାଇଁ ଇନ୍ଦ୍ରପୂଜା ଓ ହୋମଯଜ୍ଞ କରାଯାଇଛି। ଚଳିତବର୍ଷ ବିଳମ୍ବ ବର୍ଷା ସହିତ ଅନାବୃଷ୍ଟି ଯୋଗୁ ଚାଷ କାର୍ଯ୍ୟରେ ବ୍ୟାଘାତ ଦେଖାଯାଇଛି। ପରମ୍ପରା କ୍ରମେ ଭଲବର୍ଷା ପାଇଁ ଗାଁ...

୩୪୬ଛାତ୍ରୀଙ୍କୁ ସାନିଟାରି ନାପ୍‌କିନ

ସୋନପୁର,୨୯।୭(ନି.ପ୍ର.): ସୋନପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ସ୍ବାସ୍ଥ୍ୟ ସଚେତନତା ଓ ସାନିଟାରି ନାପ୍‌କିନ ‘ଖୁସି’ ବଣ୍ଟନ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତନୁ କୁମ୍ଭକାରଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ...

ଘୁଙ୍ଗିନାଳ ଉପରେ ୪ଫୁଟର ପାଣି, ବୀରମହାରାଜପୁର-ଅମରପାଲି ଯୋଗାଯୋଗ ବଚ୍ଛିନ୍ନ

ବୀରମହାରାଜପୁର, ୨୯।୭ (ଡି.ଏନ.ଏ.): ରବିବାର ରାତିରେ ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପାନ୍ତ ଅଞ୍ଚଳର ବିଭିନ୍ନ ଯୋର ଓ ନାଳରେ ବଢ଼ିପାଣି ଆସିଛି। ଏଥିଯୋଗୁ ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବ୍ଲକର ଭୁତିଆପାଲି ଓ...

୯୮ କିଲୋ ଗଞ୍ଜେଇ, ସ୍କର୍ପିଓ ଜବତ

ସୋନପୁର,୨୮।୮(ନି.ପ୍ର.) – ସୁବର୍ଣ୍ଣପୁର ଜିଲା ଅବକାରୀ ମୋବାଇଲ ଟିମ୍‌ ପକ୍ଷରୁ ତେଲନଦୀ ବ୍ରିଜ୍‌ ପାର୍ଶ୍ୱରେ ଶନିବାର ଚଢାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ଗଞ୍ଜେଇ ଚୋରା ଚାଲାଣରେ ବ୍ୟବହୃତ ଏକ ନୂଆ ସ୍କର୍ପିଓ ମଧ୍ୟ ଜବତ ହୋଇଛି।...

ସବୁଜ ମହାନଦୀ ଅଭିଯାନ ସଚେତନତା ଯାତ୍ରା

ଡୁଙ୍ଗୁରିପାଲି, ୨୭ା୭(ଡି.ଏନ୍‌.ଏ) ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକରେ ସବୁଜ ମହାନଦୀ ଅଭିଯାନ ସବୁଜିମା ସଚେତନତା ଯାତ୍ରା ଜାତୀୟ ରାଜପଥ ପାର୍ଶ୍ୱରେ ଅନୁଷ୍ଠିତ ହୋଇଯାଇଛି ା ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ବନଖଣ୍ଡ, ବିନିକା ବନାଞ୍ଚଳ ତରଫରୁ ୭୫ ହଜାର ଚାରା ଜନସାଧାରଣଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri