ସୁବର୍ଣ୍ଣପୁର

ବିଧାନସଭା ସମ୍ମୁଖରେ ଧାରଣା ଦେବେ ଶିକ୍ଷକ, କର୍ମଚାରୀ

ସୋନପୁର,୧୫।୧୧ (ନି.ପ୍ର.): ସୁବର୍ଣ୍ଣପୁର ଜିଲା ବ୍ଲକ ଗ୍ରାଣ୍ଟପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ଶିକ୍ଷକ ଓ କର୍ମଚାରୀମାନଙ୍କର ଏକ ବୈଠକ ଜିଲା ସଭାପତି ଉମେଶ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ସୋନପୁର ସମଲେଇ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ବୈଠକରେ…

ହଜିଯାଇଥିବା ମୋବାଇଲ ପାଇଁ କୋରିଅର କମ୍ପାନୀ ଗଣିବ ୬୫ ହଜାର

ସୋନପୁର,୧୪।୧୧(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଖାଉଟି ବିବାଦ ସମାଧାନ ମଞ୍ଚ ଏକ ମାମଲାର ବିଚାର କରି ଡିଟିଡିସି କୋରିଅର କମ୍ପାନୀ ବିରୋଧରେ ଓ ଖାଉଟିଙ୍କ ସପକ୍ଷରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ସୋନପୁର ସହର ମାଲିପଡାର ଖାଉଟି ମାଧବ ମହଲାଙ୍କୁ ଡିଟିଡିସି କମ୍ପାନୀ…

୪ ଗାଁକୁ ନାହିଁ ପକ୍କାରାସ୍ତା, ଲୋକେ ହଇରାଣ

ଅମରପାଲି,୧୪ା୧୧(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବହଳପଦର ପଞ୍ଚାୟତର ୪ ଗ୍ରାମକୁ ଏଯାଏ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସାମିଲ କରାଯାଇନାହିଁ। ଫଳରେ ଉକ୍ତ ୪ଗ୍ରାମର ଗୁଦଗୁଦା, ସରଧାପାଲି(ହୋତାପାଲି), ଫବସିପାଲି ଓ ଭାଲୁଡୁଙ୍ଗୁରୀ(କଲନିପଡା) ଗ୍ରାମର ଲୋକେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ…

ପିଏମ୍‌ଏଓ୍ବାଇ-ଜି ହିତାଧିକାରୀ ଚୟନରେ ଦୁର୍ନୀତି

ସୋନପୁର,୯।୧୧(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଚରଦା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ(ପିଏମ୍‌ଏଓ୍ବାଇ-ଜି)ରେ ଦୁର୍ନୀତି ହୋଇଛି। ଫୁଲମୁଠି ଗ୍ରାମରେ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ଦୁର୍ନୀତି ହୋଇଥିବା ତଦନ୍ତ ରିପୋର୍ଟରୁ ଜଣାପଡିଛି। ଏହି ଦୁର୍ନୀତିରେ ସରକାରୀ କର୍ମଚାରୀ ସାମିଲ ଅଛନ୍ତି।…

ବ୍ଲାଷ୍ଟିଂ କରି ମାଛ ଧରିବାକୁ ବିରୋଧ

ସୋନପୁର,୨।୧୧(ନି.ପ୍ର.): ମହାନଦୀରୁ ମାଛ, ଚିଙ୍ଗୁଡି ଧରିବା ପାଇଁ ଚାଲିଛି ବେଆଇନ ବ୍ଲାଷ୍ଟିଂ ଓ କୀଟନାଶକ ପ୍ରୟୋଗ। ମୁଷ୍ଟିମେୟ ଅଣପାରମ୍ପରିକ ମତ୍ସ୍ୟଜୀବୀ ସୁବିଧାରେ ମାଛ ଧରିବା ପାଇଁ ନଦୀଗର୍ଭରେ ଡିନାମାଇଟ୍‌ ଫୁଟାଉଛନ୍ତି। ବିସ୍ଫୋରଣ ଯୋଗୁ ମାଛ ମରି ପାଣିରେ ଭାସୁଛନ୍ତି। ସେହିପରି ଚିଙ୍ଗୁଡି…

ନଭେମ୍ବର ୩୦ରୁ ଖରିଫ ଧାନ ସଂଗ୍ରହ

ସୋନପୁର,୩୧।୧୦(ନି.ପ୍ର.)ସୁବର୍ଣ୍ଣପୁର ଜିଲାରେ ନଭେମ୍ବର ୩୦ରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ । ରବିବାର ବ୍ୟତୀତ ସପ୍ତାହକୁ ୬ଦିନ ମଣ୍ଡି ଖୋଲା ରହିବ । ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଷୀଙ୍କ ଧାନ ସଂଗୃହୀତ ହେବ ଏବଂ ଅପରାହ୍ନରୁ…

୫୪ ବର୍ଷରେ ମଝିପଡ଼ା କାଳୀପୂଜା: ହିନ୍ଦୁ ମୁସଲିମ୍‌ ଭାଇଚାରାର ବାର୍ତ୍ତା ଦିଏ

ସୋନପୁର,୨୪।୧୦(ନି.ପ୍ର.): ସୁବର୍ଣ୍ଣପୁର ସହର ମଝିପଡାରେ ୫୪ତମ ସାର୍ବଜନୀନ କାଳୀପୂଜା ୨୪ ତାରିଖ ସୋମବାର ରାତିରୁ ଆରମ୍ଭ ହେବ। ରାମଧୂନ କ୍ଲବ ମଝିପଡା ପକ୍ଷରୁ ଏହି ପୂଜା ମହୋତ୍ସବ ମହା ସମାରୋହରେ ଆୟୋଜିତ ହେବ ବୋଲି ପୂଜା କମିଟି ପକ୍ଷରୁ ରବିବାର ଏକ…

ଦାନବାକ୍ସ ଭାଙ୍ଗି ନେଇଗଲେ ଟଙ୍କା

ବିନିକା, ୨୩ା୧୦(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଚରଦା କପିଳେଶ୍ୱର ମନ୍ଦିରରେ ଥିବା ୩ ଦାନବାକ୍ସ ଭାଙ୍ଗି କେତେକ ଦୁର୍ବୃତ୍ତ ଲୁଟ୍‌ପାଟ୍‌ କରିଥିବା ବିନିକା ଥାନାରେ ଅଭିଯୋଗ ହୋଇଛି। ରବିବାର ଅନୁସନ୍ଧାନକାରୀ କୁକୁର ସହାୟତାରେ ପୋଲିସ ଘଟଣାର ତନାଘନା…

କାମ ମିଳୁନାହିଁ, ଯୋଜନା ଅପହଞ୍ଚ

ସୋନପୁର,୨୩।୧୦: ରାଜ୍ୟର ୧୧ଟି ଦାଦନପ୍ରବଣ ଜିଲା ମଧ୍ୟରୁ ସୁବର୍ଣ୍ଣପୁର ଅନ୍ୟତମ। ଏହି ଜିଲାରେ ଦାଦନ ଚାଲାଣ ହୁଏନାହିଁ ବୋଲି ଜିଲା ପ୍ରଶାସନ ପୂର୍ବରୁ ବାହୁସ୍ଫୋଟ ମାରୁଥିଲା। କିନ୍ତୁ କରୋନା ମହାମାରୀ ପ୍ରଶାସନର ଦାବିକୁ ଭୁଲ୍‌ ପ୍ରମାଣିତ କରିଥିଲା, ଯେତେବେଳେ ୧୫,୦୦୦ରୁ ଊର୍ଦ୍ଧ୍ୱ…

୬.୪୫ କୋଟି ବ୍ୟୟରେ ସୁବର୍ଣ୍ଣପୁରରେ ପ୍ରତିଷ୍ଠା ହେବ ହସ୍ତତନ୍ତ ମଲ୍‌

ସୋନପୁର,୨୨।୧୦(ନି. ପ୍ର ): ସୁବର୍ଣ୍ଣପୁର ଜିଲାର ବୁଣାକାରଙ୍କ ପାଇଁ ଖୁସି ଖବର। ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ଶାଢୀର ବିକ୍ରି ବଟା ପାଇଁ ୫୭ ନଂ ଜାତୀୟ ରାଜପଥ ପାର୍ଶ୍ୱ ସୋନପୁର ସହର ଉପକଣ୍ଠ ଝିଙ୍କିଠାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରେ…

ଲୋକାର୍ପିତ ହେଲା, କାର୍ଯ୍ୟକ୍ଷମ ହେଉନି

ସୋନପୁର,୨୧।୧୦: ସୁବର୍ଣ୍ଣପୁର ଜିଲା ସଦର ମହକୁମାର ଝୁପୁଡିପଡାରେ ନୂତନ ଭାବେ ନିର୍ମିତ ହୋଇଛି ୫୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର। ଗତ ଜୁନ୍‌ ୧୫ ତାରିଖରେ ସୋନପୁର ବିଧାୟକ ତଥା ରାଜ୍ୟ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ…

ଶୀତ ପୂର୍ବରୁ ବିଦେଶାଗତ ପକ୍ଷୀଙ୍କ ସମାଗମ

ସୋନପୁର,୧୪।୧୦(ନି.ପ୍ର.):ଶୀତ ଆସିବା ପୂର୍ବରୁ ସୁବର୍ଣ୍ଣପୁର ଜିଲାରେ ବିଦେଶାଗତ ପକ୍ଷୀଙ୍କୁ ଦେଖିବାକୁ ମିଳିଲାଣ। ଗୁରୁବାର ସୋନପୁର ସହର ଥନାପତିପଡାରେ ବିରଳ ପେରିଗ୍ରୀନ୍‌ ଫାଲ୍‌କନ ପକ୍ଷୀଙ୍କୁ ଠାବ କରାଯାଇଛି। ସୁଦୂର ଉତ୍ତର ଆମେରିକାରୁ ଏହି ପକ୍ଷୀ ଏଠାକୁ ଆସିଥିବା ଜଣାଯାଇଛି। ଏହି ପକ୍ଷୀ ସବୁଠୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?