ଜମା ହୋଇଛି ୪.୫କୋଟି, ଖୋଳାଯାଉନି ନଳକୂପ

ସୋନପୁର,୨୬।୧୨(ନି.ପ୍ର.):ସରକାର ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଓ ଉତ୍ପାଦନ ବୃଦ୍ଧି କଥା କହୁଛନ୍ତି। ଚାଷ ଜମିକୁ ଜଳସେଚନ ପାଇଁ ଅଗ୍ରାଧିକାର ଦିଆଯାଉଥିବା କୁହାଯାଉଛି। କିନ୍ତୁ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଓଲଟା। ସୁବର୍ଣ୍ଣପୁର ଜିଲାର ୩୦୦୫ ଜଣ ଚାଷୀ ଗଭୀର ନଳକୂପ ଖନନ ପାଇଁ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ସେହି ସୁବିଧା ମିଳିପାରିନି। ଜିଲାର ଚାଷୀମାନେ ନିଜର ଅଂଶଧନ ବାବଦକୁ ରାଜ୍ୟ ସରକାରଙ୍କୁ ପ୍ରାୟ ସାଢେ ୪କୋଟି ଟଙ୍କା ପ୍ରଦାନ କରିଛନ୍ତି। ଉଠା ଜଳସେଚନ ନିଗମ ଗତ ଅଢେଇ ବର୍ଷ ଧରି ଚାଷୀଙ୍କ ନଳକୂପ ଖୋଳୁନି କି ଅଂଶଧନ ବାବଦ ଅର୍ଥ ଫେରସ୍ତ କରୁନି। ଗରିବ ଚାଷୀମାନେ ଚାଷ ପାଇଁ ଟଙ୍କା ଜମା କରି ଚାତକ ଭଳି ଚାହିଁ ବସିଛନ୍ତି। ୫-ଟି କଥା କହୁଥିବା ସରକାର ଏ ବାବଦରେ ସମ୍ପୂର୍ଣ୍ଣ ନୀରବ ଅଛନ୍ତି।
ସୁବର୍ଣ୍ଣପୁର ଜିଲାର ୩୦୦୫ ଜଣ ଚାଷୀ ବିଜୁ କୃଷକ ବିକାଶ ଯୋଜନାରେ ଗଭୀର ନଳକୂପ ଖନନ ପାଇଁ ଅନ୍‌ଲାଇନରେ ଆବେଦନ କରିଥିଲେ। ସରକାରଙ୍କ ନିୟମ ଅନୁଯାୟୀ ଚାଷୀ ଅଂଶଧନ ବାବଦ ଟଙ୍କା ଉଠା ଜଳସେଚନ ନିଗମର ଆକାଉଣ୍ଟରେ ଜମା କରିଛନ୍ତି। ୨୦୨୦-୨୧ ଆର୍ଥୀକ ବର୍ଷରେ ଜିଲାର ଅଣଜଳସେଚିତ ଅଞ୍ଚଳର ଚାଷୀମାନେ ଉଠା ଜଳସେଚନ ନିଗମକୁ ଆବେଦନ କରିବା ସହ ଟଙ୍କା ଜମା କରିଥିବା କହିଛନ୍ତି। କିନ୍ତୁ ସରକାର ହିତାଧିକାରୀଙ୍କ ନଳକୂପ ଏ ପର୍ଯ୍ୟନ୍ତ ଖନନ କରି ନ ଥିବାରୁ ଚାଷୀମାନେ କିଭଳି ଚାଷ କରିବେ ସେ ନେଇ ଚିନ୍ତାରେ ଅଛନ୍ତି।
ଜିଲାର ୭୦ ଭାଗ ଲୋକ କୃଷି ଉପରେ ନିର୍ଭରଶୀଳ। ଡୁଙ୍ଗୁରିପାଲି ଓ ବିନିକା ବ୍ଳକର ଅଧିକାଂଶ ଚାଷ ଜମି ହୀରାକୁଦ୍‌ କେନାଲ ପାଣି ଦ୍ୱାରା ଜଳସେଚିତ ହୋଇଥାଏ। ସୋନପୁର, ତରଭା, ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକ ଅଣଜଳସେଚିତ ଅଞ୍ଚଳ। ଅଣଜଳସେଚିତ ଅଞ୍ଚଳର ଚାଷୀ ନିଜ ଚାଷ ଜମିକୁ ଜଳସେଚିତ କରିବା ପାଇଁ ଗଭୀର ନଳକୂପ ଖନନ ପାଇଁ ଆବେଦନ କରିଥିଲେ। ଏହି ଯୋଜନାରେ ସରକାର ଚାଷୀଙ୍କୁ ୯୦ ପ୍ରତିଶତ ରିହାତି ଯୋଗାଇ ଦେଇଥାନ୍ତି। ନିୟମ ଅନୁଯାୟୀ ଆବେଦନ ପରେ ସାଧାରଣ ବର୍ଗର ଚାଷୀ ୨୦ହଜାର ଟଙ୍କା ଏବଂ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଚାଷୀ ୧୦ ହଜାର ଟଙ୍କା ଲେଖାଏ ନିଜର ଅଂଶଧନ ବାବଦରେ ବ୍ୟାଙ୍କରେ ଜମା କରିଛନ୍ତି। ଉଠା ଜଳସେଚନ ନିଗମର ଭୁବନେଶ୍ୱର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଏହାର ଟେଣ୍ଡର ବାହାର କରି ଏଜେନ୍ସିକୁ କାର୍ଯ୍ୟାଦେଶ ଦେବା ପରେ ଗଭୀର ନଳକୂପ ଖନନ ଓ ପ୍ରକଳ୍ପକୁ ବିଦ୍ୟୁତ୍‌ ସଂଯୋଗ କାମ ହେବା କଥା। କିନ୍ତୁ ନିଗମ ଏ ପର୍ଯ୍ୟନ୍ତ ସମସ୍ତ ଟେଣ୍ଡର ପ୍ରକ୍ରିୟା ସାରିନି। ଚାଷୀ ଓ ଚାଷକୁ ଅଣଦେଖା ଏବଂ ଉଠା ଜଳସେଚନ ନିଗମର ବିଳମ୍ବିତ କାର୍ଯ୍ୟକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ସୋନପୁର ବ୍ଲକ ଭୁଦେଲବାହାଲି ଗାଁର ଚାଷୀ ଚିନ୍ତାମଣି ମିଶ୍ର କୁହନ୍ତି, ନିଜ ଜମିରେ ଗଭୀର ନଳକୂପ ଖନନ ପାଇଁ ସେ ୨୦୨୦ ମସିହା ଜାନୁୟାରୀ ମାସରେ ଅନଲାଇନରେ ଆବେଦନ କରିଥିଲେ। ପରେ ବ୍ୟାଙ୍କରେ ଚାଷୀଙ୍କ ଅଂଶଧନ ବାବଦରେ ୨୦ ହଜାର ଟଙ୍କା ଜମା କରିଛନ୍ତି। ତାଙ୍କ ନିଜ ଗ୍ରାମ ଓ ଆଖପାଖ ଅଞ୍ଚଳର ବହୁ ଚାଷୀ ଏଥିପାଇଁ ଆବେଦନ କରିଛନ୍ତି। କିନ୍ତୁ ରିଗ୍‌ ମେଶିନ ଆସୁନି କି ନଳକୂପ ଖନନ ହେଉନି। ବାରମ୍ବାର ବିଭାଗୀୟ ଅଧିକାରୀ ଓ ଲୋକପ୍ରତିନିଧିଙ୍କ ଦ୍ୱାରସ୍ଥ ହେଉଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ସେହିଭଳି ସୋନପୁର ବ୍ଲକ ଖାରୀର ଚାଷୀ ସଞ୍ଜିବ୍‌ ମିଶ୍ର କୁହନ୍ତି, ଚାଷ କରିବା ପାଇଁ ଆମେ ଆବେଦନ କରି ଟଙ୍କା ଜମା କରିଛୁ। ଏ ପର୍ଯ୍ୟନ୍ତ କାମ ହେଲାନି। ବାଧ୍ୟ ହୋଇ ଆନ୍ଦୋଳନ କରିବୁ। ଖାରୀ ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ତଥା ଚାଷୀ ନେତା ରାଜେନ୍ଦ୍ର କୁମାର ମିଶ୍ର କୁହନ୍ତି, ନିଜ ୧୫ ଏକର ଜମିରେ ଚାଷ କରିବା ପାଇଁ ନଳକୂପ ଖନନ ସକାଶେ ଆବେଦନ କରିଥିଲେ। ୨୦୨୧ ମସିହା ଜାନୁୟାରୀ ମାସରେ ନିଜର ଅଂଶଧନ ବାବଦକୁ ଆନ୍ଧ୍ର ବ୍ୟାଙ୍କରେ ଉଠା ଜଳସେଚନ ନିଗମ ଆକାଉଣ୍ଟରେ ୨୦ ହଜାର ଟଙ୍କା ଜମା କରିଛନ୍ତି । ମାତ୍ର ନିଗମ ପକ୍ଷରୁ ଏ ପର୍ଯ୍ୟନ୍ତ ତାଙ୍କୁ କେହି ଯୋଗାଯୋଗ କରୁନାହାନ୍ତି। ଏଭଳି ସ୍ଥିତିରେ ଚାଷୀର ଦୁଃଖ କଥା କିଏ ଶୁଣିବ ବୋଲି ସେ ପ୍ରଶ୍ନ କରିଛନ୍ତି। ସୁବର୍ଣ୍ଣପୁର ଜିଲା ଉଠା ଜଳସେଚନ ନିଗମର ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଫୁଲ୍ଲ କୁମାର ବେହେରାଙ୍କୁ ଏ ସମ୍ପର୍କରେ ପଚାରିବାରୁ ଚାଷୀ ଅନଲାଇନରେ ଆବେଦନ କରି ନିଜର ଅଂଶଧନ ଜମା କରିଛନ୍ତି। ନିଗମର ମୁଖ୍ୟ କାର୍ଯ୍ୟାଳୟ ଟେଣ୍ଡର କରୁଛି। ଏବେ ୧୩୦୦ ହିତାଧିକାରୀଙ୍କ ନଳକୂପ ଖୋଳିବାକୁ ଅନୁମତି ମିଳିଛି। ଆମ ହାତରେ କିଛି ନାହିଁ, ଆମ ପାଖକୁ ଦୈନନ୍ଦିନ ଚାଷୀ ଆସୁଛନ୍ତି। ଉପରୁ ଅନୁମତି ମିଳିଲେ ଆମେ ଯାହା କରିପାରିବୁ ବୋଲି ଇଂ. ବେହେରା କହିଛନ୍ତି।
ରିପୋର୍ଟ: ମୃତ୍ୟୁଞ୍ଜୟ ଶତପଥୀ


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?