ଜମା ହୋଇଛି ୪.୫କୋଟି, ଖୋଳାଯାଉନି ନଳକୂପ

ସୋନପୁର,୨୬।୧୨(ନି.ପ୍ର.):ସରକାର ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଓ ଉତ୍ପାଦନ ବୃଦ୍ଧି କଥା କହୁଛନ୍ତି। ଚାଷ ଜମିକୁ ଜଳସେଚନ ପାଇଁ ଅଗ୍ରାଧିକାର ଦିଆଯାଉଥିବା କୁହାଯାଉଛି। କିନ୍ତୁ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଓଲଟା। ସୁବର୍ଣ୍ଣପୁର ଜିଲାର ୩୦୦୫ ଜଣ ଚାଷୀ ଗଭୀର ନଳକୂପ ଖନନ ପାଇଁ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ସେହି ସୁବିଧା ମିଳିପାରିନି। ଜିଲାର ଚାଷୀମାନେ ନିଜର ଅଂଶଧନ ବାବଦକୁ ରାଜ୍ୟ ସରକାରଙ୍କୁ ପ୍ରାୟ ସାଢେ ୪କୋଟି ଟଙ୍କା ପ୍ରଦାନ କରିଛନ୍ତି। ଉଠା ଜଳସେଚନ ନିଗମ ଗତ ଅଢେଇ ବର୍ଷ ଧରି ଚାଷୀଙ୍କ ନଳକୂପ ଖୋଳୁନି କି ଅଂଶଧନ ବାବଦ ଅର୍ଥ ଫେରସ୍ତ କରୁନି। ଗରିବ ଚାଷୀମାନେ ଚାଷ ପାଇଁ ଟଙ୍କା ଜମା କରି ଚାତକ ଭଳି ଚାହିଁ ବସିଛନ୍ତି। ୫-ଟି କଥା କହୁଥିବା ସରକାର ଏ ବାବଦରେ ସମ୍ପୂର୍ଣ୍ଣ ନୀରବ ଅଛନ୍ତି।
ସୁବର୍ଣ୍ଣପୁର ଜିଲାର ୩୦୦୫ ଜଣ ଚାଷୀ ବିଜୁ କୃଷକ ବିକାଶ ଯୋଜନାରେ ଗଭୀର ନଳକୂପ ଖନନ ପାଇଁ ଅନ୍‌ଲାଇନରେ ଆବେଦନ କରିଥିଲେ। ସରକାରଙ୍କ ନିୟମ ଅନୁଯାୟୀ ଚାଷୀ ଅଂଶଧନ ବାବଦ ଟଙ୍କା ଉଠା ଜଳସେଚନ ନିଗମର ଆକାଉଣ୍ଟରେ ଜମା କରିଛନ୍ତି। ୨୦୨୦-୨୧ ଆର୍ଥୀକ ବର୍ଷରେ ଜିଲାର ଅଣଜଳସେଚିତ ଅଞ୍ଚଳର ଚାଷୀମାନେ ଉଠା ଜଳସେଚନ ନିଗମକୁ ଆବେଦନ କରିବା ସହ ଟଙ୍କା ଜମା କରିଥିବା କହିଛନ୍ତି। କିନ୍ତୁ ସରକାର ହିତାଧିକାରୀଙ୍କ ନଳକୂପ ଏ ପର୍ଯ୍ୟନ୍ତ ଖନନ କରି ନ ଥିବାରୁ ଚାଷୀମାନେ କିଭଳି ଚାଷ କରିବେ ସେ ନେଇ ଚିନ୍ତାରେ ଅଛନ୍ତି।
ଜିଲାର ୭୦ ଭାଗ ଲୋକ କୃଷି ଉପରେ ନିର୍ଭରଶୀଳ। ଡୁଙ୍ଗୁରିପାଲି ଓ ବିନିକା ବ୍ଳକର ଅଧିକାଂଶ ଚାଷ ଜମି ହୀରାକୁଦ୍‌ କେନାଲ ପାଣି ଦ୍ୱାରା ଜଳସେଚିତ ହୋଇଥାଏ। ସୋନପୁର, ତରଭା, ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକ ଅଣଜଳସେଚିତ ଅଞ୍ଚଳ। ଅଣଜଳସେଚିତ ଅଞ୍ଚଳର ଚାଷୀ ନିଜ ଚାଷ ଜମିକୁ ଜଳସେଚିତ କରିବା ପାଇଁ ଗଭୀର ନଳକୂପ ଖନନ ପାଇଁ ଆବେଦନ କରିଥିଲେ। ଏହି ଯୋଜନାରେ ସରକାର ଚାଷୀଙ୍କୁ ୯୦ ପ୍ରତିଶତ ରିହାତି ଯୋଗାଇ ଦେଇଥାନ୍ତି। ନିୟମ ଅନୁଯାୟୀ ଆବେଦନ ପରେ ସାଧାରଣ ବର୍ଗର ଚାଷୀ ୨୦ହଜାର ଟଙ୍କା ଏବଂ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଚାଷୀ ୧୦ ହଜାର ଟଙ୍କା ଲେଖାଏ ନିଜର ଅଂଶଧନ ବାବଦରେ ବ୍ୟାଙ୍କରେ ଜମା କରିଛନ୍ତି। ଉଠା ଜଳସେଚନ ନିଗମର ଭୁବନେଶ୍ୱର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଏହାର ଟେଣ୍ଡର ବାହାର କରି ଏଜେନ୍ସିକୁ କାର୍ଯ୍ୟାଦେଶ ଦେବା ପରେ ଗଭୀର ନଳକୂପ ଖନନ ଓ ପ୍ରକଳ୍ପକୁ ବିଦ୍ୟୁତ୍‌ ସଂଯୋଗ କାମ ହେବା କଥା। କିନ୍ତୁ ନିଗମ ଏ ପର୍ଯ୍ୟନ୍ତ ସମସ୍ତ ଟେଣ୍ଡର ପ୍ରକ୍ରିୟା ସାରିନି। ଚାଷୀ ଓ ଚାଷକୁ ଅଣଦେଖା ଏବଂ ଉଠା ଜଳସେଚନ ନିଗମର ବିଳମ୍ବିତ କାର୍ଯ୍ୟକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ସୋନପୁର ବ୍ଲକ ଭୁଦେଲବାହାଲି ଗାଁର ଚାଷୀ ଚିନ୍ତାମଣି ମିଶ୍ର କୁହନ୍ତି, ନିଜ ଜମିରେ ଗଭୀର ନଳକୂପ ଖନନ ପାଇଁ ସେ ୨୦୨୦ ମସିହା ଜାନୁୟାରୀ ମାସରେ ଅନଲାଇନରେ ଆବେଦନ କରିଥିଲେ। ପରେ ବ୍ୟାଙ୍କରେ ଚାଷୀଙ୍କ ଅଂଶଧନ ବାବଦରେ ୨୦ ହଜାର ଟଙ୍କା ଜମା କରିଛନ୍ତି। ତାଙ୍କ ନିଜ ଗ୍ରାମ ଓ ଆଖପାଖ ଅଞ୍ଚଳର ବହୁ ଚାଷୀ ଏଥିପାଇଁ ଆବେଦନ କରିଛନ୍ତି। କିନ୍ତୁ ରିଗ୍‌ ମେଶିନ ଆସୁନି କି ନଳକୂପ ଖନନ ହେଉନି। ବାରମ୍ବାର ବିଭାଗୀୟ ଅଧିକାରୀ ଓ ଲୋକପ୍ରତିନିଧିଙ୍କ ଦ୍ୱାରସ୍ଥ ହେଉଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ସେହିଭଳି ସୋନପୁର ବ୍ଲକ ଖାରୀର ଚାଷୀ ସଞ୍ଜିବ୍‌ ମିଶ୍ର କୁହନ୍ତି, ଚାଷ କରିବା ପାଇଁ ଆମେ ଆବେଦନ କରି ଟଙ୍କା ଜମା କରିଛୁ। ଏ ପର୍ଯ୍ୟନ୍ତ କାମ ହେଲାନି। ବାଧ୍ୟ ହୋଇ ଆନ୍ଦୋଳନ କରିବୁ। ଖାରୀ ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ତଥା ଚାଷୀ ନେତା ରାଜେନ୍ଦ୍ର କୁମାର ମିଶ୍ର କୁହନ୍ତି, ନିଜ ୧୫ ଏକର ଜମିରେ ଚାଷ କରିବା ପାଇଁ ନଳକୂପ ଖନନ ସକାଶେ ଆବେଦନ କରିଥିଲେ। ୨୦୨୧ ମସିହା ଜାନୁୟାରୀ ମାସରେ ନିଜର ଅଂଶଧନ ବାବଦକୁ ଆନ୍ଧ୍ର ବ୍ୟାଙ୍କରେ ଉଠା ଜଳସେଚନ ନିଗମ ଆକାଉଣ୍ଟରେ ୨୦ ହଜାର ଟଙ୍କା ଜମା କରିଛନ୍ତି । ମାତ୍ର ନିଗମ ପକ୍ଷରୁ ଏ ପର୍ଯ୍ୟନ୍ତ ତାଙ୍କୁ କେହି ଯୋଗାଯୋଗ କରୁନାହାନ୍ତି। ଏଭଳି ସ୍ଥିତିରେ ଚାଷୀର ଦୁଃଖ କଥା କିଏ ଶୁଣିବ ବୋଲି ସେ ପ୍ରଶ୍ନ କରିଛନ୍ତି। ସୁବର୍ଣ୍ଣପୁର ଜିଲା ଉଠା ଜଳସେଚନ ନିଗମର ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଫୁଲ୍ଲ କୁମାର ବେହେରାଙ୍କୁ ଏ ସମ୍ପର୍କରେ ପଚାରିବାରୁ ଚାଷୀ ଅନଲାଇନରେ ଆବେଦନ କରି ନିଜର ଅଂଶଧନ ଜମା କରିଛନ୍ତି। ନିଗମର ମୁଖ୍ୟ କାର୍ଯ୍ୟାଳୟ ଟେଣ୍ଡର କରୁଛି। ଏବେ ୧୩୦୦ ହିତାଧିକାରୀଙ୍କ ନଳକୂପ ଖୋଳିବାକୁ ଅନୁମତି ମିଳିଛି। ଆମ ହାତରେ କିଛି ନାହିଁ, ଆମ ପାଖକୁ ଦୈନନ୍ଦିନ ଚାଷୀ ଆସୁଛନ୍ତି। ଉପରୁ ଅନୁମତି ମିଳିଲେ ଆମେ ଯାହା କରିପାରିବୁ ବୋଲି ଇଂ. ବେହେରା କହିଛନ୍ତି।
ରିପୋର୍ଟ: ମୃତ୍ୟୁଞ୍ଜୟ ଶତପଥୀ


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri