୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଚାଉଳ ହଡ଼ପ ଅଭିଯୋଗ

ସୋନପୁର,୬।୧(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିନ୍ଦୁରପୁର ପଞ୍ଚାୟତରେ ଥିବା ପିଇଜି(ପ୍ରାଇଭେଟ ଏଣ୍ଟରପ୍ରେନ୍ୟୁୟର ଗୋଡାଉନ୍‌) ଅରିଗାଁରେ ଅନିୟମିତତା ହୋଇଛି। ଗୋଦାମରେ ଥିବା ସରକାରଙ୍କ ପ୍ରାୟ ୧୦ହଜାର ୩୪୪ କୁଇଣ୍ଟାଲ କଷ୍ଟମ ମିଲିଂ ଚାଉଳର ହିସାବ ମିଳୁନି। ହଡପ ଚାଉଳର ଆନୁମାନିକ ମୂଲ୍ୟ ପ୍ରାୟ ୩ କୋଟି ଟଙ୍କା ହେବ ବୋଲି ଜଣାପଡିଛି। ଯୋଗାଣ ବିଭାଗ ପକ୍ଷରୁ ଏ ସମ୍ପର୍କରେ ବିନିକା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବିନିକା ଆଇଆଇସି ପବିତ୍ର କୁମାର ସାହୁ ସୂଚନା ଦେଇଛନ୍ତି। ଏହି ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି।
ଭଦ୍ରକ ଜିଲାର ବିମଳିନୀ ଭାରତୀ ନାମକ ଜଣେ ମହିଳା ଉଦ୍ୟୋଗୀ ଅରିଗାଁ ରାସ୍ତା ପାର୍ଶ୍ୱରେ ଜମି କିଣି ୭ ବର୍ଷ ପୂର୍ବରୁ ୫୦ ହଜାର କୁଇଣ୍ଟାଲ କ୍ଷମତା ବିଶିଷ୍ଟ ଏକ ଗୋଦାମ ନିର୍ମାଣ କରିଥିଲେ। ଭାରତୀ ପରବର୍ତ୍ତୀ ସମୟରେ ଉକ୍ତ ଗୋଦାମରେ ସରକାରୀ ଚାଉଳ ରଖିବା ପାଇଁ ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକଙ୍କ ସହିତ ୧୦ ବର୍ଷୀୟା ଚୁକ୍ତିନାମା କରିଛନ୍ତି। ରାଜ୍ୟ ଯୋଗାଣ ନିଗମ ସୁବର୍ଣ୍ଣପୁର ଜିଲାର ମିଲର୍ସଙ୍କ ନିକଟରୁ ସଂଗ୍ରହ କରୁଥିବା କଷ୍ଟମ ମିଲିଂ ଚାଉଳ ଏହି ପ୍ରାଇଭେଟ୍‌ ଗୋଦାମରେ ଗଚ୍ଛିତ ରଖାଯାଉଛି। ଆବଶ୍ୟକତା ଅନୁଯାୟୀ ଗୋଦାମରୁ ଚାଉଳ ଜିଲା ଓ ଜିଲା ବାହାରକୁ ଟ୍ରକ୍‌ ଯୋଗେ ପଠାଯାଏ। ଏ ବାବଦରେ ଗୋଦାମ ମାଲିକ ବିମଳିନୀ ଯୋଗାଣ ବିଭାଗ ନିକଟରୁ ମାସିକ ୩ ଲକ୍ଷ ୩୧ହଜାର ୫୦୦ଟଙ୍କା ଭଡା ନିଅନ୍ତି। ସେହିଭଳି ଶ୍ରମିକ ମଜୁରି ବାବଦ ହେଣ୍ଡଲିଂ ଚାର୍ଜ ମିଳିଥାଏ। ବିମଳିନୀଙ୍କ ପୁଅ ଏହି ବ୍ୟବସାୟ ବୁଝି ଆସୁଥିଲେ। ତେବେ ଗତ ଡିସେମ୍ବର ୧୪ ତାରିଖ ରାତିରେ ଏହି ଗୋଦାମରେ ନିଆଁ ଲାଗିଥିଲା। ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ଚାଉଳ ପୋଡି ଯାଇଛି ବୋଲି ଗୋଦାମ ମାଲିକ ଯୋଗାଣ ବିଭାଗକୁ ଅବଗତ କରିଥିଲେ। ତେବେ ଚାଉଳ ଷ୍ଟକ୍‌ ଠିକ୍‌ ରଖିବାକୁ ଯୋଗାଣ ବିଭାଗ ଗୋଦାମ ମାଲିକଙ୍କୁ ତାଗିଦ୍‌ କରି ଆସୁଥିଲା। କିନ୍ତୁ ଗତ ୫ ଦିନ ହେବ ଗୋଦାମରେ ତାଲା ପଡିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ମାଲିକ ଫେରାର ହୋଇ ଯାଇଛନ୍ତି। ଜିଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ସଦର ସହକାରୀ ଯୋଗାଣ ଅଧିକାରୀ ତ୍ରିନାଥ ଭୋଇ ଓ ବିନିକା ଯୋଗାଣ ନିରୀକ୍ଷକ ରାଜକିଶୋର ସ୍ବାଇଁ ବିନିକା ଥାନାରେ ଅନିୟମିତତା ନେଇ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଜିଲାପାଳ ଅବୋଲି ସୁନିଲ ନରଓ୍ବଣେଙ୍କୁ ପଚାରିବାରୁ ଚୁକ୍ତିନାମା ଅନୁଯାୟୀ ପ୍ରାଇଭେଟ୍‌ ଗୋଦାମରେ କଷ୍ଟମ ମିଲିଂ ଚାଉଳ ରହୁଥିଲା। ଚାଉଳ କମ୍‌ ଥିବା ଜଣାପଡିବା ପରେ ଗୋଦାମ ମାଲିକଙ୍କ ନାମରେ ଥାନାରେ ଅଭିଯୋଗ କରିବାକୁ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri