ଦକ୍ଷିଣୀପାଲିରୁ ହକି ମହୋତ୍ସବର ଶୁଭାରମ୍ଭ

ସୋନପୁର,୨୪।୧୨(ନି.ପ୍ର.): ଆସନ୍ତା ଜାନୁୟାରୀ ୧୩ ତାରିଖରୁ ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ହକି ବିଶ୍ୱକପ ଆରମ୍ଭ ହେବ। ବିଶ୍ୱକପ ହକିର ଆୟୋଜନରେ କେବଳ ଓଡିଶା ନୁହେଁ, ସାରା ଦେଶର ସମ୍ମାନ ଜଡିତ। ବିଶ୍ୱକପ୍‌ ହକିକୁ ସ୍ମରଣୀୟ କରିବା ପାଇଁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଛି । ଜାତୀୟ ଖେଳ ହକିର ପ୍ରଚାର ପ୍ରସାର ପାଇଁ ଜିଲାରେ ହକିର ଏନ୍ତୁଡିଶାଳ ଭାବେ ପରିଚିତ ଉଲୁଣ୍ଡା ବ୍ଲକର ଦକ୍ଷିଣୀପାଲିରୁ ହକି ମହୋତ୍ସବର ଶୁକ୍ରବାର ଶୁଭାରମ୍ଭ ହୋଇଛି। ଜିଲାପାଳ ଅବୋଲି ସୁନିଲ ନରଓ୍ବଣେ ମୁଖ୍ୟଅତିଥି ଭାବେ ଯୋଗଦେଇ ମହୋତ୍ସବର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ହକି ସଚେତନତା ରଥର ଶୁଭାରମ୍ଭ ହୋଇଛି। ସୁସଜ୍ଜିତ ରଥ ୨୦ ଦିନ ଧରି ଜିଲାର ସମସ୍ତ ୧୦୯ ପଞ୍ଚାୟତ ପରିକ୍ରମା କରିବ। ପ୍ରତି ପଞ୍ଚାୟତ ଓ ବିଦ୍ୟାଳୟ ସ୍ତରରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଗ୍ରହଣ କରାଯିବାର କାର୍ଯ୍ୟସୂଚୀ ରହିଛି। ଜିଲା କ୍ରୀଡା ବିଭାଗ ପକ୍ଷରୁ ଆୟୋଜିତ ମହୋତ୍ସବର ଉଦ୍‌ଘାଟନୀ ସଭାରେ ଜିଲାପାଳଙ୍କ ସମେତ ଏସ୍‌ପି ଅମରେଶ କୁମାର ପଣ୍ଡା, ଅତିରିକ୍ତ ଜିଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ବୀରମହାରାଜପୁର ଉପଜିଲାପାଳ ଅଶୋକ କୁମାର ଭୋଇ, ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର, ବିଡିଓ ହେମସାଗର ଭୋଇ, ଜିଲା କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ, ଜିଲାର ବରିଷ୍ଠ ଅଧିକାରୀ ବୃନ୍ଦ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ଉପସ୍ଥିତ ଥିଲେ। ପରେ ଦକ୍ଷିଣୀପାଲି ପଡିଆରେ ଦକ୍ଷିଣୀପାଲି ଓ ଏସ୍‌ ପତ୍ରାପାଲି ମଧ୍ୟରେ ଏକ ହକି ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଶତାଧିକ ହକିପ୍ରେମୀ ମ୍ୟାଚ୍‌କୁ ଉପଭୋଗ କରିଥିଲେ। କାର୍ଯ୍ୟକ୍ରମରେ ପଞ୍ଚାୟତସ୍ତରୀୟ ଲୋକ ପ୍ରତିନିଧି, ଜନସାଧାରଣ ଓ ହକିପ୍ରେମୀ ସାମିଲ ହୋଇଥିଲେ। ଉତ୍ସବରେ ସାଂସ୍କୃତିକ ଦଳ, ଅଞ୍ଚଳବାସୀଙ୍କ ପାରମ୍ପରିକ ସଙ୍ଗୀତ ଓ ନୃତ୍ୟର ଝଲକ ଦେଖିବାକୁ ମିଳିଥିଲା। ଜିଲାପାଳ ନରଓ୍ବଣେ ସ୍ଥାନୀୟ ଆଦିବାସୀ ଯୁବତୀଙ୍କ ସହିତ ପାରମ୍ପରିକ ନୃତ୍ୟର ତାଳେ ତାଳେ ଝୁମିଥିଲେ। ଏହା ଲୋକଙ୍କୁ ବେଶ ଆକର୍ଷିତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟ ମିଶ୍ରଣ ପ୍ରତିବାଦରେ ଆନ୍ଦୋଳନ

କେନ୍ଦୁଝର,୪।୧(ସ୍ବ.ପ୍ର.): ହରିଚନ୍ଦନପୁର ବ୍ଲକ ଧଳପୁର ଗ୍ରାମର ଗୋପବନ୍ଧୁ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ ନ କରିବା ଦାବିରେ ଏବଂ ବିଦ୍ୟାଳୟ ମିଶ୍ରଣ ପ୍ରତିବାଦରେ ଧଳପୁର ଗ୍ରାମର ଅଭିଭାବକ...

ସୁନା, ଟଙ୍କା ଚୋରି ବେଳେ ଜେଜେଙ୍କୁ ହତ୍ୟା, ଗୃହଦାହ: ନାତି ଗିରଫ

ନିଶ୍ଚିନ୍ତକୋଇଲି,୧୦।୧୨(ସ୍ବ.ପ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ଲେଣ୍ଡୁରା ଭଗବାନପୁର ଗାଁରେ ଘଟିଥିବା ଏକ ହତ୍ୟା ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଟଙ୍କା ଏବଂ...

କେନ୍ଦ୍ରରୁ ପ୍ରଶଂସା ସାଉଣ୍ଟିଲା ଖପୁରିଆ ଆଇଟିଆଇ

କଟକ ଅଫିସ,୨୩ା୫: କଟକ ଖପୁରିଆସ୍ଥିତ ସରକାରୀ ଆଇଟିଆଇ ନିଜ ଜ୍ଞାନ କୌଶଳ ଦ୍ୱାରା ଅଟୋମେଟିକ୍‌ ସାନିଟାଇଜ ମେଶିନ, ଭ୍ରାମ୍ୟମାଣ କରୋନା ନମୁନା ସଂଗ୍ରହ ମେଶିନ ଓ...

ଐତିହ୍ୟ ସଂରକ୍ଷଣ ପାଇଁ ମ୍ୟୁଜିୟମ ହେଉ

କେନ୍ଦ୍ରାପଡ଼ା ଅଫିସ, ୨୪ା୫:କେନ୍ଦ୍ରାପଡ଼ା ଜିଲାର ଆରାଧ୍ୟ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ଚାପଖେଳ ରୀତିନୀତି ଜାରି ରହିଛି। ଏହି ଅବସରରେ ଶାମଗୁଡ଼ିଆ ଗଁାର ଫକୀର ଚରଣ ବେହେରା...

ମା’ଙ୍କୁ ଟାଙ୍ଗିଆରେ ହାଣି ହତ୍ୟାକଲେ ପୁଅ

କ.ନୂଆଗଁ।,୧ା୩(ଡି.ଏନ୍‌.ଏ.)- କନ୍ଧମାଳ ଜିଲା କ.ନୂଆଗଁ। ବ୍ଲକ ସାରଙ୍ଗଗଡ ଥାନା ଅଞ୍ଚଳରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ଟାଙ୍ଗିଆରେ ହାଣି ମା’ଙ୍କୁ ହତ୍ୟା...

ଯୁକ୍ତ ୨ ଛାତ୍ରୀଙ୍କୁ ବଳାତ୍କାର କରି ଗିରଫ ହେଲେ ଡ୍ରାଇଭର

ଗୁଡ଼ଭେଲା,୯।୫(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ତୁଷୁରା ଥାନା ଅଞ୍ଚଳର ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି...

ରେଳବିଭାଗରେ ଚାକିରି ନାଁରେ ଠକେଇ ଘଟଣା: ଜେଲରେ ଥିବା ଅଭିଯୁକ୍ତଙ୍କ ନାମରେ ପୁଣି ମାମଲା

ବ୍ରହ୍ମପୁର ଅଫିସ,୧୫।୫: ରେଳ ବିଭାଗରେ ଚାକିରି ଦେବାକୁ କହି ଟଙ୍କା ଠକେଇ କରି ବିଚାର ବିଭାଗ ହାଜତରେ ଥିବା ଅଭିଯୁକ୍ତ ଗଣେଶ ହୋତାଙ୍କ ନାମରେ ପୁଣି ଦୁଇଟି...

ଉଚ ଚିକିଛା ଲାଗି ଟଁକା ଅଭାବ୍‌: ଦିହି ସାରା ଆବୁ, ଦୁଖ୍‌ ପାଉଛନ୍‌ ପୁତୁନି

ପଲମ, ୧୮।୯ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ମୁଡ଼ିଙ୍ଗ ପଁଚେତ୍‌ ଅଧୀନ ମସ୍କାଦାଣ୍ଡି ଗଁାର ଡମ ମାଝିକଁର ମାଏକିନା ପୁତୁନି ମାଝି(୫୧)। ତାକର ଦିହିସାରା...

Advertisement
Archives

Model This Week