ଅନିଶ୍ଚିତତାରେ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ

ସୋନପୁର,୧୯।୧୨(ନି.ପ୍ର.):ସୁବର୍ଣ୍ଣପୁରର ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ଅନିଶ୍ଚିତା ମଧ୍ୟରେ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ ହେଁ ଏଥିପ୍ରତି ପରିବହନ ବିଭାଗ, ପୌର ପରିଷଦ କି ଜିଲା ପ୍ରଶାସନର ଦୃଷ୍ଟି ନାହିଁ। ନିର୍ବାଚିତ ଲୋକ ପ୍ରତିନିଧିଙ୍କର ମଧ୍ୟ ଏହି ପ୍ରକଳ୍ପ ପାଇଁ ଆନ୍ତରିକତା ନଥିବା ଅଭିଯୋଗ ହେଉଛି। ମୁଖ୍ୟମନ୍ତ୍ରୀ ୨୦୨୧ ଡିସେମ୍ବର ୨୩ରେ ଭୁବନେଶ୍ୱରରୁ ଭିଡିଓ କନଫେରେନ୍ସିଂ ଯୋଗେ ସୁବର୍ଣ୍ଣପୁର ଜିଲାର ସୁବର୍ଣ୍ଣପୁର ସହର ସମେତ, ବୀରମହାରାଜପୁର, ଉଲୁଣ୍ଡା ଓ ବିନିକାରେ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ଏହି ବସଷ୍ଟାଣ୍ଡଗୁଡିକ ଜିଲାର ସାମଗ୍ରିକ ବିକାଶ ଓ ଯୋଗାଯୋଗ କ୍ଷେତ୍ରରେ ସହାୟକ ହେବ ବୋଲି କୁହାଯାଇଥିଲା। ଜିଲାପାଳଙ୍କ କାର୍ଯ୍ୟାଳୟର ଓସଓ୍ବାନ ହଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲାପାଳ ଅବୋଲି ସୁନିଲ ନରଓ୍ବଣେଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ ଓ ପରିବହନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ତେବେ ଜିଲା ସଦର ମହକୁମାର ନୂତନ ବସ୍‌ଷ୍ଟାଣ୍ଡ ପ୍ରକଳ୍ପ ସରକାରଙ୍କ ଫାଇଲ ଭିତରେ ପଡି ରହିଛି। ଏଠାରେ ଥିବା ପୁରୁଣା ବସ୍‌ଷ୍ଟାଣ୍ଡ ଓ ପୁରୁଣା ଟାଉନ ହଲକୁ ଭାଙ୍ଗି ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରସ୍ତାବ ହୋଇଥିଲେ ବି ଆନ୍ତରିକତାର ଅଭାବରୁ ଉକ୍ତ ପ୍ରକଳ୍ପକୁ ନେଇ ଅନିଶ୍ଚିତତା ଦେଖାଦେଇଛି।
ସୁବର୍ଣ୍ଣପୁର ଜିଲା ଗଠନ ହେବାର ଇତି ମଧ୍ୟରେ ୨୯ ବର୍ଷ ବିତି ସାରିଛି। ଜିଲା ସଦର ମହକୁମାରେ ଜନସଂଖ୍ୟା ବୃଦ୍ଧି ପାଇବା ସହିତ ସମସ୍ତ ଜିଲାସ୍ତରୀୟ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହୋଇସାରିଛି। ଜିଲାର ଡୁଙ୍ଗୁରିପାଲି ବ୍ଲକ ବ୍ୟତୀତ ଅନ୍ୟ ଅଞ୍ଚଳକୁ ରେଳ ସୁବିଧା ଏଯାଏ ଉପଲବ୍ଧ ହୋଇ ପାରିନାହିଁ। ଫଳରେ ଯାତାୟତ ଓ ପରିବହନ ପାଇଁ ଲୋକେ ଯାତ୍ରୀବାହୀ ବସ୍‌ ଉପରେ ନିର୍ଭରଶୀଳ। ପଡୋଶୀ ଜିଲାମାନଙ୍କ ସହ ଜିଲାର ବିଭିନ୍ନ ଅଞ୍ଚଳକୁ ପ୍ରତିଦିନ ଏହି ବସ୍‌ଷ୍ଟାଣ୍ଡକୁ ବସ ଯୋଗେ ଲୋକେ ଆସିଥାନ୍ତି। ହେଲେ ପୁରୁଣା ବସଷ୍ଟାଣ୍ଡରେ ହିଁ କାମ ଚଳାଯାଉଛି। ମନ୍ଦିରମାଳିନୀ ସହର ସମେତ ଜିଲାରେ ରହିଥିବା ପର୍ଯ୍ୟଟନସ୍ଥଳୀଗୁଡିକୁ ବର୍ଷର ସବୁ ସମୟରେ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। କିନ୍ତୁ ଏଠାରେ ଥିବା ପୁରାତନ ବସ୍‌ଷ୍ଟାଣ୍ଡର ଅବସ୍ଥା ଶୋଚନୀୟ ହୋଇପଡିଛି। ଯାତ୍ରୀ ବିଶ୍ରାମଗାର ଓ ଶୌଚାଳୟର ସୁବିଧା ନାହିଁ। ଅଳିଆ ଆବର୍ଜନା ପଡି ରହୁଛି। ତେଣୁ ପର୍ଯ୍ୟଟକ ଓ ଯାତ୍ରୀମାନେ ଏଠାକୁ ଆସିବାକୁ ନାପସନ୍ଦ କରୁଛନ୍ତି। ଗତ ୨୦୦୬ ମସିହାରେ ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏହି ବସ୍‌ଷ୍ଟାଣ୍ଡର ନବକଳେବର କରିଥିଲେ। କିନ୍ତୁ ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ଯାତ୍ରୀ ବିଶ୍ରାମଗାର ବସ୍‌ଷ୍ଟାଣ୍ଡର ପଛ ପାର୍ଶ୍ୱରେ ନିର୍ମାଣ କରାଯାଇଥିଲା। ଏହି ବିଶ୍ରାମଗାରଟି ଏବେ ଅବ୍ୟବହୃତ ହୋଇ ପଡିରହିଛି। ଅଳିଆ ଆବର୍ଜନା ବିଶ୍ରାମାଗାର ସମ୍ମୁଖରେ ପକାଯାଉଛି। ଫଳରେ ବସଷ୍ଟାଣ୍ଡରେ ଏକ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ପ୍ରତ୍ୟହ ୨୦ରୁ ୨୫ଟି ଲୋକାଲ ବସ ଓ ୧୫ରୁ ଊର୍ଦ୍ଧ୍ୱ ରାତ୍ରିକାଳୀନ ଏକ୍ସପ୍ରେସ ବସ୍‌ ବସଷ୍ଟାଣ୍ଡ ଦେଇ ଯାତାୟତ କରୁଛି। ସହରରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ତେଣୁ ନୂତନ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ସହରବାସୀ ଦାବି କରିଛନ୍ତି। ସୂଚନା ଅନୁଯାୟୀ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ୧୪ କୋଟି ଟଙ୍କାର ଏଷ୍ଟିମେଟ ପ୍ରସ୍ତୁତ କରିଛି। ମାତ୍ର ଏହା ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇନାହିଁ। ପୌରପରିଷଦର ଜମି ଉପରେ ଓଡିଶା ରାଜ୍ୟ ପରିବହନ ନିଗମ କି ପୂର୍ତ୍ତ ବିଭାଗ କାମ କରିବ ତାହା ଚୂଡାନ୍ତ ହୋଇପାରୁନି। ରାଜ୍ୟ ସରକାର ଏ ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଜିଲାବାସୀଙ୍କ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri