କ୍ୱାକ୍‌ଙ୍କ ହାତରେ ସ୍ବାସ୍ଥ୍ୟସେବା

ସୋନପୁର,୨୦।୧(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ଉପଯୁକ୍ତ ଡିଗ୍ରୀ ବା ଶିକ୍ଷାଗତ ଯୋଗ୍ୟତା ନ ଥିବା ବ୍ୟକ୍ତି ଡାକ୍ତର ଭାବେ ରୋଗୀ ସେବା କରୁଛନ୍ତି। ଏହି ଦରପାଠୁଆ ଡାକ୍ତର ବା କ୍ୱାକ୍‌ଙ୍କ ପ୍ରାଦୁର୍ଭାବ ଜିଲାର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବଢିଚାଲିଛି। କେତେଜଣ ବ୍ୟକ୍ତି କ୍ଲିନିକ୍‌ ଖୋଲି ବେପାର ଚଳାଇଥିବା ବେଳେ ଅନ୍ୟ କେତେଜଣ ଗାଁ ଗାଁ ବୁଲି ଚିକିତ୍ସା କରୁଛନ୍ତି। ଫଳରେ ଅନେକ ଲୋକଙ୍କ ଜୀବନ ଯାଉଛି। ହେଲେ ଏଥିପ୍ରତି ପ୍ରଶାସନର ନିଘା ନାହିଁ। ଅନ୍ୟପକ୍ଷେ କ୍ୱାକ୍‌ମାନେ ଚିକିତ୍ସା କରି ମୋଟା ଅଙ୍କର ଟଙ୍କା ଆଦାୟ କରୁଛନ୍ତି।
ସରକାର ସ୍ବାସ୍ଥ୍ୟ ସେବା ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏଥିପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରି ଗ୍ରାମାଞ୍ଚଳର ଜନସାଧାରଣଙ୍କ ପାଖରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ଡିଣ୍ଡିମ ପିଟୁଛନ୍ତି। ହେଲେ ବିଭାଗୀୟ ଅଧିକାରୀମାନଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁ ଜିଲାର ସ୍ବାସ୍ଥ୍ୟସେବା କ୍ୱାକ୍‌ମାନଙ୍କ ହାତରେ ରହିଥିବା ଦେଖିବାକୁ ମିଳୁଛି। ଜିଲାରେ କ୍ୱାକ୍‌ମାନେ ରେଜିଷ୍ଟର୍ଡ ମେଡିକାଲ ପ୍ରାକ୍ଟିସନର(ଆର୍‌ଏମ୍‌ପି) ସାର୍ଟିଫିକେଟ୍‌ ଝୁଲାଇ କ୍ଲିନିକ୍‌ ଖୋଲିଛନ୍ତି । ପୁଣି କେତେଜଣ ବ୍ୟକ୍ତିଙ୍କ ପାଖରେ ଅନ୍ୟ ରାଜ୍ୟର ଅଲଟରନେଟିଭ୍‌ ମେଡିସିନର ପ୍ରାକ୍ଟିସନର ସାର୍ଟିଫିକେଟ ରହିଛି। କିଛି କ୍ଲିନିକ୍‌ରେ ବିନା ଅସ୍ତ୍ରୋପଚାରରେ ଅର୍ଶ, ମଳକଣ୍ଟକ, ହାଇଡ୍ରୋସିଲ୍‌ର ଚିକିତ୍ସା କରାଯାଉଥିବା ବଡ ବଡ ଅକ୍ଷରରେ ସାଇନବୋର୍ଡ ମରାଯାଇଛି। ଆୟୁର୍ବେଦିକ ପଦ୍ଧତିରେ ଚିକିତ୍ସା ହେଉଥିବା ଲେଖା ଥିବା ବେଳେ ଏଲୋପ୍ୟାଥି ଔଷଧରେ ଚିକିତ୍ସା ଚାଲିଛି। ବେଆଇନ ଭାବେ ଲକ୍ଷାଧିକ ଟଙ୍କାର ଔଷଧ ଏମାନଙ୍କ ପାଖରେ ଗଚ୍ଛିତ ରହୁଛି। ସରକାରୀ ଡାକ୍ତରଖାନାରେ ଡାକ୍ତର ଅଭାବ ଯୋଗୁ ବୀରମହାରାଜପୁର, ତରଭା, ଉଲୁଣ୍ଡା, ବିନିକା ଓ ଡୁଙ୍ଗୁରିପାଲି ବ୍ଲକ ଅଞ୍ଚଳରେ କ୍ୱାକ୍‌ମାନଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି। ଅନେକ କ୍ୱାକ୍‌ ସୁଦୂର କଲିକତା, ମୁମ୍ବାଇ ଆଦି ସ୍ଥାନରୁ ଆସି ରୋଗୀ ଚିକିତ୍ସା କରୁଛନ୍ତି। ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନି। ଫଳରେ ସେମାନେ ଏଭଳି ବେଆଇନ କାର୍ଯ୍ୟକୁ ଆହୁରି ବଢାଇ ନିରୀହ ଜନସାଧାରଣଙ୍କ ଠାରୁ ଟଙ୍କା ଲୁଟି ନେଉଥିବା ଦେଖାଯାଉଛି। ସବୁଠାରୁ ସମ୍ବେଦନଶୀଳ ବିଷୟ ହେଲା ଯେ, ଗ୍ରାମାଞ୍ଚଳରେ ନିରୀହ ଲୋକଙ୍କୁ ଠକୁଥିବା କ୍ୱାକ୍‌ମାନେ କିଛି ଅନାମଧେୟ କମ୍ପାନୀର ଔଷଧ ଆଣି ଚଢା ଦରରେ ରୋଗୀମାନଙ୍କୁ ଦେଉଥିବା ଦେଖାଯାଉଛି। ତେବେ ଡ୍ରଗ୍ସ ଲାଇସେନ୍ସ ନ ଥାଇ ଏସବୁ ଔଷଧ ଗ୍ରାମାଞ୍ଚଳର କ୍ୱାକ୍‌ମାନଙ୍କ ପାଖକୁ କିପରି ଓ କାହାଠାରୁ ଯାଉଛି ତାହା ତଦନ୍ତ ସାପେକ୍ଷ। ଅନେକ କ୍ୱାକ୍‌ ସେମାନଙ୍କ ନିଜ ଘରେ ମିନି ଡାକ୍ତରଖାନା ଖୋଲି ରୋଗୀ ମାନଙ୍କୁ ଔଷଧ ସାଙ୍ଗକୁ ସାଲାଇନ୍‌ ମଧ୍ୟ ଦେଉଥିବା ଅଭିଯୋଗ ହେଉଛି। ଏପରିକି ଏହି ସବୁ କ୍ୱାକ୍‌ମାନେ ବେଆଇନ ଗର୍ଭପାତ କରିବା ସହ ଗ୍ରାମାଞ୍ଚଳର ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କୁ ତ୍ରୁଟିପୂର୍ଣ୍ଣ ଚିକିତ୍ସା କରୁଛନ୍ତି। ଏହାଦ୍ୱାରା ବିଭିନ୍ନ ସମୟରେ ସେମାନେ ମୃତ୍ୟୁବରଣ କରୁଥିବା ଦେଖାଯାଉଛି। ଅନ୍ୟପକ୍ଷରେ ସରକାର ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସବୁ ଗ୍ରାମରେ ଆଶା କର୍ମୀ, ଅଙ୍ଗନଓ୍ବାଡି କର୍ମୀ ଓ ସ୍ବାସ୍ଥ୍ୟ କର୍ମୀ ଆଦି ନିଯୁକ୍ତି ଦେଉଛନ୍ତି। ପ୍ରତ୍ୟେକ ଗାଁରେ ସ୍ବାସ୍ଥ୍ୟ କାନ୍ଥରେ ସଚେତନତା ବାର୍ତ୍ତା ଦିଆଯାଉଛି। ହେଲେ ଏହିସବୁ କର୍ମଚାରୀମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ କ୍ୱାକ୍‌ମାନଙ୍କ ଦ୍ୱାରା ପ୍ରଭାବିତ ହେଉଥିବା ଅଭିଯୋଗ ହେଉଥିବାରୁ ସ୍ବାସ୍ଥ୍ୟ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri