୧୨୭୭୬ ପ୍ଲଟ୍‌ରେ ମିଛ ଧାନଚାଷ

ସୋନପୁର, ୨୧।୧୨(ନି.ପ୍ର.): ଚାଷ ନାହିଁ, ହେଲେ ଜମିରେ ଖରିଫ ଚାଷ ହୋଇଛି ଦର୍ଶାଇ ବିଭାଗ ପାଖରେ ଶତାଧିକ ଚାଷୀ ପଞ୍ଜୀକରଣ କରିଛନ୍ତି। ସରକାରଙ୍କ ପକ୍ଷରୁ ହୋଇଥିବା ସାଟେଲାଇଟ୍‌ ସର୍ଭେ କିନ୍ତୁ ଏହି ଜାଲିଆତି ଧରାପକାଇଛି। ପଞ୍ଜୀକରଣ ହୋଇଥିବା ଜମି କେଉଁଠି ଘାସବଣ ତ ଆଉ କେଉଁଠି ପଡ଼ିଆ, ଆଉ ପୁଣି କେଉଁଠି ଆଟ ଜମି ଓ ଜଳାଶୟ ରହିଛି। ଗୋଟିଏ କି ଦୁଇଟି ନୁହେଁ, ସୁବର୍ଣ୍ଣପୁର ଜିଲାରେ ୧୨ ହଜାର ୯୫୯ଟି ପ୍ଲଟରେ ଧାନଚାଷ ହୋଇଛି ବୋଲି ଦର୍ଶାଯାଇଥିଲା। ହେଲେ ସାଟେଲାଇଟ୍‌ ସର୍ଭେରୁ ଏହି ପ୍ଲଟଗୁଡିକରେ ଧାନଚାଷ ହୋଇ ନଥିବା ସନ୍ଦେହ ସୃଷ୍ଟି ହୋଇଥିଲା। ଏହାକୁ ଗୁରୁତ୍ୱ ଦେଇ ରାଜସ୍ବ, କୃଷି ଓ ସମବାୟ ବିଭାଗ ପକ୍ଷରୁ ସର୍ଭେ ଆରମ୍ଭ ହୋଇଥିଲା। ଆଉ ସର୍ଭେରୁ ସତ କଥା ସାମ୍ନାକୁ ଆସିଛି ।
ଖରିଫ ୨୦୨୨-୨୩ରେ ସୁବର୍ଣ୍ଣପୁର ଜିଲାରେ ଚଳିତ ଖରିଫରେ ୭୭ ହଜାର ୩୮୯ ହେକ୍ଟର ଜମିରେ ଧାନ ଚାଷ ହୋଇଛି। ଜିଲାର ୬୫ ହଜାର ୫୨୩ ଚାଷୀ ଧାନ ବିକ୍ରି କରିବାକୁ ପାକ୍ସ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପାଖରେ ପଞ୍ଜୀକରଣ କରିଥିଲେ। ପଞ୍ଜୀକରଣ ବେଳେ ଚାଷୀ ଜମିର ସମସ୍ତ ତଥ୍ୟ ଦେଇଥିଲେ। ହେଲେ ପୂର୍ବ ବର୍ଷଗୁଡିକ ଭଳି ବହୁ ଜମିରେ ଧାନ ଚାଷ ହୋଇ ନ ଥିବା ଓ ଅସାଧୁ ବ୍ୟକ୍ତି ସରକାରୀ ଦରରେ ଧାନ ବିକ୍ରି କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଥିଲା। ଏହାକୁ ଗୁରୁତ୍ୱ ଦେଇ ରାଜସ୍ବ ନିରୀକ୍ଷକ ଓ ଗ୍ରାମ କୃଷି କର୍ମଚାରୀ କ୍ଷେତ୍ରୀୟ ତଦନ୍ତ କରି ଧାନଚାଷ ହୋଇ ନ ଥିବା ଜମିର ପଞ୍ଜୀକରଣକୁ ବାତିଲ କରିଥିଲେ। ତେବେ ସ୍ବଳ୍ପ ସଂଖ୍ୟକ କର୍ମଚାରୀ ହଜାର ହଜାର ହେକ୍ଟର ଚାଷ ଜମିକୁ ଠିକ୍‌ ଭାବେ ଅନୁଧ୍ୟାନ କରି ପାରି ନ ଥିଲେ। ସରକାର ଠିକ୍‌ ତଥ୍ୟ ପାଇବା ପାଇଁ ପୁଣି ସାଟେଲାଇଟ୍‌ ମାଧ୍ୟମରେ ଧାନ କ୍ଷେତର ସର୍ଭେ କରିଥିଲେ। ଏଥିରୁ ଜିଲାରେ ୧୨୯୫୯ ପ୍ଲଟରେ ଧାନ ଚାଷ ହୋଇ ନ ଥିବା ଜଣା ପଡିଥିଲା। ସାଟେଲାଇଟ୍‌ ସର୍ଭେକୁ ଆହୁରି ନିର୍ଭୁଲ କରିବା ପାଇଁ ରାଜ୍ୟ ସରକାର ରାଜସ୍ବ ଓ ସମବାୟ ବିଭାଗ କର୍ମଚାରୀଙ୍କୁ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବାକୁ ଜିଲାପାଳଙ୍କ ଜରିଆରେ ନିର୍ଦ୍ଦେଶ ଦେଇଥିଲେ। ଏହି ସର୍ଭେ କାମରେ ଜିଲାର ୨୦୬ଜଣ କର୍ମଚାରୀ ନିୟୋଜିତ ହୋଇ ସାଟେଲାଇଟ ସର୍ଭେରେ ସନ୍ଦେହ ଥିବା ପ୍ଲଟ୍‌ଗୁଡିକୁ ପରିଦର୍ଶନ କରିଥିଲେ। ଆଉ ଚାଷ ହୋଇ ନ ଥିବା ତଥା ମିଛ ଧାନ ଚାଷଜମିର ଫଟୋ ଉଠାଇ ବିଭାଗୀୟ ଓ୍ବେବ୍‌ସାଇଟ୍‌ରେ ଅପଲୋଡ କରିଥିଲେ । ସାଟେଲାଇଟ୍‌ ସର୍ଭେରେ ସନ୍ଦେହ ଥିବା ମୋଟ ୧୨୯୫୯ ପ୍ଲଟ୍‌ରୁ ସୋମବାର ସନ୍ଧ୍ୟା ସୁଦ୍ଧା ୧୭୯ ପ୍ଲଟ୍‌ରେ ଧାନଚାଷ ହୋଇଥିବା କ୍ଷେତ୍ରୀୟ ତଦନ୍ତରୁ ଜଣାପଡିଛି। ବାକି ୪ଟି ପ୍ଲଟର କ୍ଷେତ୍ରୀୟ ତଦନ୍ତ ବାକି ଥିବା ବେଳେ ୨ଟି ପ୍ଲଟ ସହକାରୀ ନିବନ୍ଧକ ସମବାୟ ସମିତିଙ୍କ ନିକଟରେ ପେଣ୍ଡିଂ ଅଛି। ତେବେ ସର୍ଭେ ଅନୁସାରେ ୧୨୭୭୬ ପ୍ଲଟରେ ଧାନଚାଷ ହୋଇ ନଥିବା ବେଳେ ଧାନ ବିକ୍ରି କରିବା ପାଇଁ ମିଥ୍ୟା ତଥ୍ୟ ଦେଇ ପଞ୍ଜୀକରଣ କରାଯାଇଥିବା ସ୍ପଷ୍ଟ ହୋଇଛି। ଜିଲାର ଡୁଙ୍ଗୁରିପାଲି, ବିନିକା, ତରଭା, ବୀରମହାରାଜପୁର, ଉଲୁଣ୍ଡା ଓ ସୋନପୁର ବ୍ଲକରେ କେତେଜଣ ଜମି ମାଲିକ ମିଥ୍ୟା ତଥ୍ୟ ଦେଇ ଧାନଚାଷ ହୋଇଥିବା ଦର୍ଶାଇଥିଲେ। କ୍ଷେତ୍ର ପରିଦର୍ଶନ ବା ସର୍ଭେ ସମୟରେ ସେ ସବୁ ଜମି ଘାସବଣ, ପଡ଼ିଆ, ଜଳାଶୟ, ଅନାବାଦୀ ଓ ଟାଙ୍ଗରା ଭୂଇଁ ଥିବା ରାଜସ୍ବ ଓ ସମବାୟ ବିଭାଗର କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ଫଳରେ ସାଟେଲାଇଟ୍‌ ସର୍ଭେ ରିପୋର୍ଟ ଯେ ସମ୍ପୂର୍ଣ୍ଣ ଠିକ୍‌ ତାହା ପ୍ରମାଣିତ ହୋଇଛି। କେତେଜଣ ଅସାଧୁ ଲୋକ ଚାଷ ନ କରି ଧାନ ବିକ୍ରି କରି ଚାଲିଥିବା ବେଳେ ବହୁ ଚାଷୀ ଯୋଗ୍ୟ ଥାଇ ବି ସରକାରୀ ଦରରେ ଧାନ ବିକ୍ରି କରି ପାରୁନାହାନ୍ତି। ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି। ୨୦୨୧-୨୨ ଖରିଫରେ ସୁବର୍ଣ୍ଣପୁର ସମେତ ୮ଟି ଜିଲାରେ ସାଟେଲାଇଟ୍‌ ସର୍ଭେ ଜରିଆରେ ଧାନ କିଣାଯାଇଥିଲା। ଧାନ କିଣାରେ ସ୍ବଚ୍ଛତା ପାଇଁ ସରକାର ୨୦୨୨-୨୩ ଖରିଫରେ ସମସ୍ତ ୩୦ଟି ଜିଲାରେ ସାଟେଲାଇଟ୍‌ ସର୍ଭେ ଜରିଆରେ ପ୍ରକୃତ ଚାଷୀଙ୍କ ନିକଟରୁ ଧାନ କିଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ରିପୋର୍ଟ: ମୃତ୍ୟୁଞ୍ଜୟ ଶତପଥୀ


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri