ଲୋକକଳାକୁ ବଞ୍ଚାଇ ରଖିଛି ପଏଁରୀ

ସୋନପୁର,୨।୧(ନି.ପ୍ର.):ସୁବର୍ଣ୍ଣପୁର ଜିଲାର ଲୋକକଳା ଗବେଷଣା କେନ୍ଦ୍ର ତଥା ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ପକ୍ଷରୁ ନବବର୍ଷ ଅବସରରେ ପଏଁରୀ ତିହାର-୨୩ ଭୀମ ଭୋଇ କଳା ମଣ୍ଡପରେ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଏହା ତିନି ଦିନ ଧରି ଚାଲିବ। ପୂର୍ବାହ୍ନରେ ଅନୁଷ୍ଠାନର କଳାକାର, କର୍ମକର୍ତ୍ତା, ବିଭିନ୍ନ ବ୍ଲକରୁ ଆସିଥିବା ପାରମ୍ପରିକ କଳାକାର ଓ ସାଂସ୍କୃତିକ ଦଳକୁ ନେଇ ଏକ ଶୋଭାଯାତ୍ରା ସୁରେଶ୍ୱରୀ ମନ୍ଦିରରୁ ବାହାରି ସହର ପରିକ୍ରମା କରିଥିଲା। ବିଶିଷ୍ଟ ଦଣ୍ଡ କଳାକାର ଦଣ୍ଡ ରତ୍ନ ବିପିନ ଜାଲ ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ଜାଲ କହିଥିଲେ ଏ ମାଟିର କଳା ସଂସ୍କୃତି ମହାନ। ଏହାକୁ ବଞ୍ଚାଇ ରଖିବା ପାଇଁ ସାମୂହିକ ଉଦ୍ୟମ ହେବା ଆବଶ୍ୟକ। ପଏଁରୀ ସଭାପତି ଲଡୁକିଶୋର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ନାଟ୍ୟଶ୍ରୀ ଗଦାଧର ବାରିକ୍‌, ଅଭିମନ୍ୟୁ କୁଶଳ ଓ ସାମାଜିକକର୍ମୀ ଶ୍ରୀବତ୍ସ ମଲ୍ଳିକ ଅତିଥିଭାବେ ଯୋଗଦେଇଥିଲେ। ଐତିହ୍ୟ, ସଂସ୍କୃତି ସମ୍ପନ୍ନ ଏହି ଜିଲାରେ ପଏଁରୀ ଯୋଗୁଁ ପାରମ୍ପରିକ ଲୁପ୍ତପ୍ରାୟ ଲୋକକଳା ବଞ୍ଚତ୍ ରହିଛି ବୋଲି ଅତିଥି ବୃନ୍ଦ ମତପ୍ରକାଶ କରିଥିଲେ। ସମ୍ପାଦକ ଚୌଧୁରୀ ବିଭାର ସ୍ବାଗତ ଭାଷଣ ପ୍ରଦାନ ସହ ସଭାରେ ସଂଯୋଜନା କରିଥିଲେ। ମଧ୍ୟାହ୍ନରେ ମା’ ସୁରେଶ୍ୱରୀ ଦଣ୍ଡ ନୃତ୍ୟ ଏକାଡେମୀ ଓ ପାରମ୍ପରିକ ଦଳ ପକ୍ଷରୁ ନୃତ୍ୟ ପରିବେଷଣ କରିଥିଲେ। ବିଶିଷ୍ଟ କଣ୍ଠଶିଳ୍ପୀ ଶତୃଘ୍ନ ଲୁହା, ଲିପିକା ବିଭାର, ବ୍ରହ୍ମା କୁମ୍ଭାର, ବୀରେନ ଜଗଦଲା, ମୁସ୍କାନ ମଲ୍ଳିକ, ହରି ଓଁ କୁଶଳ ଓ ଚେତନା ବେହେରା ପାରମ୍ପରିକ ଲୋକନୃତ୍ୟ ପରିବେଷଣ କରିଥିଲେ। ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ସୁବର୍ଣ୍ଣପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷା ତାମସୀ ତାମସ୍ମିତା ନାୟକ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ। ଜିଲାରେ ପାରମ୍ପରିକ ଲୋକକଳାକୁ ବଞ୍ଚାଇ ରଖିବାରେ ପଏଁରୀ ଅନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିବା ନାୟକ କହିଥିଲେ। ଗତ ୨୩ ବର୍ଷ ଧରି ନବବର୍ଷ ଅବସରରେ ଜାତୀୟସ୍ତରର ଲୋକନୃତ୍ୟ ଓ ସଙ୍ଗୀତ ଉତ୍ସବ ଆୟୋଜନକୁ ଶ୍ରୀମତୀ ନାୟକ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥିଭାବେ ପ୍ରଫେସର ନୀଳାମ୍ବର ଶତପଥୀ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ଲଡୁକିଶୋର ମଲ୍ଳିକ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ଚୌଧୁରୀ ବିଭାର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଦଣ୍ଡନୃତ୍ୟର ପ୍ରଚାର ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଦଣ୍ଡ କଳାକାର ଭକ୍ତ ସେଠୀଙ୍କୁ ପଏଁରୀ ସଙ୍ଗୀତ ସମ୍ମାନରେ ସମ୍ମାନିତ କରା ଯାଇଥିଲା। ସଭା ପରେ କୋରାପୁଟର ମାଉଲି ମା ଡ୍ୟାନ୍ସ ଗ୍ରୁପ୍‌ ପକ୍ଷରୁ ଡଙ୍ଗର ନୃତ୍ୟ, ହରିଆନାର କଳାକାରମାନେ ଘୁମର ନୃତ୍ୟ, ପଞ୍ଜାବ କଳାକାରଙ୍କ ଧାଙ୍ଗଡା ନୃତ୍ୟ ଓ ପଶ୍ଚିମବଙ୍ଗର କଳାକାର ମାନେ ଲୋକନୃତ୍ୟ ପରିବେଷଣ କରିଥିଲେ। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ, ପୂର୍ବାଞ୍ଚଳ ଜୋନ ସାଂସ୍କୃତିକ କେନ୍ଦ୍ର କଲିକତା, ସଙ୍ଗୀତ ନାଟକ ଏକାଡେମୀ ନୂଆଦିଲ୍ଳୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୁବର୍ଣ୍ଣପୁର ଜିଲା ସଂସ୍କୃତି ପରିଷଦ ପକ୍ଷରୁ ଏହି ଜାତୀୟ ପାରମ୍ପରିକ ଲୋକନୃତ୍ୟ ଓ ସଙ୍ଗୀତ ଉତ୍ସବ ଆୟୋଜନ ହେଉଛି। ଅନୁଷ୍ଠାନର ସଦସ୍ୟ ପ୍ରଫୁଲ୍ଲ ନାଏକ, ସନ୍ତୋଷ ପାଢୀ, ସନ୍ତୋଷ ମିଶ୍ର, ଅମିତ ସାହୁ, ଗୋପାଳ ମେହେର, ସୁଶାନ୍ତ ସାହୁ, ପୃଥ୍ବୀରାଜ ବାଗ ଓ ସୌମ୍ୟରଞ୍ଜନ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବରଙ୍ଗପୁରରେ ନବୀନଙ୍କ ହାଇଭୋଲଟେଜ ପ୍ରଚାର

ନବରଙ୍ଗପୁର,୪।୫: ନବରଙ୍ଗପୁର ମାଝୀଗୁଡ଼ାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାଇଭୋଲଟେଜ ପ୍ରଚାର। ଦକ୍ଷିଣ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ଲାଗି ବ୍ୟାକ୍‌ ଟୁ...

ନବରଙ୍ଗପୁରରେ ମାରାଥନ ପ୍ରଚାର: ସଭାରେ ଲୋକଙ୍କୁ ପ୍ରଶ୍ନ ପଚାରିଲେ ପାଣ୍ଡିଆନ

ନବରଙ୍ଗପୁର,୪।୫: ଜୟପୁର ପରେ ନବରଙ୍ଗପୁରରେ ଜୋରଦାର ପ୍ରଚାର କରିଛନ୍ତି ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନ । ଏଠାରେ ଆୟୋଜିତ ବିଶାଳ ଜନସଭାକୁ...

ନିର୍ବାଚନ ତଦାରଖ ପାଇଁ ବରଗଡ଼ରେ ପହଞ୍ଚିଲେ ପର୍ଯ୍ୟବେକ୍ଷକ

ବରଗଡ଼,୪।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆସନ୍ତା ୨୦ତାରିଖରେ ବରଗଡ଼ ସଂସଦୀୟ କ୍ଷେତ୍ରରେ ମତଦାନ ଗ୍ରହଣ ହେବ। ମତଦାନକୁ ଅବାଧ ଓ ନିରପେକ୍ଷ ତଥା ସ୍ବଚ୍ଛ,...

ସରପଞ୍ଚଙ୍କ ପରିବାରରେ ୩ ଶ୍ରମିକ

ନାଉଗାଁ,୪ା୫(ସୁଧା ବେହୁରା) ଶ୍ରମିକମାନଙ୍କୁ ଦାଦନ ଖଟିବାରେ ରୋକ ଲଗାଇବା ସହ ନିଜ ଅଞ୍ଚଳରେ କାର୍ଯ୍ୟ ଯୋଗାଇ ଦେବାର ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌...

କୋରାପୁଟରେ ନିର୍ବାଚନ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ: ବିରୋଧୀଙ୍କୁ ଟାର୍ଗେଟ୍‌

କୋରାପୁଟ,୪।୫(ଅମିତାଭ ବେହେରା)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କୋରାପୁଟରେ ପହଞ୍ଚି ନିର୍ବାଚନ ପ୍ରଚାର କରିଛନ୍ତି। କୋରାପୁଟ ଓଏମ୍‌ପି ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଓଡ଼ିଶାର...

୬ରେ ବ୍ରହ୍ମପୁର ଆସିବେ ପ୍ରଧାନମନ୍ତ୍ରୀ: ସଭାକୁ ଆସୁଥିବା ଲୋକଙ୍କ ଉପରେ ରହିବ କଡା ନଜର

ବ୍ରହ୍ମପୁର,୪ା୫(ସ୍ମୃତି ରଞ୍ଜନ ମହାଲିକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୬ ତାରିଖରେ ବ୍ରହ୍ମପୁର ଆସି ଜାତୀୟ ରାଜପଥ ପାର୍ଶ୍ୱସ୍ଥ କନିିଷିଠାରେ ସାଧାରଣ ସଭାରେ ଯୋଗ ଦେବେ।...

ତାତି ସାଙ୍ଗକୁ ବଢୁଛି ପାଣି ସମସ୍ୟା: ଡହଳବିକଳ ୩୦ ପରିବାର

ବାଲିଆପାଳ, ୩।୫(ଗୋପାଳ ଚନ୍ଦ୍ର ସାହୁ): ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ତାତି ସାଙ୍ଗକୁ ବଢିଚାଲିଛି ପିଇବା ପାଣି ସମସ୍ୟା। ଜଳକଷ୍ଟ ଏପରି ହେଲାଣି, ଟୋପାଏ...

ଖାଇବା ଦେବାରେ ବିଳମ୍ବ ହେବାରୁ ମା’ଙ୍କୁ ପିଟି ପିଟି ହତ୍ୟା କଲା ପୁଅ

ପାଟଣା,୪।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖୀରେଇଟାଙ୍ଗିରୀ ପଞ୍ଚାୟତ ଖିରେଇ ଟାଙ୍ଗିରି ଗାଁ ଭାଲୁପାହାଡ଼ି ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଖାଇବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri