ସୁବର୍ଣ୍ଣପୁର

କର୍ନାଟକରେ ଅଟକି ରହିଛନ୍ତି ୭୦ ଦାଦନ ଶ୍ରମିକ

ବିନିକା,୩୦।୩(ଡି.ଏନ୍‌.ଏ)-ସୁବର୍ଣ୍ଣପୁର ଜିଲା ବିନିକା ଓ ଡୁଙ୍ଗୁରିପାଲି ବ୍ଲକର ୭୦ଜଣ ଦାଦନ ଶ୍ରମିକ କର୍ନାଟକ ରାଜ୍ୟ ସିତାନ୍ୟାକାହ୍ଲିଠାରେ ଅଟକି ରହିଛନ୍ତି। ଦେଶବ୍ୟାପୀ ଲକ୍‌ ଡାଉନ୍‌ ଘୋଷଣା ପରଠାରୁ ସେମାନେ ସେଠାରେ ଭୋକ ଉପାସରେ ଦିନ କାଟୁଥିବା କହିଛନ୍ତି। ଜିଲା ପ୍ରଶାସନ ସେମାନଙ୍କୁ...

କରୋନା ସନ୍ଦିଗ୍ଧଙ୍କ ପାଇଁ ୧୬୧ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର

ସୋନପୁର,୨୯।୩(ନି.ପ୍ର.) କରୋନା ସଂକ୍ରମଣକୁ ଆଖି ଆଗରେ ରଖି ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଉଛି। କରୋନା ସନ୍ଦିଗ୍ଧଙ୍କୁ ରଖିବା ପାଇଁ ଜିଲାର ୬ଟି ବ୍ଲକର ବିଭିନ୍ନ ପଞ୍ଚାୟତ ଓ ୩ଟି ସହରରେ ମୋଟ ୧୬୧ଟି ଅସ୍ଥାୟୀ ଚିକିତ୍ସା...

ଲକ୍‌ଡାଉନ ଉଲ୍ଲଂଘନକାରୀଙ୍କୁ ଉଠ୍‌ବସ୍‌ କଲା ପୋଲିସ

ବିନିକା,୨୯ା୩(ଡି.ଏନ୍‌.ଏ.) ଲକ୍‌ଡାଉନ୍‌ ନିୟମକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ସୁବର୍ଣ୍ଣପୁର ଜିଲା ବିନିକା ଥାନା ପୋଲିସ। ବିନା କାରଣରେ ରାସ୍ତାକୁ ଆସୁଥିବା ଯୁବକଙ୍କୁ ଉଠ୍‌ବସ କରିଛି। ବିନିକା-ସୋନପୁର ମୁଖ୍ୟରାସ୍ତାର ଡଭଲା ଛକରେ ଶନିବାର ଏପରି...

ଭୋକିଲା, ଗରିବଙ୍କୁ ମିଳିଲା ୨ ଓଳି ରନ୍ଧା ଖାଦ୍ୟ

ସୋନପୁର,୨୯।୩(ନି.ପ୍ର.) ସୁବର୍ଣ୍ଣପୁର ସହରରେ ଶନିବାର ଆହାର କେନ୍ଦ୍ର ପକ୍ଷରୁ ଭୋକିଲା ପେଟକୁ ଦୁଇ ଓଳି ଅନ୍ନ ଯୋଗାଇବା ଅଭିଯାନ ଆରମ୍ଭ ହୋଇଛି । ବାହାରେ ବୁଲୁଥିବା ଅସହାୟଙ୍କ ହାତ ସାବୁନରେ ଧୋଇ ଦେବା ସହ ମଧ୍ୟାହ୍ନରେ ଓ ରାତିରେ ଭୋଜନ...

ଆନ୍ଧ୍ରରୁ ଫେରି ପାରୁନାହାନ୍ତି ବୀରମହାରାଜପୁରର ୪୦ ଦାଦନ

ଅମରପାଲି, ୨୮।୩ (ଡି.ଏନ.ଏ.):ସମଗ୍ର ଭାରତ ବର୍ଷ କରୋନା ଭାଇରସ ପାଇଁ ଆତଙ୍କରେ ଥିବା ବେଳେ ୨୧ ଦିନ ପାଇଁ ଲକ୍‌ ଡାଉନ ହୋଇଛି । ଫଳରେ ରାଜ୍ୟ ଓ ଦେଶ ବାହାରେ ଥିବା ଅନେକ ଲୋକ ନିଜ ଘରକୁ ଆସି...

କ୍ୟାନସର ପୀଡିତ ସାଇରାଜଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ

ସୋନପୁର,୨୮।୩(ନି.ପ୍ର.) – ସୁବର୍ଣ୍ଣପୁର ଜିଲା ସଦର ବ୍ଲକ କେନ୍ଦୁମୁଣ୍ଡା ଗାଁର ଅନିମା ଓ ସହଦେବ ଦୀପଙ୍କ ୪ ବର୍ଷର ପୁଅ ସାଇରାଜ। ପୁଅ ଜନ୍ମ ନେଲା ପରେ ମା ବାପା ଖୁସିରେ ଆତ୍ମହରା ହୋଇ ପଡିଥିଲେ। ହେଲେ ଏହି ଖୁସି...

ଚମ୍ପୁଆରେ ଫସିଥିବା ସୁବର୍ଣ୍ଣପୁରର ୨୫ ଘରକୁ ଫେରିଲେ

ସୋନପୁର,୨୭।୩(ନି.ପ୍ର.):ମ୍ୟାଜିକ୍‌ ପ୍ରଦର୍ଶନ କରିବାକୁ ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ଧାରୀବାଞ୍ଜିର ୮ଟି ପରିବାର କେନ୍ଦୁଝର ଜିଲା ଚମ୍ପୁଆ ଅଞ୍ଚଳକୁ ଯାଇ ସେଠାରେ ଫସି ରହିଥିଲେ। ପ୍ରଶାସନର ଉଦ୍ୟମକ୍ରମେ ମୋଟ ୨୫ଜଣ ଗୁରୁବାର ରାତିରେ ଗାଁରେ ପହଞ୍ଚତ୍ଛନ୍ତି । ସେମାନଙ୍କ ମଧ୍ୟରେ...

ଲକ୍‌ଡାଉନ୍‌ ସ୍ଥିତି: ତେଲେଙ୍ଗାନାରେ ଫସିଛନ୍ତି ୫୦ ଓଡ଼ିଆ ଶ୍ରମିକ

ବିନିକା,୨୬।୩(ଡି.ଏନ୍‌.ଏ.): କରୋନା ମହାମାରୀ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିବାରୁ ଦେଶରେ ପ୍ରଧାନମନ୍ତ୍ରୀ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଫଳରେ ହାଇଦ୍ରାବାଦ ତେଲେଙ୍ଗାନାରେ ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳ ତଥା ପଡ଼ୋଶୀ ବଲାଙ୍ଗୀର ଜିଲାର ୫୦ରୁ ଅଧିକ ଯୁବକ ଫସି ରହିଛନ୍ତି।...

ବୃନ୍ଦାବନରେ ଫସି ରହିଛନ୍ତି ୬୦ ଓଡ଼ିଆ ତୀର୍ଥଯାତ୍ରୀ

ଅମରପାଲି, ୨୬ା୩(ଡି.ଏନ.ଏ.): ତୀର୍ଥ କରିବାକୁ ଯାଇଥିବା ସୁବର୍ଣ୍ଣପୁର, ବୌଦ୍ଧ ଓ ଦେବଗଡ଼ ଜିଲାର ୬୦ ଜଣ ତୀର୍ଥଯାତ୍ରୀ ଏବେ ଉତ୍ତରପ୍ରଦେଶର ବୃନ୍ଦାବନରେ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରୁ ୨୮ ଜଣ ମହିଳା। ଲକ୍‌ଡାଉନ ଯୋଗୁ ସେମାନେ ଏବେ ଫେରି ପାରୁ...

ମାସ୍କ ତିଆରି କରି ରିହାତି ଦରରେ ଯୋଗାଇଲେ ଏସ୍‌ଏଚ୍‌ଜି ମହିଳା

ସୋନପୁର, ୨୬।୩(ନି.ପ୍ର.) ଘାତକ କରୋନା ଭୂତାଣୁର ସଂକ୍ରମଣ ସାରା ବିଶ୍ୱକୁ କବଳିତ କରିଛି। ଏଭଳି ସମୟରେ ବଜାରରେ ମାସ୍କ ମିଳୁନି। ପ୍ରଶାସନର ପରାମର୍ଶକ୍ରମେ ସୁବର୍ଣ୍ଣପୁର ଜିଲାର ୧୨ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ମାସ୍କ ତିଆରି କରି ଚର୍ଚ୍ଚାକୁ...

ଆଶାକର୍ମୀଙ୍କୁ ମିଳୁନାହିଁ ମାସ୍କ ଓ ସାନିଟାଇଜର

ବିନିକା,୨୫।୩(ଡି.ଏନ୍‌.ଏ.): ଦେଶର ବିଭିନ୍ନ ରାଜ୍ୟରେ କରୋନା ଭାଇରସ୍‌ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି । ଏହାର ଭୟାବହତା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି । ଏଭଳି ପରିସ୍ଥିତିରେ ବିନିକା ଅଞ୍ଚଳରେ ଆଶାକର୍ମୀମାନଙ୍କୁ...

ଦିବ୍ୟାଙ୍ଗ ଝି’ର ଉପରେ ବୁରୁଧ୍‌ ବାପର ବୋଝ୍‌

  ବିନିକା,୨୪ା୩ (ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା ଗଁାର ଶରତ ଦାଶକଁର ଝି’ ଶୁଭଙ୍କରୀ ଦାଶ(୩୮)। ସେ ଜନ୍‌ମୁ ଦିବ୍ୟାଙ୍ଗ ଆଏ। ସେ ଭଲ ଭାବେ କଥା କହି ନାଇଁ ପାରବାର, ସ୍ନାୟୁ ଦୁରବଲତା ଲାଗି ମୁଡ଼...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri