ମହିଳା ଗ୍ରୁପ୍‌ ଟଙ୍କା ନେଇ ଯୁବକ ଫେରାର

ଡୁଙ୍ଗୁରିପାଲି,୮।୭(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଦିଗଶିରା ଗ୍ରାମର ଜଣେ ଯୁବକ ୨୦ ଜଣ ମହିଳା ଅର୍ଥ ଲଗାଣକାରୀ ସଂସ୍ଥାରୁ ପାଇଥିବା ଗ୍ରୁପ ଟଙ୍କା ନେଇ ଫେରାର ହୋଇ ଯାଇଛନ୍ତି। ଏନେଇ ମହିଳାମାନେ ଡୁଙ୍ଗୁରିପାଲି ଥାନାରେ ଶୁକ୍ରବାର ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଦିଗଶିରା ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ସମ୍ପୃକ୍ତ ଯୁବକ ଜଣକ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାରୁ ଋଣ କରି ଦେବାରେ ସହଯୋଗ କରିବାକୁ କହି ଆବଶ୍ୟକ କାଗଜପତ୍ର ଦାଖଲ କରିଥିଲେ। ଜଣ ପିଛା ପ୍ରାୟ ୪୫ ହଜାରରୁ ୫୦ ହଜାର ଟଙ୍କା ଯାଏ ଋଣ ମଞ୍ଜୁର ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସମ୍ପୃକ୍ତ ଯୁବକ ବିଭିନ୍ନ ପ୍ରଲୋଭନ ଦେଖାଇ ସମସ୍ତଙ୍କ ଠାରୁ ଋଣ କରିଥିବା ଲକ୍ଷାଧିକ ଟଙ୍କା ନେଇ ଯାଇଥିଲେ। ୩ କିସ୍ତିରେ ଉକ୍ତ ଋଣ ପରିଶୋଧ କରିବାକୁ ଯୁବକ ଜଣକ କହିଥିଲେ। ପ୍ରାୟ ୪-୫ ମାସ ପର୍ଯ୍ୟନ୍ତ ଋଣ ନେଇଥିବା ଟଙ୍କା ଅଳ୍ପ କିଛି ପରିଶୋଧ କରି ସାରିବା ପରେ ଅବଶିଷ୍ଟ ଟଙ୍କା ଆତ୍ମସାତ କରିବା ଉଦ୍ଦେଶ୍ୟରେ ଗଁାରୁ କେଉଁଆଡେ ଚାଲିଯାଇଥିବା ମହିଳାମାନେ ଥାନାରେ ଅଭିଯୋଗ କରିଛନ୍ତି। ମହିଳାମାନେ ଅଭିଯୋଗରେ ଆହୁରି ଦର୍ଶାଇଛନ୍ତି ଯେ, ସମ୍ପୃକ୍ତ ବ୍ୟାଙ୍କ କର୍ମଚାରୀମାନେ ଆମ ଘର ଆଗକୁ ଆସି ଟଙ୍କା ପରିଶୋଧ କରିବାକୁ ବାଧ୍ୟ କରୁଛନ୍ତି। ଯଦ୍ୱାରା ମାନସିକ ଚିନ୍ତା ବଢୁଛି। ଏଣୁ ଋଣ ଟଙ୍କା ଆତ୍ମସାତ କରିବା ଉଦ୍ଦେଶ୍ୟରେ ଉଠାଣ କରିଥିବା ଯୁବକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମହିଳାମାନେ ନିବେଦନ କରିଛନ୍ତି। ଏ ନେଇ ମହିଳାମାନେ ଡୁଙ୍ଗୁରିପାଲି ଥାନା ଅଧିକାରୀ ସତ୍ୟ ନାରାୟଣ ପଧାନଙ୍କୁ ଏକ ଅଭିଯୋଗପତ୍ର ଦେଖିଛନ୍ତି। ଅଭିଯୋଗପତ୍ର ଦେବା ସମୟରେ ବାସନ୍ତୀ ବାରିକ, ରଜନୀ ନାଏକ, ଇନ୍ଦୁମତି ଦଣ୍ଡସେନା, ସବିତା ସାହୁ, ସଞ୍ଜୁ ବକୁଳ, ଗପ ପୁଟେଲ, ଫଟୁ ପୁଟେଲ, ରେଖା କଲେତ, କବିତା ଷାଣ୍ଢ , ରିନା ସାହୁ, ତୁଳା ସାହୁ, ସୁଜାତା ଦଣ୍ଡସେନା, ବାସନ୍ତୀ କିସାନ, ଅନୁ ଦଣ୍ଡସେନା, ପଙ୍କଜନୀ ଦଣ୍ଡସେନା, ସାନ୍ତରା ଡୁଙ୍ଗୁରୀ, ଛୁଆ ନନୀ ପୁଟେଲ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ଗଛରେ ଝୁଲୁଛି ମେଡିକାଲ କର୍ମଚାରୀଙ୍କ ମୃତଦେହ

ଭବାନୀପାଟଣା,୧୫।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଉଦେପୁର-ଗୋପିନାଥପୁର କେନାଲ ନିକଟସ୍ଥ ଏକ ଗଛରୁ ସୋମବାର ଜଣେ ମେଡିକାଲ କର୍ମଚାରୀଙ୍କ ଝୁଲନ୍ତା ମୃତ…

ଆମେରିକା-ଇରାନ ଚୁକ୍ତି ଭାରତର ବଲ୍ଲେ-ବଲ୍ଲେ: ପାଇବ ସର୍ବାଧିକ ଲାଭ

ନୂଆଦିଲ୍ଲୀ,୧୫।୬: ମାସ ମାସର ସଂଘର୍ଷ ପରେ, ଶେଷରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ହୋଇଛି। ଡୋନାଲ୍ଡ ଟ୍ରମ୍ପ ଏବଂ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ…

ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ: ୩ ବଖରା ଘର ଜଳିପୋଡ଼ି ଛାରଖାର

ତିହିଡି,୧୫।୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନସ୍ଥ କୋଠାର ପଞ୍ଚାୟତର ମହନ୍ତ ସାହିରେ ସୋମବାର ଏକ ଅଭାବନୀୟ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ସୁବାସ ଚନ୍ଦ୍ର ସେଠୀ…

ଘାସ କାଟିବାକୁ ଯାଇଥିଲେ ମହିଳା, ନିଶାଦେଇ ଗଣବଳାତ୍କାର କଲେ ୫ ଯୁବକ: ଆଉ ତା’ପରେ…

ମୁଜାଫରନଗର(ଉତ୍ତର ପ୍ରଦେଶ), ୧୫ା୬ (ପି.ଟି.):ଉତ୍ତର ପ୍ରଦେଶର ମୁଜାଫରନଗର ଜିଲାରେ ଜଣେ ୨୪ ବର୍ଷୀୟା ମହିଳାଙ୍କୁ ନିଶାଦ୍ରବ୍ୟ ପିଆଇ ୫ ଜଣ ଯୁବକ ଗଣବଳାତ୍କାର କରିଥିବା ରବିବାର ପୋଲିସ…

ଚାଷଜମିରେ କାଳ ସାଜିଲା ବଜ୍ରପାତ, ନାବାଳକଙ୍କ ଜୀବନ ଗଲା,୨ ଗୁରୁତର ହୋଇ…

ଅମରପାଲି,୧୫ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇଜଣ ଯୁବକ…

ହଜାର ହଜାର ଟଙ୍କା ବଢିଲା ସୁନା-ରୁପା ଦର: ୧୦ ଗ୍ରାମ ପିଛା ଅଛି…

ନୂଆଦିଲ୍ଲୀ,୧୫।୬: ବିଶ୍ୱ ସ୍ତରରେ ଘଟୁଥିବା ଭୂରାଜନୈତିକ ପରିବର୍ତ୍ତନର ସିଧାସଳଖ ପ୍ରଭାବ ଆଜି ଘରୋଇ ଅଳଙ୍କାର ବଜାର ଉପରେ ପଡ଼ିଛି। ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି…

ବଜ୍ରପାତରେ ଚାଲିଗଲା ଯୁବକଙ୍କ ଜୀବନ

କଳାହାଣ୍ଡି,୧୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଗୋକୁଳେଶ୍ୱର ଗ୍ରାମର ଜଣେ ଯୁବକଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଗୋଲକ ଗଉଡ଼(୧୮)। ରବିବାର…

ଭାରସାମ୍ୟ ହରାଇ ଟ୍ୟାଙ୍କର୍‌ ଦୁର୍ଘଟଣା: ଗାଡି ଭିତରେ ଚାପି ହୋଇଗଲେ

ଲାଞ୍ଜିଗଡ,୧୫।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣା ଓ ରାୟଗଡ଼ାକୁ ସଂଯୋଗ କରୁଥିବା ୬ନମ୍ବର ରାଜ୍ୟ ରାଜପଥ ଢ଼େପଗୁଡାଠାରେ ଏକ ଆଲୁମିନା ପାଉଡର ବୋଝେଇ ବଲକର ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri