ଆନ୍ଧ୍ର ଚାଷୀଙ୍କ ଦଖଲରେ ଚାଷ ଜମି

ସୋନପୁର,୩ା୭(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାର ହଜାର ହଜାର ଏକର ଚାଷଜମି ଏବେ ଆନ୍ଧ୍ରଚାଷୀଙ୍କ ଦଖଲରେ ରହିଛି। ଜିଲାର ବିନିକା ଓ ଡୁଙ୍ଗୁରିପାଲି ବ୍ଲକରେ ଆନ୍ଧ୍ର ଚାଷୀମାନେ ଧାନ ଚାଷ କରୁଥିବା ବେଳେ ବୀରମହାରାଜପୁର, ଉଲୁଣ୍ଡା, ତରଭା ଓ ସୋନପୁର ବ୍ଲକରେ ଧାନ, ମାଛ ଓ କପା ଚାଷ କରୁଛନ୍ତି। ଗ୍ରାମାଞ୍ଚଳର ରାସ୍ତାପାର୍ଶ୍ୱରେ ଏବେ ଆନ୍ଧ୍ରପଡ଼ା, ଆନ୍ଧ୍ରାଗେରା ଓ ଆନ୍ଧ୍ର କଲୋନୀ ଭଳି ନଁା ଦେଖିବାକୁ ମିଳୁଛି। ନିଜର ଏକ ସ୍ବତନ୍ତ୍ର ସାହି ବସ୍ତି କରି ସେମାନେ ସ୍ଥାନୀୟ ଅଞ୍ଚଳରେ ପ୍ରାଧାନ୍ୟ ବିସ୍ତାର କରିଚାଲିଛନ୍ତି। ଆନ୍ଧ୍ର ଚାଷୀ ଏଠାରେ ପ୍ରଭାବ ବିସ୍ତାର କରୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଅଙ୍କୁଶ ଲଗା ଯାଉନାହିଁ।
ସୁବର୍ଣ୍ଣପୁର ଜିଲାରେ ୯୫ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରନ୍ତି। ଏଠାରେ ଚିରସ୍ରୋତା ମହାନଦୀ, ତେଲନଦୀ, ଅଙ୍ଗନଦୀ ସମେତ ଅନେକ ଛୋଟବଡ଼ ନଦୀନାଳ ଓ ହରିହରଯୋର ଡ୍ୟାମ୍‌ ଭଳି ମଧ୍ୟମ ଜଳସେଚନ ପ୍ରକଳ୍ପ ରହିଛି। ଏହାସତ୍ତ୍ୱେ ସମସ୍ତ ଚାଷଜମିକୁ ଜଳସେଚନର ସୁବିଧା ହୋଇପାରିନି। ଚାଷୀଙ୍କୁ ବର୍ଷାଜଳ ଉପରେ ନିର୍ଭର କରିବାକୁ ପଡୁଛି। ବିନିକା ଓ ଡୁଙ୍ଗୁରିପାଲି ବ୍ଲକର ଅଧିକାଂଶ ଚାଷଜମି ହୀରାକୁଦ କେନାଲ ପାଣି ଦ୍ୱାରା ଖରିଫ ଓ ରବିରେ ଚାଷ ହେଉଛି। ସେହିପରି ହରିହରଯୋର ଜଳସେଚନ ପ୍ରକଳ୍ପ ଓ ଉଠା ଜଳସେଚନ ପ୍ରକଳ୍ପ ଦ୍ୱାରା ଜମି ଜଳସେଚିତ ହେଉଛି। ବିଭିନ୍ନ ଜଳଉତ୍ସରୁ ଖରିଫରେ ୧ଲକ୍ଷ ୨୮ହଜାର ଓ ରବି ଋତୁରେ ୮୮ହଜାର ୪୯୬ ହେକ୍ଟର ଜମିରେ ଚାଷ ହୋଇଥାଏ। ତେବେ ଅନିୟମିତ ବର୍ଷା ଯୋଗୁ ଅଣଜଳସେଚିତ ଜମିରେ ଚାଷ କରୁଥିବା ଚାଷୀ କ୍ଷତି ସହୁଛି। ସେହିପରି ଧାନର ଅଭାବୀ ବିକ୍ରି ତଥା ଉନ୍ନତ ଜ୍ଞାନକୌଶଳର ଅଭାବ ଯୋଗୁ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି। କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବେ ଚାଷ କରିବାକୁ ଅମଙ୍ଗ ହେଉଛନ୍ତି। ଏହାର ସୁଯୋଗ ନେଇ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ରାଜମହେନ୍ଦ୍ରୀ, ପାର୍ବତୀପୁରମ, ସୀତାକୁଲମ ଓ ଇଷ୍ଟ ଗୋଦାବରୀ ଭଳି ଦୂର ସ୍ଥାନରୁ ଲୋକେ ଆସି ଏଠାରେ ଚାଷ ଜମି ସବୁ କିଣୁଛନ୍ତି। ଗରିବ ଓଡ଼ିଆ ଚାଷୀଙ୍କ ଠାରୁ ସେମାନେ ଶାଗମାଛ ଦରରେ ଚାଷ ଜମି କିଣୁଥିବା ଅଭିଯୋଗ ହେଉଛି। ଆନ୍ଧ୍ରପ୍ରଦେଶର ଲୋକେ ଏଠାକୁ ଆସି ପ୍ରଥମେ ଗ୍ରାମବାସୀଙ୍କ ସହିତ ମିଳାମିଶା କରୁଛନ୍ତି। ପରେ ଜମି ଦଲାଲ ତଥା ମଧ୍ୟସ୍ଥିଙ୍କ ଜରିଆରେ କମ୍‌ ଦରରେ ଶତାଧିକ ଏକର ଚାଷଜମି କିଣୁଛନ୍ତି। ଜିଲାର ଅନେକ କ୍ଷୁଦ୍ର ତଥା ମଧ୍ୟମ ଚାଷୀ ସେମାନଙ୍କ ପୈତୃକ ଚାଷ ଜମି ଆନ୍ଧ୍ର ଚାଷୀଙ୍କୁ ବିକ୍ରି କରି ଏବେ ଭୂମିହୀନ ହୋଇ ପଡିଛନ୍ତି। ଦୁଃଖର ବିଷୟ ହେଲା ସେମାନେ ପୁଣି ଆନ୍ଧ୍ର ଚାଷୀଙ୍କ ନିକଟରେ ଦିନମଜୁରିଆ ଭାବେ କାମ କରୁଛନ୍ତି। ଏପରି କି ଅନେକ ଯୁବକ କାମଧନ୍ଦା ଅନ୍ବେଷଣରେ ଅନ୍ୟ ରାଜ୍ୟକୁ ଚାଲିଯାଉଛନ୍ତି। କିନ୍ତୁ ଆନ୍ଧ୍ର ଚାଷୀ ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରି ଚାଷରେ ଲାଭାନ୍ବିତ ହେଉଛନ୍ତି। ଅନୁସନ୍ଧାନରୁ ଜଣାପଡିଛି ଯେ, ଡୁଙ୍ଗୁରିପାଲି ବ୍ଲକର ଭାଟବାହାଲି, କପାସିରା, ଡୁଙ୍ଗୁରିପାଲି, ରାମପୁର, ପଣ୍ଡକିଟାଲ, ସାଲେପାଲି, ବିନିକା ବ୍ଲକର ବାଙ୍କିଘିର୍ଡି, ସିଂଘିଯୁବା, ସାରଙ୍ଗପାଲି, ହୁତୁମା, ବାବୁପାଲି, ଫୁଲମୁଠି, ଉର୍ଲେ, ଘଣ୍ଟାପାଲି, ବାଉଁଶୁଣୀ, ଜୁଲୁଣ୍ଡା, ଅମାମୁଣ୍ଡା ଓ ଟିକାବାଲି ଭଳି ଗ୍ରାମରେ ଆନ୍ଧ୍ରର ଲୋକମାନେ ଚାଷଜମି କିଣି ଗତ ୨୦ରୁ ୨୫ ବର୍ଷ ଧରି ଧାନ ଚାଷ କରୁଛନ୍ତି। ସେହିପରି ତରଭା ବ୍ଲକର କୁମ୍ଭାରମୁଣ୍ଡା, କର୍ଲାମୁହାଣ, ବ୍ରାହ୍ମଣୀ, ବୁରାଡ, ଚାରଭଟା, ବାଲିଖମାର, କମସରା, ସୋନପୁର ବ୍ଲକର ବସଲାଟ, ରେଙ୍ଗାଲି, ମଝିମୁଣ୍ଡା, ଖଇରଟିକିରା, ରୁଗୁଡିପାଲି, ବାଲପୁର ଓ ଟିଟିପାଲି, ବୀରମହାରାଜପୁର ବ୍ଲକର ସୁବଳୟା, ଆନନ୍ଦପୁର, ସାଲଟିକିରା, ମୁର୍ଷୁଣ୍ଡି, କର୍ଡାପାଲି, ବାଗବର, ରଥପୁର, ତେଲିପାଲି, ଟିଠିପାଲି, ପିତାମହୁଲ, ଜଟେସିଙ୍ଗା, କେନ୍‌ଜିରିଆପାଲି, ବହଲପଦର ଓ ଉଫୁଲା ଅଞ୍ଚଳରେ ଆନ୍ଧ୍ରଚାଷୀ ବହୁ ଚାଷ ଜମି ନିଜ ଦଖଲକୁ ନେଇଗଲେଣି। ସେହିପରି ଉଲୁଣ୍ଡା ବ୍ଲକର ପତ୍ରାପାଲି, ମୁଣ୍ଡାମହୁଲ, ବେହେରାମାଲ, ସିଣ୍ଢୋଲ, ଚଢେଇପଙ୍କ, କୁତମେଣ୍ଡା, କୋଟସମଲାଇ, ପଧାନପାଲି, ବିଶିପଡା ଓ ପଞ୍ଚମହଲା ଆଦି ଗାଁରେ ଅଳ୍ପ କିଛି ବର୍ଷ ହେବ ଆନ୍ଧ୍ର ଚାଷୀ ହଜାର ହଜାର ଏକର ଚାଷ ଜମି ଦଖଲ କରି ସାରିଲେଣି। କେତେକ ଗ୍ରାମରେ ସେମାନେ ସରକାରୀ, ଗୋଚର ତଥା ଜଙ୍ଗଲ ଜମିକୁ ମଧ୍ୟ ଜବରଦଖଲ କରିଥିବା ଅଭିଯୋଗ ହେଉଛି। ସମ୍ପୃକ୍ତ ଅଞ୍ଚଳର ରାଜସ୍ବ ନିରୀକ୍ଷକ ଓ ତହସିଲଦାରଙ୍କୁ ହାତ କରି ସରକାରୀ ଜମି ସବୁ ସେମାନଙ୍କ ଅକ୍ତିଆରରେ ରଖିଛନ୍ତି। ଆନ୍ଧ୍ର ଚାଷୀ ଏଠାରେ ପ୍ରଭାବ ବିସ୍ତାର କରୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ରୋକ୍‌ ଲଗାଯାଉନାହିଁ। ଫଳରେ ଏହି ଜିଲାରେ ଅନେକ ଚାଷୀ ଭୂମିହୀନ ହେବା ଆଶଙ୍କା ଦେଖାଦେଇଛି। ଏ ସମ୍ପର୍କରେ ଜିଲା ପରିଷଦ ସଭ୍ୟ ଲବ କୁମାର ସାହୁ ଅଭିଯୋଗ କରିଛନ୍ତି, ଜିଲାର ଚାଷ ଜମି ଆନ୍ଧ୍ର ଚାଷୀଙ୍କ କବଜାକୁ ଚାଲିଯାଉଛି। ଆନ୍ଧ୍ରର ଲୋକ ଓଡିଆଙ୍କ ଚାଷ ଜମି କିଣୁଛନ୍ତି ନହେଲେ ଲିଜ୍‌ ନେଇ ଚାଷ କରୁଛନ୍ତି। ବୀରମହାରାଜପୁର ବ୍ଲକର କେନଜିରିଆପାଲି, ବାହାଲପଦର ଓ ଦୁର୍ଯୋନତେଲା ଅଞ୍ଚଳରେ ଆନ୍ଧ୍ର ଲୋକେ ଶତାଧିକ ଏକର ଜମିରେ କପା ଚାଷ କରୁଛନ୍ତି। ଏ ନେଇ ବିନିକା ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀ କହିଛନ୍ତି, ଦୀର୍ଘ ବର୍ଷ ପୂର୍ବରୁ ଅନ୍ୟ ରାଜ୍ୟର ଲୋକେ ଏଠାରେ ଜମି କିଣି ଚାଷ କରୁଛନ୍ତି। ଏବେ ମଧ୍ୟ ସ୍ଥାନୀୟ ଅଞ୍ଚଳର ଲୋକେ ବାହାର ରାଜ୍ୟର ଲୋକଙ୍କୁ ଚାଷ ଜମି ବିକ୍ରି କରୁଛନ୍ତି। କିଣାବିକାରେ ସେମିତି କିଛି କଟକଣା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?