୩୦ ବର୍ଷ ପରେ ବି ନିଜସ୍ବ କୋଠା ନାହିଁ

ସୋନପୁର,୬।୭(ମୃତ୍ୟୁଞ୍ଜୟ ଶତପଥୀ)ଅପରାଧୀଙ୍କୁ ଧରିବା ସହ ଲୋକଙ୍କୁ ସୁରକ୍ଷା ଦେବା ପୋଲିସର କର୍ତ୍ତବ୍ୟ। କିନ୍ତୁ ଲୋକଙ୍କୁ ସୁରକ୍ଷା ଦେଉଥିବା ପୋଲିସ କର୍ମଚାରୀଙ୍କ ପାଇଁ ସର୍ବନିମ୍ନ ସୁବିଧା ନାହିଁ। ସୁବର୍ଣ୍ଣପୁର ଜିଲା ହରଡଖୋଲ ବିଟ୍‌ରେ ଏଭଳି ସ୍ଥିତ ଦେଖିବାକୁ ମିଳିଛି। ଏହି ବିଟ୍‌ରେ ଜଣେ ଏଏସଆଇ, ୪ ଜଣ କନଷ୍ଟେବଳ ନିଯୁକ୍ତ ଅଛନ୍ତି। ସୋନପୁର ଥାନା ଅନ୍ତର୍ଗତ ମୟୁରଊଡାନ, ହରଡଖୋଲ, ବିଶିମୁଣ୍ଡା, ମଲ୍ଳିକମୁଣ୍ଡା ଓ ଖରଜୁରା ପଞ୍ଚାୟତକୁ ନେଇ ହରଡଖୋଲ ବିଟ୍‌ ଗଠିତ। ପୋଲିସ ପାଟ୍ରୋଲିଂ ଓ ସୁରକ୍ଷା ଦୃଷ୍ଟିରୁ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ଏହି ପୋଲିସ ବିଟ୍‌ ଖୁବ୍‌ ଗୁରୁତ୍ୱ ବହନ କରେ। କିନ୍ତୁ ଏହି ବିଟ୍‌ ହାଉସର ନିଜସ୍ବ ଜମି ନାହିଁ। ଫଳରେ ଏପର୍ଯ୍ୟନ୍ତ କୋଠା ନିର୍ମାଣ ହୋଇପାରୁନି। ପୋଲିସ କର୍ମଚାରୀମାନେ ସରକାରୀ ଜମିରେ ନିର୍ମିତ ଏକ ଆଜବେଷ୍ଟସ ଘରେ ରହି ଅସୁରକ୍ଷିତ ଭାବେ ନିଜର ଦାୟିତ୍ୱ ସମ୍ପାଦନ କରୁଛନ୍ତି।
୧୯୯୩ରେ ଜିଲା ଗଠନ ହେବା ଦିନଠାରୁ ସ୍ଥାପିତ ହୋଇଥିବା ଏହି ବିଟ୍‌ ହାଉସ ୨୭ ବର୍ଷ ଧରି ଏକ ଭଡା ଘରେ ଚାଲିଥିଲା। ହରଡଖୋଲ ମାର୍କେଟ୍‌ରେ ଏକ ଭଙ୍ଗା ଟାଇଲ ଘରେ ଅଫିସ ଚାଲି ଆସିଥିଲା। ତେବେ ବର୍ଷା ଋତୁରେ ପାଣି ଗଳିବାରୁ ଅଫିସର କାଗଜପତ୍ର ଓଦା ହୋଇଥିଲା। ୩ ବର୍ଷ ପୂର୍ବରୁ ଏକ ସରକାରୀ ଜାଗାରେ ନିର୍ମିତ ଆଜବେଷ୍ଟସ୍‌ ଘରକୁ ବିଟ୍‌ ହାଉସ ସ୍ଥାନାନ୍ତର ହୋଇଛି। ଇତିମଧ୍ୟରେ ଦୀର୍ଘ ୩୦ ବର୍ଷ ବିତି ଯାଇଥିଲେ ମଧ୍ୟ ବିଟ୍‌ ହାଉସର ନିଜସ୍ବ କୋଠା ନିର୍ମାଣ ହୋଇପାରିନି। ଆବଶ୍ୟକ ପାଚେରି ଅଭାବରୁ ଜବତ ହୋଇଥିବା ଗାଡି, ସାଇକେଲ ସବୁ ପଡିଛି ଖୋଲା ଆକାଶ ତଳେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଏଠାରେ କାର୍ଯ୍ୟରତ କର୍ମଚାରୀମାନଙ୍କ ପାଇଁ କୌଣସି ଶୌଚାଳୟ ବ୍ୟବସ୍ଥା ନ ଥିବାରୁ କର୍ମଚାରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଭଳି ପ୍ରତିକୂଳ ପରିସ୍ଥିତିରେ ବିଟ୍‌ ହାଉସ ମଧ୍ୟରେ ଥିବା ଅପରାଧୀମାନଙ୍କର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର କେତେ ସୁରକ୍ଷିତ ସ୍ପଷ୍ଟ ଅନୁମେୟ। ତେବେ ଏହି ସମସ୍ୟା ନେଇ ଅଞ୍ଚଳର ଜନସାଧାରଣ ଏକ ନୂତନ ବିଟ୍‌ ହାଉସ ନିର୍ମାଣ ପାଇଁ ବାରମ୍ବାର ଦାବି କରିବା ସହ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ମଧ୍ୟ ଦେଇ ସାରିଛନ୍ତି। ତଥାପି ଏହି ସମସ୍ୟାର ସମାଧାନ ହୋଇ ପାରିନାହିଁ। ସୂଚନା ଅନୁଯାୟୀ, ବିଟ୍‌ ହାଉସ ପାଇଁ ବହୁ ପୂର୍ବରୁ ସାହାଜପିଟା ମୌଜା ଗ୍ରୀଡ୍‌ ସମ୍ମୁଖରେ ଏକ ଏକର ଜମି ମୌଖିକ ଭାବରେ ଚିହ୍ନଟ ହୋଇଥିଲା। ହେଲେ ଏ ପର୍ଯ୍ୟନ୍ତ ତହସିଲଦାର ସେହି ଜମିକୁ ପୋଲିସ ବିଭାଗକୁ ହସ୍ତାନ୍ତର କରୁନାହାନ୍ତି । ଜମି ନ ଥିବାରୁ ନୂତନ କୋଠା ନିର୍ମାଣ ହୋଇପାରୁନି। ଅନ୍ୟପକ୍ଷରେ ବିଟ୍‌ ହାଉସ ପାଇଁ ଆବଶ୍ୟକ ଜମି ପାଇଁ ଆରକ୍ଷୀ ଅଧୀକ୍ଷକ ତାଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୩୫୯୫/୧୩.୧୨.୧୮ରେ ସୋନପୁର ତହସିଲଦାରଙ୍କ ସମେତ ରାଜସ୍ବ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ। ତେବେ ଏ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରିବା ପରେ ଶେଷରେ ବିଟ୍‌ ହାଉସର ଶୋଚନୀୟ ଅବସ୍ଥାକୁ ହୃଦୟଙ୍ଗମ କରି ପୁନର୍ବାର ଆରକ୍ଷୀ ଅଧୀକ୍ଷକ ତାଙ୍କ କାର୍ଯ୍ୟାଳୟର ପତ୍ରସଂଖ୍ୟା ୧୭୯୭/୨୪ା୬ା୧୯ ଅନୁସାରେ ହରଡଖୋଲ ପଞ୍ଚାୟତରେ ଥିବା ରାଜୀବ ଭବନ ଖାଲି ପଡିଥିବାରୁ ନୂତନ ବିଟ୍‌ ହାଉସ ନିର୍ମାଣ ପର୍ଯ୍ୟନ୍ତ ସେଠାରେ ବିଟ୍‌ ହାଉସ ଅସ୍ଥାୟୀ ଭାବେ କାର୍ଯ୍ୟ କରିବାକୁ ଜିଳାପାଳଙ୍କୁ ଅନୁରୋଧ କରିଥିଲେ। ଇତିମଧ୍ୟରେ ଦୀର୍ଘ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ଜିଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଫଳରେ ଏହାକୁ ନେଇ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ଜିଲା ପ୍ରଶାସନ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?