ଚାଷୀଙ୍କୁ ମିଳିନି ଧାନ ବିକ୍ରି ପ୍ରାପ୍ୟ

ସୋନପୁର,୨୯।୬(ମୃତ୍ୟୁଞ୍ଜୟ ଶତପଥୀ)ମଣ୍ଡିରେ ଧାନ ବିକ୍ରି କରିବାର ୪୮ ଘଣ୍ଟା ଭିତରେ ଚାଷୀଙ୍କୁ ପ୍ରାପ୍ୟ ମିଳିବ ବୋଲି ସରକାର ବାହାସ୍ଫୋଟ ମାରୁଛନ୍ତି। କିନ୍ତୁ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ସରକାରୀ ମଣ୍ଡିରେ ଧାନ ବିକ୍ରି କରି ଚାଷୀ ଅସୁବିଧା ଭୋଗୁଛି। ସୁବର୍ଣ୍ଣପୁର ଜିଲାର ୬୬୦ ଚାଷୀ ରବି ଧାନ ବିକ୍ରି କରି ଅଦ୍ୟାବଧି ପ୍ରାପ୍ୟ ପାଇନାହାନ୍ତି। ସେମାନେ ପ୍ରାପ୍ୟ ପାଇବା ପାଇଁ ସମବାୟ ବିଭାଗ ଓ ଯୋଗାଣ ବିଭାଗ କାର୍ଯ୍ୟାଳୟକୁ ବାରମ୍ବାର ଦୌଡୁଛନ୍ତି। ଅଧିକାରୀଙ୍କୁ ନେହୁରା ହେଉଛନ୍ତି। କିନ୍ତୁ ଧାନ ବିକ୍ରିର ୨୬ ଦିନ ପରେ ବି ଚାଷୀଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଜମା ହୋଇନି। ଫଳରେ ଚାଷୀ ଏବେ ଚିନ୍ତାରେ ଅଛନ୍ତି ା
ସୋନପୁର ବ୍ଲକ ମୟୂରଉଡାନ ପଞ୍ଚାୟତ ରୁଗୁଡିପାଲିର ଚାଷୀ ସନ୍ତୋଷ କୁମାର ରଣା। ସେ ଜଣେ ଭାଗଚାଷୀ। ୮ ଏକର ଜମିରେ ରବି ଧାନ ଚାଷ କରିଥିଲେ। ଅମଳ ସମୟରେ ପାଣି ଅଭାବରୁ ୫ ଏକର ଚାଷ ନଷ୍ଟ ହେଲା। ବାକି ୩ ଏକର ଜମିରେ ୮୧ କୁଇଣ୍ଟାଲ ଧାନ ଅମଳ ହୋଇଥିଲା। ମୟୁରଉଡାନ ପ୍ୟାକ୍ସରେ ଜୁନ୍‌ ୨ ତାରିଖରେ ସନ୍ତୋଷ ଧାନ ବିକ୍ରି କରିଛନ୍ତି। ସରକାରଙ୍କ ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୨୦୪୦ ଟଙ୍କା ହିସାବରେ ତାଙ୍କୁ ୧ଲକ୍ଷ ୬୫ହଜାର ୨୪୦ଟଙ୍କା ମିଳିବା କଥା। ମାତ୍ର ଏ ପର୍ଯ୍ୟନ୍ତ ତାଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇନି। ଜମି ମାଲିକଙ୍କୁ କିଭଳି ଟଙ୍କା ଦେବେ ଓ ଖରିଫ ଚାଷ କରିବେ ସେ ନେଇ ସନ୍ତୋଷଙ୍କୁ ଚିନ୍ତା ଘାରିଛି। ବିନିକା ବ୍ଲକ ତିତାରପାଲି ଗାଁର ଚାଷୀ ଝାନୁ ମେଣ୍ଡଲି। ସେ ଗତ ୧୨ ତାରିଖରେ ସିଲାଟି ପ୍ୟାକ୍ସରେ ୬୨ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇନି। ବିନିକା ବ୍ଲକ ଭଣ୍ଡାର ଗାଁର ଚାଷୀ ତ୍ରିଲୋଚନ ପୂଜାହାରୀ। ସେ ଜୁନ୍‌ ୧୨ ତାରିଖରେ ସିଲାଟି ପ୍ୟାକ୍ସରେ ୬୩ କୁଇଣ୍ଟାଲ ଧାନ ବିକ୍ରି କରିଥିଲେ। ଏପର୍ଯ୍ୟନ୍ତ ଧାନ ବିକ୍ରି ପ୍ରାପ୍ୟ ନ ପାଇ ଅସୁବିଧାରେ ଥିବା କହିଛନ୍ତି। ସେହିଭଳି ବିନିକା ବ୍ଲକ ଶଙ୍କରା ପ୍ୟାକ୍ସର ୧୦ ଜଣ ଚାଷୀ, ସିନ୍ଦୂରପୁର ପ୍ୟାକ୍ସର ୮ ଜଣ ଚାଷୀ, ସେଲେଡି ପ୍ୟାକ୍ସର ୨ ଜଣ, ବାଙ୍କିଘିର୍ଡି ପ୍ୟାକ୍ସର ୧୩ ଜଣ ଚାଷୀ, ଚରଦା ପ୍ୟାକ୍ସର ୧୩ ଜଣ, ମହଦା ପ୍ୟାକ୍ସର ୧୧ ଜଣ, ବାଉଁଶୁଣୀ ପ୍ୟାକ୍ସର ୭ ଜଣ, ଡୁଙ୍ଗୁରିପାଲି ପ୍ୟାକ୍ସର ୧୧ ଜଣ, ଇଛାପୁର ପ୍ୟାକ୍ସର ୧୧ ଜଣ, ରାମପୁର ପ୍ୟାକ୍ସର ୫ ଜଣ, ସହଲା ପ୍ୟାକ୍ସର ୯ଜଣ, ବିନିକା ପ୍ୟାକ୍ସର ୧୨ ଜଣ ଏବଂ ଜିଲାର ବିଭିନ୍ନ ପ୍ୟାକ୍ସ ଓ ମହିଳା ଏସଏଚଜିରେ ଧାନ ବିକ୍ରି କରିଥିବା ୬୬୦ ଜଣ ଚାଷୀ ଧାନ ବିକ୍ରି ପ୍ରାପ୍ୟ ପାଇନାହାନ୍ତି। ବିନିକା ଓ ଡୁଙ୍ଗୁରିପାଲି ବ୍ଲକରେ ହୀରାକୁଦ କେନାଲରୁ ପାଣି ଛଡାଗଲାଣି। ଚାଷୀ ଖରିଫ ଧାନ ଚାଷ ପାଇଁ ତଳି ପକାଇବା ଆରମ୍ଭ କଲେଣି। ଏଭଳି ସ୍ଥିତିରେ ଧାନ ବିକ୍ରି ଟଙ୍କା ପାଇ ନ ଥିବା ଚାଷୀ କିଭଳି ବ୍ୟାଙ୍କ ଓ ସାହୁକାରଙ୍କ ଋଣ ଶୁଝିବେ ଏବଂ ଆସନ୍ତା ଚାଷ ପାଇଁ ଜମି ପ୍ରସ୍ତୁତି, ଧାନବିହନ ଓ ସାର କିଣିବେ ସେହି ଚିନ୍ତାରେ ଅଛନ୍ତି।
ଜିଲାରେ ୨୦୨୨-୨୩ ରବି ଧାନ କ୍ରୟକୁ ସରକାର ଜୁନ୍‌ ୨୩ ତାରିଖରୁ ବନ୍ଦ କରିଛନ୍ତି। ଧାନ କ୍ରୟ ଅବଧି ମଧ୍ୟରେ ଅନ୍‌ଲାଇନ ଟୋକନ ବ୍ୟବସ୍ଥାରେ ଜିଲାର ୩୧ ହଜାର ୫୨୩ ଜଣ ଚାଷୀ ଧାନ ବିକ୍ରି କରିଛନ୍ତି। ୨୨ ଲକ୍ଷ ୯୮ ହଜାର ୩୩ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି। ତେବେ ଚାଷୀଙ୍କୁ ଧାନ ବିକ୍ରି ଟଙ୍କା ନ ମିଳିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ସୋନପୁର ସମବାୟ ସମିତି ଉପନିବନ୍ଧକ ଲଳିତ ମାଝିଙ୍କୁ ପଚାରିବାରେ ଚାଷୀଙ୍କ ଆକାଉଣ୍ଟରେ କିଛି ତ୍ରୁଟି କାରଣରୁ ସମସ୍ୟା ହୋଇଛି। ଦିନେ ଦୁଇ ଦିନ ଭିତରେ ସେମାନଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବ ବୋଲି କହିଥିଲେ। ସେହିପରି ଜିଲା ଯୋଗାଣ ଅଧିକାରୀ ସୁରେଶ କୁମାର ପାଣିଗ୍ରାହୀ କହିଛନ୍ତି, ଆମ ସ୍ତରରେ କିଛି ଭୁଲ ନାହିଁ। ପିଏଫ୍‌ଏମ୍‌ଏସରେ ରିଜେକ୍ଟ ହୋଇଛି। ଚାଷୀଙ୍କ ଆକାଉଣ୍ଟ ଅପଡେଟ୍‌ ହେଉଛି। ଖୁବ୍‌ଶୀଘ୍ର ସେମାନଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବ। ରାଜ୍ୟ ସରକାର ଜିଲାର ଚାଷୀଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ କୃଷକ ସଂଗଠନଗୁଡିକ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?